Categories
ଆଜିର ଖବର ଜାତୀୟ ଖବର ଧର୍ମ

ରାମଲାଲାଙ୍କୁ ଦର୍ପଣ ଦେଖାଇବାର ରୀତିନୀତି ପୂରଣ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୨୦୨୪ ଜାନୁଆରି ୨୨ ତାରିଖରେ ଅଯୋଧ୍ୟାରେ ରାମଲାଲାଙ୍କ ପୂଜାର୍ଚ୍ଚନା ହେବ। ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆରଏସଏସ ମୁଖ୍ୟ ମୋହନ ଭାଗବତ ଏବଂ ମନ୍ଦିରର ଆଚାର୍ଯ୍ୟ (ମୁଖ୍ୟ ପୂଜକ) ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାବେଳେ ଗର୍ଭଗୃହରେ ଉପସ୍ଥିତ ରହିବେ। ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀ ଦର୍ପଣରେ ଭଗବାନ ଶ୍ରୀରାମଙ୍କୁ ତାଙ୍କ ମୁହଁ ଦେଖାଇବେ।

ରାମଲଲାଙ୍କ ପୂଜାର୍ଚ୍ଚନାର ୨୩ ଦିନ ପୂର୍ବରୁ ଡିସେମ୍ବର ୩୦ରେ ମୋଦି ଅଯୋଧ୍ୟା ଆସୁଛନ୍ତି। ଡିସେମ୍ବର ୩୦ରେ ମୋଦି ଶ୍ରୀରାମ ବିମାନବନ୍ଦର ଏବଂ ଅଯୋଧ୍ୟା ଧାମ ରେଳ ଷ୍ଟେସନକୁ ଉଦ୍‍ଘାଟନ କରିବା ସହ ରୋଡ୍ ସୋ କରିବେ। ଏହା ପୂର୍ବରୁ ମନ୍ଦିର ଟ୍ରଷ୍ଟ ରାମଲାଲାଙ୍କ ନିର୍ମାଣ ହେଉଥିବା ୩ଟି ମୂର୍ତ୍ତି ମଧ୍ୟରୁ ଗୋଟିଏ ଚୟନ କରିବ। ଡିସେମ୍ବର ୨୯ରେ ମୂର୍ତ୍ତି ଚୟନ କରାଯିବ। ରାମଲାଲାଙ୍କ ଏହି ମୂର୍ତ୍ତିକୁ ପବିତ୍ର କରାଯିବ।

୧ ମିନିଟ୍ ୨୪ ସେକେଣ୍ଡରେ ଶେଷ ହେବ ପ୍ରାଣ-ପ୍ରତିଷ୍ଠା

ମାତ୍ର ୧ ମିନିଟ୍ ୨୪ ସେକେଣ୍ଡରେ ରାମଲାଲାଙ୍କ ପ୍ରାଣ-ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। କାଶୀର ପଣ୍ଡିତମାନେ ଏହି ମୁହୂର୍ତ୍ତକୁ ସ୍ଥିର କରିଛନ୍ତି। ପଣ୍ଡିତ ଗଣେଶ୍ୱର ଶାସ୍ତ୍ରୀ ଦ୍ରାବିଡ଼ ଓ ପଣ୍ଡିତ ବିଶ୍ୱେଶ୍ୱର ଶାସ୍ତ୍ରୀ କହିଛନ୍ତି ଯେ ଜାନୁଆରୀ ୨୨ ତାରିଖରେ ମୂଳ ମୁହୂର୍ତ୍ତ ୧୨.୨୯ ମିନିଟ ୮ ସେକେଣ୍ଡରୁ ହେବ, ଯାହା ୧୨.୩୦ ମିନିଟ୍ ୩୨ ସେକେଣ୍ଡ ପର୍ଯ୍ୟନ୍ତ ରହିବ, ଅର୍ଥାତ୍ ପ୍ରାଣ ପ୍ରତିଷ୍ଠାନର ମୁହୂର୍ତ୍ତ ମାତ୍ର ୧ ମିନିଟ୍ ୨୪ ସେକେଣ୍ଡ ହେବ।

