Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ ସାର୍ଥକରେ ଦେଖନ୍ତୁ ମେଗା ସିରିୟଲ ବିଜୟିନୀ: କ୍ଷମତା ପାଇଁ ଦୁର୍ଗା ସ୍ତୁତି ମଧ୍ୟରେ ହେବ କି ମହାଭାରତ?

ଭୁବନେଶ୍ଵର: ଜୀ ସାର୍ଥକରେ ପ୍ରସାରିତ ମେଗା ଧାରାବାହିକ ବିଜୟିନୀରେ ଆସିଛି ରୋଚକ ମୋଡ। ଆଗାମୀ ଦିନରେ ଇନ୍ଦ୍ରଜିତ, ମିନି, ସମ୍ଭବ, ଦୂର୍ଗା, ଶୋଭା ଓ ଅଭିଙ୍କ ଜୀବନରେ ଅନେକ କିଛି ଘଟିବାକୁ ଯାଉଛି। ଗୋଟିଏ ଛାତ ତଳେ ଥାଇ ବି ମିନିର ଅସଲ ପରିଚୟ ପାଇନଥିଲେ ଇନ୍ଦ୍ରଜିତ। ଏବେ ମିନି ର ଅସଲ ପରିଚୟ ପାଇଲା ପରେ କଣ କରିବେ ଇନ୍ଦ୍ରଜିତ? କଣ ସେ ନୂଆ କିଛି ଷଡଯନ୍ତ୍ର କରିବେ? କଣ ସେ ଦୁଇ ଭଉଣୀ ଙ୍କୁ ପରସ୍ପର ଠୁ ଅଲଗା କରିଦେବେ? ଆଗକୁ କଣ ହଉଚି ଦେଖିବା ପାଇଁ ଦେଖନ୍ତୁ ବିଜୟିନୀ

ଇନ୍ଦ୍ରଜିତ ଜାଣି ନାହାଁନ୍ତି ମିନି ହେଉଛି ସ୍ତୁତି। ଯେତେବେଳେ ସେ ମିନିକୁ ଛାଡପତ୍ର ନୋଟିସ ଦେଲେ ପ୍ରଥମେ ତ ମିନି ଦସ୍ତଖତ କରିବାକୁ ମନା କଲା। କିନ୍ତୁ ଶେଷରେ ସେ ସ୍ତୁତି ଆଚାର୍ଯ୍ୟ ନାଁରେ ଛାଡପତ୍ର ନୋଟିସରେ ଦସ୍ତଖତ କରିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି ଇନ୍ଦ୍ରଜିତ। କାରଣ ସ୍ତୁତି ହେଉଛି ସମ୍ଭବର ଅସଲ ପତ୍ନୀ। ଯାହାକୁ ଛାତରୁ ଠେଲି ଢ଼େର ଦିନ ତଳୁ ହତ୍ୟା କରି ସାରିଥିଲେ ଇନ୍ଦ୍ରଜିତ। ଏବେ ସେଇ ସ୍ତୁତିକୁ ନିଜ ଆଖି ସାମ୍ନାରେ ଦେଖି ଇନ୍ଦ୍ରଜିତଙ୍କ ହୋସ ଉଡିଗଲା ଆଉ ସେ ବିଚଳିତ ହୋଇପଡିଲେ।

