Categories
ବିଶେଷ ଖବର ରାଜ୍ୟ ଖବର

ବିରୋଧୀଙ୍କ ମୁଖା ଖୋଲିଦେଲେ ପାଣ୍ଡିଆନ, କହିଲେ ଯୋରନ୍ଦାର ବିକାଶ ନ କରିବାକୁ ଚାପ ପକାଉଥିଲେ

ଭୁବନେଶ୍ୱର : ବହୁତ ଲୋକ ଅଛନ୍ତି ଶ୍ରେୟ ନେବା ପାଇଁ କାମ କରନ୍ତି। କିଛି ଲୋକ ଅଛନ୍ତି ଅନ୍ୟ ଲୋକ ଯେପରି ଶ୍ରେୟ ପାଇପାରିବେନି ସେଥିପାଇଁ କାମ ବନ୍ଦ କରିବାକୁ ଚେଷ୍ଟା କରନ୍ତି । ଓଡ଼ିଶାବାସୀ ସେମାନଙ୍କୁ ଠିକ ଚିହ୍ନି ପାରିବେ। କିନ୍ତୁ ଦୁନିଆରେ ବହୁତ କମ୍ ଲୋକ ଅଛନ୍ତି, ଯେଉଁମାନେ ଶ୍ରେୟ ନେବା ପାଇଁ ନୁହେଁ, ବରଂ ସେବା ମନୋଭାବ ନେଇ କାମ କରନ୍ତି। ସେହି ବହୁତ କମ ଲୋକଙ୍କ ମଧ୍ୟରେ ଜଣେ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଜି ବିକାଶ ବିରୋଧୀଙ୍କୁ ଏପରି ତେରେଚ୍ଛା ତୀର ମାରିଛନ୍ତି ଫାଇଭ-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଯୋରନ୍ଦା ମହିମାପୀଠର ରୂପାନ୍ତରଣ ପାଇଁ ଆୟୋଜିତ ଭୂମିପୂଜନ ଉତ୍ସବରେ ଓଡ଼ିଶାର ବିକାଶକୁ ବିରୋଧ କରୁଥିବା ବ୍ୟକ୍ତିଙ୍କୁ ସମାଲୋଚନା କରିଛନ୍ତି କାର୍ତ୍ତିକ ପାଣ୍ଡିଆନ।

ଫାଇଭ ଟି ଅଧ୍ୟକ୍ଷ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେ ଗତ ମେ ୨୯ ତାରିଖରେ ମହିମାଗାଦିର ଉନ୍ନତୀକରଣ ପାଇଁ ଏଠାକୁ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ ଓ ଆଲୋଚନା କରିଥିଲେ। ମହିମାଗାଦିର ଉନ୍ନତି ପାଇଁ କ’ଣ କ’ଣ ଆବଶ୍ୟକ ସେନେଇ ଜାଣିବାକୁ ଚାହିଁଥିଲେ। ପରେ ତିନି ଥର ମହିମା ସାଧୁମାନେ ଭୁବନେଶ୍ବର ନବୀନ ନିବାସ ଓ ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟ ଆସି ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ସାଧୁମାନଙ୍କ ଇଚ୍ଛାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିମାଗାଦିର ରୂପାନ୍ତରଣର ପାଇଁ ପ୍ରାୟ ୧୬୦ କୋଟି ଟଙ୍କା ମଂଜୁର କରିଛନ୍ତି। ପ୍ରକଳ୍ପର ଅଟକଳ ୧୧୨ କୋଟି ରହିଥିବା ବେଳେ ଅନ୍ୟାନ୍ୟ ଖର୍ଚ୍ଚ ମିଶି ମୋଟ୍ ୧୬୦ କୋଟି ଟଙ୍କା ହେବ।

ମହିମାଗାଦିର ଉନ୍ନତୀକରଣ ପରିପ୍ରେକ୍ଷୀରେ ଆଜି ଏଠାରେ ୪ ଝ ନୀତି ଦେଇଥିଲେ ଫାଇଭ-ଟି ଅଧ୍ୟକ୍ଷ। ସେ କହିଥିଲେ, ଯେବେ ଗୋଟେ ବଡ଼ କାମ କରିବାକୁ ପଡ଼େ କିଛି ଲୋକ କାମକୁ ବିରୋଧ କରନ୍ତି। ଏଠାରେ ମଧ୍ୟ ବିକାଶ କାମକୁ ବିରୋଧ କରି ଏହି କାମ କରାଇ ନଦେବାକୁ ଚେଷ୍ଟା କରିଥିଲେ। ଏତେ ଖର୍ଚ୍ଚ କରି ବିକାଶ ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ମଧ୍ୟ ଲେଖିଥିଲେ। କାହିଁକି ଏତେ ଖର୍ଚ୍ଚ ହେବ ଏବଂ କାମ ହେଲେ କ’ଣ ଲାଭ ହେବ ବୋଲି କହି କାମ ବନ୍ଦ କରିବାକୁ ଚେଷ୍ଟା କରିଥିଲେ।

ହେଲେ ମହିମା ଧର୍ମକୁ ବହୁତ ଭଲ ପାଉଥିବା ଓ ବହୁତ ସମ୍ମାନ ଦେଉଥିବା ମୁଖ୍ୟମନ୍ତ୍ରୀ ଏସବୁକୁ ଗୁରୁତ୍ବ ନଦେଇ ଓଡ଼ିଶା ମାଟିରେ ଜନ୍ମ ନେଇ ଦୁନିଆକୁ ସ୍ବଚ୍ଛତା, ସରଳତା, ସମାନତା ଏବଂ ନିଃସ୍ବାର୍ଥ ସେବା ବାର୍ତ୍ତା ଦେଇଥିବା ମହିମା ଧର୍ମକୁ ଆଗେଇ ନେବାକୁ ନିଷ୍ପତ୍ତି ନେଇଥିଲେ । ଏହି ଚାରିଟି ଯାକ ‘ସ’ର ପ୍ରତୀକ ହେଉଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି ମଧ୍ୟ ସେ କହିଥିଲେ । ଏହାକୁ ଲକ୍ଷ୍ୟରେ ରଖି ଯୋରନ୍ଦା ମହିମା ଗାଦି ସହ ଏହି ପ୍ରକଳ୍ପ ଅନୁମୋଦନ କରିଥିଲେ ମୁଖ୍ୟମନ୍ତ୍ରୀ।

ସାରା ରାଜ୍ୟରେ ରହିଥିବା ୧୦୫ଟି ମହିମା ମନ୍ଦିରର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ୮୩୦ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରିଛନ୍ତି । ମହିମା ମନ୍ଦିରର ରୂପାନ୍ତରଣକୁ ପ୍ରାଥମିକତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଯେବେ ଯେବେ ଜିଲ୍ଲା ଗସ୍ତରେ ଯାଇଥାଆନ୍ତି ମୁଖ୍ୟମନ୍ତୀ ପଚାରନ୍ତି ସେହି ସବୁ ଜିଲ୍ଲାରେ ମହିମା ମନ୍ଦିର ପାଇଁ କିଛି ପ୍ରସ୍ତାବ ଆସିଛି କି ! ଶୁଣିସାରିବା ପରେ ତୁରନ୍ତ ପଦକ୍ଷେପ ନେଇଥାଆନ୍ତି । ସବୁ ଜାଗାରେ ଥିବା ମହିମା ମନ୍ଦିରର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ରାଜନୀତିକୁ ଆସିବାପରେ ବିଭିନ୍ନ ସଭାରେ ୫ଟି ଅଧ୍ୟକ୍ଷ ବରାବର ବିକାଶ ବିରୋଧୀଙ୍କୁ ସମାଲୋଚନା କରିଆସିଛନ୍ତି । ବିଭିନ୍ନ କ୍ଷେତ୍ରରେ ଓଡିଶାର ବିକାଶକୁ ମୂଳମନ୍ତ୍ର କରି ଆସିଥିବା କାର୍ତ୍ତିକ ପାଣ୍ଡିଆନ ନିରନ୍ତର ଭାବେ ବିକାଶ ବିରୋଧୀଙ୍କ ଉଦ୍ୟମକୁ ପଣ୍ଡ କରିଆସିଛନ୍ତି ।

Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି କହିଲେ ‘ଅ..ଲେ..ଖ ମହିମା..’, ଦେଖନ୍ତୁ ଭିଡିଓ

ଭୁବନେଶ୍ବର: ଆଜି ନବୀନ ନିବାସରେ ଦେଖିବାକୁ ମିଳିଥିଲା ଭିନ୍ନ ଏକ ପରିବେଷ। ବହୁ ସଂଖ୍ୟାରେ ମହିମା ସାଧୁମାନଙ୍କ ସମାଗମ ପରିଲକ୍ଷିତ ହୋଇଥିଲା। ଅଲେଖ ମହିମା ଶଦ୍ଦରେ ଗୁଂଜରି ଉଠିଥିଲା ନବୀନ ନିବାସ। ସାଧୁମାନେ ଏକାଠି ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ସଚିବଙ୍କୁ ଆର୍ଶିବାଦ କରିଥିଲେ।

ଉଦ୍ଦେଶ୍ୟ ଥିଲା ମୁଖ୍ୟମନ୍ତ୍ରୀ ଯୋରନ୍ଦା ପିଠର ନବୀନ କରଣ ପାଇଁ ୧୧୨ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଥିବାକରୁ ସେହି ଖୁସିରେ ସାଧୁମାନେ ତାଙ୍କୁ ଆର୍ଶିବାଦ କରିଥିଲେ। ସେମାନଙ୍କୁ ଏକ ସଂକ୍ଷିପ୍ତ ଭାଷଣ ଦେବା ବେଳେ ନବୀନ ପ୍ରଥମେ ଅ..ଲେ..ଖ ମହିମା…ବୋଲି କହିଥିଲେ।

ଏହାପରେ ଅଲେଖ ସାଧୁମାନେ ବେଶ ଉତଫୁଲିତ ହୋଇପଡିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସ୍ବରରେ ସେମାନେ ମଧ୍ୟ ସ୍ବର ମିଳାଇ ଅଲେଖ ମହିମା ବୋଲି ଉଚ୍ଚାରଣ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ” ଆପଣମାନେ ଭଲ ଅଛନ୍ତି। ମୁଁ ୧୧୨ କୋଟି ଟଙ୍କା ଅନୁମୋଦନ କରିଛି। ଏହାପରେ ପୁଣି ନବୀନ କହିଲେ ଅଲେଖ ମହିମା। ”

 

ମହିମା ସାଧୁମାନେ ଆଣିଥିବା ଏକ ବସ୍ତ୍ରକୁ ନବୀନଙ୍କୁ ପ୍ରଦାନ କରିଥିଲେ। ଏହାପରେ ସେମାନେ ହାତରେ ଧରି ଯାଉଥିବା ବିଞ୍ଚଣାକୁ ମଧ୍ୟ ନବୀନଙ୍କ ମୁଣ୍ଡରେ ଲଗାଇବା ସହିତ ତାଙ୍କୁ ଧରିବା ପାଇଁ ପ୍ରଦାନ କରିଥିଲେ। ନବୀନ ସେହି ବିଞ୍ଚଣାକୁ ହାତରେ ଧରି ଭକ୍ତିପୂତ ଭାବେ ଉପରକୁ ଟେକିଥିଲେ। ଯାହା ସେଠାରେ ଥିବା ସମସ୍ତ ସାଧୁମାନେ ବେଶ ଖୁସି ପ୍ରକଟ କରିଥିଲେ।

ବହୁ ବର୍ଷ ଧରି ଅବହେଳିତ ହୋଇପଡିଥିବା ମହିମା ପିଠର ଉନ୍ନତି ପାଇଁ ଏଥର ନବୀନ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ପୂର୍ବରୁ ମେ ୨୯ ତାରିଖରେ ୫-ଟି ସଚିବ ଭି କେ ପାଣ୍ଡିଆନ ଯୋରନ୍ଦା ପିଠ ଗସ୍ତ କରି ଉନ୍ନୟନ କାର୍ଯ୍ୟ ତଦାରଖ କରିଥିଲେ। ସେ ଜିଲ୍ଲାପାଳ ଏବଂ ବିଭିନ୍ନ ଅଧିକାରୀଙ୍କ ସହିତ ଆଲୋଚନା କରି ଏକ ରିପୋର୍ଟ ଦେବା ପାଇଁ କହିଥିଲେ।

ସେହି ଅନୁସାରେ ଜିଲ୍ଲାପାଳ ରିପୋର୍ଟ ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀଙ୍କୁ ଦେବା ପରେ ତାହା ଅନୁମୋଦିତ ହୋଇଥିଲା। ଏଥିରେ ସମାଧି ମନ୍ଦିରର ପୁନଃ ନିର୍ମାଣ, ପ୍ରାର୍ଥନା ଗୃହ, ପାଚେରୀ, ପୁଷ୍କରିଣୀ ପୁନରୁଦ୍ଧାର, ବସ ଷ୍ଟାଣ୍ଡ, କୌପୀନ ଧାରି ମହିମା ସମାଜ ପୀଠ ପୁନ ନିର୍ମାଣ, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଆଦି ନିର୍ମାଣ କରାଯିବ।

