Categories
ଆଜିର ଖବର ରାଜ୍ୟ ଖବର

ଆଜି ଶ୍ରୀରାମ ନବମୀ ଦିବସରେ ଶୁଭାରମ୍ଭ ହେବ ଭଦ୍ରକ-ନୟାଗଡ଼ ଟାଉନ-ଭଦ୍ରକ ମେମୁ ଟ୍ରେନ୍

ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ତଥା ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୩୦ ମାର୍ଚ୍ଚ ୨୦୨୩ ଶ୍ରୀରାମ ନବମୀ ଦିବସରେ ଭଦ୍ରକ-ନୟାଗଡ଼ ଟାଉନ-ଭଦ୍ରକ ମେମୁ ଟ୍ରେନର ଶୁଭାରମ୍ଭ ଅବସରରେ କଟକ ରେଳ ଷ୍ଟେସନ ଠାରେ ସବୁଜ ପତାକା ପ୍ରଦର୍ଶନ କରାଇ ଶୁଭାରମ୍ଭ କରିବେ। ଶୁଭାରମ୍ଭ ଦିବସରେ ଏହି ଟ୍ରେନ୍ କଟକ ଷ୍ଟେସନରୁ ଛାଡିବ କିନ୍ତୁ ଏହି ଟ୍ରେନ ର ନିୟମିତ ସେବା ୩୧ ମାର୍ଚ୍ଚ ୨୦୨୩ରୁ ଉଭୟ ପାର୍ଶ୍ୱରୁ ପ୍ରାରମ୍ଭ କରାଯିବ।

ଏହି ଟ୍ରେନ ର ପ୍ରଚଳନ ଉଭୟ ଭଦ୍ରକ ଏବଂ ନୟାଗଡ଼ ଜିଲ୍ଲାର ଲୋକଙ୍କ ଆକାଂକ୍ଷାକୁ ପୂରଣ କରିପାରିବ। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳ ଷ୍ଟେସନର ପୁନଃ ବିକାଶର ଭିତ୍ତିପ୍ରସ୍ତର ସମାରୋହରେ ଭଦ୍ରକରୁ ଭୁବନେଶ୍ୱର ଅଭିମୁଖେ ଏକ ନୂତନ ଟ୍ରେନ୍ ଚଳାଚଳ କରାଇବାକୁ ଘୋଷଣା କରିଥିଲେ। ଏହି ଅଞ୍ଚଳର ଯାତ୍ରୀମାନଙ୍କ ଆରାମ ତଥା ସୁବିଧା ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିରନ୍ତର ପ୍ରଚେଷ୍ଟାର ଏହା ହେଉଛି ଫଳାଫଳ। ମଧ୍ୟବର୍ତ୍ତୀ ଷ୍ଟେସନ ମାନଙ୍କରେ ଟ୍ରେନ ବଦଳାଇବା ପରିବର୍ତ୍ତେ ଏହି ଟ୍ରେନ ସିଧା ସଳଖ ଭାବେ ଯାତ୍ରା ପାଇଁ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣଙ୍କୁ ସୁବିଧା ଯୋଗାଇବ। ଏହି ନୂତନ ଟ୍ରେନ୍ ଏହାର ଶୁଭାରମ୍ଭ ଦିନରେ ଅର୍ଥାତ୍ ୩୦ ମାର୍ଚ୍ଚ ୨୦୨୩ ରେ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଚଳାଚଳ କରିବ।

