Categories
ଆଞ୍ଚଳିକ

ବାଣପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବ୍ଲକ୍ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଓ ରକ୍ତ ଦାନ ଶିବିର ଅନୁଷ୍ଠିତ

ବାଣପୁର (ସୀତାରାମ ଅଗ୍ରୱାଲ): ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବାଣପୁର ଆଜି ୨୫ ଟି ପାହାଚକୁ ପଛରେ ପକାଇ ତାର ବିମୋହିତ ପରିସରରେ ପାଳନ କରିବାକୁ ଯାଉଛି “ରଜତ ଜୟନ୍ତୀ” ସମାରୋହ। ସେହି ସମାରୋହ ନିମନ୍ତେ ଆଜି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବାଣପୁର ଠାରେ ଅନୁଷ୍ଠିତ ହୋଇଯାଇଛି ବ୍ଲକ୍ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଓ ରକ୍ତ ଦାନ ଶିବିର।

ପ୍ରତିଯୋଗିତା ବିଭାଗରେ ବକୃତା, କୁଇଜ୍, ପ୍ରବନ୍ଧ ଆଦି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଶିଶୁ ଭାଇ ଭଉଣୀ ଅଂଶ ଗ୍ରହଣ କରିଥିଲେ। ତଦନୁସାରେ ଖୋର୍ଦ୍ଧା ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟର ଡା. ମଧୁସୂଦନ ସେନାପତି ଓ ତାଙ୍କ ସହଯୋଗୀ ଏବଂ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପରିଚାଳନା ସମିତି, ବିଦ୍ଵତ ପରିଷଦ, ପ୍ରଧାନ ଆଚାର୍ଯ୍ୟ, ଆଚାର୍ଯ୍ୟ/ଆଚାର୍ଯ୍ୟା ବୃନ୍ଦଙ୍କ ପୂର୍ଣ୍ଣ ସହଯୋଗରେ ଉକ୍ତ ଶିବରର କାର୍ଯ୍ୟ ସମାପ୍ତ ହୋଇଥିଲା।

ଏହି ଶିବିରରେ ଗୁରୁଜୀ ଗୁରୁମା, ଅଭିଭାବକ, ପୂର୍ବ ଛାତ୍ର ଛାତ୍ରୀ ଓ ଶୁଭେଚ୍ଛୁ ବୃନ୍ଦ ମାନେ ରକ୍ତଦାନ କରି ଶିବିରକୁ ସଫଳ କରିବାରେ ହାତ ବଢାଇଥିଲେ।

Categories
ଆଞ୍ଚଳିକ

ବାଣପୁର: ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ଚକ୍ଷୁ ପରୀକ୍ଷା ଏବଂ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର

ସୀତାରାମ ଅଗ୍ରୱାଲ
ବାଣପୁର: ଆଜି ବାଣପୁର-ବାଲୁଗାଁ ରୋଟାରୀ କ୍ଳବ ଓ ଗୋଦାବରୀଶ ମହାବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ଓ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହଯୋଗରେ ମହାବିଦ୍ୟାଳୟ ପରିସରରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଓ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଥିଲା। ମୋଟ ୧୩୦ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇ ସମସ୍ତଙ୍କୁ ଔଷଧ ବଣ୍ଟନ କରାଯିବା ସଂଗେ ସଂଗେ ୬୦ ଜଣଙ୍କୁ ଚଷମା ଦିଆଯାଇଥିଲା। ସେଥିମଧ୍ୟରୁ ୨୫ ଜଣଙ୍କର ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ଚିହ୍ନଟ କରାଯାଇ ୧୨ ଜଣଙ୍କୁ ଭୂବନେଶ୍ବର ରୟାଲ ରୋଟାରୀ ଚକ୍ଷୁ ଚିକିତ୍ସାଳୟକୁ ଅସ୍ତ୍ରୋପଚାର ନିମନ୍ତେ ପଠାଯାଇଅଛି। ପୁନଃଶ୍ଚ ଆସନ୍ତା କାଲି ଅବଶିଷ୍ଟ ୧୩ ଜଣଙ୍କୁ ପଠାଯିବ। ଚକ୍ଷୁ ବିଶେଷଜ୍ଞ ଡାକ୍ତର ଅଜୟ କୁମାର ସିଂ ଓ ସହକାରୀ ଚକ୍ଷୁ ଚିକିତ୍ସା ସହାୟକ ତଥା କ୍ଳବର ପ୍ରାକ୍ତନ ସଭାପତି ବିଜୟ କୁମାର ବେହେରା ଚକ୍ଷୁ ପରୀକ୍ଷା କରିଥିଲେ।