ଏହି ମୁହୂର୍ତ୍ତର ଶୁଦ୍ଧିକରଣ ମଧ୍ୟ କରାଯିବ। ମୁହୁର୍ତ୍ତ ଶୁଦ୍ଧିର ସମୟ ୨୦ ମିନିଟ ହେବ। ଜାନୁଆରୀ ୧୯ ତାରିଖ ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୨୦ ପର୍ଯ୍ୟନ୍ତ ଚାଲିବ। ଏହାପରେ ଜାନୁଆରୀ ୨୦ ତାରିଖ ସୂର୍ଯ୍ୟୋଦୟ ପୂର୍ବରୁ ମୁହୁର୍ତ୍ତ ଶୁଦ୍ଧିର ସଂକଳ୍ପ ହେବ। ପଣ୍ଡିତ ଗଣେଶ୍ୱର ଶାସ୍ତ୍ରୀ କାଶୀ କରିଡର ଉଦ୍‍ଘାଟନ ଏବଂ ରାମ ମନ୍ଦିରର ଶିଳାନ୍ୟାସ ପାଇଁ ସମୟ ସ୍ଥିର କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ବିଶ୍ୱକୁ ହିନ୍ଦୁତ୍ୱ ଆଡ଼କୁ ଚାହଁଛି: ମୋହନ ଭାଗବତ

ନୂଆଦିଲ୍ଲୀ: ଭୌତିକବାଦ, ସାମ୍ୟବାଦ ଏବଂ ପୁଞ୍ଜିବାଦର ପରୀକ୍ଷଣ ପରେ ଭୁଶୁଡ଼ି ପଡ଼ିଥିବା ବିଶ୍ୱକୁ ଭାରତ ଖୁସି ଓ ସନ୍ତୋଷର ମାର୍ଗ ଦେଖାଇବ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଶୁକ୍ରବାର କହିଛନ୍ତି। ଥାଇଲାଣ୍ଡର ରାଜଧାନୀରେ ତୃତୀୟ ବିଶ୍ୱ ହିନ୍ଦୁ କଂଗ୍ରେସର ଉଦ୍‌ଘାଟନୀ ଅଧିବେଶନକୁ ସମ୍ବୋଧିତ କରି ଭାଗବତ ସମଗ୍ର ବିଶ୍ୱର ହିନ୍ଦୁମାନଙ୍କୁ ପରସ୍ପର ସହ ଯୋଡ଼ି ହେବା ଏବଂ ବିଶ୍ୱ ସହ ଯୋଡ଼ି ହେବାକୁ ନିବେଦନ କରିଛନ୍ତି। ସମଗ୍ର ବିଶ୍ୱର ଚିନ୍ତକ, କର୍ମୀ, ନେତା ଓ ଉଦ୍ୟୋଗୀଙ୍କୁ ସମ୍ବୋଧିତ କରି ଆରଏସଏସ ମୁଖ୍ୟ କହିଛନ୍ତି, ଆମକୁ ପ୍ରତ୍ୟେକ ହିନ୍ଦୁଙ୍କ ପାଖରେ ପହଞ୍ଚିବାକୁ ହେବ, ସେମାନଙ୍କ ପାଖରେ ପହଞ୍ଚିବାକୁ ପଡ଼ିବ। ସମସ୍ତ ହିନ୍ଦୁ ମିଳିମିଶି ବିଶ୍ୱର ସମସ୍ତଙ୍କ ସହ ଯୋଡ଼ି ହେବେ। ହିନ୍ଦୁମାନେ ଅଧିକରୁ ଅଧିକ ସଂଖ୍ୟାରେ ଯୋଡ଼ି ହେଉଛନ୍ତି ଏବଂ ବିଶ୍ୱ ସହ ଯୋଡ଼ି ହେବା ପ୍ରକ୍ରିୟା ଆରମ୍ଭ ହୋଇଛି।

ଭାଗବତ କହିଛନ୍ତି ଯେ ବିଶ୍ୱ, ବିଶେଷ କରି କୋଭିଡ୍ ମହାମାରୀ ପରେ ଏହାକୁ ସ୍ୱୀକାର କରିଛି ଏବଂ ସର୍ବସମ୍ମତିକ୍ରମେ ଚିନ୍ତା କରୁଛି ଯେ ଭାରତ ଖୁସି ଏବଂ ସନ୍ତୋଷର ମାର୍ଗ ଦେଖାଇବ। ସେ କହିଛନ୍ତି ଯେ ବିଶ୍ୱ ବର୍ତ୍ତମାନ ଭୌତିକବାଦ, ସାମ୍ୟବାଦ ଏବଂ ପୁଞ୍ଜିବାଦର ପରୀକ୍ଷଣ କରି ଗତି କରୁଛି ଏବଂ ଖୁସି ସନ୍ଧାନରେ ହିନ୍ଦୁତ୍ୱ ଆଡ଼କୁ ଚାହୁଁଛି। ଆଜିର ଦୁନିଆ ଅସ୍ତବ୍ୟସ୍ତ ହୋଇପଡ଼ିଛି। ୨୦୦୦ ବର୍ଷ ଧରି ସେ ସୁଖ, ଆନନ୍ଦ ଓ ଶାନ୍ତି ଆଣିବା ପାଇଁ ଅନେକ ଥର ପରୀକ୍ଷଣ କରିଛନ୍ତି। ସେ ଭୌତିକବାଦ, ସାମ୍ୟବାଦ ଏବଂ ପୁଞ୍ଜିବାଦ ଉପରେ ପରୀକ୍ଷଣ କରିଛନ୍ତି। ସେ ଅନେକ ଧର୍ମ ସହ ଜଡ଼ିତ ପରୀକ୍ଷଣ କରିଛନ୍ତି। ସେମାନେ ଭୌତିକ ସମୃଦ୍ଧି ପାଇଛନ୍ତି, କିନ୍ତୁ ସନ୍ତୁଷ୍ଟ ନୁହଁନ୍ତି।