ତେବେ ମିନି ଯେ ସ୍ତୁତି ଏକଥା ଇନ୍ଦ୍ରଜିତଙ୍କୁ ଛାଡି ପରିବାରର ଅନ୍ୟ ସମସ୍ତେ ଜାଣିଥିବା ସେ କହିଥିଲା। ଏହାପରେ ଆରମ୍ଭ ହୁଏ ଅସଲ ଖେଳ। ଦୁଇ ଭଉଣୀଙ୍କୁ ଅଲଗା କରିଦେବାକୁ ଖୋଲାଖୋଲି ଧମକ ଦିଏ ଇନ୍ଦ୍ରଜିତ। ହେଲେ ମିନି ସାମ୍ନାରେ ଗୋଟିଏ ଚ୍ୟାଲେଞ୍ଜ। ଯେ କୌଣସି ପ୍ରକାରେ ଇନ୍ଦ୍ରଜିତକୁ ହରାଇବାକୁ ପଡିବ। ମିନି ଭଲରେ ଜାଣିଛି ଇନ୍ଦ୍ରଜିତକୁ କେବଳ ରାଜନୀତିରେ ହିଁ ପରାସ୍ତ କରିହେବ। ତେଣୁ ଦୁର୍ଗା ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହେବ। ଏକଥା ଜଣାପଡିବା ପରେ ଇନ୍ଦ୍ରଜିତ ମଧ୍ୟ ଷଡଯନ୍ତ୍ର ଆରମ୍ଭ କରନ୍ତି। କାରଣ ସ୍ତୁତି ଓ ଦୁର୍ଗା ଜଣେ ଆଉ ଜଣଙ୍କର ଦୁର୍ବଳତା। ଯାହା ଇନ୍ଦ୍ରଜିତ ଭଲରେ ଜାଣିଛି। ଯାହାକୁ ନେଇ ଆଗକୁ ବଢ଼ିଛି କାହାଣୀ। ଯଦି ନିର୍ବାଚନରେ ସ୍ତୁତି ପ୍ରାର୍ଥୀ ହେଉଛି ତେବେ କଣ ହେବ? ଇନ୍ଦ୍ରଜିତକୁ ହରାଇବାକୁ ଚିନ୍ତା କରିଥିବା ସ୍ତୁତି ଆଉ ଦୁର୍ଗା ଠାରୁ ଅଲଗା ହୋଇ ଯିବନି ତ? ନିର୍ବାଚନରେ କାହାର ବିଜୟ ହେବ?

ରହସ୍ୟ ଓ ରୋମାଞ୍ଚରେ ଭରା ମେଗା ଧାରାବାହିକ ବିଜୟିନୀରେ ଅନେକ ନୂଆ ନୂଆ ଘଟଣା ଦେଖିବାକୁ ମିଳିବ। ଯାହାର ସୁଟିଂ ଜାରୀ ରହିଛି। ଏଥିରେ ଦୁର୍ଗା ଭୁମିକାରେ ଦିପୀକା ତ୍ରିପାଠୀ, ଇନ୍ଦ୍ରଜିତ ଭୁମିକାରେ ବାଦଲ ମହାନ୍ତି, ସମ୍ଭବ ଭୁମିକାରେ ବିଶ୍ୱ ଭୂଷଣ ପଣ୍ଡା ଓ ଅଭିନବ ଭୁମିକାରେ ସାଗର ମହାନ୍ତି ପ୍ରମୁଖ ଅଭିନୟ କରିଛନ୍ତି। ପ୍ରତ୍ୟେକ ଦିନ ସଂଧ୍ୟା ୬.୩୦ରେ ଜୀ ସାର୍ଥକରେ ପ୍ରସାରିତ ହେଉଛି ବିଜୟିନୀ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଏବେ ରୋଚକ ମୋଡରେ ଜୀ ସାର୍ଥକର ମେଗା ସିରିୟଲ ‘ମା ଯାହାର ସାହା’ 

ଭୁବନେଶ୍ଵର: ମାତ୍ର କେଇଦିନ ଭିତରେ ଦର୍ଶକଙ୍କ ପ୍ରଥମ ପସନ୍ଦ ସାଜିଛି ଜୀ ସାର୍ଥକର ମେଗା ସିରିୟଲ ‘ମା ଯାହାର ସାହା’। ଗତ ଜୁଲାଇ ୧୮ ତାରିଖରୁ ପ୍ରସାରିତ ଜୀ ସାର୍ଥକର ଏହି ମେଗା ସିରିୟଲକୁ ଓଡିଶାବାସୀ ଅନେକ ଭଲପାଇବା ଦେଇଛନ୍ତି। ସୋମବାରରୁ ଶନିବାର ରାତି ୮ଟା ୩୦ରେ ପ୍ରସାରିତ ହେଉଥିବା ‘ମା ଯାହାର ସାହା’ର କାହାଣୀ ଇଶ୍ୱରଭକ୍ତି ଓ ବିଜ୍ଞାନକୁ ନେଇ ଗତିଶୀଳ। ତେବେ ଏହି କାହାଣୀକୁ ଦର୍ଶକଙ୍କ ଆଦୃତି ମିଳିଥିବା ବେଳେ ଏବେ ଏଥିରେ ଆସିବାକୁ ଯାଉଛି ନୂଆମୋଡ। ଯାହା ଦର୍ଶକଙ୍କୁ ଆହୁରି ରୋମାଞ୍ଚ ଭରିଦେବ ବୋଲି ଜୀସାର୍ଥକ ପକ୍ଷରୁ କୁହାଯାଇଛି।

