Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମୋହନା ବିଡ଼ିଓ ନିଲମ୍ବିତ: ଜବତ ହୋଇଥିବା କାଜୁକୁ କମ୍ ମୂଲ୍ୟରେ ବିକ୍ରି କରିଥିବା ଅଭିଯୋଗ

ହେମାଙ୍ଗ ପ୍ରସାଦ ରାଉଳ

ମୋହନା: ଗଞ୍ଜେଇ ସହ ଜବତ ହୋଇଥିବା କାଜୁକୁ ଚଞ୍ଚକତା କରି କମ ଟଙ୍କାରେ ବିକ୍ରି ସହ କ୍ଷମତାର ଦୁରୂପଯୋଗ ଅଭିଯୋଗରେ ପଞ୍ଚାୟତିରାଜ ବିଭାଗ ମୋହନା ବିଡ଼ିଓ ବଂଶୀଧର ଖୋସ୍ଲାଙ୍କୁ ନିଲମ୍ବନ କରିଛି। ପତ୍ର ସଂଖ୍ୟା ୪୩୯୭/୩.୩.୨୦୨୧ ରେ ବିଭାଗ ନିଲମ୍ବନ ଆଦେଶ ଦେଇଛି।

ଏହି ଘଟଣାରେ ୬ ଜଣଙ୍କ ନାମରେ ଅଡବା ଥାନାରେ ମାମଲା ରୁଜୁ ହୋଇଛି। ଏଥି ସହ ଏହି ଘଟଣାରେ ଜଣେ ଏସଆଇ  ଆଲୋକ ଜଗଦଲାଙ୍କୁ ପୂର୍ବରୁ ନିଲମ୍ବନ କରିଛନ୍ତି ଗଜପତି ଏସପି ତପନ କୁମାର ପଟ୍ଟନାୟକ। ଗଜପତି ଜିଲ୍ଲା ଅଡ଼ବା ଥାନା ମାଣ୍ଡିମେରା ନିକଟରେ ଗତ ଅଗଷ୍ଟ ୨୪ ତାରିଖରେ ଏକ କାଜୁ ବୋଝେଇ ଟ୍ରକ ସହ ୩ କୁଇଣ୍ଟାଲ ୪୪ କେଜି ଗଞ୍ଜେଇ ଜବତ ହୋଇଥିଲା। ୧୭ ଟନ ୮୧୪  କିଲୋ କାଜୁ ମଧ୍ୟ ଜବତ ହୋଇଥିଲା। ଏହି ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ୨ ଜଣକୁ ଗିରଫ କରାଯାଇଥିଲା।

ତେବେ ଏଥିରେ ଚୋପା ଛଡା କାଜୁ ଜବତ ହୋଇଥିବା ବେଳେ ଚୋପା ଥିବା ଗୋଟା କାଜୁ ବୋଲି ଉଲ୍ଲେଖ କରି ମାତ୍ର ୧୪ ଲକ୍ଷ ଟଙ୍କାରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ବିଡ଼ିଓ ବଂଶୀଧର ଖୋସ୍ଲା, ଯୋଗାଣ ଅଧିକାରୀ ଶଙ୍କର ବେହେରା ଓ ଥାନା ଅଧିକାରୀ ତପନ କୁମାର ପତିଙ୍କ ଉପସ୍ଥିତିରେ ବିକ୍ରି କରାଯାଇଛି ବୋଲି କୋର୍ଟକୁ ତଥ୍ୟ ପ୍ରଦାନ କରିଥିଲେ ତଦନ୍ତକାରୀ ଅଧିକାରୀ ଅଡବା ଥାନା ଏସଆଇ ଆଲୋକ ରଞ୍ଜନ ଜଗଦଲା।

ଏହି ତଥ୍ୟ ଉପରେ ପୁନଃ ତଦନ୍ତ ପାଇଁ ଗଜପତି ଏସପିଙ୍କୁ ନିର୍ଦ୍ଧେଶ ଦେଇଥିଲେ ମାନ୍ୟବର କୋର୍ଟ। ଗଜପତି ଏସପି ତପନ କୁମାର ପଟ୍ଟନାୟକ ଅତିରିକ୍ତ ଏସପି ସିତାରାମ ସତପଥୀଙ୍କୁ ଏହାର ତଦନ୍ତ ପାଇଁ ଗତ ନଭେମ୍ବର ୧୫ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ଏସପି ଅଡବା ଥାନାକୁ ଆସି ଏହାର ତଦନ୍ତ କରିଥିଲେ। ତଦନ୍ତ ପରେ ଏଥିରେ ବଡ ଧରଣର ଘୋଟାଲା ସାମନାକୁ ଆସିଥିଲା। ୧୭ଟନ ୮୧୪  କିଲୋ ଚୋପା ଛଡା କାଜୁ ଜବତ ହୋଇଥିବା ତଦନ୍ତରୁ ଜଣାପଡିଥିଲା କିନ୍ତୁ କୋର୍ଟକୁ ଚୋପା ଥିବା ଗୋଟା କାଜୁ ଜବତ ହୋଇଥିଲା ବୋଲି ମିଥ୍ୟା ତଥ୍ୟ ଦେଇଥିଲେ ଏସଆଇ ଆଲୋକ ଜଗଦଲା।