‘ହିନ୍ଦୁଙ୍କୁ ଏବେ ଏକାଠି ହେବାକୁ ପଡ଼ିବ’

ମୋହନ ଭାଗବତ କହିଛନ୍ତି, କୋଭିଡ୍ ମହାମାରୀ ପରେ ସେମାନେ ପୁନର୍ବିଚାର ଆରମ୍ଭ କରିଥିଲେ। ଏବେ ଲାଗୁଛି ଯେ ଭାରତ ବାଟ ଦେଖାଇବ ବୋଲି ଭାବିବାରେ ସେମାନେ ଏକମତ। ଆମକୁ ସମସ୍ତଙ୍କ ପାଖରେ ପହଞ୍ଚିବାକୁ ହେବ, ସେମାନଙ୍କ ସହ ଯୋଗାଯୋଗ କରିବାକୁ ହେବ ଏବଂ ସେମାନଙ୍କୁ ଆମର ସେବା ସହିତ ଆମ ପାଖକୁ ଆଣିବାକୁ ପଡ଼ିବ। ଆମ ଭିତରେ ଉତ୍ସାହ ରହିଛି। ନିଃସ୍ୱାର୍ଥପର ସେବା କ୍ଷେତ୍ରରେ ଆମେ ବିଶ୍ୱନେତା। ଏହା ଆମ ପରମ୍ପରା ଓ ମୂଲ୍ୟବୋଧରେ ରହିଛି। ତେଣୁ ଲୋକଙ୍କ ପାଖରେ ପହଞ୍ଚନ୍ତୁ ଏବଂ ହୃଦୟ ଜିତିବେ। ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ପ୍ରତିନିଧିମାନେ ସମଗ୍ର ବିଶ୍ୱରେ ହିନ୍ଦୁମାନେ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକ ଉପରେ ବିଚାର ବିମର୍ଶ କରିବାର ସୁଯୋଗ ପାଇବେ। ଭାଗବତ କହିଛନ୍ତି ଯେ ହିନ୍ଦୁମାନଙ୍କୁ ‘ବସୁଧୈବ କୁଟୁମ୍ବକମ୍’ର ଭାବନାକୁ ପ୍ରସାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପଡ଼ିବ।

ଏଥିପାଇଁ ଆମକୁ ଏକାଠି ରହିବାକୁ ହେବ, ଏକାଠି ରହି କାମ କରିବାକୁ ପଡ଼ିବ। ସମସ୍ତଙ୍କୁ ବିଶ୍ୱ ପାଇଁ କିଛି ନା କିଛି ଯୋଗଦାନ ଦେବାକୁ ପଡିବ। ଆମେ ଆମର ବିଶେଷତ୍ୱକୁ ଚିହ୍ନଟ କରିଛୁ । ସମସ୍ତଙ୍କ ପ୍ରତି ଆମର ସମ୍ମାନ ରହିଛି। ଆମ ପୂର୍ବପୁରୁଷମାନେ ଏହାକୁ ଚିହ୍ନିଥିଲେ କିନ୍ତୁ ଆମେ ଏହି କୌଶଳକୁ ଭୁଲି ଯାଇ ଖଣ୍ଡ ଖଣ୍ଡ ହୋଇ ଅଧୀନରେ ରହିଥିଲୁ। ଏବେ ଆମକୁ ଏକାଠି ହେବାକୁ ପଡ଼ିବ। କ୍ରୋଧ, ଘୃଣା, ଘୃଣ୍ୟ ଭାଷଣ, ଦ୍ୱେଷ ଓ ଅହଂକାର ଲୋକଙ୍କୁ ଏକାଠି ହୋଇ ସମାଜ ବା ସଂଗଠନକୁ ଭାଙ୍ଗିବାରେ ବାଧା ଦେଇଥାଏ ବୋଲି ସେ କହିଛନ୍ତି। ବିଶ୍ୱ ହିନ୍ଦୁ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ବିଶ୍ୱ ସଭାପତି ସ୍ୱାମୀ ବିଜ୍ଞାନାନନ୍ଦ ଶଙ୍ଖ ବଜାଇ ସମ୍ମିଳନୀର ଶୁଭାରମ୍ଭ କରିଥିଲେ। ଏଥିରେ ୬୦ରୁ ଅଧିକ ଦେଶର ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

