Categories
ଅପରାଧ ଆଜିର ଖବର ଜାତୀୟ ଖବର

ବିଷାକ୍ତ ମଦ ପିଇ ୮ ମୃତ, ୨୫ ଡାକ୍ତରଖାନାରେ ଭର୍ତ୍ତି

ପାଟନା: ବିହାରର ମୋତିହାରୀରେ ବିଷାକ୍ତ ମଦ ପିଇ ୮ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ରହିଛି। ଏଥିସହ ଅନ୍ୟ ୨୫ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ, ମୋତିହାରୀର ଲକ୍ଷ୍ମୀପୁର ପହାଡପୁରରେ ବିଷାକ୍ତ ମଦ ପିଇ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାୟ ୨୫ ଜଣ ଲୋକ ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହାପୂର୍ବରୁ ବିହାରରେ ବିଷାକ୍ତ ମଦ ପିଇ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି।

ବିଷାକ୍ତ ମଦ ମୃତ୍ୟୁ ଯୋଗୁଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ବିହାର ବିଜେପି କଡ଼ା ଟାର୍ଗେଟ କରିଛି। ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ସରକାର ଏବଂ ବିରୋଧୀ ଭାରତୀୟ ଜନତା ପାର୍ଟି (ବିଜେପି) ଗତ ବର୍ଷ ସାରଣ ଜିଲ୍ଲାରେ ମଦ ପିଇ ୪୦ ଜଣଙ୍କ ମୃତ୍ୟୁ ସମ୍ପର୍କରେ ଜାତୀୟ ମାନବ ଅଧିକାର ଆୟୋଗ (NHRC) ଙ୍କ ରିପୋର୍ଟକୁ ନେଇ ବିବାଦ ଲାଗି ରହିଥିଲା। ଏହି NHRC ରିପୋର୍ଟରେ ସାରଣ ବିଷାକ୍ତ ମଦ ମାମଲା ପାଇଁ ପ୍ରଶାସନକୁ ଦାୟୀ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଇଟା ଭାଟିରେ ବିସ୍ଫୋରଣ, ୭ ମୃତ, ପ୍ରଧାନମନ୍ତ୍ରୀଙ୍କ ସହାୟତା ରାଶି ଘୋଷଣା

ନୂଆଦିଲ୍ଲୀ: ବିହାରର ମୋତିହାରୀରେ ଏକ ବଡ ଦୁର୍ଘଟଣା ଘଟିଛି। ରାମଗଢୱା ନରିଲଗିରିରେ ଥିବା ଇଟା ଭାଟିରେ ବିସ୍ଫୋରଣ ଘଟିଛି। ଇଟାଭାଟିର ଚିମିନିରେ ବିସ୍ଫୋରଣ ହେତୁ ୭ ଜଣଙ୍କର ମୃତ୍ୟୁ ହୋଇଛି। ୨ ଡଜନରୁ ଅଧିକ ଲୋକ ପୋତି ହୋଇଥିବା ଆଶଙ୍କା କରାଯାଉଛି। ୧୬ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଏହି ଘଟଣା ପରେ ଆଖପାଖର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ସ୍ଥାନୀୟ ପୋଲିସ ଓ ଅଧିକାରୀଙ୍କ ଏକ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଆହତଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି। ଆଖପାଖର ଲୋକମାନେ କହିଛନ୍ତି ଯେ, ବିସ୍ଫୋରଣର ଶବ୍ଦ ବହୁ ଦୂରରୁ ଶୁଣିବାକୁ ମିଳିଥିଲା। ବିହାର ପୋଲିସ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଦୁର୍ଘଟଣା ପରେ ଏସଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ୪ ଜଣ ସ୍ଥାନୀୟ ଲୋକ ଏବଂ ୩ ଜଣ ଉତ୍ତରପ୍ରଦେଶର ବାସିନ୍ଦା ଅଛନ୍ତି।

ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟରରେ ଲେଖିଛନ୍ତି ଯେ, “ମୋତିହାରୀର ଇଟାଭାଟି ଦୁର୍ଘଟଣାରେ ପ୍ରାଣ ହରାଇବାରୁ ମୁଁ ବ୍ୟଥିତ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି। ଆହତଙ୍କ ପାଇଁ ପ୍ରାର୍ଥନା କରୁଛି। PMNRF ପ୍ରତ୍ୟେକଙ୍କ ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବ ଏବଂ ଆହତମାନଙ୍କୁ ୫୦ ହଜାର ଲେଖାଏଁ ସହାୟତା ରାଶି ଦିଆଯିବ।