Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପ୍ରଥମ ସକାଳୁଆ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ଖୋର୍ଦ୍ଧା: ଆଜି ସକାଳ. ଘ 07.00 ଟିକା ସମୟରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରା଼ଣାଙ୍କ ଅଧ୍ୟକ୍ଷତାରେ ପ୍ରଥମ ସକାଳୁଆ ମିଳିତ ଜନ ଅଭିଯୋଗ ଶୁଣlଣି ଶିବିର ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଶିବିରରେ ଆରକ୍ଷୀ ଅଧି୍କ୍ଷକ ଶାଗରୀକା ନାଥ, ଅତିରିକ୍ତ ଜିଲ୍ଲାପାଳ, ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ସାଫଲ୍ୟ ମଣ୍ଡିତ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ଖୋର୍ଦ୍ଧା, ଜ୍ୟୋତିଶଙ୍କର ସାହୁ, ଉପ ଜିଲ୍ଲାପାଳ, ଖୋର୍ଦ୍ଧା, କିଶୋର କୁମାର ପଣ୍ଡା ଯୋଗ ଦେଇଥିଲେ।

ଆଜିର ଅଭିଯୋଗ ଶିବିରକୁ ମୋଟ 79 ଗୋଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ 54 ଗୋଟି ଅଭିଯୋଗ ବ୍ୟକ୍ତିଗତ, 15 ଗୋଟି ଅଭିଯୋଗ ଗ୍ରାମୀଣ ସମସ୍ୟା ଜନିତ ଥିଲା l ଜିଲ୍ଲାପାଳ ଅଭିଯୋଗ ସ୍ଥଳରେ 4 ଗୋଟି ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 6 ଜଣ ଅଭିଯୋଗ କାରିଙ୍କୁ ମୋଟ 72 ହଜାର ଟଙ୍କା ଆର୍ଥିକ ସାହାୟତା ରାଶି ପ୍ରଦାନ କରିଥିଲେ। ଅନଲାଇନରେ ଆସୁଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଗୁଡିକୁ ସମ୍ପୃକ୍ତ ଅଧିକାରୀମାନେ ଯତ୍ନବାନ ହୋଇ ସେଗୁଡିକୁ ତୁରନ୍ତ ସମାଧାନ କରିବାକୁ ସେ ନିର୍ଦେଶ ଦେଇଥିଲେ।

ଜନଶୁଣାଣି ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ଜରୁରୀ ଶ୍ରୀତପା ମିଶ୍ର, ଡେପୁଟି କଲେକ୍ଟର, ଅଭିଯୋଗ, ଆର୍ତ୍ତତ୍ରାଣ ମଲ୍ଲିକ, ସହକାରୀ କଲେକ୍ଟର, ଅଭିଯୋଗ ଭୁବନେଶ୍ୱରୀ କଅଁର, ଜିଲ୍ଲାସମାଜ କଲ୍ୟାଣ ଅଧିକାରୀ କୁଶୁମ ପ୍ରହରାଜଙ୍କ ସମେତ ବିଭିନ୍ନ ବ୍ଲକର ବି ଡ଼ି ଓ, ତହସିଲଦାର, ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ବରିଷ୍ଠ ଯନ୍ତ୍ରୀ ମାନେ ଯୋଗଦେଇ ଥିଲେ।