୦୮୫୫୫/୦୮୫୫୬ ଭଦ୍ରକ-ନୟାଗଡ଼ ଟାଉନ୍-ଭଦ୍ରକ୍ ମେମୁ ଟ୍ରେନ ଭଦ୍ରକରୁ ସକାଳ ୦୫ଘ.୪୫ମି.ରେ ଛାଡି ପୂର୍ବାହ୍ନ ୧୧ଘ.୫୫ମି.ରେ ନୟାଗଡ଼ ଟାଉନରେ ପହଞ୍ଚିବ। ଫେରିବା ମାର୍ଗରେ ନୟାଗଡ଼ ଟାଉନରୁ ଏହି ଟ୍ରେନ୍ ଅପରାହ୍ନ ୦୫ଘ.୦୫ମି.ରେ ଛାଡି ଭଦ୍ରକ ଠାରେ ରାତ୍ରି ୧୦ଘ.୪୫ମି.ରେ ପହଞ୍ଚିବ। ଏହି ଟ୍ରେନ୍ ଉଭୟ ଦିଗରୁ ଭଦ୍ରକ ଏବଂ ନୟାଗଡ଼ ଟାଉନ୍ ମଧ୍ୟରେ ଥିବା ସମସ୍ତ ଷ୍ଟେସନ୍ ଏବଂ ପାସେଞ୍ଜର ହଲ୍ଟ ମାନଙ୍କରେ ରହଣି କରିବ।

Categories
ଆଜିର ଖବର ରାଜ୍ୟ ଖବର

ସିସିଟିଭି ଏବଂ ଆଧୁନିକ ସୁବିଧାଗୁଡ଼ିକ ସହିତ ଭୁବନେଶ୍ୱର-ନୟାଗଡ଼ ଟାଉନ୍ ମେମୁ

ଭୁବନେଶ୍ଵର: ଭୁବନେଶ୍ୱର-ନୟାଗଡ଼ ଟାଉନ ମେମୁ ଟ୍ରେନ ରେ ସିସିଟିଭି ପର୍ଯ୍ୟବେକ୍ଷଣ ସହିତ ଆଧୁନିକ ସୁବିଧା ଯୋଗାଇ ଦିଆଯାଇଛି। ଟ୍ରେନ୍ ସମ୍ବନ୍ଧୀୟ ସୂଚନା ପାଇଁ ଜିପିଏସ୍ ଆଧାରିତ ପାସେଞ୍ଜର ଇନଫରମେସନ୍ ସିଷ୍ଟମ୍ ଏବଂ ପାସେଞ୍ଜର ଆଡ୍ରେସ ସିଷ୍ଟମ୍, ଭିତର ପ୍ୟାନେଲଗୁଡିକ ମଧ୍ୟ ଫାଇବର-ସଶକ୍ତ ପ୍ଲାଷ୍ଟିକ୍ (FRP) ଦ୍ୱାରା ନିର୍ମାଣ କରାଯାଇଅଛି ଯାହାକି ଏକ ମନୋରମ ସୌନ୍ଦର୍ଯ୍ୟ ଦୃଶ୍ୟ ପ୍ରଦାନ କରାଇବ।

ଏହି ଟ୍ରେନ ଷ୍ଟେନଲେସ୍ ଷ୍ଟିଲ୍ ଦ୍ୱାରା ନିର୍ମିତ ଏବଂ ବାୟୁ ପ୍ରତିରୋଧକୁ ହ୍ରାସ କରିବା ପାଇଁ ଏରୋଡାଇନାମିକ୍ ଆକୃତିର ଷ୍ଟେନଲେସ୍ ଷ୍ଟିଲ୍ ଏବଂ ଅଗ୍ର ଭାଗ ଗୁଡିକ ବାୟୁ ପ୍ରତିରୋଧ କରିଥାଏ ଯାହାଦ୍ୱାରା ଶକ୍ତି ସଞ୍ଚୟ ହୁଏ। ଏର୍ଗୋନୋମିକ୍ FRP ଡ୍ରାଇଭ୍ ଡେସ୍କ ଏକ ଉତ୍ତମ ଦୃଶ୍ୟ ଏବଂ ଟ୍ରେନ ପରିଚାଳନା ପାଇଁ ସହଜ କରାଇଥାଏ। ଜର୍କ ମୁକ୍ତ ଯାତ୍ରା ପାଇଁ ଏୟାର ସସପେନ୍ସ ମନିଟରିଂ ସିଷ୍ଟମ ଏବଂ ଶୀତତାପ ନିୟନ୍ତ୍ରିତ ଡ୍ରାଇଭର କ୍ୟାବିନ ଡ୍ରାଇଭରର ଆରାମକୁ ନିଶ୍ଚିତ କରାଇଥାଏ।