ଜଣେ ମହାଦେବଙ୍କ ଅଂଶ। ଆଉ ଜଣେ ମହାକାଳୀଙ୍କ ଅଂଶରୁ ଜାତ। ଶିବ ଆଉ ପାର୍ବତୀ ଦୁହେଁ ପରସ୍ପର ପାଇଁ ଅଜଣା। ଜଣେ ମା କାଳୀଙ୍କର ଭକ୍ତ ଆଉ ଜଣେ ବିଜ୍ଞାନର। ଡାଃ ଶିବପ୍ରସାଦ ତ୍ରିପାଠୀ ଜଣେ ସୁନାମଧନ୍ୟ ଡାକ୍ତର ଅନ୍ୟପଟେ ପାର୍ବତୀ ଗୋଟିଏ ଗାଉଁଲି ଝିଅ। ହେଲେ ସଂସାର କିନ୍ତୁ ଦୁଇ ଦେବଅଂଶଙ୍କ ମିଳନ ଅପେକ୍ଷାରେ। ତେବେ ସଂଯୋଗବଶତଃ ଶିବ ପାର୍ବତୀ ଦୁହେଁ ନିକଟତର ହୋଇ ଉଭୟଙ୍କ ଭିତରେ ସୃଷ୍ଟି ହୋଇଛି ସମ୍ପର୍କ। ପ୍ରଥମେ ତିକ୍ତତାରୁ ଆରମ୍ଭ ହୋଇଥିବା ସମ୍ପର୍କ ଧିରେ ଧିରେ ମଧୁର ହେବା ଆରମ୍ଭ କରେ। କିନ୍ତୁ ଏହାରି ଭିତରେ ସେମାନଙ୍କ ସମ୍ପର୍କ ଭିତରେ ପଶି ଆସିଛି ଗାଁ ସରପଞ୍ଚ ସନାତନ। ସମ୍ପର୍କର ରାସ୍ତାରେ ସରପଞ୍ଚ ବାଧା ଦେବାରେ ସଫଳ ହେଉଛି କି ନାହିଁ ତାକୁ ନେଇ କାହାଣୀ ଆଗକୁ ବଢ଼ୁଛି।

ଗୋଟିଏ ପଟେ ପାର୍ବତୀ ସାମ୍ନାରେ ତା ପରିବାରର ଇଜ୍ଜତ ଆଉ ଗୋଟିଏ ପଟେ ଡାଃ ଶିବପ୍ରସାଦ। କାହାର ହେବ ପାର୍ବତୀ ? କଣ ସତରେ ଶିବପ୍ରସାଦଙ୍କୁ ରାସ୍ତାରୁ ହଟାଇପାରିବ ସନାତନ? ପାର୍ବତୀର ପରିବାର ଏବେ କରିବେ କଣ? ଶିବ ଓ ପାର୍ବତୀଙ୍କ ମିଳନ ପାଇଁ ଆଗକୁ କଣ ସବୁ ଘଟୁଛି ତାହା କାହାଣୀରେ ଅତି ଚମତ୍କାର ଭାବେ ଚିତ୍ରଣ କରାଯାଇଛି। ପାର୍ବତୀ ଭୂମିକାରେ ଚୁଲବୁଲି ଅଭିନେତ୍ରୀ ଜସ୍ମିନ ରଥ ଅଭିନୟ କରିଥିବା ବେଳେ ଡାଃ ଶିବପ୍ରସାଦ ଭୂମିକାରେ ନଜର ଆସିଛନ୍ତି ଆଲୋକ। ଅନ୍ୟମାନଙ୍କ ମଧ୍ୟରେ ଶକ୍ତିପ୍ରସାଦ ଭୂମିକାରେ ବିରେନ ମିତ୍ର, ଶୈଳଭାମା ଭୂମିକାରେ ଛନ୍ଦିତା ପାଢ଼ୀ ପ୍ରମୁଖ ଅଭିନୟ କରିଛନ୍ତି। ପ୍ରତ୍ୟେକ ସୋମବାରରୁ ଶନିବାର ରାତି ୮ଟା ୩୦ରେ ଜୀ ସାର୍ଥକରେ ପ୍ରସାରିତ ହେଉଛି ଏହି ଲୋକପ୍ରିୟ ଧାରାବାହିକ ‘ମା ଯାହାର ସାହା’।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଆସନ୍ତା ୧୮ ଜୁଲାଇରୁ ଜୀ ସାର୍ଥକରେ ନୂଆ ମେଗା ସିରିୟଲ ‘ମା ଯାହାର ସାହା’ 