ସେହିପରି ଖୋର୍ଦ୍ଧା ବ୍ଳଡ ବ୍ୟାଙ୍କ ଟିମଙ୍କ ଦ୍ବାରା ରକ୍ତ ସଂଗ୍ରହ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀଙ୍କ ସମେତ ଅନ୍ୟମାନେ ରକ୍ତଦାନ କରିଥିଲେ। ମୋଟ ୪୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। କ୍ଳବ ସଭାପତି ରବିନାରାୟଣ ପାଲ, ସଂପାଦକ ସୁନୀଲ କୁମାର ପାତ୍ରଙ୍କ ସମେତ ପ୍ରାକ୍ତନ ସଭାପତି ବିଜୟ କୁମାର ନନ୍ଦ, ଓମ ପ୍ରକାଶ ଅଗ୍ରୱାଲ, ସୁରେଶ କୁମାର ବେହେରା, ଧୀରେନ୍ଦ୍ରନାଥ ପାତ୍ର, ପଦ୍ମନାଭ ମାଝି, ରବିନାରାୟଣ ନାୟକ ଓ ଆସନ୍ତା ବର୍ଷର ସଭାପତି ପାଇଁ ମନୋନୀତ ସଦସ୍ୟ ନନ୍ଦକିଶୋର ମିଶ୍ର ଏବଂ ସଦସ୍ୟ ବିପ୍ଳବ କୁମାର ମୁଦୁଲି, ସୂର୍ଯ୍ୟନାରାୟଣ ସେନାପତି, ସଚ୍ଚିଦାନନ୍ଦ ସେଠୀ, ହିମାଂଶୁ କୁମାର ପାତ୍ର, ଶ୍ୟାମ ସୁନ୍ଦର ପୃଷ୍ଟି, ପ୍ରଭୁଦତ୍ତ ସୁବୁଦ୍ଧିଙ୍କ ସମେତ ମହାବିଦ୍ୟାଳୟ ଅଧ୍ୟକ୍ଷ ବିନାୟକ ହୋତା, ଉପାଧ୍ୟକ୍ଷ ଏସ ପି ଏନ ଏସ ବର୍ମା, ଅଧ୍ୟାପକ ଆଦିତ୍ୟ ସାରଥୀ ବେଦମତା, ଲକ୍ଷ୍ମୀ ପ୍ରସାଦ ମିଶ୍ର, ସୂଜାତା ମିଶ୍ର, ସତ୍ୟାନନ୍ଦ ମହାରଣା ଓ ବୈରାଗି ଚରଣ ବଳ ପ୍ରମୂଖ ଶିବିରକୁ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଡକ ସୁରକ୍ଷା ସଚେତନତା ପଦଯାତ୍ରା ଏବଂ ରକ୍ତ ଦାନ ଶିବିର ଅନୁଷ୍ଠିତ

ଭୁବନେଶ୍ୱର: ଜିଲ୍ଲା ଆଇନ ସେବା ପ୍ରାଧିକରଣ,ଖୋର୍ଦ୍ଧା,ଭୁବନେଶ୍ୱର ଓ କମିଶନରେଟ୍ ପୋଲିସ,ଭୁବନେଶ୍ୱରଙ୍କ ମିଳିତ ଆନୁକୂଲ୍ୟରେ ଏକ ବିଶାଳ ସଡକ ସୁରକ୍ଷା ସଚେତନତା ପଦଯାତ୍ରା ଏବଂ ରକ୍ତଦାନ ଶିବିର ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍ ନିଶିଥ୍ ନିଶାଙ୍କ, କମିଶନରେଟ୍ ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଡିସିପି ପ୍ରତୀକ ସିଂ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ପୋଲିସ୍ ଟ୍ରାଫିକ୍ ପ୍ରଶାସନର ସମସ୍ତ କର୍ମଚାରୀ ଓ ପଦାଧିକାରୀ , ଆଇନଜୀବୀ, ବିଚାର ବିଭାଗୀୟ ଅଧିକାରୀ, ପାରା ଲିଗାଲ କର୍ମୀ ଏବଂ ସାଧାରଣ ଜନତା ଅଂଶ ଗ୍ରହଣ କରି ଜନସାଧାରଣଙ୍କୁ ସଡକ ସୁରକ୍ଷା ଆଇନ୍ କାନୁନର ଅନୁପାଳନ, ଏହାର ସୁଫଳ ପ୍ରଚାର ସହ ଏବଂ ବିଭିନ୍ନ ପ୍ଲାକାର୍ଡ ଧରି ସଦର ମହକୁମା ପରିକ୍ରମା କରିଥିଲେ।

ପ୍ରାଧିକରଣ କର୍ତ୍ତୃପକ୍ଷ ରକ୍ତଦାନ କାର୍ଯ୍ୟକ୍ରମ ପରିଦର୍ଶନ କରି କମିଶନରେଟ୍ ପୋଲିସର ଏଭଳି ଉଦ୍ୟମକୁ ଭୂୟଶୀ ପ୍ରଶଂସା କରିବା ସହ ଜନସାଧାରଣଙ୍କ ସହ ସବୁବେଳେ ଯୋଡି ହୋଇ ସାଧାରଣ ଜନତାଙ୍କୁ ସେବା ଯୋଗାଇଦେବାକୁ ଅନୁରୋଧ କରିଥିଲେ।

ଶେଷରେ ପ୍ରାଧିକରଣଙ୍କ ସଚିବ ସୌଦାମିନି ସିଂ ସମାବେଶରେ ଯୋଗଦେଇଥିବା ସମସ୍ତ ଅଂଶଗ୍ରହଣକାରୀ, ପଦାଧିକାରୀ,ମହିଳା, ଆଇନଜୀବୀ, ପୋଲିସ, ଗଣମାଧ୍ୟମ ପ୍ରତିନିଧି, ପାରାଲିଗାଲ ସ୍ୱେଚ୍ଛାସେବୀମାନଙ୍କୁ ଧନ୍ୟବାଦ ଦେବା ସହ କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୂର୍ବ ତଟ ରେଳପଥ ପକ୍ଷରୁ ଆରପିଏଫ୍ ପ୍ରତିଷ୍ଠା ଦିବସରେ “ରନ୍ ଫର ୟୂନିଟି”

ଭୁବନେଶ୍ଵର: ପୂର୍ବ ତଟ ରେଳପଥର ରେଳ ସୁରକ୍ଷା ବଳ ଯବାନ ମାନେ ମୁଖ୍ୟ ସୁରକ୍ଷା କମିଶନରଙ୍କ ନେତୃତ୍ୱରେ ୩୮ ତମ ଆରପିଏଫ୍ ପ୍ରତିଷ୍ଠା ଦିବସ ପାଳନ ଅବସରରେ “ରନ୍ ଫର ୟୂନିଟି” ରେ ଅଂଶଗ୍ରହଣ କରିଥିଲେ। ଏହି ଉତ୍ସବ ପାଳନକୁ ସ୍ମରଣୀୟ କରିବା ପାଇଁ ଆରପିଏଫ୍ ଦ୍ୱାରା ରକ୍ତ ଦାନ ଶିବିର ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା।

Categories
ଆଞ୍ଚଳିକ

କୁଜଙ୍ଗ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ରକ୍ତ ଦାନ ଶିବିର

ରମେଶ ମହାନ୍ତି

ଜଗତସିଂହପୁର: କୁଜଙ୍ଗ ବ୍ଲକ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଶୁକ୍ରବାର ପୂର୍ବାହ୍ନ ୯ ଘଟିକା ସମୟରେ ସ୍ଥାନୀୟ ସୂଚନା ଭବନରେ ଅନୁଷ୍ଠିତ ହୋଇଯାଇଛି। ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ବଳନ ପୂର୍ବକ ଶୁଭ ଉଦ୍‌ଘାଟନ କରିଥିଲେ।

