Categories
ଆଞ୍ଚଳିକ

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ବନ୍ଧୀୟ ପାଠଚକ୍ର

ରଣପୁର: ନୟାଗଡ ଜିଲ୍ଲା ରାଜସୁନାଖଳା ଠାରେ ଥିବା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ବନ୍ଧୀୟ ଦୁଇ ଦିନିଆ ପାଠଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ୧୬ ଜଣ ଅଂଶ ଗ୍ରହଣକାରୀ, ୭୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ, ଜିଲ୍ଲାର ବିଭିନ୍ନ ବ୍ଲକର ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଓ ପ୍ରଶିକ୍ଷଣ କେନ୍ଦ୍ରର ୯୦ ଜଣ ଗୁରୁ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମର ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଶିକ୍ଷା ଗବେଷଣା ପରିଷଦ ଓ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀ, ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ନୟାଗଡ ଜିଲ୍ଲା ଶିକ୍ଷା ଅଧିକାରିଣୀ ରାଜଶ୍ରୀ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ଫୁଲବାଣୀ ସରକାରୀ ଶିକ୍ଷକ ତାଲିମ କେନ୍ଦ୍ରର ସହକାରୀ ପ୍ରଫେସର ଡ଼. ଦୋଳଗୋବିନ୍ଦ ସାହୁ, ସମ୍ମାନିତ ଅତିଥି ଭାବେ ଶିକ୍ଷା ଗବେଷଣା ପରିଷଦ ଓ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟର ଉପଦେଷ୍ଟା ଜୟକୃଷ୍ଣ ପାତ୍ର, ଏଲ.ଏଲ.ଏଫ. ର ସନ୍ଦୀପ ବଳ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶରତ କୁମାର ସାହୁ, ରଣପୁର ବ୍ଲକ ଶିକ୍ଷା ଅଧିକାରୀ ବନଲତା ବେହେରା ପ୍ରମୁଖ ଯୋଗ ଦେଇଥିଲେ।

ସେହିଭଳି ଦ୍ଵିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଖଲିକୋଟ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ଼. ସନ୍ତୋଷ କୁମାର ପରିଡା, ସମ୍ମାନିତ ଅତିଥି ଭାବେ ଓଡଗାଁ ବ୍ଲକ ଶିକ୍ଷା ଅଧିକାରିଣୀ ଗୀତାଞ୍ଜଳି ସାହୁ, ନୟାଗଡ ସମଗ୍ର ଶିକ୍ଷା ବିଭାଗର ଶିକ୍ଷା ବିଜ୍ଞାନ ସଂଯୋଜିକା କ୍ରିଷ୍ଣାରାଣୀ ମାଝୀ ପ୍ରମୁଖ ଯୋଗ ଦେଇଥିଲେ।

ଅନୁଷ୍ଠାନର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସଂଯୋଜକ ଶିକ୍ଷକ ପ୍ରଶିକ୍ଷକ ମନୋରଞ୍ଜନ ଦାଶ ମଞ୍ଚ ପରିଚାଳନା କରିଥିଲେ। ସେହିପରି ଶିକ୍ଷକ ପ୍ରଶିକ୍ଷକ ମାନସ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ।

Categories
ଆଞ୍ଚଳିକ

ବାଣପୁର: ଆଦର୍ଶ ଶ୍ରେଣୀ ଗୃହର ଶୁଭ ଉଦଘାଟନ

ବାଣପୁର (ସୀତାରାମ ଅଗ୍ରୱାଲ): ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ବ୍ଲକ ସ୍ତରୀୟ ଆଦର୍ଶ ଶ୍ରେଣୀଗୃହର ଶୁଭ ଉଦଘାଟନ ନନ୍ଦପୁର ପଞ୍ଚାୟତର ମାନସିଂହ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବାଣପୁର ବ୍ଲକର ଏଫଏଲଏନ ମଡେଲ ସ୍କୁଲ ରୂପେ ପରିଚିତ ମାନସିଂହ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ଶ୍ରେଣୀଗୃହ ଅନୁଷ୍ଠାନିକ ଭାବେ ମୁଖ୍ୟ ଅତିଥି ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆଙ୍କ କରକମଳରେ ଉଦଘାଟିତ ହୋଇଛି।

ଡିଆଇଇଟି ଖୋର୍ଦ୍ଧାର ପ୍ରିନସିପାଲ ତାପସ ନାୟକ ମହେଶ ବେହେରା, ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଜାଲି ଏବଂ ବିଆରସିସି ଉକ୍ତ ଉତ୍ସବରେ ଯୋଗ ଦେଇଥିଲେ। ମାନସିଂହ ବିଦ୍ୟାଳୟଟି ଏକ ଜୀବନ୍ତ ବିଦ୍ୟାଳୟ ବୋଲି ପ୍ରକାଶ କରି ଏହାର ସାଜସଜ୍ଜା,ପରିଷ୍କାର ପରିଚ୍ଛନ୍ନତା ଓ ସର୍ବୋପରି ଛାତ୍ରଛାତ୍ରୀ ମାନଙ୍କର ପାଠପଢା ପ୍ରତି ଆଗ୍ରହ ଦେଖି ଅତିଥି ମାନେ ସନ୍ତୋଷ ପ୍ରକାଶ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ସହକାରୀ ବୃନ୍ଦ ଏବଂ ସିଆରସିସି ସୂର୍ଯ୍ୟକାନ୍ତ ବେହେରା, ମନୋରଞ୍ଜନ ଖୁଣ୍ଟିଆ,କୈଳାଶ ହୋତା ପ୍ରମୁଖ ଏହାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।