‘ବର୍ଣ୍ଣ ଏବଂ ଜାତି ବ୍ୟବସ୍ଥା ଅତୀତର କଥା, ଭୁଲିଯିବା ଆବଶ୍ୟକ: ଆରଏସଏସ ମୁଖ୍ୟ ମୋହନ ଭାଗବତ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ମହାରାଷ୍ଟ୍ରର ନାଗପୁରରେ ଆୟୋଜିତ ଏକ ପୁସ୍ତକ ପ୍ରକାଶନ କାର୍ଯ୍ୟକ୍ରମରେ ରାଷ୍ଟ୍ରିୟ ସ୍ଵୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଯୋଗ ଦେଇଥିଲେ। ଏଠାରେ ସେ କହିଥିଲେ ଯେ, ବର୍ଣ୍ଣ ଏବଂ ଜାତି ପ୍ରଣାଳୀ ଅତୀତ ହୋଇଯାଇଛି, ଯାହାକୁ ଭୁଲିଯିବା ଉଚିତ୍।

ସଂଘ ମୁଖ୍ୟ ଭାଗବତ କହିଥିଲେ ଯେ, ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରେ ଗୁଜବ ପ୍ରଚାରିତ ହୋଇଛି ଯେ, ସେମାନେ ସଂଘ ତଥା ହିନ୍ଦୁଙ୍କ ଦ୍ଵାରା ବିପଦରେ ଅଛନ୍ତି। ଏହା ଅତୀତରେ ଘଟି ନଥିଲା ଏବଂ ଭବିଷ୍ୟତରେ ମଧ୍ୟ ଘଟିବ ନାହିଁ। ଏହା ନା ସଂଗଠନର ପ୍ରକୃତି ନା ହିନ୍ଦୁମାନଙ୍କର।

ସେ କହିଛନ୍ତି ଯେ, ଘୃଣା, ଅନ୍ୟାୟ, ଅତ୍ୟାଚାର ପ୍ରଚାର କରିବା, ସମାଜ ପ୍ରତି ଅସନ୍ତୋଷ ଓ ଶତ୍ରୁତା କରୁଥିବା ଲୋକମାନଙ୍କ ବିରୁଦ୍ଧରେ ଛିଡା ହୋଇ “ଆତ୍ମରକ୍ଷା ଏବଂ ନିଜର ପ୍ରତିରକ୍ଷା କରିବା ଏକ କର୍ତ୍ତବ୍ୟ ହୋଇଯାଏ। ବର୍ତ୍ତମାନ ଏହି ପ୍ରକାରର ହିନ୍ଦୁ ସମାଜ ଆବଶ୍ୟକ। ଭାଇଚାରା, ସୌହାର୍ଦ୍ଦ୍ୟ ଏବଂ ଶାନ୍ତି ପାଇଁ ସଂଘ ସଂକଳ୍ପବଦ୍ଧ।

