Categories
Hockey Worldcup23 ଆଜିର ଖବର ଖେଳ ରାଜ୍ୟ ଖବର

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ଗସ୍ତ, ଜାଣନ୍ତୁ କାହିଁକି ??

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ଯିବେ। ସେ ଆଜି ଦିନ ୧୧ଟା ୨୦ ମିନିଟ୍‌ରେ ନିବାସରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଯିବେ। ସେଠାରୁ ସାଢ଼େ ୧୧ଟାରେ ସ୍ବତନ୍ତ୍ର ଏୟାରକ୍ରାଫ୍ଟରେ ରାଉରକେଲା ଅଭିମୁଖେ ବାହାରିବେ।

ନବୀନ ଅପରାହ୍ନ ୧୨ଟା ୧୫ ମିନିଟ୍‌ରେ ରାଉରକେଲା ବିମାନ ବନ୍ଦରରେ ଅବତରଣ କରିବେ। ୧୨ଟା ୨୦ ମିନିଟ୍‌ରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ କ୍ୟାମ୍ପସ୍‌ରେ ପହଞ୍ଚିବେ। ସେଠାରେ ସେ ବିଶ୍ବକପ ଗ୍ରାମକୁ ଉଦଘାଟନ କରିବେ। ସେହିପରି ସେଠାରେ ଥିବା ହକି ଖେଳାଳୀଙ୍କ ସହିତ ଭାବ ବିନିମୟ କରିବେ।

ଏହାପରେ ନବୀନ ଅପରାହ୍ନ ୩ଟା ୫୫ ମିନିଟ୍‌ରେ ଡିଏଭି ପୋଖରୀ ଅଭିମୁଖେ ବାହାରି ସେଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ସେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ସହ ସୁନ୍ଦରଗଡ଼ ମେଡ଼ିକାଲ କଲେଜକୁ ଉଦ୍‌ଘାଟନ କରିବେ। ପରେ ପରେ ‘ମୋ ବସ୍‌’ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ।

ଅପରାହ୍ନ ୪ଟା ୨୦ ମିନିଟ୍‌ରେ ସେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପହଞ୍ଚିବେ। ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ ଉଦ୍‌ଘାଟନ କରିବେ। ଅପରାହ୍ନ ୪ଟା ୩୦ ମିନିଟ୍‌ରେ ଷ୍ଟାଡିୟମରୁ ରାଉରକେଲା ଅଭିମୁଖେ ବାହାରି ଅପରାହ୍ନ ୪ଟା ୪୫ ମିନିଟ୍‌ରେ ନବୀନ ନିବାସ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଲକଡାଉନ ୨.୦: କେତୋଟି ନିର୍ଦ୍ଦିଷ୍ଟ ରୁଟକୁ ଛାଡି ଅନ୍ୟ ସବୁ ରୁଟରେ ବନ୍ଦ ରହିବ ମୋ’ ବସ ସେବା

ଭୁବନେଶ୍ବର: ଲକଡାଉନ କଟକଣାର ଅବଧିକୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ଏହି ସମୟରେ ପୂର୍ବଭଳି କଟକଣା ଲାଗୁ ରହିବ।

ହେଲେ ପୂର୍ବଭଳି ଘର ଠାରୁ ମାତ୍ର ୫୦୦ ମିଟର ମଧ୍ୟରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଅନୁମତି ମିଳିଥିବା ବେଳେ ସମୟ ଅବଧିକୁ ହ୍ରାସ କରାଯାଇଛି। ପୂର୍ବରୁ ସକାଳ ୬ ଟାରୁ ଦିନ ପର୍ଯ୍ୟନ୍ତ ୧୨ ଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରିବାକୁ ନିର୍ଦ୍ଦେଶ ରହିଥିବା ବେଳେ ଏବେ କିନ୍ତୁ ତାହା ସକାଳ ୭ ଟା ରୁ ୧୧ ଟା ପର୍ଯ୍ୟନ୍ତ ଅନୁମତି ରହିଛି।

ତେବେ ରାଜଧାନୀ ଭୁବନେଶ୍ବରରେ ମୋ ବସ ସେବାକୁ ବନ୍ଦ କରିଦିଆଯାଇଛି। କେତୋଟି ନିର୍ଦ୍ଦିଷ୍ଟ ରୁଟକୁ ଛାଡି ଅନ୍ୟ ସବୁ ରୁଟରେ ମୋ’ ବସ ସେବା ବନ୍ଦ ରହିବ। ରେଲୱେ ଷ୍ଟେସନରୁ କଟକ ଓ ଖୋର୍ଦ୍ଧାକୁ ‘ମୋ ବସ୍’ ଚାଲିବ। ଏୟାରପୋର୍ଟରୁ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ସଟଲ୍ ସର୍ଭିସ ଜାରି ରହିବ ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି।