Categories
ଆଞ୍ଚଳିକ

ଅସହାୟ ପରିବାରକୁ ସାହା ହେଲେ ଯୁବ ସମାଜସେବୀ: ଝିଅ ବିବାହ ପାଇଁ କଲେ ଆର୍ଥିକ ସହାୟତା

ରଣପୁର: ବିଭିନ୍ନ ସମାଜସେବୀ ବିଭିନ୍ନ ଉପାୟରେ ଲୋକମାନଙ୍କୁ ସାହାଯ୍ୟ କରିବାର ଦେଖିବାକୁ ମିଳିଥାନ୍ତି। ଆଜି ରଣପୁର ଅଞ୍ଚଳର ଜଣେ ଯୁବ ସମାଜସେବୀ ଲୋକମାନଙ୍କୁ ଭିନ୍ନ ଉପାୟରେ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି। ଯୁବ ସମାଜ ସେବୀ ଜଣଙ୍କ ହେଉଛନ୍ତି ରଣପୁର ସନ୍ତୋଷ ମହାପାତ୍ରଙ୍କ ପୁଅ ସତ୍ୟ ସାହିଲ ମହାପାତ୍ର। ସେ ଭିନ୍ନ ତରିକାରେ ଏବେ ଲୋକମାନଙ୍କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି। ସେ ଗରିବ ଅସହାୟ ପରିବାର ଝିଅ ବିବାହ ନିମନ୍ତେ ଆର୍ଥିକ ସହାୟତା ରାଶି ପ୍ରଦାନ କରୁଛନ୍ତି, ଯାହା ଫଳରେ ବିବାହ କାର୍ଯ୍ୟ ସମ୍ପନ୍ନ କରିବାରେ ଝିଅ ଘରର ପରିବାର ଲୋକେ ସମର୍ଥ ହେଇ ପାରୁଛନ୍ତି।

ଆଜି ସେ ରଣପୁର ବ୍ଲକ ବନ୍ଧମୁଣ୍ଡା ପଞ୍ଚାୟତର ଏକ ଗରିବ ପରିବାରର ଝିଅ ବିବାହ କାର୍ଯ୍ୟ ନିମନ୍ତେ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି। ଝିଅର ପରିବାର ଲୋକେ ଖୁବ କଷ୍ଟରେ ଗୁଜୁରାଟ ମେଣ୍ଟାଉ ଥିବା ବେଳେ ବିବାହ କାର୍ଯ୍ୟ ବୋଝ ଉପରେ ଲଳିତା ବିଡା ଭଳି। ସେଥିରେ ସେମାନେ ଦୁଃଖ କଷ୍ଟ କରି ଚଳି ଝିଅର ବିବାହ କରାଉଛନ୍ତି।  ପରିବାରର ଅଭାବ ଅସୁବିଧା ସମ୍ପର୍କରେ ଖବର ପାଇ ଯୁବ ସମାଜସେବୀ ସାହିଲ ତାଙ୍କ ଘରେ ପହଂଚି ପରିବାର ଲୋକଙ୍କୁ ୨୦ ହଜାର ଟଙ୍କା ଆର୍ଥିକ ରାଶି ସହାୟତା ପ୍ରଦାନ କରିଛନ୍ତି।

ସୂଚନା ଥାଉ କି ଏହା ପୂର୍ବରୁ ମଧ୍ୟ ଆଉ ଏକ ପରିବାରର ଝିଅ ବିବାହ କାର୍ଯ୍ୟ ନିମନ୍ତେ ୩୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ।

Categories
ଆଞ୍ଚଳିକ

ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ସମାଜସେବୀ: ନବ ନିର୍ବାଚିତା ରାଷ୍ଟ୍ରପତିଙ୍କୁ କଲେ ଉତ୍ସର୍ଗ

ଭୁବନେଶ୍ୱର: ରାଷ୍ଟ୍ରପତି ଭାବେ ଓଡ଼ିଆ ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହେବା ପରେ ସବୁଠି ଉତ୍ସବର ମାହୋଲ ଚାଲିଛି। ଭିନ୍ନ ଭିନ୍ନ ଢଙ୍ଗରେ ଓଡିଶାବାସୀ ଉତ୍ସବ ମନାଉଛନ୍ତି। ଏହି କ୍ରମରେ ଭୁବନେଶ୍ୱର ଝାରପଡାର ଅଞ୍ଚଳର ଯୁବ ସମାଜସେବୀ ସୁଶାନ୍ତ ମଙ୍ଗରାଜ ନିଆରା ଢଙ୍ଗରେ ଉତ୍ସବ ମନେଇଛନ୍ତି। ନିଜ ଜନ୍ମଦିନକୁ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ଭାବେ ସେ ପାଳନ କରିଛନ୍ତି।

ଦ୍ରୌପଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ସୁଶାନ୍ତ ନିଜ ଜନ୍ମଦିନରେ ଦିବ୍ୟାଙ୍ଗ ଏବଂ ଅସହାୟଙ୍କୁ ଖାଦ୍ୟ ବାଣ୍ଟି ଏକ ନିଆରା ଢଙ୍ଗରେ ନିଜ ଜନ୍ମଦିନ ପାଳିଛନ୍ତି। ନିଜ ରାଜନୈତିକ କ୍ୟାରିୟରେ ଅନେକ ସମୟରେ ଗରିବ ଏବଂ ଅସହାୟଙ୍କ ପାଖେ ଠିଆ ହୋଇଛନ୍ତି ନବ ନିର୍ବାଚିତା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ତେଣୁ ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ନିଜ ଜନ୍ମଦିନକୁ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଉତ୍ସର୍ଗ କରିଛନ୍ତି ସୁଶାନ୍ତ ମଙ୍ଗରାଜ।

ଯୁବ ପିଢ଼ି ଦ୍ରୌପଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଉଚିତ ବୋଲି ସେ କହିବା ସହ ଅସହାୟଙ୍କ ମୁହଁରେ ହସ ଫୁଟାଇବାକୁ ସର୍ବଦା ଚେଷ୍ଟା କରିବା ଉଚିତ ବୋଲି ସୁଶାନ୍ତ ଏହି ଅବସରରେ କହିଛନ୍ତି।