ନୂଆଦିଲ୍ଲୀ: ଭାରତରେ ଯକ୍ଷ୍ମା ନିରୋଧୀ ଔଷଧର ଅଭାବ ଏବଂ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ (ଏନ୍ଟିଇପି) ଅଧୀନରେ ଏହି ଔଷଧର ଫଳପ୍ରଦତାକୁ ନେଇ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଷ୍ଟକ୍ ରେ ଯକ୍ଷ୍ମା ନିରୋଧୀ ଔଷଧର ଉପଲବ୍ଧତା ବିଷୟରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ନଥାଇ ପ୍ରକାଶିତ ଏଭଳି ରିପୋର୍ଟ ଅସ୍ପଷ୍ଟ ଏବଂ ବିଭ୍ରାନ୍ତିକର।
ଔଷଧ ସମ୍ବେଦନଶୀଳ ଯକ୍ଷ୍ମା ରୋଗର ଚିକିତ୍ସାରେ ଦୁଇ ମାସ ପାଇଁ ୪ଟି ଏଫ୍ଡିସି (ଆଇସୋନିଆଜିଡ୍, ରିଫାମ୍ପିସିନ୍, ଏଥାମ୍ବୁଟୋଲ ଏବଂ ପାଇରାଜିନାମାଇଡ୍) ଭାବରେ ଉପଲବ୍ଧ ୪ଟି ଔଷଧ ଅନ୍ତର୍ଭୁକ୍ତ ଏବଂ ଏହା ପରେ ଦୁଇ ମାସ ପାଇଁ ୩ଟି ଏଫ୍ଡିସି (ଆଇସୋନିଆଜିଡ୍, ରିଫାମ୍ପିସିନ୍ ଏବଂ ଏଥାମ୍ବୁଟୋଲ) ଭାବରେ ଏଥିରେ ଅନ୍ତର୍ଭୁକ୍ତ। ଏହି ସବୁ ଔଷଧ ୬ ମାସ ରୁ ଅଧିକ ସମୟ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି।
ବହୁମୁଖୀ ଔଷଧ ପ୍ରତିରୋଧୀ ଯକ୍ଷ୍ମା ରୋଗର ଚିକିତ୍ସା ପଦ୍ଧତିରେ ସାଧାରଣତଃ ୪ ମାସ ପାଇଁ ୭ଟି ଔଷଧ (ବେଡାକ୍ୱିଲିନ୍, ଲିଭୋଫ୍ଲୋକ୍ସାସିନ୍, କ୍ଲୋଫାଜିମିନ୍, ଆଇସୋନିଆଜିଡ୍, ଏଥାମ୍ବୁଟୋଲ, ପାଇରାଜିନାମାଇଡ୍ ଏବଂ ଇଥିଓନାମାଇଡ୍) ଅନ୍ତର୍ଭୁକ୍ତ ହୋଇଥାଏ ଏବଂ ପାଞ୍ଚ ମାସ ପାଇଁ ୪ଟି ଔଷଧ (ଲିଭୋଫ୍ଲୋକ୍ସାସିନ୍, କ୍ଲୋଫାଜିମିନ୍, ପାଇରାଜିନାମାଇଡ୍ ଏବଂ ଏଥାମ୍ବୁଟୋଲ) ସାମିଲ୍ ହୋଇଥାଏ। ଔଷଧ ପ୍ରତିରୋଧୀ ଯକ୍ଷ୍ମାରେ ପୀଡ଼ିତ ପ୍ରାୟ ୩୦% ବ୍ୟକ୍ତିଙ୍କ କ୍ଷେତ୍ରରେ ସାଇକ୍ଲୋସେରିନ୍ ଏବଂ ଲିନେଜୋଲିଡ୍ ଆବଶ୍ୟକ ହୁଏ।
ଏନ୍ଟିଇପି ଅଧୀନରେ କେନ୍ଦ୍ରୀୟ ସ୍ତରରେ ଟିବି ନିରୋଧୀ ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ କ୍ରୟ, ସଂରକ୍ଷଣ, ଷ୍ଟକ୍ ରକ୍ଷଣାବେକ୍ଷଣ ଏବଂ ଠିକ୍ ସମୟରେ ବଣ୍ଟନ କରାଯାଉଛି। ବିରଳ ପରିସ୍ଥିତିରେ, ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ) ଅଧୀନରେ ବଜେଟକୁ ବ୍ୟବହାର କରି ସୀମିତ ସମୟ ପାଇଁ ସ୍ଥାନୀୟ ସ୍ତରରେ କିଛି ଔଷଧ କିଣିବାକୁ ରାଜ୍ୟ ମାନଙ୍କୁ ଅନୁରୋଧ କରାଯାଇଥିଲା, ଯାହା ଦ୍ୱାରା ବ୍ୟକ୍ତିଗତ ରୋଗୀ ସେବା ପ୍ରଭାବିତ ନ ହୁଏ।