ପୀଠ ଭିତରେ ଆଭ୍ୟନ୍ତରୀଣ ସଡ଼କ ସହିତ ପୁରା ସ୍ଥାନର ଆଲୋକି କରଣ କରାଯିବ। ଜଗନ୍ନାଥ ମନ୍ଦିର ଠାରୁ ସ୍କୁଲ ପଡିଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯିବ। ସୌନ୍ଦର୍ଯ୍ୟ କରଣ ପାଇଁ ପୂର୍ବ ପଟ ବଡ ପୋଖରୀର ପୁନରୁଦ୍ଧାର ସହିତ ୨୦୦ ତାଳ ଗଛ ଓ ୨୦୦ ବରଗଛ ଲଗାଯିବ। ସାଧୁ ଓ ଭକ୍ତମାନଙ୍କ ପାଇଁ ୨୦୦ ଶୌଚାଳୟ ମଧ୍ୟ ନିର୍ମାଣ କରାଯିବ।

Categories
ବିଶେଷ ଖବର

ମହିମା ପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତର: ୧୧୨ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବ

ଭୁବନେଶ୍ବର: ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ଗାଦି ପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତର। କାୟାକଳ୍ପରେ ଆସିବ ପୁରା ପରିବର୍ତ୍ତନ। ଗତ ମେ ୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି କେ ପାଣ୍ଡିଆନ୍ ମହିମା ପୀଠ ପରିଦର୍ଶନ କରି ସାଧୁ ସନ୍ଥ ଓ ଭକ୍ତ ମାନଙ୍କ ସହିତ ପୀଠର ସମ୍ପୂର୍ଣ୍ଣ ରୁପାନ୍ତର ବିଷୟରେ ଆଲୋଚନା କରିଥିଲେ ଏବଂ ୧୫ ଦିନ ଭିତରେ ପ୍ରକଳ୍ପ ରିପୋର୍ଟ ଦେବା ପାଇଁ ପରାମର୍ଶ ଦେଇଥିଲେ।

ଏହି ପରାମର୍ଶ ଅନୁସାରେ ଜିଲ୍ଲାପାଳ ଆଜି ୧୧୨ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରିଛନ୍ତି।

ଏଥିରେ ପୀଠର ସର୍ବାଙ୍ଗୀନ ବିକାଶ ସହିତ ଭକ୍ତ ମାନଙ୍କ ପାଇଁ ବିଭିନ୍ନ ସୁବିଧା ଉପରେ ଗୁରୁତ୍ଵ ଦିଆଯାଇଛି।

ଏଥିରେ ସମାଧି ମନ୍ଦିରର ପୁନଃ ନିର୍ମାଣ, ପ୍ରାର୍ଥନା ଗୃହ, ପାଚେରୀ, ପୁଷ୍କରିଣୀ ପୁନରୁଦ୍ଧାର, ବସ ଷ୍ଟାଣ୍ଡ, କୌପୀନ ଧାରି ମହିମା ସମାଜ ପୀଠ ପୁନ ନିର୍ମାଣ, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଆଦି ନିର୍ମାଣ କରାଯିବ।

ପୀଠ ଭିତରେ ଆଭ୍ୟନ୍ତରୀଣ ସଡ଼କ ସହିତ ପୁରା ସ୍ଥାନର ଆଲୋକି କରଣ କରାଯିବ। ଜଗନ୍ନାଥ ମନ୍ଦିର ଠାରୁ ସ୍କୁଲ ପଡିଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯିବ।

ସୌନ୍ଦର୍ଯ୍ୟ କରଣ ପାଇଁ ପୂର୍ବ ପଟ ବଡ ପୋଖରୀର ପୁନରୁଦ୍ଧାର ସହିତ ୨୦୦ ତାଳ ଗଛ ଓ ୨୦୦ ବର ଗଛ ଲଗାଯିବ। ଆଲୋକିକରଣ ସହିତ ପ୍ରମନେଡ ତିଆରି କରାଯିବ।

ସାଧୁ ଓ ଭକ୍ତ ମାନଙ୍କ ପାଇଁ ୨୦୦ଶୌଚାଳୟ ନିର୍ମାଣ କରାଯିବ।

ପୁରା ପ୍ରକଳ୍ପରେ ସାଧୁ ସନ୍ଥ, ଭକ୍ତ, ଓ ଅତିଥି ମାନଙ୍କ ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ ରହିବ। ସୌନ୍ଦର୍ଯ୍ୟ କରଣ ସହିତ ଏହା ଜିଲ୍ଲାର ଏକ ପ୍ରମୁଖ ତୀର୍ଥସ୍ଥଳୀ ଓ ପର୍ଯ୍ୟଟନ କେନ୍ଦ୍ର ହେବା ପାଇଁ ସବୁ ପଦକ୍ଷେପ ନିଆଯିବ।