Categories
ଆଜିର ଖବର ରାଜ୍ୟ ଖବର

ଯୁକ୍ତ ୨ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ: ଜାଣନ୍ତୁ କେବେଠୁ ଆରମ୍ଭ ହେବ ପରୀକ୍ଷା

ଭୁବନେଶ୍ୱର: ଯୁକ୍ତ ୨ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ମାର୍ଚ୍ଚ ୧ ତାରିଖରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବ। ମାର୍ଚ୍ଚ ୧ ତାରିଖରୁ ବିଜ୍ଞାନ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ମାର୍ଚ୍ଚ ୨ ତାରିଖରୁ କଳା, ବାଣିଜ୍ୟ ପରୀକ୍ଷା ଅନୁଷ୍ଠିତ ହେବ। ସେହିଭଳି ମାର୍ଚ୍ଚ ୩ ତାରିଖରୁ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଆରମ୍ଭ ହେବ। ସେହିପରି ଫେବ୍ରୁଆରୀ ୧ ତାରିଖରୁ ୧୦ ତାରିଖ ଯାଏଁ ପ୍ରାକ୍ଟିକାଲ ପରୀକ୍ଷା ହେବ।

ତେବେ ଉକ୍ତ ପରୀକ୍ଷା ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ପରୀକ୍ଷା ହେବ। କିନ୍ତୁ ଚଳିତ ବର୍ଷ ମଧ୍ୟ କୋଭିଡ୍ ଗାଇଡଲାଇନରେ ସମସ୍ତ ପରୀକ୍ଷା ହେବ।

ଜାନୁଆରୀ ୧୫ ତାରିଖ ସୁଦ୍ଧା ପରୀକ୍ଷା କେନ୍ଦ୍ର ଚୂଡାନ୍ତ ହେବ। ପରୀକ୍ଷା କେନ୍ଦ୍ର ଗୁଡିକ ସର୍ଭିଲାନ୍ସ ରହିବ ଏନେଇ ସିଏଚଏସଇ ଅଧ୍ୟକ୍ଷ ଅଶ୍ୱିନୀ ମିଶ୍ର ଆଜି ସୂଚନା ଦେଇଛନ୍ତି।

Categories
StateBoard ଆଜିର ଖବର ରାଜ୍ୟ ଖବର

ଏପ୍ରିଲ ୨୮ ରୁ ହେବ ଯୁକ୍ତ ୨ ବୋର୍ଡ ପରୀକ୍ଷା

ଭୁବନେଶ୍ଵର: ଏପ୍ରିଲ ୨୮ ତାରିଖରୁ ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବ। ଯୁକ୍ତ ୨ ର ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ଏପ୍ରିଲ ୨୮ ତାରିଖରୁ ଆରମ୍ଭ ହେବ। ଗ୍ରୀଷ୍ମ ପ୍ରବାହକୁ ଦେଖି ଗୋଟିଏ ସିଟିଙ୍ଗରେ ପରୀକ୍ଷା କରାଯିବ। ମୋଟ ୩ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଭାଗ ନେବେ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

Categories
StateBoard ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ପରୀକ୍ଷା କେବେ ହେବ?, ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର: ଯୁକ୍ତ ୨ ପରୀକ୍ଷା ବାତିଲ କରିବାକୁ ଛାତ୍ରଛାତ୍ରୀମାନେ ରାଜ୍ୟ ସରକାର ନିକଟରେ ଦାବି କରୁଛନ୍ତି। ଏପରିକି ପରୀକ୍ଷା ବାତିଲ ଦାବିରେ ସେମାନେ ଆନ୍ଦୋଳନ ମଧ୍ୟ କରୁଛନ୍ତି। ଏପରିସ୍ଥଳେ ଏହାକୁ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ, ଅଫଲାଇନରେ ପରୀକ୍ଷା ହେବା ନେଇ ନିଷ୍ପତ୍ତି ହୋଇସାରିଛି। କୋର୍ସ ସରିବା ପରେ ପରୀକ୍ଷା ହେବ। ଯେଉଁ ସମୟରେ ପରୀକ୍ଷା ହବା କଥା, ସେହି ସମୟରେ ହେବ। ତେଣୁ ପିଲାମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ରହୁନ୍ତୁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଯୁକ୍ତ ୨ ପରୀକ୍ଷା ଫଳ: ଆଜି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ ବିଶେଷଜ୍ଞ କମିଟି

