Categories
ଆଜିର ଖବର ରାଜ୍ୟ ଖବର

Breaking News: ଦୁଇଟି ଜିଲ୍ଲାର ବଦଳିଲେ ଏସପି, ତିନିଜଣ ଆଇପିଏସଙ୍କ ବଦଳି

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଦୁଇଟି ଜିଲ୍ଲାର ଏସପିଙ୍କ ସହିତ ତିନିଜଣ ଆଇପିଏସଙ୍କ ବଦଳି କରିଛନ୍ତି। ଏ ନେଇ ଆଜି ଗୃହ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ଅନୁସାରେ ମୟୁରଭଂଜ ଏବଂ ନବରଂଗପୁରର ଏସପିଙ୍କୁ ବଦଳି କରାଯାଇଛି।

1- ବି ଗଙ୍ଗାଧର ଯେ କି ବର୍ତ୍ତମାନ ମୟୁରଭଂଜ ଏସପି ଅଛନ୍ତି ତାଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି।

2- ଏସ ଶୁଶ୍ରି ଯେ କି ନବରଂଗପୁର ଏସପି ଅଛନ୍ତି ତାଙ୍କୁ ମୟୁରଭଂଜ ଏସପି ଭାବେ ବଦଳି କରାଯାଇଛି।

3- ରୋହିତ ବର୍ମା ଯେ କି ବାଲିଗୁଡି ଏସଡିପିଓ ଅଛନ୍ତି ତାଙ୍କୁ ନବରଂଗପୁର ଏସପି ଭାବେ ବଦଳି କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୁଣି ମୟୁରଭଂଜ ଝିଅକୁ ନେଇ ଜାତୀୟ ରାଜନୀତିରେ ହଲଚଲ, ସେବେ ରାଷ୍ଟ୍ରପତି ଏବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପୁଣି ଥରେ ଜାତୀୟ ରାଜନୀତିରେ ମୟୁରଭଂଜର ଆଉ ଜଣେ ଝିଅକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଯେତେବେଳେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମୟୁରଭଂଜର ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା ହେଲା ସେତେବେଳେ ମଧ୍ୟ ଏହି ଜିଲ୍ଲା ଜାତୀୟ ରାଜନୀତିର ଦୃଷ୍ଟିକୁ ଆସିଥିଲା। କାରଣ ମୟୁରଭଂଜର ଜଣେ ଆଦିବାସୀ ଝିଅ ଦେଶର ସର୍ବୋଚ୍ଚ ପଦବୀରେ ବସିବାକୁ ଯାଉଥିଲେ।

ତେବେ ସହି ଚର୍ଚ୍ଚା ଶେଷ ହେବ ପରେ ବର୍ତ୍ତମାନ ଆଉ ଏକ ଚର୍ଚ୍ଚା ଜୋର ଧରିଛି। ତାହା ହେଲା ସେହି ମୟୁରଭଂଜ ଜିଲ୍ଲାର ଜଣେ ଝିଅ ଏବେ ମୁଖ୍ୟମନ୍ତ୍ରୀ ହେବେ। ତେବେ ଓଡିଶାର ନୁହେଁ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଚାଲିଛି। ସେ ହେଉଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ।

କଳ୍ପନା ସୋରେନ ହେଉଛନ୍ତି ଓଡିଆ ଝିଅ। ଘର ତାଙ୍କର ମୟୁରଭଂଜ ଜିଲ୍ଲାରେ। ସେ ଶିବୁ ସୋରେନଙ୍କ ପୁଅ ହେମନ୍ତ ସୋରେନଙ୍କୁ ୨୦୦୬ ଫେବ୍ରୁଆରୀ ୭ରେ ବିବାହ କରିଛନ୍ତି। ଶିବୁ ସୋରେନ ହେଉଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମର ମୁଖ୍ୟ। ଶିବୁ ସୋରେନଙ୍କ ଦୁର୍ନିତି ନେଇ ଯେତେବେଳେ ତଦନ୍ତ ହୋଇଥିଲା ସେତେବେଳେ ସିବିଆଇ ଝାଡଖଣ୍ଡର ବିଭିନ୍ନ ସ୍ଥାନ ସହିତ ମୟୁରଭଂଜରେ ମଧ୍ୟ ଚଢାଉ କରିଥିଲା।

ବର୍ତ୍ତମାନ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ ହେବା ପରେ ସେ ନିଶ୍ଚିତ ଭାବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ତେବେ ସେ ଏହି ପଦଟି ଆଉ କାହାକୁ ନ ଦେଇ ନିଜ ପରିବାର ମଧ୍ୟରେ ରଖିବେ ବୋଲି ରାଜନୈତିକ ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି। ସେହି ଅନୁସାରେ ତିନିଜଣଙ୍କ ନାମ ଚର୍ଚ୍ଚାକୁ ଆସିଛି। ସେ ହେଉଛନ୍ତି ହେମନ୍ତଙ୍କ ବାପା ଶିବୁ ସୋରେନ, ମାଆ ରୁପି ସୋରେନ ଏବଂ ଧର୍ମପତ୍ନୀ କଳ୍ପନା ସୋରେନ।

କଳ୍ପନାଙ୍କର ବର୍ତ୍ତମାନ ସୁଦ୍ଧା କୌଣସି ରାଜନୈତିର ଅଭିଜ୍ଞତା ନାହିଁ। ଅନ୍ୟପକ୍ଷରେ ସେ ମଧ୍ୟ କୌଣସି ରାଜନୈତିକ ପରିବାରରୁ ଆସି ନାହାଁନ୍ତି। କଳ୍ପନା ବର୍ତ୍ତମାନ ଝାଡଖଣ୍ଡରେ ଏକ ସ୍କୁଲ ପରିଚାଳନା କରୁଛନ୍ତି। ତେଣୁ ବର୍ତ୍ତମାନ ଝାଡଖଣ୍ଡର ରାଜନୈତିକ ପରିସ୍ଥିତିକୁ କିପରି ମୁକାବିଲା କରିବା ତାହା ସନ୍ଦେହ ଜନକ। ଏହା ନିଶ୍ଚିତ ଯେ, ହେମନ୍ତ ସୋରେନା କଳ୍ପନାଙ୍କୁ ଚଉକି ଦେଇ ନିଜେ ସବୁ ଶାସନ କରିବେ। ବିବାହ ପରେ ସ୍ବାମୀଙ୍କ ସହିତ ଯେତେଦିନି ରାଜନୀତି ସହିତ ସାମିଲ ଅଛନ୍ତି ତାହା ହିଁ ତାଙ୍କର ଅଭିଜ୍ଞତା।

କୌଣସି କାରଣରୁ ଯଦି କଳ୍ପନା ସୋରେନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଜାତୀୟ ରାଜନୀତିରେ ମୟୁରଭଂଜ ପୁଣି ଚର୍ଚ୍ଚାକୁ ଆସିବ। ସେହି ଜିଲ୍ଲାର ଜଣେ ରାଷ୍ଟ୍ରପତି ହୋଇଛନ୍ତି, ଜଣେ କେନ୍ଦ୍ରମନ୍ତ୍ରୀ ଏବଂ ଜଣେ ମୁଖ୍ୟମନ୍ତ୍ରୀ ଆସନରେ ଅଧିଷ୍ଠିତ ହେବେ।