Categories
ଆଞ୍ଚଳିକ

ନାକ୍ଟିଦେଉଳ ମହାଵିଦ୍ୟାଳୟରେ ମହାତ୍ମାଗାନ୍ଧୀଙ୍କ ଦର୍ଶନ ସମ୍ପର୍କିତ ଆଲୋଚନା ଚକ୍ର ଓ ଏନ୍ ଏସ୍ ଏସ୍ ଦିବସ

କନ୍ଦର୍ପ ବେହେରା

ରେଢ଼ାଖୋଲ: ନାକ୍ଟିଦେଉଳ ସ୍ନାତକ ମହାଵିଦ୍ୟାଳୟ ର ମୋ କଲେଜ୍ ଅଭିଯାନ ଆନୁକୁଲ୍ୟରେ ମହାତ୍ମାଗାନ୍ଧୀ ଓ ତାଙ୍କ ଦର୍ଶନ ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହେଵା ସହିତ ଜାତୀୟ ସେବା ଯୋଜନା ଦିଵସ ପାଳିତ ହୋଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷ ସୁଧୀର କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବରେ ଅଵସରପ୍ରାପ୍ତ ଇତିହାସ ଅଧ୍ୟାପକ ଗୋଲବଦନ ଵିଶ୍ଵାଳ ଓ ମୁଖ୍ୟ ବକ୍ତା ଭାବରେ ଅଵସରପ୍ରାପ୍ତ ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ଡ଼ ଦୀପେନ୍ କୁମାର ପଟ୍ଟନାୟକ ଯୋଗ ଦେଇ ଗାନ୍ଧିଜୀଙ୍କ ସର୍ବଦୋୟ, ସତ୍ୟାଗ୍ରହ, ଅହିଂସା, ରାମରାଜ୍ୟ, ଗ୍ରାମ୍ୟ ସ୍ଵରାଜ୍ୟ ଓ ଆତ୍ମବଳିଦାନ ତତ୍ତ୍ୱ ସମ୍ଵନ୍ଧରେ ଆଲୋକପାତ କରିଥିଲେ।

ଶିକ୍ଷା ଵିଭାଗର ଅଧ୍ୟାପକ ଶେଷଦେଵ ଵିଶ୍ଵାଳ ଗାନ୍ଧିଜୀଙ୍କ ଚିନ୍ତାଧାରା ଵିଷୟ ରେ ଆଲୋଚନା କରିଥିଲେ। ଅଧ୍ୟାପକ ଵିନୋଦ ବିହାରୀ ପ୍ରଧାନ ଗାନ୍ଧିଜୀଙ୍କ ଜୀବନ ସମ୍ପର୍କରେ ତର୍ଜମା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅଵସର ରେ ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ ଅମିତା ରାଣୀ ସାହୁ ପ୍ରଥମ,ଶୁଭଜିତ୍ ଦେହୁରୀ ଦ୍ୱିତୀୟ ଓ କୁନା ନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ଏନ୍ଏସ୍ଏସ୍ ଦିବସ ପାଳନ ଅଵସର ରେ ପ୍ରୋଗ୍ରାମ୍ ଅଫିସର୍ ଅଧ୍ୟାପିକା ଆର୍ ପୁଷ୍ପାଞ୍ଜଳି ଓ ଅଧ୍ୟାପକ ଭଜମୋହନ ପ୍ରଧାନ୍ ଜାତୀୟ ସେଵା ଯୋଜନା ର ଭୂମିକା ବିଷୟରେ ଆଲୋଚନା କରିଥିଲେ।