ଭୁବନେଶ୍ବର: ଜୀ ସାର୍ଥକ ଓଡିଆ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛି ଆଉ ଏକ ନୂଆ ମେଗା ସିରିୟଲ। ‘ମା ଯାହାର ସାହା’ ନାମରେ ଏହି ନୂଆ ସିରିୟଲଟି ଆସନ୍ତା ୧୮ ଜୁଲାଇ ଠାରୁ ପ୍ରସାରିତ ହେବ। ପ୍ରତ୍ୟେକ ସୋମବାରରୁ ଶନିବାର ରାତି ୮ଟା ୩୦ରେ ଦର୍ଶକମାନେ ‘ମା ଯାହାର ସାହା’ ଦେଖିପାରିବେ। ବିଜ୍ଞାନ ଓ ଇଶ୍ୱର ଭକ୍ତିର ଅପୂର୍ବ ସଂଯୋଗ ଏହି ସିରିୟଲରେ ଦେଖିବାକୁ ମିଳିବ। ଓଡିଆ ମନୋରଂଜନ ଦୁନିଆରେ ଏହି ମେଗା ସିରିୟଲ ‘ମା ଯାହାର ସାହା’ ଏକ ବଡ ମାଇଲଖୁଣ୍ଟ ହେବ ବୋଲି ଜୀ ସାର୍ଥକ ପକ୍ଷରୁ କୁହାଯାଇଛି।

ବିଜ୍ଞାନକୁ ବିଶ୍ୱାସ କରୁଥିବା ଡା. ଶିବ ପ୍ରସାଦ ତ୍ରିପାଠୀ ଓ ମା’ କାଳୀଙ୍କ ଉପରେ ପ୍ରଗାଢ଼ ବିଶ୍ୱାସ ରଖୁଥିବା ପାର୍ବତୀ ମଧ୍ୟରେ ପ୍ରେମ ସମ୍ପର୍କକୁ ଅତି ନିଛକ ଢ଼ଙ୍ଗରେ ପରିବେଷଣ କରାଯାଇଛି। ବିଜ୍ଞାନ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଉଥିବା ଜଣେ ଦାବି କରୁଥିବା ବେଳେ ଇଶ୍ୱର ହିଁ ସର୍ବଶକ୍ତିମାନ ଓ ସାରା ସଂସାର ଇଶ୍ୱରଙ୍କ ନିର୍ଦ୍ଦେଶରେ ଚାଲେ ବୋଲି ଆଉ ଜଣେ ଦାବି କରେ ।ସେହିଭଳି ଶୈଳଭାମା ଓ ଶକ୍ତି ପ୍ରସାଦ ନାମରେ ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରିବାକୁ ଘରେ ରହିଥିବା ଖଳନାୟକମାନଙ୍କୁ ବି ବେଶ ଚମତ୍କାର ଭାବେ ଚିତ୍ରଣ କରାଯାଇଛି। ମା’ କାଳୀଙ୍କ ଆଶୀର୍ବାଦରେ କିଭଳି ସୁନା ସଂସାର ଆଗକୁ ବଢ଼େ ଓ କେଉଁ ଘଟଣା ପ୍ରଭାବିତ କରେ ତାହା ଅତି ନିଖୁଣ ଭାବେ ଦେଖାଯାଇଛି।

