Categories
ଆଜିର ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ପରୀକ୍ଷା ଫଳ: ପାସ ହାର ୮୨.୧୦ ପ୍ରତିଶତ

ଭୁବନେଶ୍ବର: ଆଜି ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ କଳାରେ ପାସହାର ୮୨.୧୦ ପ୍ରତିଶତ ରହିଛି। ୨ ଲକ୍ଷ ୮ ହଜାର ୬୩୧ ପିଲା ପରୀକ୍ଷା ଦେଇଥିବା ବେଳେ ୧ ଲକ୍ଷ ୭୧ ହଜାର ୨୮୮ ଜଣ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ କଳାରେ ୯୦ ହଜାର ୨୦୭ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୬୭ ହଜାର ୭୨୮ ପାସ କରିଛନ୍ତି। ପୁଅଙ୍କ ପାସ ହାର ୭୫.୦୮ ପ୍ରତିଶତ ରହିଛି। ସେହିଭଳି କଳାରେ ୧ ଲକ୍ଷ ୧୮ ହଜାର ୪୨୪ ଛାତ୍ରୀ ପରୀକ୍ଷା ଦେଇଥିବାଆ ବେଳେ ୧ ଲକ୍ଷ ୩ ହଜାର ୫୬୦ ଛାତ୍ରୀ ପାସ କରିଛନ୍ତି। ଛାତ୍ରୀଙ୍କ ପାସ ହାର ୮୭.୪୫ ପ୍ରତିଶତ ରହିଛି। ୧୭୭ ଜଣ ଛାତ୍ରଛାତ୍ରୀ ୯୦% ରୁ ଅଧିକ ମାର୍କ ରଖିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା, ଧନ୍ଦାମୂଳକ ପରୀକ୍ଷା ଫଳ: ଏଭଳି ଯାଞ୍ଚ କରନ୍ତୁ ରେଜଲ୍ଟ

ଭୁବନେଶ୍ବର: ଆଜି ଯୁକ୍ତ ୨ ପରୀକ୍ଷାଫଳ ପ୍ରକାଶ ପାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପ୍ରକାଶ ପାଇଛି। ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ଘୋଷଣା କରିଛନ୍ତି। orissaresults.nic.in ଓ୍ବେବସାଇଟ୍‌ରେ ପରୀକ୍ଷା ଫଳ ଉପଲବ୍ଧ ହେବ। ୧ ଲକ୍ଷ ୮୯ ହଜାର ୩୬୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧ ଲକ୍ଷ ୮୬ ହଜାର ୬୮୫ ରେଗୁଲାର ଛାତ୍ରଛାତ୍ରୀ ପାସ ହୋଇଛନ୍ତି। ତେବେ କଳାରେ ୯୮.୫୮ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ରେଗୁଲାରରେ ୩୦ ହଜାର ୫୧୦ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ଵିତୀୟ ଶ୍ରେଣୀରେ ୪୬ ହଜାର ୧୦୧ ଜଣ ଏବଂ ୧୦ ହଜାର ୭୪ ଜଣ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୯୫ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଉର୍ଦ୍ଧ୍ଵ ମାର୍କ ରଖିଛନ୍ତି। ଯେଉଁ ପରୀକ୍ଷାର୍ଥୀ ପରୀକ୍ଷା ଫଳରେ ଅସନ୍ତୋଷ କିମ୍ବା କୌଣସି କାରଣରୁ ଫର୍ମ ପୂରଣ କରିନଥିଲେ, ସେମାନେ ଅଫଲାଇନରେ ପରୀକ୍ଷା ଦେଇପାରିବେ।

କରୋନା  ଯୋଗୁଁ ଚଳିତବର୍ଷ ପରୀକ୍ଷା ବାତିଲ ହୋଇଥିବା ବେଳେ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଥିଲା। ଚଳିତବର୍ଷ କଳାରେ ୨ ଲକ୍ଷ ୨୦ ହଜାର ୪୩୭ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ସେହିପରି ଧନ୍ଦାମୂଳକ ଶିକ୍ଷାରେ ୭ ହଜାର ୩୨ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଶନିବାର ଦିନ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ରେଜଲ୍ଟ

ଭୁବନେଶ୍ବର: ଶନିବାର ଦିନ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ରେଜଲ୍ଟ । ଅପରାହ୍ନ 4ଟାରେ ସିଏଚ୍‌ଏସ୍‌ଇ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।  ଆସନ୍ତା 5 ତାରିଖ ଶନିବାର ଦିନ ପରିଷଦର ଓ୍ବେବସାଇଟ୍‌ରେ କଳା ରେଜଲ୍ଟ ଉପଲବ୍ଧ ହେବ ବୋଲି ସୂଚନାରହିଛି ।  ଚଳିତଥର ଦୁଇଲକ୍ଷରୁ ଅଧିକ ପିଲା କଳା ପରୀକ୍ଷା ଦେଇଛନ୍ତି ।

ପୂର୍ବରୁ ଯୁକ୍ତ ଦୁଇ ବିଜ୍ଞାନଓ ବାଣିଜ୍ୟ ପରୀକ୍ଷା ଫଳ ବାହାରିସାରିଥିବାବେଳେ କଳା ପରୀକ୍ଷା ଫଳ ବାହାରିବାକୁ ବାକି ରହିଛି । ଚଳିତ ଥର କରୋନା ଯୋଗୁଁ ଯୁ୍କ୍ତ ଦୁଇ ପରୀକ୍ଷାରେ ବାଧାପ୍ରାପ୍ତ ହେବା ସହ ଖାତା ଦେଖାରେ ମଧ୍ୟ ବାଧକ ସୃଷ୍ଟି ହୋଇଥିଲା।