Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

BREAKING NEWS: ଆସନ୍ତାକାଲିଠାରୁ ଦେଶରେ ଆରମ୍ଭ ହେବ 5ଜି ସେବା

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତରେ ଟେଲିକମ କ୍ଷେତ୍ରରେ ଏକ ନୂଆ ବିପ୍ଲବ ସୃଷ୍ଟି ହେବାକୁ ଯାଉଛି। ତାହା ହେଲା ଆସନ୍ତାକାଲି ଦେଶରେ ଶୁଭାରମ୍ଭ ହେବ ବହୁ ପ୍ରତୀକ୍ଷିତ 5ଜି ସେବା। ଏହି ସେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପ୍ରଗତୀ ମଇଦାନରେ ଆସନ୍ତାକାଲି ଦିନ 10ଟାରେ ଶୁଭାରମ୍ଭ କରିବେ।

ଆସନ୍ତାକାଲି ପ୍ରଗତୀ ମଇଦାନରେ ‘ଭାରତୀୟ ମୋବାଇଲ କଂଗ୍ରେସ’ର ଉଦଘାଟନ କରି ଏହି ସେବାର ଶୁଭାରମ୍ଭ ହେବ। ସେଥିପାଇଁ ଭାରତ ଟେଲିକମ ବିଭାଗ ତରଫରୁ ସମସ୍ତ ପ୍ରସ୍ତୁତି କରାଯିବା ସହିତ ଘରୋଇ କଂପାନୀକୁ ଅବଗତ କରାଯାଇଛି। ଏହି ମୋବାଇଲ କଂଗ୍ରେସ ଆସନ୍ତାକାଲିଠାରୁ ଚାରିଦିନ ଧରି ଚାଲିବ। ଏଥର ଥିମ ରହିଛି ନ୍ୟୁ ଡିଜିଟାଲ ୟୁନିଭର୍ସ। ଏହି ସମ୍ମିଳନୀରେ ଦେଶର ଖ୍ୟାତନାମ ଟେଲିକମ କଂପାନୀର ମୁଖ୍ୟମାନେ ଯୋଗଦେବେ।