Categories
ଆଞ୍ଚଳିକ

ଶ୍ରମିକନେତା ଯୋଗେନ୍ଦ୍ର ତ୍ରିପାଠୀଙ୍କ ବିୟୋଗରେ ହିନ୍ଦ୍ ମଜଦୁର ସଭା, ଓଡ଼ିଶା ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର: ସମାଜବାଦୀ ନେତା, ରାଜ୍ୟର ଶ୍ରମିକ ଆନ୍ଦୋଳନର ପୁରୋଧା, ହିନ୍ଦ୍ ମଜଦୁର ସଭା ଓ କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଯେଗେନ୍ଦ୍ର ନାଥ ତ୍ରିପାଠୀଙ୍କ ବିୟୋଗରେ ହିନ୍ଦ୍ ମଜଦୁର ସଭା ଓଡ଼ିଶା ଶାଖା କାର୍ଯ୍ୟାଳୟ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ଅନୁଷ୍ଠିତ ହୋଇଯାଇଛି।

ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ଏଚ୍‌.ଏମ୍‌.ଏସ୍ ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ପାତ୍ର, କୋଷାଧ୍ୟକ୍ଷ ନବକିଶୋର ମଲ୍ଲିକ, ମହିଳା ନେତ୍ରୀ ଲକ୍ଷ୍ମୀ ମହାନ୍ତି, ସଂଯୁକ୍ତା ମହଲ, ବି.ଏନ୍‌. ମହାପାତ୍ର, ରାଜେନ୍ଦ୍ର ଦାସ, ଆଡ଼ଭୋକେଟ ଯୁଗଳ ନାୟକ, ଏଚ୍‌.ଏମ୍‌.ଏସ୍ ମେଡ଼ିଆ ସେଲ୍‌ର ସଂଯୋଜକ ମନୋଜ ବାରିକଙ୍କ ସମେତ ଆଠଗଡ଼, ସମ୍ବଲପୁର, ଖୋର୍ଦ୍ଧା, ଢେଙ୍କାନାଳ, କଟକ ଆଦି ଅଞ୍ଚଳରୁ ଶତାଧିକ ଶ୍ରମିକ କର୍ମୀ, ନେତୃବୃନ୍ଦ ଯୋଗଦେଇ ସ୍ୱର୍ଗତ ତ୍ରିପାଠୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

ସ୍ୱର୍ଗତ ତ୍ରିପାଠୀ ଶ୍ରମିକମାନଙ୍କ ପାଇଁ ବିଶେଷକରି ଅଣ ସଂଗଠିତ, ନିର୍ମାଣ ଶ୍ରମିକମାନଙ୍କ ପାଇଁ ଯେଉଁ କାର୍ଯ୍ୟ କରିଯାଇଛନ୍ତି, ତାହା ଚିରଦିନ ପର୍ଯ୍ୟନ୍ତ ଅମର ରହିବ। ଦୀର୍ଘ ୨୫ ବର୍ଷ ଧରି ଏଚ୍‌.ଏମ୍‌.ଏସ୍ ସଂଗଠନ ରାଜ୍ୟ ଶାଖାର ସାଧାରଣ ସମ୍ପାଦକ ଭାବରେ ସେ ଶ୍ରମିକମାନଙ୍କ ନିମନ୍ତେ ଅନେକ କାର୍ଯ୍ୟ କରି ଯାଇଛନ୍ତି, ତାହା ସବୁଦିନ ପାଇଁ ଅମ୍ଲାନ ହୋଇ ରହିବ ବୋଲି ଉପସ୍ଥିତ ନେତୃବୃନ୍ଦ ପ୍ରକାଶ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଶିଷ୍ଟ ଶ୍ରମିକନେତା ତଥା ହିନ୍ଦ୍ ମଜଦୁର ସଭାର ରାଜ୍ୟ ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ତ୍ରିପାଠୀଙ୍କ ବିୟୋଗ

ଭୁବନେଶ୍ୱର: ବିଶିଷ୍ଟ ଶ୍ରମିକନେତା ତଥା ହିନ୍ଦ୍ ମଜଦୁର ସଭାର ରାଜ୍ୟ ସାଧାରଣ ସମ୍ପାଦକ ଏବଂ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ନାଥ ତ୍ରିପାଠୀଙ୍କର ୬ ତାରିଖ ସକାଳେ ପରଲୋକ ହୋଇଯାଇଛି। ତାଙ୍କର ପରଲୋକରେ ସମଗ୍ର ଶ୍ରମିକ ସମାଜ ମହଲରେ ଶୋକର ଛାୟା ଖେଳିଯାଇଛି।

୧୯୪୪ ମସିହାରେ ଜନ୍ମଲାଭ କରିଥିବା ସ୍ୱର୍ଗତ ତ୍ରିପାଠୀ ଛାତ୍ର ଜୀବନରୁ ସମାଜବାଦୀ ଆନ୍ଦୋଳନରେ ଜଡ଼ିତ ରହି ପରବର୍ତ୍ତୀ ସମୟରେ ଶ୍ରମିକ ସମାଜର କଲ୍ୟାଣ ଦିଗରେ କାର୍ଯ୍ୟ କରି ଚାଲିଥିଲେ। ନିଜର ନିଃସ୍ୱାର୍ଥପରତା, କର୍ତ୍ତବ୍ୟନିଷ୍ଠ, ସଚ୍ଚୋଟପଣ ଯୋଗୁ ବିଭିନ୍ନ ସମୟରେ ଓଡ଼ିଶା ନିର୍ମାଣ କଲ୍ୟାଣ ବୋର୍ଡ, ଓଡ଼ିଶା ବିହନ ନିଗମ, ଓଡ଼ିଶା ନିର୍ମାଣ ମଜଦୁର ସଭା ପ୍ରତିଷ୍ଠତା, ଓଡ଼ିଶା ବିଡ଼ି ଶ୍ରମିକ, ଓଡ଼ିଶା ମେଡ଼ିକାଲ କର୍ମଚାରୀ ସଂଘ, ଢେଙ୍କାନାଳ ମେହେନ୍ତର ଓ ପୌର ପରିଷଦ କର୍ମଚାରୀ ସଂଘର ସଭାପତି ଭଳି ବହୁ ପଦବୀରେ ରହି ଶ୍ରକିମାନଙ୍କ ହିତରେ କାର୍ଯ୍ୟ କରିଚାଲିଥିଲେ। ରାଜନୀତି କ୍ଷେତ୍ରରେ ମଧ୍ୟ ପୂର୍ବତନ ଜନତା ଦଳ ଓ ବର୍ତ୍ତମାନର ବିଜୁ ଜନତା ଦଳରେ ରାଜ୍ୟଶାଖାର ଉଚ୍ଚପଦବୀରେ ରହି ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରିଚାଲିଥିଲେ।

ତାଙ୍କର ବିୟୋଗରେ ଏଚ୍‌.ଏମ୍‌.ଏସ୍ ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ଅନ୍ୟତମ କାର୍ଯ୍ୟକାରୀ ସଭାପତି ବିଜୟ ମହାନ୍ତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ମହିଳା ସଭାପତି ଲକ୍ଷ୍ମୀପ୍ରିୟା ମହାନ୍ତି, ସଂଯୁକ୍ତା ମହଲ, ଯୁବ ସଭାପତି ବିଜୟ ପତି, ହିନ୍ଦ୍ ମଜଦୁର ସଭାର ମେଡ଼ିଆ ସେଲ୍‌ର ରାଜ୍ୟ ସଂଯୋଜକ ମନୋଜ ବାରିକ ପ୍ରମୁଖ ଶୋକପ୍ରକାଶ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।