Categories
ଆଜିର ଖବର ଜାତୀୟ ଖବର

ମସଜିଦରେ ପହଞ୍ଚିଲେ ଆରଏସଏସ ମୁଖ୍ୟ, ମୁସଲମାନ ବୁଦ୍ଧିଜୀବୀଙ୍କ ସହ ହେବ ଆଲୋଚନା

ନୂଆଦିଲ୍ଲୀ: ଆରଏସଏସ ମୁଖ୍ୟ ମୋହନ ଭାଗବତ ଆଜି ଦିଲ୍ଲୀର କସ୍ତୁରବା ଗାନ୍ଧୀ ମାର୍ଗରେ ଅବସ୍ଥିତ ମସଜିଦରେ ପହଞ୍ଚିଛନ୍ତି। ଏଠାରେ ସେ ଅଲ ଇଣ୍ଡିଆ ଇମାମ ସଂଗଠନର ମୁଖ୍ୟ ଇମାମ ଡ. ଇମାମ ଉମର ଅହମ୍ମଦ ଇଲିଆସିଙ୍କୁ ଭେଟିଛନ୍ତି। ଏହାପୂର୍ବରୁ ଭାଗବତଙ୍କୁ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏସ.ୟୁ କୁରେଶି ଏବଂ ଦିଲ୍ଲୀର ପୂର୍ବତନ ଲେଫ୍ଟନାଣ୍ଟ ଗଭର୍ଣ୍ଣର ନଜୀବ ଜଙ୍ଗଙ୍କ ସମେତ ମୁସଲିମ ବୁଦ୍ଧିଜୀବୀମାନେ ଭେଟିଥିଲେ। ଏହି ବୈଠକରେ ମୋହନ ଭାଗବତଙ୍କ ସହ ସଂଘ ପ୍ରଚାରକ ଇନ୍ଦ୍ରେଶ କୁମାର ମଧ୍ୟ ଅଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଦୁଇ ଦିନ ପୂର୍ବେ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଲେଫ୍ଟନେଣ୍ଟ ଜେନେରାଲ (ଅବସରପ୍ରାପ୍ତ) ଜମିରୁଦ୍ଦିନ ଶାହା, ପୂର୍ବତନ ସାଂସଦ ସହିଦ ସିଦ୍ଦିକି ଏବଂ ପରୋପକାରୀ ସୟଦ ଶେରୱାନୀ ମଧ୍ୟ ରାଷ୍ଟ୍ରିୟ ସ୍ଵୟଂସେବକ ସଂଘର ଅସ୍ଥାୟୀ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଉପସ୍ଥିତ ଥିଲେ। ଦୁଇ ଘଣ୍ଟାର ଦୀର୍ଘ ବୈଠକରେ ସାମ୍ପ୍ରଦାୟିକ ସମନ୍ୱୟକୁ ମଜବୁତ କରିବା ଏବଂ ଆନ୍ତ- ସମ୍ପ୍ରଦାୟ ସମ୍ପର୍କକୁ ସୁଦୃଢ କରିବା ଉପରେ ବ୍ୟାପକ ଆଲୋଚନା ହୋଇଥିଲା।

ଏହାପୂର୍ବରୁ ମୁସଲମାନମାନଙ୍କର ଏକ ସଂଗଠନ ଜମିଆତ-ଉଲେମା-ଏ-ହିନ୍ଦ ନେତା ମୌଲାନା ଅର୍ଶଦ ମଦନୀ ମଧ୍ୟ ୩୦ ଅଗଷ୍ଟ ୨୦୧୯ ରେ ଦିଲ୍ଲୀର ଝଣ୍ଡେୱାଲାନର ସଂଘ ମୁଖ୍ୟାଳୟରେ ପହଞ୍ଚି ମୋହନ ଭଗବତଙ୍କୁ ଭେଟିଥିଲେ। ମୁସଲିମ ରାଷ୍ଟ୍ରିୟ ମଞ୍ଚ ନେତା ଇନ୍ଦ୍ରଶ କୁମାରଙ୍କ ଉଦ୍ୟମରେ ଅନୁଷ୍ଠିତ ଏହି ବୈଠକରେ ମଧ୍ୟ ବହୁ ଆଲୋଚନା କରାଯାଇଥିଲା। ଅଯୋଧ୍ୟାରେ ରାମ ମନ୍ଦିର (9 ନଭେମ୍ବର 2019) ଉପରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପୂର୍ବରୁ ଉଭୟ ସମ୍ପ୍ରଦାୟରେ ଶାନ୍ତି ବଜାୟ ରଖିବା ଦୃଷ୍ଟିକୋଣରୁ ଦୁଇ ବରିଷ୍ଠ ନେତାଙ୍କ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଇଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଗାମୀ ଦିନରେ ସଂଘ ମୁଖ୍ୟ ମୋହନ ଭାଗବତ କାଶ୍ମୀରର କିଛି ମୁସଲମାନ ନେତାଙ୍କୁ ମଧ୍ୟ ଭେଟି ପାରନ୍ତି। କାଶ୍ମୀରରେ ନିର୍ବାଚନ ରାଜନୀତି ଆରମ୍ଭ ହେବା ପରେ ଉପତ୍ୟକାରେ ଶାନ୍ତି ବଜାୟ ରଖିବା ଦୃଷ୍ଟିରୁ ଏହା ଆବଶ୍ୟକ ବୋଲି ବିବେଚନା କରାଯାଏ।

