Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

ଯାତ୍ରା ଆରମ୍ଭ କରିବ ପ୍ରଥମ ‘ରାମାୟଣ ସର୍କିଟ ଟ୍ରେନ୍’: ପରିଦର୍ଶନ କରିବ ପ୍ରଭୁ ଶ୍ରୀରାମଙ୍କ ସହ ଜଡିତ ସ୍ଥାନ

ନୂଆଦିଲ୍ଲୀ: ଭଗବାନ ଶ୍ରୀ ରାମଙ୍କ ଜୀବନ ସହ ଜଡିତ ପ୍ରମୁଖ ସ୍ଥାନ ଦେଖିବା ପାଇଁ ଭାରତୀୟ ରେଳବାଇ ରାମାୟଣ ସର୍କିଟ ଟ୍ରେନ୍ ଚଳାଇବାକୁ ଘୋଷଣା କରିଥିଲା। ଏହି ଟ୍ରେନ୍ ଅଯୋଧ୍ୟା ସମେତ ଅନେକ ସ୍ଥାନକୁ ଯିବ। ରାମାୟଣ ସର୍କିଟରେ ପ୍ରଥମ ଟ୍ରେନ୍ ଆଜି ଦିଲ୍ଲୀର ସଫଦରଜଙ୍ଗ ରେଳ ଷ୍ଟେସନରୁ ଯାତ୍ରା କରିବ। ଧାର୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଏବଂ କୋଭିଡ -୧୯ ସହ ଜଡିତ ସ୍ଥିତିର ଉନ୍ନତିକୁ ଦୃଷ୍ଟିରେ ରଖି ଟ୍ରେନ ମାଧ୍ୟମରେ ଘରୋଇ ପର୍ଯ୍ୟଟନକୁ ପୁନଃଆରମ୍ଭ କରିବା ଦିଗରେ ଆଇଆରସିଟିସି ଏହି ଯୋଜନା ପ୍ରସ୍ତୁତ କରିଛି।

ପ୍ରଥମ (ରାମାୟଣ ସର୍କିଟ) ଟ୍ରେନ୍ ଦିଲ୍ଲୀର ସଫଦରଜଙ୍ଗ ରେଳ ଷ୍ଟେସନରୁ ଆଜି (ନଭେମ୍ବର ୭ ତାରିଖ) ଛାଡିବ। ଏହି ଟ୍ରେନ୍ ୧୭ ଦିନର ଯାତ୍ରାରେ ପ୍ରଭୁ ରାମଙ୍କ ଜୀବନ ସହିତ ଜଡିତ ଅଯୋଧ୍ୟା, ସୀତାମଢୀ ଏବଂ ଚିତ୍ରକୁଟ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଯାତ୍ରା କରିବ।

ଆଇଆରସିଟିସି ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ଡିଲକ୍ସ ଏସି ଟ୍ରେନରେ ଦୁଇ ପ୍ରକାରର କୋଚ୍ ଅଛି – ପ୍ରଥମ ଏସି ଏବଂ ଦ୍ୱିତୀୟ ଏସି। ସୁରକ୍ଷା ଦୃଷ୍ଟିରୁ ଟ୍ରେନରେ ସିସିଟିଭି କ୍ୟାମେରା ଲଗାଯାଇଛି ଏବଂ ପ୍ରତ୍ୟେକ କୋଚଙ୍କ ପାଇଁ ସୁରକ୍ଷା କର୍ମୀଙ୍କ ବ୍ୟବସ୍ଥା ମଧ୍ୟ ରହିଛି। ଟ୍ରେନରେ ଦୁଇଟି ଡାଇନିଂ ରେଷ୍ଟୁରାଣ୍ଟ, ଆଧୁନିକ ରୋଷେଇ ଘର, ସାୱାର ରୁମ୍ ଭଳି ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି।