Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଅକ୍ଟୋବର ୩ ତାରିଖରୁ ଜୀ ସାର୍ଥକର ମେଗା ସିରିଏଲ ‘ସାଥୀରେ’ 

ଭୁବନେଶ୍ବର: ଓଡିଆ ଦର୍ଶକଙ୍କ ପାଇଁ ଜୀ ସାର୍ଥକ ଆସୁଅଛି ଆଉ ଏକ ଭିନ୍ନ ଧରଣର ନୂଆ ମେଗା ଧାରାବାହିକ। ଯାହାର ନାଁ ରହିଛି ‘ସାଥୀରେ’। ଭୁବନେଶ୍ୱରର ଏକ ତାରକା ହୋଟେଲ ପରିସରରେ ‘ସାଥୀରେ’ ଲଞ୍ଚ ହୋଇଛି। ଆସନ୍ତା ଅକ୍ଟୋବର ୩ ତାରିଖ ଠାରୁ ସୋମବାରରୁ ଶନିବାର ରାତି ୮ଟାରେ ଏହି ମେଗା ଧାରାବାହିକ ପ୍ରସାରିତ ହେବ ବୋଲି ଜୀ ସାର୍ଥକ ପକ୍ଷରୁ ସୂଚନା ଦିଆଯାଇଛି।

କାହାଣୀର ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ଧାରା ଓ ଅମ୍ବର। ଚୁଲବୁଲି ଅଭିନେତ୍ରୀ ଅନନ୍ୟାଙ୍କୁ ମୁଖ୍ୟ ଭୁମିକା ଧାରା ଚରିତ୍ରରେ ଦେଖିବାକୁ ମିଳିଥିବା ବେଳେ ମ୍ୟୁଜିକ ଭିଡିଓରେ କ୍ୟାରିୟର ଆରମ୍ଭ କରିଥିବା ନବାଗତ ଅଭିଜିତ ଅଭିନୟ କରିଛନ୍ତି ଅମ୍ବର ଭୁମିକାରେ।

କାହାଣୀରେ ଧାରା ଚୁଲବୁଲି ଚରିତ୍ରଟିଏ। ଯିଏ ପ୍ରତ୍ୟେକ ପରିସ୍ଥିତିକୁ ସାହସର ମୁକାବିଲା କରେ। ସେ ଖୁସି ଓ ଭାଗ୍ୟଶାଳୀ ଝିଅଟି, ଯିଏ କାନ୍ଦିବା ଶିଖିନି ବରଂ ହସି ହି ସବୁ ସମସ୍ୟାର ସମାଧାନ କରିଦିଏ। ଆଉ ଅମ୍ବର ଜଣେ ସଫଳ ବ୍ୟବସାୟୀ ଏବଂ ନିଜ ଲକ୍ଷ୍ୟପଥରେ ପହଂଚିବାରେ ସବୁବେଳେ ବ୍ୟସ୍ତ। ଏହି ସଫଳ ବ୍ୟବସାୟୀଙ୍କ ମତରେ ମହିଳାମାନେ ସଫଳତାର ରାସ୍ତାରେ ବାଧକ।

ଦୁହେଁ ଦୁହିଁଙ୍କ ଠାରୁ ସଂପୂର୍ଣ୍ଣ ଭିନ୍ନ। ଏମାନଙ୍କ ଭିତରେ କଣ ପ୍ରେମ ସମ୍ଭବ ହୋଇପାରେ । କଣ ସତରେ ଏକାଠି ହୋଇପାରିବେ ଅମ୍ବର ଓ ଧାରା। ଏହାକୁ ନେଇ ଧାରାବାହିକ ‘ସାଥୀରେ’ ଆଗକୁ ବଢ଼ିଛି ଓ ଅନେକ କିଛି ଏଥିରେ ଦେଖିବାକୁ ମିଳିଛି। ପୂର୍ବରୁ ଜୀ-ସାର୍ଥକର ପ୍ରତିଟି ମେଗା ଧାରାବାହିକକୁ ମିଳିଛି ଦର୍ଶକୀୟ ଆଦୃତି। ଏଥର ବି ଏହି ନୂଆ ଧାରାବାହିକ ‘ସାଥୀରେ’କୁ ଓଡିଆ ଦର୍ଶକ ନିଶ୍ଚିତ ଭଲପାଇବେ ବୋଲି ଚ୍ୟାନେଲ ପକ୍ଷରୁ କୁହାଯାଇଛି। ଆସନ୍ତା ଅକ୍ଟୋବର ୩ ତାରିଖ ଠାରୁ ସୋମବାରରୁ ଶନିବାର ରାତି ୮ଟାରେ ଏହି ମେଗା ଧାରାବାହିକ ପ୍ରସାରିତ ହେବ ବୋଲି ଜୀ ସାର୍ଥକ ପକ୍ଷରୁ ସୂଚନା ଦିଆଯାଇଛି।