ମହାରାଷ୍ଟ୍ର କେନ୍ଦ୍ରୀୟ ସ୍ତରରେ ସାଇକ୍ଲୋସେରିନ୍ ଟାବଲେଟ୍ କ୍ରୟ କରିସାରିଛି। କେତେକ ରାଜ୍ୟ ଜିଲ୍ଲା ଗୁଡିକୁ କ୍ରୟ ଦାୟିତ୍ୱ ଦେଇଛନ୍ତି; ତଦନୁଯାୟୀ, ଜିଲ୍ଲାଗୁଡ଼ିକ ଯେଉଁଠାରେ ଆବଶ୍ୟକ ଔଷଧ କ୍ରୟ କରିଛନ୍ତି।
ଏହିପରି, ଏନଟିଇପି ଅଧୀନରେ ମୋକ୍ସିଫ୍ଲୋକ୍ସାସିନ ୪୦୦ ମିଲିଗ୍ରାମ ଏବଂ ପାଇରିଡୋକ୍ସିନର ୧୫ ମାସରୁ ଅଧିକ ଷ୍ଟକ୍ ଉପଲବ୍ଧ ଅଛି। ସେହିପରି ୨୦୨୩ ଅଗଷ୍ଟ ମାସରେ ଡେଲାମାନିଡ୍ ୫୦ ମିଲିଗ୍ରାମ୍ ଓ କ୍ଲୋଫାଜିମିନ୍ ୧୦୦ ମିଲିଗ୍ରାମ୍ କ୍ରୟ କରାଯାଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଯୋଗାଇ ଦିଆଯାଇଥିଲା। ଏହା ବ୍ୟତୀତ ଅତିରିକ୍ତ ୮ ଲକ୍ଷ ଡେଲାମାନିଡ୍ ୫୦ ମିଲିଗ୍ରାମ ବଟିକା ଯୋଗାଣ ପାଇଁ ୨୩.୦୯.୨୦୨୩ରେ ପିଓ ଜାରି କରାଯାଇଛି।
ଉପରୋକ୍ତ ଷ୍ଟକ୍ ବ୍ୟତୀତ, ଅଗଷ୍ଟ ୨୦୨୩ ରେ ଲିନେଜୋଲିଡ – ୬୦୦ ଏମ୍ଜି ଏବଂ କ୍ୟାପ୍ ସାଇକ୍ଲୋସେରିନ -୨୫୦ ମିଲିଗ୍ରାମ ଯୋଗାଣ ପାଇଁ କ୍ରୟ ଅର୍ଡର ଜାରି କରାଯାଇଥିଲା । ଏହି ଔଷଧ ଗୁଡିକ ରାଜ୍ୟ ଗୁଡ଼ିକୁ ପଠାଯାଉଛି।
ଏହି ଅତ୍ୟାବଶ୍ୟକ ଯକ୍ଷ୍ମା ନିରୋଧୀ ଔଷଧର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କରାଯାଇଛି। କେନ୍ଦ୍ରୀୟ ଗୋଦାମ ଠାରୁ ଆରମ୍ଭ କରି ପରିଧୀୟ ସ୍ୱାସ୍ଥ୍ୟ ସଂସ୍ଥା ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ମହଜୁଦ ସ୍ଥିତିର ମୂଲ୍ୟାୟନ ପାଇଁ ନିୟମିତ ମୂଲ୍ୟାୟନ କରାଯାଏ।
ତେଣୁ , ଗଣମାଧ୍ୟମ ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ତଥ୍ୟ ଭୁଲ୍ ଓ ବିଭ୍ରାନ୍ତିକର ଏବଂ ଏହା ଦେଶରେ ଉପଲବ୍ଧ ଯକ୍ଷ୍ମା ନିରୋଧୀ ଔଷଧର ମହଜୁଦର ସଠିକ୍ ଚିତ୍ରକୁ ପ୍ରତିଫଳିତ କରୁନାହିଁ।