ଭୁବନେଶ୍ବର: ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଜି ରାଜ୍ୟ ସରକାରଙ୍କୁ ପରୀକ୍ଷା ଫଳ ପ୍ରସ୍ତୁତି ଲାଗି ଗଠିତ ବିଶେଷଜ୍ଞ ଟିମ ରିପୋର୍ଟ ପ୍ରଦାନ କରିବେ। ଦଶମ ବୋର୍ଡ ପରୀକ୍ଷା ଫଳ ଆଧାରରେ ଯୁକ୍ତ ୨ ପରୀକ୍ଷା ଫଳ ମୂଲ୍ୟାୟନକୁ ଗୁରୁତ୍ଵ ଦିଆଯିବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ଯୁକ୍ତ ୨ ପରୀକ୍ଷା ମୂଲ୍ୟାୟନ ପାଇଁ ଗଠନ ହେଲା ୧୪ ଜଣିଆ କମିଟି

ଭୁବନେଶ୍ବର: କରୋନା ଯୋଗୁଁ ଯୁକ୍ତ ୨ ପରୀକ୍ଷାକୁ ରାଜ୍ୟ ସରକାର ବାତିଲ କରିଛନ୍ତି। ବର୍ତ୍ତମାନ ଛାତ୍ରଛାତ୍ରୀମାନଙ୍କ ମୂଲ୍ୟାୟନକୁ ନେଇ ରାଜ୍ୟ ସରକାର ଚିନ୍ତିତ ଅଛନ୍ତି। ଯୁକ୍ତ ୨ ପରୀକ୍ଷା ମୂଲ୍ୟାୟନ ପରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ଯେପରି କୌଣସି ଖରାପ ପ୍ରଭାବ ପଡିବ ନାହିଁ,  ସେହି ଦିଗରେ ରାଜ୍ୟ ସରକାର ଚିନ୍ତା କରୁଛନ୍ତି।

ତେବେ ଏହାକୁ ନେଇ ଏକ ବିଶେଷଜ୍ଞ କମିଟି ଗଠନ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ। ତେଣୁ ଯୁକ୍ତ ୨ ପରୀକ୍ଷା ମୂଲ୍ୟାୟନ ଉଦ୍ଦେଶ୍ୟରେ ଏକ ୧୪ ଜଣିଆ କମିଟି ସିଏଚଏସଇ ଗଠନ କରିଛି। ୧୦ ଦିନ ଭିତରେ ଏହି କମିଟି ମୂଲ୍ୟାୟନ ଖସଡା ରିପୋର୍ଟ ଦେବାକୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଯୁକ୍ତ ୨ ପରୀକ୍ଷା ମୂଲ୍ୟାୟନ ପାଇଁ ପ୍ରସ୍ତୁତି ଆରମ୍ଭ: ୧୫ ଦିନରେ ଗଠନ ହେବ ବିଶେଷଜ୍ଞ କମିଟି

ଭୁବନେଶ୍ବର: ଯୁକ୍ତ ୨ ପରୀକ୍ଷା ମୂଲ୍ୟାୟନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ୧୫ ଦିନ ଭିତରେ ଏନେଇ ଏକ ବିଶେଷଜ୍ଞ ଟିମ ଗଠନ ହେବ। ବିଶେଷଜ୍ଞ କମିଟିରେ ବିଶିଷ୍ଠ ଶିକ୍ଷାବିତ ଓ ସିଏଚଏସଇ କର୍ତ୍ତୁପକ୍ଷ  ରହିବେ। ସିବିଏସଇ କିଭଳି ଭାବେ ଦ୍ଵାଦଶ ପରୀକ୍ଷା ମୂଲ୍ୟାୟନ କରୁଛି, ତାହା ଉପରେ ତର୍ଜମା କରି ବିଶେଷଜ୍ଞ କମିଟି ନିଷ୍ପତ୍ତି ନେବ। ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବୈଠକ!: ଯୁକ୍ତ ୨ ପରୀକ୍ଷା ଉପରେ ହୋଇପାରେ ଘୋଷଣା

ଭୁବନେଶ୍ଵର: ଓଡିଶାରେ ଯୁକ୍ତ ୨ ପରୀକ୍ଷା ହେବ କି ନାହିଁ, ଆସନ୍ତାକାଲି ଘୋଷଣା ହୋଇପାରେ। ଆସନ୍ତାକାଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏନେଇ ବୈଠକ ହେବା ସମ୍ଭାବନା ରହିଛି। ସିବିଏସଇ ଦ୍ଵାଦଶ ପରୀକ୍ଷା ବାତିଲ ହେବା ପରେ ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ନେଇ ରାଜ୍ୟ ସରାକର ଆସନ୍ତାକାଲି ନିଷ୍ପତ୍ତି ନେଇପାରନ୍ତି। ପୂର୍ବରୁ ସିବିଏସଇ ଦଶମ ବୋର୍ଡ ପରୀକ୍ଷା ବାତିଲ ହେବା ପରେ ରାଜ୍ୟରେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟ ଦଶମ ପରୀକ୍ଷାକୁ ବାତିଲ କରିଥିଲା।