ପ୍ରକାଶ ଥାଉକି ଚଳିତ ଏପ୍ରିଲ ମାସରେ 15 ତାରିଖରେ ଟାଙ୍ଗୀ ବ୍ଲକ ଅଧୀନ କୁହୁଡି ଗ୍ରାମ ପଂଚାୟତ କାର୍ଯ୍ୟାଳୟଠାରେ, 21 ତାରିଖରେ ବାଲିପାଟଣା ବ୍ଲକ ଅମଣାକୁଦ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ଏବଂ 28 ତାରିଖ ଖୋର୍ଦ୍ଧା ବ୍ଲକ ବରସାହି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ, ପୁଲିସ ଉପାଯୁକ୍ତଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ସକାଳ 07.00ଘଟିକା ଠାରୁ ପୂର୍ବାହ୍ନ 10.00ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଧାର୍ଯ୍ୟ କରାଯାଇଅଛି। ଏଣୁ ସମ୍ପୃକ୍ତ ଅଂଚଳର ଜନସାଧାରଣ ମାନଙ୍କ ଆପତ୍ତି ଅଭିଯୋଗ ଥିଲେ ସେମାନେ ସେମାନଙ୍କ ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ଧାର୍ଯ୍ୟ ତାରିଖ ଏବଂ ସମୟରେ ଉପସ୍ଥିତ ରହି ତାହାକୁ ସମାଧାନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାଇ ଦିଆଗଲା।

Categories
ଆଜିର ଖବର ରାଜ୍ୟ ଖବର

ନାକଟିଦେଉଳରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି: ପାନୀୟ ଜଳ ସମସ୍ୟା ସମାଧାନ କରିବାକୁ କଡ଼ା ନିର୍ଦ୍ଦେଶ

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ନାକଟିଦେଉଳ ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଏବଂ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଅଭିଯୋଗ ଶୁଣାଣିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହାନ୍ତ, ବିଡ଼ିଓ କ୍ଷମାନିଧି ଭୋଇ ନାକଟିଦେଉଳ ବ୍ଲକ ଅଧ୍ୟକ୍ଷା ସ୍ୱରୂପାରାଣୀ ସାହୁ, ଉପାଧ୍ୟକ୍ଷ ଜିତେନ୍ଦ୍ର କୁମାର ପ୍ରଧାନ, ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଯୁଗ୍ମ ଅଭିଯୋଗ ଶୁଣାଣୀରେ ମୋଟ ୬୨ ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଥି ମଧ୍ୟରୁ ୪୬ ଟି ବ୍ୟକ୍ତିଗତ ଓ ୧୬ ଟି ସାମୂହିକ ରହିଥିଲା। ୨(ଦୁଇ ) ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।  ବିଶେଷ କରି ଜଳସେଚନ, ବିଦ୍ୟୁତ ଯୋଗାଣ, ପାନୀୟ ଜଳ, ନେଟୱାର୍କ ସମସ୍ୟା, ସମ୍ବଲପୁର ରୁ ନାକଟିଦେଉଳ ସରକାରୀ ବସ ଚାଲିବା, ବାଟଗାଁ ରେ ପୋଲିସ ଫାଣ୍ଡି, ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ଓ ପୋଷ୍ଟ ମୋଟମ ଗୃହ ନିର୍ମାଣ,ଭତ୍ତା, ପିଡିଏସ ଚାଉଳ ଯୋଗାଣ ଭଳି ଅଭିଯୋଗ ପଞ୍ଜିକୃତ ହୋଇଥିଲା।

ପାନୀୟ ଜଳ ଜନିତ ଅଭିଯୋଗ ଆସିଲେ ତାକୁ ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ କରିବାକୁ ସମ୍ପୃକ୍ତ ବିଭାଗକୁ ଜିଲ୍ଲାପାଳ କଡା ନିର୍ଦ୍ଦେଶ ଦେଇଛନ୍ତି। ଏହା ଛଡା ଜନଶୁଣାଣୀ ପୋର୍ଟାଲ, ଯୁଗ୍ମ ଅଭିଯୋଗ ଶୁଣାଣୀ ଏବଂ ସିଏମ ପୋର୍ଟାଲରେ ଆସୁଥିବା ସମସ୍ତ ଅଭିଯୋଗ ଗୁଡିକୁ ଗୁରୁତ୍ୱ ଦେଇ ତାର ସମାଧାନ ଦିଗରେ ପଦକ୍ଷେପ ନେବାପାଇଁ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।