Categories
ଜାତୀୟ ଖବର ବିଶେଷ ଖବର

ମୋଦି ସରକାରଙ୍କୁ ପୁରିଲା 7 ବର୍ଷ, ଉତ୍ସବ ହେବ ନାହିଁ, ସ୍ମରଣୀୟ ପାଇଁ କରିବେ ଭିନ୍ନ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ, ମେ 30 ତାରିଖରେ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦି। ଲଗାତର ଭାବେ ସେ ଦୁଇଥର ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି। ମେ 30 ତାରିଖକୁ ସାତ ବର୍ଷ ପୁରଣ ହେଉଛି। ହେଲେ ଏଥର କେନ୍ଦ୍ର ସରକାର କିମ୍ବା ବିଜେପି ବର୍ଷପୂର୍ତ୍ତି ପାଳନ କରିବେ ନାହିଁ।

କୋଭିଡ -19 ମହାମାରୀ ଯୋଗୁଁ ଏହି ଉତ୍ସବ କରାଯିବ ନାହିଁ ବୋଲି ଭାରତୀୟ ଜନତା ପାର୍ଟି ତରଫରୁ ସୂଚନା ଦିଆଯାଇଛି।  ପାର୍ଟିର ନେତା ତଥା କାର୍ଯ୍ୟକର୍ତ୍ତାମାନେ ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଦେଶର ଏକ ଲକ୍ଷ ଗାଁରେ କରୋନାରୁ ବିଷୟରେ ସଚେତନତା ତଥା ରିଲିଫ ଅପରେସନ୍ ଭଳି କାର୍ଯ୍ୟକ୍ରମ ଆୟୋଜନ କରିବେ।

ଗାଁର ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ବିଜେପି ଏହାର ନେତା ଓ କର୍ମୀଙ୍କୁ ଦାୟିତ୍ବ ଦେଇଛି। ଅନ୍ତତଃ ପକ୍ଷେ ଦୁଇଟି ଗ୍ରାମରେ ଏହି ଅଭିଯାନରେ ଯୋଗଦେବାକୁ କେନ୍ଦ୍ର ମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ, ସାଂସଦ ଏବଂ ବିଧାୟକମାନଙ୍କୁ କୁହାଯାଇଛି।

ଏହି ଅବସରରେ ଦଳର ନେତାମାନେ ସାନିଟାଇଜର, ମାସ୍କ, ଅକ୍ସିମିଟର ଏବଂ ଅନ୍ୟାନ୍ୟ କରୋନା ସମ୍ବନ୍ଧୀୟ ସାମଗ୍ରୀ ଲୋକଙ୍କୁ ବଣ୍ଟନ କରିବେ। କୋଭିଡ 19 କାରଣରୁ ପିତାମାତା ହରାଇଥିବା ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ବିଜେପି ସଭାପତି ଜଗତ ପ୍ରକାଶ ନାଡ୍ଡା ବିଜେପି ଶାସିତ ରାଜ୍ୟମାନଙ୍କୁ ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିବାକୁ କହିଛନ୍ତି।