Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ମେ ମାସର ପ୍ରଥମ ଦିନରୁ ମହଙ୍ଗା ମାଡ, ବୃଦ୍ଧି ହେଲା ଏଲପିଜି ସିଲିଣ୍ଡରର ମୂଲ୍ୟ

ନୂଆଦିଲ୍ଲୀ: ମେ’ର ପ୍ରଥମ ଦିନରେ ସାଧାରଣ ଜନତା ପୁଣି ଥରେ ମହଙ୍ଗା ମାଡର ଶିକାର ହୋଇଛନ୍ତି। ତୈଳ କମ୍ପାନୀଗୁଡିକ ଏଲପିଜି ଗ୍ୟାସର ମୂଲ୍ୟ ୧୦୨.୫୦ ଟଙ୍କା ବୃଦ୍ଧି କରିଛନ୍ତି। ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡର ଉପରେ ଏହି ମୂଲ୍ୟ ବୃଦ୍ଧି କରାଯାଇଛି। ମୂଲ୍ୟ ବୃଦ୍ଧି ପରେ, ବର୍ତ୍ତମାନ ଏହି ସିଲିଣ୍ଡରର ମୂଲ୍ୟ ୨୩୫୫.୫୦ ଟଙ୍କାକୁ ବୃଦ୍ଧି ପାଇଛି, ଯାହା ପୂର୍ବରୁ ୨୨୫୩ ଟଙ୍କା ଥିଲା।

ଏଥି ସହିତ, ୫ କିଲୋଗ୍ରାମ ELPG ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନ ୬୫୫ ଅଟେ। ଏହାପୂର୍ବରୁ ଏପ୍ରିଲ୍ ମାସର ପ୍ରଥମ ଦିନ LPG ସିଲିଣ୍ଡରର ମୂଲ୍ୟ ୨୫୦ ଟଙ୍କା ବୃଦ୍ଧି କରାଯାଇଥିଲା।

Categories
ଆଜିର ଖବର ଧର୍ମ

ଆଜିଠାରୁ ଆରମ୍ଭ ହେଲା ମେ ମାସ, ଜାଣନ୍ତୁ ଏହି ମାସରେ କଣ ରହିଛି ପର୍ବପର୍ବାଣୀ

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ମେ ମାସ। ଏହି ମାସରେ ରହିଛି ଅନେକ ପବିତ୍ର ଦିନ। ଯାହା ଅନେକଙ୍କୁ ଜଣା ନ ଥାଏ। ତେବେ ଏହି ମାସରେ ଏପରି ଏକ ଦିନ ଅଛି ଯାହାକୁ ସମସ୍ତେ ଅପେକ୍ଷା କରିଥାନ୍ତି। ଆସନ୍ତୁ ଜାଣିବା ଏହି ମାସରେ କଣ କଣ ପର୍ବ ପର୍ବାଣୀ ରହିଛି।

ଶ୍ରମିକ ଦିବସ- ମେ 1 ତାରିଖକୁ ସାଧାରଣତଃ ଶ୍ରମିକ ଦିବସ ଭାବେ ପାଳନ କରାଯାଇଥାଏ। ଏହି ଦିନ ସରକାରୀ ଛୁଟି ଥାଏ।

ଅକ୍ଷୟ ତୃତୀୟା- ମେ 3 ତାରିଖରେ ପଡୁଛି ଅକ୍ଷୟ ତୃତୀୟା। ଏହା ହେଉଛି ଏକ ହିନ୍ଦୁ କ୍ୟାଲେଣ୍ଡରରେ ବଡ ଦିନ। କାରଣ ଏହି ଦିନ ସମସ୍ତ ଶୁଭ କାର୍ଯ୍ୟ ଅନୁକୂଳ କରାଯାଇଥାଏ। ଲୋକମାନେ ବିଭିନ୍ନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହି ଦିନକୁ ଅପେକ୍ଷା କରି ରହିଥାନ୍ତି।

ରଥ ଅନୁକୂଳ- ମେ 3 ତାରିଖ ଅକ୍ଷୟ ତୃତୀୟାରେ ପ୍ରଭୃ ଶ୍ରୀଜଗନ୍ନାଥଙ୍କ ରଥ କାମ ଅନୁକୂଳ ହୋଇଥାଏ। ଏହି ଦିନ ଜଗନ୍ନାଥ ସଂସ୍କୃତିରେ ଶୁଭ କାମ ଆରମ୍ଭ ହେଉଥିବାରୁ ରଥ ଅନୁକୂଳ କରାଯାଇଥାଏ। ସେଥିପାଇଁ ଓଡିଆ ସଂସ୍କୃତିରେ ଏହି ଦିନ ବିଭିନ୍ନ ଶୁଭକାମ ଆରମ୍ଭ ହେବାର ପରଂପରା ରହିଛି।

