Categories
ଅପରାଧ ଆଜିର ଖବର ଜାତୀୟ ଖବର

ପୁଣି ଗିରଫ ହେଲେ ଟିଏମସି ନେତା ସାକେତ ଗୋଖଲେ, ମୋର୍ବି ଅଭିମୁଖେ ଦଳୀୟ ନେତାଙ୍କ ଏକ ଟିମ୍

ନୂଆଦିଲ୍ଲୀ: ଟିଏମସି ନେତା ସାକେତ ଗୋଖଲେଙ୍କୁ ପୁଣି ଗିରଫ କରାଯାଇଛି। ଜାମିନ ପାଇବାର କିଛି ଘଣ୍ଟା ପରେ ତାଙ୍କୁ ମୋର୍ବି ପୋଲିସ ଗିରଫ କରିଛି। ତାଙ୍କୁ ଗୁଜରାଟର ମୋର୍ବି ନିଆଯାଇଛି।

୫ ଟିଏମସି ନେତାଙ୍କ ଏକ ଦଳ ସାକେତ ଗୋଖଲେଙ୍କ ସମର୍ଥନରେ ମୋର୍ବି ଯାଉଛନ୍ତି। ଏହି ଦଳରେ ଡୋଲା ସେନ୍, ଖଲିଲୁର ରହମାନ, ଅସିତ କୁମାର, ଡକ୍ଟର ଶାନ୍ତନୁ ସେନ୍ ଏବଂ ସୁନୀଲ କୁମାର ମଣ୍ଡଳ ଅନ୍ତର୍ଭୁକ୍ତ। ଟିଏମସି ନେତା ଡେରେକ ଓ’ବ୍ରାଇନ୍ ଅଭିଯୋଗ କରିଛନ୍ତି ଯେ, ସାକେତ ଗୋଖଲେଙ୍କୁ କୌଣସି ବିଜ୍ଞପ୍ତି କିମ୍ବା ୱାରେଣ୍ଟ ବିନା ଗିରଫ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଏକ ଜାଲ୍ ଟୁଇଟ୍ ଅଭିଯୋଗରେ ସାକେତ ଗୋଖଲେଙ୍କୁ ମଧ୍ୟ ମଙ୍ଗଳବାର ଗିରଫ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ମୋର୍ବି ବ୍ରିଜ ଦୁର୍ଘଟଣାରେ ବିଜେପି ସାଂସଦଙ୍କ ୧୨ ସମ୍ପର୍କୀୟ ମୃତ: ମୃତ୍ୟୁ ସଂଖ୍ୟା ୧୪୧ କୁ ବୃଦ୍ଧି

ନୂଆଦିଲ୍ଲୀ: ମଚ୍ଛୁ ନଦୀ ଉପରେ ଝୁଲା ପୋଲ ଭୁଶୁଡ଼ିବା କାରଣରୁ ଏପର୍ଯ୍ୟନ୍ତ ମୋର୍ବିରେ ୧୪୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି। ଖବର ଲେଖିବା ପର୍ଯ୍ୟନ୍ତ ୨୦୦ରୁ ଅଧିକ କର୍ମଚାରୀ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସୂଚନା ଅନୁଯାୟୀ, ଏହି ବ୍ରିଜ ଉପରେ ୩୦୦ ରୁ ଅଧିକ ଲୋକ ଉପସ୍ଥିତ ଥିଲେ ଯେତେବେଳେ ଏହି ଦୁର୍ଘଟଣା ଘଟିଛି। ସେତୁ ଭୁଶୁଡ଼ିବା ପରେ ଶହ ଶହ ଲୋକ ନଦୀରେ ବୁଡ଼ି ଯାଇଥିଲେ।

ଏଥି ସହ ସାଂସଦ ମୋହନ କୁନ୍ଦରିଆଙ୍କ ପରିବାର ସଦସ୍ୟ ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସାଂସଦ ମୋହନ କୁନ୍ଦରିଆଙ୍କ ଭଉଣୀଙ୍କ ପରିବାରର ୧୨ ଜଣଙ୍କର ମୃତ୍ୟୁ ହୋଇଛି। ସମ୍ପର୍କୀୟ ଭଉଣୀଙ୍କ ନଣନ୍ଦ ପରିବାରର ସଦସ୍ୟ, ଚାରି ଜଣ ଝିଅ, ଚାରି ଜଣ ଜ୍ଵାଇଁ ଏବଂ ପିଲାମାନଙ୍କର ମୃତ୍ୟୁ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର

ମୋର୍ବିରେ ଭୁଶୁଡ଼ିଲା ବ୍ରିଜ୍: ୩୫ରୁ ଅଧିକ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ: ଆଜି ଗୁଜରାଟର ମୋର୍ବିରେ ସ୍ୱିଙ୍ଗ୍ ବ୍ରିଜ୍ ଭାଙ୍ଗିବା କାରଣରୁ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୩୫ ଜଣଙ୍କର ମୃତ୍ୟୁ ହୋଇଛି। ତିନି ଦିନ ପୂର୍ବେ ମାଚ୍ଚୁ ନଦୀ ଉପରେ ନୂତନ ଭାବେ ନିର୍ମିତ କେବୁଲ ବ୍ରିଜ ଖୋଲା ଯାଇଥିଲା। ସନ୍ଧ୍ୟା ୭ ଟାରେ ଏହି ଦୁର୍ଘଟଣା ଘଟିଥିଲା, ସେତେବେଳେ ବ୍ରିଜ ଉପରେ ୫୦୦ ଲୋକ ଉପସ୍ଥିତ ଥିଲେ। ସମସ୍ତେ ଛଟ ପର୍ବ ପାଳନ କରୁଥିଲେ। ଏହି ଦୁର୍ଘଟଣାରେ ପ୍ରାୟ ୪୦୦ ଲୋକ ଜଳ ସ୍ରୋତରେ ବୁଡ଼ିଯିବାର ଭୟ ରହିଛି।

ଆହତମାନଙ୍କୁ ଡାକ୍ତରଖାନା ନେବାକୁ ଅନେକ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୁଜୁରାଟର ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ଅଧିକାରୀମାନେ ମୋର୍ବିରେ ହୋଇଥିବା ଦୁର୍ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ତୁରନ୍ତ ଦଳ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପରିସ୍ଥିତିକୁ ଅତି ନିକଟରୁ ଏବଂ ନିରନ୍ତର ନଜର ରଖିବାକୁ ଏବଂ ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

କ୍ଷତିପୂରଣ ଘୋଷଣା

ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ପରିବାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ PMNRF ରୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଘୋଷଣା କରିଛନ୍ତି। ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମଧ୍ୟ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଏବଂ ରାଜ୍ୟ ସରକାରଙ୍କ ତରଫରୁ ଆହତମାନଙ୍କୁ ୫୦ ହଜାର ଟଙ୍କା ଅନୁଦାନ ଘୋଷଣା କରିଛନ୍ତି।