ଜବତ ହୋଇଥିବା  ୧୭ ଟନ ୮୧୪ କିଲୋ କାଜୁର ସରକାରୀ ମୂଲ୍ୟ ୬୭ ଲକ୍ଷରୁ ଅଧିକ ଟଙ୍କା ହେବା କଥା। କିନ୍ତୁ ଚଂଚକତା କରି ମାତ୍ର ୧୪ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିବା ଉଲ୍ଲେଖ କରାଯାଇଥିଲା। ଅତିରିକ୍ତ ଏସପି ଏହାର ତଦନ୍ତ ରିପୋର୍ଟ ଗତ ନଭେମ୍ବର ମାସ ୧୭ ତାରିଖରେ ଗଜପତି ଏସପିଙ୍କୁ ପ୍ରଦାନ କରିଥିଲେ।

ଏହା ପରେ ଅଡବା ଥାନା ଅଧିକାରୀ ତପନ କୁମାର ପତି, ବିଡ଼ିଓ ବଂଶୀଧର ଖୋସ୍ଲା, ଯୋଗାଣ ଅଧିକାରୀ ଶଙ୍କର ବେହେରା, ଏସଆଇ ଆଲୋକ ରଞ୍ଜନ ଜଗଦଲା, କାଜୁ ବ୍ୟବସାୟୀ ଆନ୍ଧ୍ରପ୍ରଦେଶ ପଲାସାର କେ. ରବି କୁମାର ଓ ଟ୍ରକ ମାଲିକ ପଲାସାର ବି. ମୋହନ ରାଓ ଆଦି ୬ ଜଣଙ୍କ ନାମରେ ଏତଲା ଦେଇଥିଲେ ରା.ଉଦୟଗିରି ଏସ୍‌ଡ଼ିପିଓ ଦିଲ୍ଲିପ କୁମାର ନାୟକ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୋଲିସ ଦେଖି ଗାଡି ଛାଡି ଚମ୍ପଟ ମାରିଲେ ଗଞ୍ଜେଇ ମାଫିଆ

ମୋହନା: ଗଜପତି ଜିଲ୍ଲାର ଅଡବା ଥାନା ସୂଚନା ପ୍ରକାରେ ଅଡବା ପୋଲିସ ଦ୍ୱାରା ସନ୍ଧ୍ୟା ୫ଟା ସମୟରେ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଅଡବା ଥାନା ଅନ୍ତର୍ଗତ କାଟାମା ଗ୍ରାମ ହାଇସ୍କୁଲ ଛକ ଠାରେ ରାୟଗଡା ଜିଲ୍ଲାର ଚନ୍ଦ୍ରପୁରରୁ ଆସୁଥିବା ଏକ କାର ଗାଡି ନମ୍ବର ଜେଏଚ ୦୧ ଡିଟି ୨୯୮୭ ଆସୁଥିଲା। ଉକ୍ତ କାର ଚାଲକ ଆଗରେ ପୋଲିସ ଗାଡି ଛିଡ଼ା ହୋଇଥିବା ଦେଖି କାରକୁ ଛାଡ଼ି କାରରେ ବସିଥିବା ଲୋକମାନେ ଫେରାର ହୋଇଯାଇଥିଲେ।

ତେବେ ଘଟଣା ସ୍ଥଳରେ ଅଡବା ପୋଲିସ ଉକ୍ତ କାରକୁ ଜବତ ଯାଞ୍ଚ କରିବା ସମୟରେ ଉକ୍ତ କାର ମଧ୍ୟରୁ ୮୬ କିଲୋ ଗଞ୍ଜେଇ ଜବତ ହୋଇଥିବା ଅଡବା ଥାନା ଅଧିକାରୀ ଆନନ୍ଦ କୁମାର ପାତ୍ର ସୂଚନା ଦେଇଛନ୍ତି।