ଓଡିଆ ଦର୍ଶକଙ୍କ ଭାବନାକୁ ବୁଝି ପାରୁଥିବା ଜୀ ସାର୍ଥକରେ ପ୍ରସାରିତ ହେବାକୁ ଥିବା ଏହି ନୂଆ ମେଗା ସିରିୟଲରେ ପାର୍ବତୀ ଭୂମିକାରେ ଜସ୍ମିନ ରଥ ଅଭିନୟ କରିଥିବା ବେଳେ ଡା. ଶିବପ୍ରସାଦ ଭୁମିକାରେ ଆଲୋକ ଅଭିନୟ କରିଛନ୍ତି। ଶୈଳଭାମା ଚରିତ୍ରରେ ଛନ୍ଦିତା ପାଢ଼ୀ ଓ ଶକ୍ତିପ୍ରସାଦ ଭାବେ ବିରେନ ମିତ୍ର ଚମତ୍କାର ଅଭିନୟ କରିଛନ୍ତି। ଆସନ୍ତା ଜୁଲାଇ ୧୮ରୁ ପ୍ରତ୍ୟେକ ସୋମବାରରୁ ଶନିବାର ରାତି ୮ଟା ୩୦ରେ ଦେଖିବାକୁ ଭୁଲିବେନି ‘ମା ଯାହାର ସାହା’। ଏଥି ପୂର୍ବରୁ ସୁନା ଝିଅ ଧାରାବାହିକ କୁ ଦର୍ଶକମାନେ ବହୁତ ଭଲ ପାଇବା ଦେଇଛନ୍ତି। “ମା ଯାହାର ସାହା” ବି ଦର୍ଶକମାନଙ୍କ ଦ୍ଵାରା ଆଦୃତ ହେବ ବୋଲି ଜୀ ସାର୍ଥକ ର ଚ୍ୟାନେଲ ମୁଖ୍ୟ ପ୍ରତିକ ସିଲ୍ କହିଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ମେ’ ୩୦ରୁ ଜୀ ସାର୍ଥକରେ ନୂଆ ମେଗା ସିରିୟଲ ‘ସୁନାଝିଅ’

ଭୁବନେଶ୍ୱର: ଜୀ ସାର୍ଥକରେ ପୁଣି ଏକ ନୂଆ ସିରିୟଲ ଆରମ୍ଭ ହେବାକୁ ଯାଉଛି। ଯାହାର ନାଁ ରହିଛି ‘ସୁନା ଝିଅ’। ଆସନ୍ତା ମେ ୩୦ ତାରିଖରୁ ପ୍ରତ୍ୟେକ ଦିନ ସଂଧ୍ୟା ୭ଟା ୩୦ରେ ଏହା ପ୍ରସାରିତ ହେବ। ଏଥିରେ ଓଡିଆ ଘରର ନିଛକ କାହାଣୀକୁ ସ୍ଥାନ ଦିଆଯାଇଛି।

ମା’ର ସୁରକ୍ଷା ଓ ସମ୍ମାନ ପାଇଁ କିଭଳି ଝିଅ ନିଜକୁ ପ୍ରସ୍ତୁତ କରିଛି ତାହାର ଝଲକ ଏହି ମେଗା ଧାରାବାହିକରେ ଦେଖିବାକୁ ମିଳିବ। ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇ କଠିନ ପରିଶ୍ରମ ବଳରେ ଝିଅଟିଏ ନିଜ ସ୍ବପ୍ନ ପୂରଣ କରିବା ସହ ଗୃହିଣୀ ମାଆ ପାଇଁ ଓ ସମାଜ ପାଇଁ ସୁନାଝିଅ ହେବା ଛୋଟିଆ କଥା ନୁହେଁ। ଯାହା କରିବାକୁ ଚେଷ୍ଟା କରିଛି ଝିଅଟିଏ। ପ୍ରକୃତରେ ଝିଅଟି ‘ସୁନାଝିଅ’ ହୋଇପାରୁଛି କି ନାହିଁ ତାହା ଏଥିରେ ଦେଖିବାକୁ ମିଳିବ। ଧାରାବାହିକରେ ଅର୍ପିତା କରଙ୍କୁ ମା ଭୂମିକାରେ ଦେଖିବାକୁ ମିଳିବ। ଝିଅ ଭୂମିକାରେ ନଜର ଆସିବେ ରଜ କୁଇନ୍ ୨୦୨୨ର ପ୍ରତିଯୋଗୀ ଅଙ୍କିତାଙ୍କୁ। ଅନ୍ୟପଟେ ମଡେଲ ମାନସଙ୍କୁ ମଧ୍ୟ ଏଥିରେ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ।

ଓଡିଆ ଦର୍ଶକଙ୍କୁ ପୂର୍ବରୁ ଅନେକ ମେଗା ସିରିୟଲ ଭେଟି ଦେଇଛି ଜୀ ସାର୍ଥକ। ଏବେ ପୁଣି ଆସନ୍ତା ୩୦ ତାରିଖରୁ ପ୍ରତ୍ୟେକ ଦିନ ସଂଧ୍ୟା ୭ଟା ୩୦ରେ ଏହା ପ୍ରସାରିତ ହେବାକୁ ଥିବା ବେଳେ ଏହି ନୂଆ ମେଗା ଧାରାବାହିକ ପୁଣିଥରେ ଟେଲି ଦୁନିଆରେ ଧମାଲ କରିବ ବୋଲି କୁହାଯାଇପାରେ।