Categories
ଜାତୀୟ ଖବର ବିଶେଷ ଖବର

ମୋହନ ଭାଗବତଙ୍କ ସହ ମହିଳାଙ୍କ ଫଟୋ ନ ଥିବା ନେଇ ରାହୁଳ ଗାନ୍ଧୀଙ୍କ ବୟାନ, ଭୋପାଳରେ ଋଜୁ ହେଲା ମାମଲା

ନୂଆଦିଲ୍ଲୀ: ରାହୁଳ ଗାନ୍ଧୀଙ୍କ ବିବାଦୀୟ ମନ୍ତବ୍ୟ ନେଇ ଭୋପାଳରେ ତାଙ୍କ ବିରୋଧରେ ଏଫଆଇଆର ଋଜୁ କରାଯାଇଛି। ଏଥିସହିତ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ମଧ୍ୟ ଏହା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ରାହୁଳ ଗାନ୍ଧୀଙ୍କ ବିରୋଧରେ ଏଫଆଇଆର ଋଜୁ ହେବା ପରେ ଆଇନି ବିଶେଷଜ୍ଞଙ୍କ ସହିତ ଆଲୋଚନା କରାଯାଉଛି।

ହିନ୍ଦୁ ଦେବାଦେବୀ ଏବଂ ଆରଏସଏସ ବିରୋଧରେ ରାହୁଳ ଗାନ୍ଧୀ ଯେପରି ବୟାନ ଦେଇଛନ୍ତି ତାହା ଠିକ୍ ନୁହେଁ। ରାହୁଳ ଗାନ୍ଧୀ ସୁବିଧାବାଦୀ ରାଜନୀତି କରିବା ପାଇଁ ଏପରି ବୟାନ ଦେଇଛନ୍ତି। ଯାହା କୋଟି କୋଟି ହିନ୍ଦୁଙ୍କୁ ଆଘାତ ଦେଇଛି। ଏହା ବିରୋଧରେ ଏକ ଦୃଢ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ସେହିପରି ମଧ୍ୟ ପ୍ରଦେଶ ବିଜେପି ବିଧାୟକ ରାମେଶ୍ବର ଶର୍ମା ମଧ୍ୟ ଥାନାରେ ଏକ ମାମଲା ଋଜୁ କରିଛନ୍ତି। ସେ କହିଛନ୍ତି ଯେ, ରାହୁଳଙ୍କ ହିନ୍ଦୁ ଦେବାଦେବୀଙ୍କୁ ଅପମାନିତ କରିବା ହିନ୍ଦୁ ସମାଜକୁ ଆଘାତ କରିଛି। ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠା ନିଆଯିବାର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି।

ନିକଟରେ ରାହୁଳ ଗାନ୍ଧୀ ନୂଆଦିଲ୍ଲୀରେ ମହିଳା କଂଗ୍ରେସର ଏକ ସଭାରେ ବିଜେପି ଏବଂ ଆରଏସଏସ କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଆପଣମାନେ ମହାତ୍ମା ଗାନ୍ଧୀଙ୍କ ଫଟୋ ଦେଖିଥିବେ, ସେଥିରେ ତାଙ୍କ ସହିତ ଦୁଇ ତିନି ଜଣ ମହିଳା ଥିବାର ନିଶ୍ଚିତ ନଜରକୁ ଆସିବ। ହେଲେ ଆପଣମାନେ ଆରଏସଏସର ମୁଖ୍ୟ ମୋହନ ଭାଗବତଙ୍କୁ ଦେଖିଛନ୍ତି। ତାଙ୍କ ସହିତ କେବେ ଜଣେ ମହିଳା ଥିବାର ଦେଖିଛନ୍ତି କି ? ଆପଣମାନେ କେବେ ଦେଖି ନ ଥିବେ।

ଏହାପରେ ସେ କହିଥିଲେ ଯେ, ଏହାର କାରଣ କଣ ଜାଣିଛନ୍ତି ? ଏହାର କାରଣ ହେଲା ଆରଏସଏସ ନାରୀମାନଙ୍କୁ ଦମନ କରିବାକୁ ଚାହେଁ। ହେଲେ କଂଗ୍ରେସ ମହିଳାମାନଙ୍କୁ ଉପରକୁ ଉଠିବା ପାଇଁ ମଞ୍ଚ ତିଆରି କରେ। ଏହାପରେ ସେ କହିଥିଲେ ଯେ, ଆରଏସଏସ ହିନ୍ଦୁ ଧର୍ମ ନାମରେ ଦଲାଲି କରୁଛି।