ଚନ୍ଦନ ଯାତ୍ରା- ଏହି ମେ 3 ତାରିଖରେ ମଧ୍ୟ ଆରମ୍ଭ ହେବ ଚନ୍ଦନ ଯାତ୍ରା। ପ୍ରଭୃ ପୁରୀର ନରେନ୍ଦ୍ର ପୋଖରୀରେ ନୌକା ବିହାର କରିବେ।

ସୀତା ନବମୀ-  ମେ 10 ତାରିଖରେ ପଡୁଛି ସୀତା ନବମୀ। ରାମ ନବମୀରେ ପ୍ରଭୃ ଶ୍ରୀରାମ ଜନ୍ମ ଗ୍ରହଣ କରିଥିବା ବେଳେ ବୈଶାଖ ମାସ ନବମୀରେ ସୀତା ଜନ୍ମ ଗ୍ରହଣ କରିଥିଲେ। ସେଥିପାଇଁ ଏହିଦିନକୁ ସୀତା ନବମୀ ଭାବେ ପାଳନ କରାଯାଉଛି।

ନୃସିଂହ ଜନ୍ମ- ମେ 14 ତାରିଖରେ ପଡୁଛି ନୃସିଂହ ଚତୁର୍ଦ୍ଦଶୀ। ଏହି ଦିନ ସଂନ୍ଧ୍ୟା ସମୟରେ ଭଗବାନ ନୃସିଂହ ଅବତାର ଧାରଣ କରି ହିରଣ୍ୟକଷ୍ୟପୁଙ୍କୁ ବଧ କରିଥିଲେ। ଏହି ଦିନକୁ ସ୍ମରଣୀୟ କରି ରଖିବାକୁ ହିନ୍ଦୁମାନେ ନୃସିଂହ ଉପାସନା କରିଥାନ୍ତି। ଏପରିକି ସନ୍ଧ୍ୟା ସମୟରେ ଶ୍ରୀମନ୍ଦିରରେ ମଧ୍ୟ ନୃସିଂହ ଜନ୍ମନୀତି ସମ୍ପନ୍ନ ହୋଇଥାଏ।

ବୃଷ ସଂକ୍ରାନ୍ତି- ମେ 15 ତାରିଖରେ ପଡୁଛି ବୃଷ ସଂକ୍ରାନ୍ତି। ଏହି ସଂକ୍ରାନ୍ତିରେ ସୂର୍ଯ୍ୟ ଦେବ ରାଶି ପରିବର୍ତ୍ତନ କରି ବୃଷ ରାଶିରେ ପ୍ରବେଶ କରିବେ।

ଚନ୍ଦନ ପୂର୍ଣ୍ଣିମା/ ବୁଦ୍ଧ ଜୟନ୍ତୀ- ମେ 16 ତାରିଖରେ ପଡୁଛି ଚନ୍ଦନ ପୂର୍ଣ୍ଣିମା ଓ ବୁଦ୍ଧ ଜୟନ୍ତୀ। ଏହି ଦିନ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା ଶେଷ ପର୍ଯ୍ୟାୟରେ ପହଞ୍ଚିଥାଏ। ଏଥିସହିତ ଏହିଦିନ ବୈଦ୍ଧ ଧର୍ମାଲମ୍ବୀଙ୍କ ପାଇଁ ବଡ ପବିତ୍ର ଦିନ।

ସାବିତ୍ରୀ ବ୍ରତ- ଏଥର ସାବିତ୍ରୀ ବ୍ରତ ବା ଅମବାସ୍ୟା ମେ ମାସ 30 ତାରିଖରେ ପଡୁଛି। ଏହି ବ୍ରତ ଓଡିଆ ନାରୀମାନଙ୍କ ପାଇଁ ଏକ ବିଶେଷ ପର୍ବ। ଏହିଦିନ ସଧବା ନାରୀମାନେ ସ୍ବାମୀଙ୍କ ମଙ୍ଗଳ କାମନା କରି ମା ସାବିତ୍ରୀଙ୍କୁ ପୂଜା କରି ଉପବାସ ରହିଥାନ୍ତି।