Categories
ଆଜିର ଖବର ଆଞ୍ଚଳିକ

ଯୁକ୍ତ ୨ ପରୀକ୍ଷା ବାତିଲ ଦାବି: ବାଲୁଗାଁରେ ରାଜ ରାସ୍ତା ଅବରୋଧ କଲେ ଆନ୍ଦୋଳନରତ ଛାତ୍ର

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁର ଗାନ୍ଧୀ ଛକଠାରେ ଆଜି ପୂର୍ବାହ୍ନରେ ବାଲୁଗାଁ ଓ ବାଣପୁରର ବିଭିନ୍ନ ମହାବିଦ୍ୟାଳୟର ଯୁକ୍ତ ୨ ଛାତ୍ରମାନେ ପରୀକ୍ଷା ବାତିଲ ଦାବି ନେଇ ରାଜ ରାସ୍ତା ଅବରୋଧ କରିଥିଲେ।

ସୂଚନା ମୁତାବକ ଚଳିତ ବର୍ଷ ରାଜ୍ୟରେ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ବାତିଲ ହେବା ପରେ ଯୁକ୍ତ ୨ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସରକାର ଘୋଷଣା କରିବା ପରେ ଏଥିରେ ଛାତ୍ରଛାତ୍ରୀ ଉତକ୍ଷିପ୍ତ ହୋଇପଡିଛନ୍ତି। ସାରା ରାଜ୍ୟର ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଦ୍ୱାରା ଯୁକ୍ତ ଦୁଇ ପରୀକ୍ଷା ବନ୍ଦ ପାଇଁ ଦାବି ଜୋର ଧରିଥିବା ବେଳେ ଏଥିରୁ ବାଦ ପଡିନାହାନ୍ତି ବାଣପୁର ଏବଂ ବାଲୁଗାଁ ଅଞ୍ଚଳର ଯୁକ୍ତ ଦୁଇ ଛାତ୍ର ଛାତ୍ରୀ।

କରୋନା ମହାମାରୀକୁ ଆଖି ଆଗରେ ରଖି ରାଜ୍ୟର ସମସ୍ତ ମହାବିଦ୍ୟାଳୟ ବନ୍ଦ ପଡିଥିବା ହେତୁ ସଠିକ ଭାବରେ ପାଠ ପଢ଼ାଯାଇପାରିନଥିଲା। ଅନଲାଇନରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଖେ ପାଠ ପଢା ସମ୍ଭବ ହୋଇପାରିନି। ତେବେ ପରୀକ୍ଷା ତାରିଖ ଘୋଷଣା ହେବା ପରେ ଛାତ୍ର ଛାତ୍ରୀମାନେ ସଠିକ ଭାବରେ ମହାବିଦ୍ୟାଳୟ ଗୁଡିକରେ ପଢ଼ାପଢି ହୋଇନଥିବା ହେତୁ ଏବଂ ବଢୁଥିବା କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ବାତିଲ କରିବା ପାଇଁ ରାଜ୍ୟ ସରକାର ଏବଂ ବିଭାଗୀୟ ମନ୍ତ୍ରୀଙ୍କ ବିରୋଧରେ ବିଭିନ୍ନ ନାରାବାଜି କରିବା ସହ ଦୀର୍ଘ ସମୟ ଧରି ବାଲୁଗାଁ ଗାନ୍ଧିଛକ ଠାରେ ରାସ୍ଥା ଅବରୋଧ କରିଥିଲେ।

ପରିକ୍ଷା ବାତିଲ ନ ହେଲେ ଆଗାମୀ ଦିନମାନଙ୍କରେ ବାଲୁଗାଁ ଏବଂ ବାଣପୁର ଅଞ୍ଚଳର ହଜାର ହଜାର ସଂଖ୍ୟକ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓଲ୍ହାଇବାକୁ ପଛାଇବେ ନାହିଁ ବୋଲି ସରକାରଙ୍କୁ ଆନ୍ଦୋଳନରତ ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି।

ତେବେ କୌଣସି ଅଘଟଣକୁ ଏଡ଼େଇବା ତଥା ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଦୃଷ୍ଟିରୁ ବିକ୍ଷୋଭ ସ୍ଥଳରେ ବାଲୁଗାଁ ଆଇଆଇସି ଏବଂ ଅନ୍ୟାନ୍ୟ ପୋଲିସ କର୍ମଚାରୀ ପହଂଚି ଆନ୍ଦୋଳନରତ ଛାତ୍ରଙ୍କୁ ବୁଝାଇବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।