Categories
ଆଜିର ଖବର ଖେଳ ଜାତୀୟ ଖବର

ଆଜି ଏସୀୟ ଦିବ୍ୟାଙ୍ଗ କ୍ରୀଡାରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡାବିତ୍‌ମାନଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ ପ୍ରାୟ ସାଢେ ଚାରିଟାରେ ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମଠାରେ ପାରା ଏସୀୟ କ୍ରୀଡାରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡାବିତ୍‌ମାନଙ୍କ ସହ କଥାବାର୍ତ୍ତା କରି ସେମାନଙ୍କୁ ସମ୍ବୋଧିତ କରିବେ । ଏସୀୟ ପାରା ଗେମ୍‌ସ-୨୦୨୨ରେ ଅଂଶଗ୍ରହଣ କରି ଅସାଧାରଣ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିଥିବା କ୍ରୀଡାବିତ୍‌ମାନଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ସେମାନଙ୍କୁ ଭବିଷ୍ୟତ ପ୍ରତିଯୋଗିତା ପାଇଁ ପ୍ରେତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏସୀୟ ପାରା ଗେମ୍‌ସ୍ -୨୦୨୨ରେ ଭାରତ ୨୯ଟି ସ୍ୱର୍ଣ୍ଣପଦକ ସମେତ ମୋଟ ୧୧୧ଟି ପଦକ ବିଜୟୀ ହୋଇଛି ।  ପୂର୍ବ ଏସୀୟ ପାରା ଗେମ୍‌ସ-୨୦୧୮ ତୁଳନାରେ ଏଥର ପଦକ ସଂଖ୍ୟା ଶତକଡା ୫୪ଭାଗ ବୃଦ୍ଧି ଘଟିଛି  ଓ ୨୦୧୮ରେ ଜିତିଥିବା ସ୍ୱର୍ଣ୍ଣପଦକ ତୁଳନାରେ ଏହା ଦୁଇଗୁଣ ଅଧିକ ।

କାର୍ଯ୍ୟକ୍ରମରେ କ୍ରୀଡାବିତ, ସେମାନଙ୍କ ପ୍ରଶିକ୍ଷକ, ଭାରତୀୟ ପାରା ଅଲିମ୍ପିକ କମିଟି, ଭାରତୀୟ ଅଲିମ୍ପିକ ସଂଘର କର୍ମକର୍ତ୍ତା, ଜାତୀୟ କ୍ରୀଡା ମହାସଂଘର ପ୍ରତିନିଧିଗଣ ଏବଂ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରଣାଳୟର ଅଧିକାର ବୃନ୍ଦ ଯୋଗଦେବେ ।

Categories
ଆଜିର ଖବର ଜାତୀୟ ଖବର

ଭାରତୀୟ କ୍ରୀଡାବିତଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ ଠାରେ ଏସୀୟ କ୍ରୀଡ଼ା ୨୦୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡ଼ାବିତ୍ ମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ସମ୍ବୋଧିତ କରିବେ।

ଏସୀୟ କ୍ରୀଡ଼ା ୨୦୨୨ରେ ଉଲ୍ଲେଖନୀୟ ସଫଳତା ପାଇଁ କ୍ରୀଡାବିତ୍ ମାନଙ୍କୁ ଅଭିନନ୍ଦନ ଜଣାଇବା ଏବଂ ଭବିଷ୍ୟତ ପ୍ରତିଯୋଗିତା ପାଇଁ ସେମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମ ହେଉଛି ଏକ ପ୍ରୟାସ। ୨୦୨୨ ଏସୀୟ କ୍ରୀଡ଼ାରେ ଭାରତ ୨୮ ଟି ସ୍ୱର୍ଣ୍ଣ ପଦକ ସମେତ ମୋଟ ୧୦୭ ପଦକ ଜିତିଛି। ସମୁଦାୟ ପଦକ ସଂଖ୍ୟା ଦୃଷ୍ଟିରୁ ଏସୀୟ କ୍ରୀଡ଼ାରେ ଏହା ହେଉଛି ଭାରତର ଶ୍ରେଷ୍ଠ ପ୍ରଦର୍ଶନ।

ଏହି କାର୍ଯ୍ୟକ୍ରମରେ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଭାରତୀୟ ଦଳର କ୍ରୀଡ଼ାବିତ୍‌, ସେମାନଙ୍କ ପ୍ରଶିକ୍ଷକ, ଭାରତୀୟ ଅଲିମ୍ପିକ୍ ସଂଘର ଅଧିକାରୀ, ଜାତୀୟ କ୍ରୀଡ଼ା ମହାସଂଘର ପ୍ରତିନିଧି ମାନଙ୍କ ସମେତ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ଅଧିକାରୀମାନେ ମଧ୍ୟ ଯୋଗ ଦେବେ।