ଏହି ମେମୁ ଟ୍ରେନ୍ ରେ ନିରାପଦ ଯାତ୍ରା ପାଇଁ ଷ୍ଟେନଲେସ୍ ଷ୍ଟିଲ୍ ସ୍ଲିପ୍ ଫ୍ରି ଚଟାଣ, ଆରାମଦାୟକ ଯାତ୍ରା ପାଇଁ କୁସନ ଯୁକ୍ତ ବେଞ୍ଚ, ସୁରକ୍ଷିତ ଏବଂ ସହଜ ଭାବେ ଗୋଟିଏ କୋଚ ରୁ ଅନ୍ୟ କୋଚ୍ ଭ୍ରମଣ ପାଇଁ କୋଚ୍ ମଧ୍ୟରେ ବ୍ୟାପକ ଭେଷ୍ଟିବୁଲ୍, ଯାତ୍ରୀଙ୍କ ସହଜ ପ୍ରବେଶ ଏବଂ ପ୍ରସ୍ଥାନ ପାଇଁ ହାଲୁକା ଆଲୁମିନିୟମ୍ ଦ୍ୱୈତ ସ୍ଲାଇଡିଂ କବାଟ ଅଛି। ଉନ୍ନତ ଯାତ୍ରା ପାଇଁ ସେକେଣ୍ଡାରୀ ସସ୍ପେନସନ ବଗି, ଉନ୍ନତ ହ୍ୟାଣ୍ଡ ହୋଲଡ଼ ଏବଂ ଷ୍ଟେନଲେସ୍ ଷ୍ଟିଲ୍ ମଡ୍ୟୁଲାର୍ ଟଏଲେଟ୍ ସହିତ ବାୟୋ-ଧାରଣ ଏବଂ ଟ୍ରାକ୍ ଉପରେ ସ୍ପିଲେଜ୍ ରୋକିବା, ଏଲଇଡି ଲାଇଟ୍, ଷ୍ଟେନଲେସ୍ ଷ୍ଟିଲ୍ ଲଗେଜ୍ ରେକ୍, ଆଭ୍ୟନ୍ତରୀଣ ସାଜସଯ୍ୟରେ ଫାଇବର ରିଫୋର୍ଡ ପ୍ଲାଷ୍ଟିକ୍ (FRP) ସ୍ଥାନ ଇତ୍ୟାଦି ଯୋଗାଇ ଦିଆଯାଇଅଛି।

ଏହି ମେମୁ ରେକ୍ ଆଠଟି କୋଚକୁ ନେଇ ଗଠିତ ଏବଂ ଏଥିରେ ଛିଡ଼ାହୋଇ ଯାତ୍ରା କରୁଥିବା ଯାତ୍ରୀଙ୍କ ବ୍ୟତୀତ 614 ଜଣ ବସିକି ଯାତ୍ରା କରିପାରିବେ। ଏହି ମେମୁ 25 kv AC ଓଭରହେଡ୍ ଟ୍ରାକ୍ସନ୍ ଉପରେ ପରିଚାଳିତ ଏବଂ ଏଥିରେ 3 ଟି ପର୍ଯ୍ୟାୟ ଅନ୍-ବୋର୍ଡ ସ୍ୱଦେଶୀ ବୈଦ୍ୟୁତିକ ଟ୍ରାକ୍ସନ୍ ସିଷ୍ଟମ୍ ଅଛି, ଯାହା 35% ପର୍ଯ୍ୟନ୍ତ ଶକ୍ତି ସଞ୍ଚୟ କରିବା ସହିତ ଉଇଂଣ୍ତ ମାନର ବ୍ରେକିଂ ସିଷ୍ଟମ୍ ଦ୍ୱାରା ଉପଲବଶ କରାଯାଇଅଛି।