Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଋଣ ଶୁଝିନପାରି ଅପମାନିତ ହେଲା ପାକିସ୍ତାନ: ଯାତ୍ରୀବାହୀ ବିମାନକୁ ଜବତ କଲା ବନ୍ଧୁ ରାଷ୍ଟ୍ର

କୁଆଲାଲମ୍ପୁର: ଆଜି କୁଆଲାଲମ୍ବୁର ବିମାନବନ୍ଦରରେ ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସ(ପିଆଇଏ)ର ପ୍ଲେନ୍‌କୁ ଜବତ କରାଯାଇଛି। ପାକିସ୍ଥାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ବୋଇଙ୍ଗ ୭୭୭ କୁ  ମାଲେସିଆ କର୍ତ୍ତୃପକ୍ଷ ଜବତ କରିଛନ୍ତି। ଏହି ଘଟଣାରେ ନିଜର ବନ୍ଧୁ ଦେଶ ଠାରୁ ପାକିସ୍ଥାନ ଅପମାନିତ ହୋଇଛି। ମାଲେସିଆଠାରୁ ନେଇଥିବା ଋଣ ଶୁଝି ନପାରିବାରୁ ପାକିସ୍ଥାନକୁ ଲଜ୍ଜିତ ହେବାକୁ ପଡିଛି।

ସୂଚନା ଅନୁଯାୟୀ, ପାକିସ୍ଥାନ ୨୦୧୫ ମସିହାରେ ଭିଏତନାମ୍‌ କମ୍ପାନୀରୁ ଲିଜ୍‌ ସ୍ବରୂପ ବୋଇଙ୍ଗ-୭୭୭ ସମେତ ଦୁଇଟି ବିମାନ ନେଇଥିଲା। ହେଲେ ପାକିସ୍ଥାନ ବକେୟା ରାଶି ଦେବାରେ ବିଫଳ ହେବାରୁ ସ୍ଥାନୀୟ କୋର୍ଟଙ୍କ ଆଦେଶ ପରେ ବିମାନକୁ ଜବତ କରାଯାଇଛି।

ଆଜି ବିମାନଟି କରାଚିରୁ ମାଲେସିଆରେ ପହଞ୍ଚିବା ପରେ ବୋଇଙ୍ଗ-୭୭୭ ପ୍ଲେନ୍‌କୁ ଜବତ କରାଯାଇଛି। ଜବତ ସମୟରେ ବିମାନରେ ଯାତ୍ରୀ ଥିଲେ, ତେବେ ସେମାନଙ୍କୁ ବାହାର କରାଯାଇଛି। ଏହି ବିମାନରେ ୧୮ଜଣ କ୍ରୁ କର୍ମଚାରୀ ମଧ୍ୟ ରହିଥିଲେ। ସମସ୍ତଙ୍କୁ ପ୍ରୋଟୋକଲ ଅନୁଯାୟୀ ୧୪ ଦିନ ପାଇଁ କ୍ୱାରାଣ୍ଟାଇନ୍‌ରେ ରଖାଯିବ ବୋଲି ଜଣାପଡ଼ିଛି।