Categories
ଆଜିର ଖବର ରାଜ୍ୟ ଖବର

ରାହୁଲ ଗାନ୍ଧୀଙ୍କ ସୁନିଶ୍ଚିତ ନିଯୁକ୍ତି ଗ୍ୟାରେଂଟି ଓଡିଶାର ଘରେ ଘରେ ପହଞ୍ଚାଇବ ପ୍ରଦେଶ ଯୁବ କଂଗ୍ରେସ

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କର “ଯୁବ ନ୍ୟାୟ” କାର୍ଯ୍ୟକ୍ରମର ପୋଷ୍ଟର ଉନମୋଚନ କରାଯାଇଥିଲା। ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଦେଶ ଓ ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା ରହିଛି। ଯୁବକ ଯୁବତୀ ମାନଙ୍କୁ ମିଥ୍ୟା ପ୍ରଲୋଭନ ଦେଇ ଉଭୟ ମୋଦୀ ଓ ନବୀନ ସରକାର ସେମାନଙ୍କର ଭୋଟ ଲୁଟିନେଲେ।

ନବନୀଙ୍କର ବର୍ଷକୁ ୨ ଲକ୍ଷ ଏବଂ ମୋଦୀଙ୍କର ବର୍ଷକୁ ୨ କୋଟି ନିଯୁକ୍ତି ପ୍ରତିଶ୍ରୁତି ଆଜି ପ୍ରତାରଣାରେ ପରିଣତ ହୋଇଛି। କେନ୍ଦ୍ର ସରକାରରେ ଖାଲି ପଡ଼ିଥିବା ୧୦ଲକ୍ଷ ପଦବୀ ଏବଂ ଓଡ଼ିଶା ସରକାରଙ୍କର ଖାଲି ପଡ଼ିଥିବା ୨ ଲକ୍ଷ ୨୬ ହଜାର ପଦବୀ ଏପର୍ଯ୍ୟନ୍ତ ପୂରଣ ହୋଇପାରିଲା ନାହିଁ। ଏହାକୁ ନେଇ ପ୍ରଦେଶ ଯୁବ କଂଗ୍ରେସ ଗାଁ କୁ ଗାଁ ବୁଲି ପ୍ରଚାର କରିବ ବୋଲି କୁହାଯାଇଛି।