ରାହୁଳଙ୍କ ଏହି ଭାଷଣ ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଅନ୍ୟପକ୍ଷରେ ସଂଘ ତରଫରୁ ତାଙ୍କର ଏହି ଭିଡିଓ ଉପରେ ତୀବ୍ର ସମାଲୋଚନା କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଭାରତକୁ ପାକିସ୍ତାନ କରିବା ପାଇଁ କରାଯାଉଛି ପ୍ରୟାସ: ମୋହନ ଭାଗବତ

ନୂଆଦିଲ୍ଲୀ: ଜନସଂଖ୍ୟା ନିୟନ୍ତ୍ରଣ ଉପରେ କିଛି ସାମ୍ପ୍ରତିକ ଆଲୋଚନା ମଧ୍ୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ମୋହନ ଭାଗବତଙ୍କ ଏକ ବିବୃତ୍ତି ସାମ୍ନାକୁ ଆସିଛି। ଆସାମର ଗୁଆହାଟୀରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୋହନ ଭାଗବତ କହିଛନ୍ତି ଯେ, ୧୯୩୦ ମସିହାରୁ ଦେଶରେ ମୁସଲମାନ ଜନସଂଖ୍ୟା ବୃଦ୍ଧି ପାଇଁ ପ୍ରୟାସ କରାଯାଇଛି। ଏହାର କାରଣ ହେଉଛି, ଭାରତକୁ ପାକିସ୍ତାନ ତିଆରି କରିବା ପାଇଁ ପ୍ରୟାସ କରାଯାଉଛି।

ପଞ୍ଜାବ, ସିନ୍ଧ, ଆସାମ, ବଙ୍ଗଳା ଏବଂ ଏହାର ଆଖପାଖ ଅଞ୍ଚଳ ପାଇଁ ଏସବୁ ଯୋଜନା କରାଯାଇଥିଲା, ଯାହା କିଛି ମାତ୍ରାରେ ସେମାନଙ୍କୁ ସଫଳତା ମିଳିଥିଲା।  ମୋହନ ଭାଗବତ କହିଛନ୍ତି ଯେ, ବଙ୍ଗଳାରୁ ସେମାନଙ୍କୁ ଅଧା ମିଳିପାରିପାରିଥିଲା ବେଳେ ଆସାମରେ ସଫଳ ହୋଇପାରିନଥିଲେ। କିନ୍ତୁ ଏବେ ବି ସେମାନଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ପ୍ରୟାସ ଜାରି ରହିଛି।

ସିଏଏ ଭାରତୀୟ ମୁସଲମାନମାନଙ୍କର କୌଣସି କ୍ଷତି କରେ ନାହିଁ: ଭାଗବତ

ଏହି କାର୍ଯ୍ୟକ୍ରମରେ ମୋହନ ଭଗବତ ନାଗରିକତ୍ୱ ସଂଶୋଧନ ଅଧିନିୟମ ଉପରେ ମଧ୍ୟ କହିଥିଲେ। ମୋହନ ଭଗବତ କହିଥିଲେ ଯେ, ଏହି ଆଇନର କୌଣସି ଭାରତୀୟ ମୁସଲମାନର ନାଗରିକତ୍ୱ ବିଲ ସହିତ କୌଣସି ସମ୍ପର୍କ ନାହିଁ। ଏହା କୌଣସି ଭାରତୀୟ ମୁସଲମାନର କ୍ଷତି କରିବ ନାହିଁ।

ଆରଏସଏସ ମୁଖ୍ୟ କହିଛନ୍ତି ଯେ, ଭାରତଠାରୁ ଅଲଗା ହୋଇଥିବା ପାକିସ୍ତାନ ଭଳି ଦେଶ ଏବେ ଅସୁବିଧାରେ ଅଛନ୍ତି। ବ୍ରହ୍ମାଣ୍ଡର କଲ୍ୟାଣ ପାଇଁ ଅଖଣ୍ଡ ଭାରତ ଅତ୍ୟନ୍ତ ଜରୁରୀ। ଭାରତର ଅନେକ ଆହ୍ଵାନକୁ ଦୂର କରିବାର କ୍ଷମତା ଅଛି ଏବଂ ସେହି ଆହ୍ଵାନ ଏବଂ ଅସୁବିଧାକୁ ଦୂର କରିବା ପାଇଁ ବିଶ୍ୱ ଆଗକୁ ବଢୁଛି। ବସୁଧୈବ କୁଟୁମ୍ବକମ୍ ବିଶ୍ଵାସ ସହିତ ଭାରତ ପୁଣିଥରେ ବିଶ୍ୱରେ ସୁଖ ଏବଂ ଶାନ୍ତି ବୃଦ୍ଧି କରିପାରିବ।

