Categories
ଆଜିର ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ଯୁକ୍ତ ଦୁଇ କଲେଜରେ ନାମଲେଖା ପାଇଁ ପ୍ରଥମ ମେରିଟ୍ ଲିଷ୍ଟ

ଭୁବନେଶ୍ବର: ଯୁକ୍ତ ଦୁଇ କଲେଜରେ ନାମଲେଖା ପାଇଁ ଆଜି ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି। ବିଭିନ୍ନ କଲେଜର କଟ୍ ଅଫ୍ ମାର୍କର ତାଲିକା ଆଜି ସାମସ୍ ଓ୍ୱେବସାଇଟରେ ଉପଲବ୍ଧ ହେଉଛି। ଛାତ୍ରଛାତ୍ରୀମାନେ ଏହି ୱେବସାଇଟ ପରିଦର୍ଶନ କରି ମେଧା ତାଲିକା ଦେଖିପାରିବେ। ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ୧୪ ତାରିଖ ଠାରୁ ୨୧ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ।

ତେବେ ନାମ ଲେଖା ସମୟରେ କରୋନା ନିୟମକୁ କଡାକଡି କରାଯିବ। ପ୍ରତିଦିନ ଦୁଇଟି ପର୍ଯ୍ୟାୟରେ ନାମ ଲେଖା କାର୍ଯ୍ୟ ଜାରି ରହିବ। ସକାଳ ୯ ଟା ରୁ ୧ ଟା ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମ ଲେଖା ପାଇଁ ସମୟ ନିର୍ଦ୍ଧାରଣ କରାଯାଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ନାମ ଲେଖା ଅପରାହ୍ନ ୧ ଟାରୁ ୫ ଟା ପର୍ଯ୍ୟନ୍ତ ଜାରି ରହିବ।

ଏହାପରେ ଆସନ୍ତା ୨୭ରେ ବାହାରିବ ଦ୍ୱିତୀୟ କଟ୍ ଅଫ ମାର୍କ। ଏଥିପାଇଁ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୧ ତାରିଖ ମଧ୍ୟରେ ନାମଲେଖା ହେବ। ଦୁଇଟି ପର୍ଯ୍ୟାୟରେ ନାମଲେଖା ପରେ ବଳକା ସିଟ୍ ପାଇଁ ସ୍ପଟ ଆଡମିଶନ ହେବ। ଏଥିପାଇଁ ଅକ୍ଟୋବର ୪ ତାରିଖରେ ପ୍ରକାଶ ପାଇବ ମେରିଟ ଲିଷ୍ଟ। ୭ ତାରିଖ ସୁଦ୍ଧା ଯୁକ୍ତ ୨ ନାମଲେଖା ସରିବ।