ସେ ଆହୁରି କହିଛନ୍ତି ଯେ, ଯେତେବେଳେ ଆମେ ଅଖଣ୍ଡ ଭାରତ ବିଷୟରେ କଥାବାର୍ତ୍ତା କରୁ, ସେତେବେଳେ ଆମର ଲକ୍ଷ୍ୟ ଶକ୍ତି ହାସଲ କରିବା ନୁହେଁ, ବରଂ ଧର୍ମ (ନୀତି) ମାଧ୍ୟମରେ ଏକ ହେବା, ଯାହା ସନାତନ (ଅନନ୍ତ) ଏହା ମାନବିକତା ଏବଂ ଏହାକୁ ହିନ୍ଦୁ ଧର୍ମ କୁହାଯାଏ।

ଆରଏସଏସ ସୂତ୍ର ଅନୁଯାୟୀ, ଗୁଆହାଟୀରେ ରହିବା ସମୟରେ ଭାଗବତ ଆସାମର ବିଭିନ୍ନ ଅଞ୍ଚଳରେ ତଥା ଅରୁଣାଚଳ ପ୍ରଦେଶ, ମଣିପୁର ଏବଂ ତ୍ରିପୁରା ସମେତ ଅନ୍ୟାନ୍ୟ ଉତ୍ତର-ପୂର୍ବ ରାଜ୍ୟରେ ବରିଷ୍ଠ ଆରଏସଏସ ନେତାଙ୍କ ସହ ବୈଠକ କରିବେ। ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ସରକାର ୨୦୨୧ ବିଧାନସଭା ନିର୍ବାଚନରେ ​​ଜିତିବା ପରେ ଭାଗବତଙ୍କ ଏହା ପ୍ରଥମ ଆସାମ ଗସ୍ତ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ବ୍ୟକ୍ତିତ୍ୱ

ହିନ୍ଦୁ ଏବଂ ମୁସଲମାନମାନଙ୍କ ଉପରେ ଏମିତି କଥା କହିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ

ନୂଆଦିଲ୍ଲୀ, ଭାରତରେ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ସର୍ବଦା ଯୁଦ୍ଧ ହୋଇଆସୁଛି। ଭାରତ ଏପରି ଏକ ଦେଶ ଯେଉଁଠାରେ ପ୍ରତ୍ୟେକ ଧର୍ମର ଲୋକ ବାସ କରନ୍ତି। କିନ୍ତୁ ଏହା ମଧ୍ୟ ସତ ଯେ, ଭାରତର ମୁସଲମାନମାନେ ବିଶ୍ୱର ସବୁଠାରୁ ସନ୍ତୁଷ୍ଟ ମୁସଲମାନ। ହେଲେ କହିବାକୁ ଗଲେ ଆମ ପଡ଼ୋଶୀ ଦେଶ ପାକିସ୍ଥାନ ଅନ୍ୟ ଧର୍ମକୁ ଅଧିକାର ଦେଇନାହିଁ। କେତେକ ହିନ୍ଦୁ ପାକିସ୍ତାନରେ ଅଛନ୍ତି। କିନ୍ତୁ ପାକିସ୍ତାନ ସରକାର ସେମାନଙ୍କ ସହ ଅସଦାଚରଣ କରୁଛନ୍ତି।

ଆରଏସଏସ ମୁଖ୍ୟ ମୋହନ ଭଗବତ ଏକ ସାକ୍ଷାତକାରରେ କହିଛନ୍ତି ଯେ ଦେଶର ରାମ ମନ୍ଦିରଗୁଡ଼ିକ ଜାତୀୟ ମୂଲ୍ୟବୋଧ ଏବଂ ମର୍ଯ୍ୟଦାର ପ୍ରତୀକ ଅଟେ। କେବଳ ଏତିକି ନୁହେଁ ଭାଗବତ ଅନେକ କଥା କହିଥିଲେ ଯାହା ଶୁଣି ସମଗ୍ର ଦେଶ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମୋହନ ଭାଗବତ କହିଛନ୍ତି ଯେ ଲୋକମାନଙ୍କୁ ନିୟନ୍ତ୍ରଣ କରୁଥିବା ବିଦେଶୀ ଧର୍ମ କେବଳ ଭାରତରେ ଅଛି। ସେ କହିଛନ୍ତି ଯେ ଯେଉଁଠାରେ ଏକ ବିଦେଶୀ ଧର୍ମ ଏକ ଦେଶର ଲୋକଙ୍କୁ ଶାସନ କରେ, ତାହା ଆଉ କେଉଁଠି ନାହିଁ, କେବଳ ଭାରତରେ ତାହା ହେଉଛି।