ଏହି ରକ୍ତଦାନ ଶିବିରରେ ୬୭ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। କୁଜଙ୍ଗ ବ୍ଲକ୍ ଯୁବ ବିଜେଡି ସଭାପତି ମାନଭଞ୍ଜନ ମଲ୍ଲ, ଉପସଭାପତି ଜଗବନ୍ଧୁ ଦାସ, କୁଜଙ୍ଗ ବ୍ଲକ ଛାତ୍ର ବିଜେଡି ସଭାପତି ମହେଶ୍ୱର ଦାସ, ଯୁବ ବିଜେଡି ସଂଗଠକ ତଥା ଆଇଟି ସେଲ ମୁଖ୍ୟ ଅରୂପ୍ରସାଦ ମହାନ୍ତି, ରାଜ୍ୟ ଯୁବ ବିଜେଡି ସଂପାଦକ ତ୍ରିଲୋଚନ ତରାଇ, ରାଜ୍ୟ ଯୁବ ସାଂଗଠନିକ ସଂପାଦକ ରଶ୍ମିରଞ୍ଜନ ଦାସ, ରାଜ୍ୟ ଛାତ୍ର ସଂପାଦକ ସୁଚିସ୍ମିତା ବେହେରା,ଜଗତସିଂହପୁର ଜିଲ୍ଲା ଛାତ୍ର ସଭାପତି ସମ୍ବିତ ଲେଙ୍କା, ସାଂସଦ ପ୍ରତିନିଧି ସୁଢଳ ସ୍ୱାଇଁ ,ପ୍ରକାଶ ପରିଡା, ମାନସ ପରିଡା, ଭାରତ ଭୁଷଣ ନାୟକ, ସ୍ମୃତି ରଂଜନ ବେହେରା, ଭାରତ ଭୁଷଣ ଦାସ, ପୁଷ୍ପଲତା ବେହେରା, ନରେନ୍ଦ୍ର ପରିଡ଼ା, ମଦନ ମୋହନ ସ୍ବାଇଁ, ରାଜେନ୍ଦ୍ର ସାହୁ, ବିଚିତ୍ରାନନ୍ଦ ପ୍ରଧାନ, ସବିତା ମହାପାତ୍ର, ସୁରେନ୍ଦ୍ର ନାଥ ମହାପାତ୍ର, ଅଜିତ ପ୍ରସାଦ ମହାନ୍ତି, ନନ୍ଦିନୀ ପଣ୍ଡା, ମିହିର ପଟ୍ଟନାୟକ, ରାଜେଶ୍ ଭୁଆଁ, ସଂଗ୍ରାମ ମନ୍ତ୍ରୀ, ନିରଞ୍ଜନ ପ୍ରଧାନ,କବି ରଂଜନ ବେହେରା ପ୍ରମୁଖ ଯୋଗଦେଇ ଏହି ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଜେଡି ଯୁବ ଓ ଛାତ୍ର ସଦସ୍ୟଙ୍କୁ ଅଧିକ ଉତ୍ସାହିତ କରିବା ସହ ପୂର୍ଣ୍ଣ ସହଯୋଗ କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ଓଡିଶା ମୋ ପରିବାର, ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ରାଜ୍ୟର ପୁରପଲ୍ଲୀରେ ସଫଳ ଓ ସାକାର ହୋଇ ପାରିଛି। ସଂଗୃହିତ ରକ୍ତରେ ବହୁ ମୂଲ୍ୟବାନ ଜୀବନ ବଞ୍ଚାଇ ହେଉଛି ବୋଲି ବିଧାୟକ ଶ୍ରୀ ରାଉତରାୟ ମତ ରଖିଥିଲେ। ଶେଷରେ ରକ୍ତଦାତା କରୋନା ଯୋଦ୍ଧାଙ୍କୁ ପ୍ରମାଣ ପତ୍ର ମୁଖ୍ୟ ଅତିଥିଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା।

Categories
ଆଞ୍ଚଳିକ

ଓଡିଶା ମୋ ପରିବାର ତରଫରୁ ବେଗୁନିଆପଡାରେ ରକ୍ତ ଦାନ ଶିବିର

ପିଣ୍ଟୁ ବିଷୋୟୀ

ବେଗୁନିଆପଡା: ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ବେଗୁନିଆପଡା ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଉଦଘାଟନ କରିଥିବା ବେଳେ ବେଗୁନିଆପଡା ବିଡିଓ ବେଦବର ପ୍ରଧାନ, ଆସିକା ସେଗମେଣ୍ଟର ଓଡିଶା ମୋ ପରିବାର ସଂଯୋଜକ ନିର୍ମଳ ଚନ୍ଦ୍ର ସାହୁ, ବ୍ଲକ୍ ବିଜେଡି ସଭାପତି ବିଜୟ କୁମାର ଦୋରା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ଭୂୟାଁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ରକ୍ତ ସଂଗ୍ରହ  ଭ୍ୟାନରେ ବ୍ରହ୍ମପୁର ଏମ୍ କେ ସି ଜି ରକ୍ତ ଭଣ୍ଡାରର କର୍ମଚାରୀ ସାମାଜିକ ଦୂରତ୍ୱ ରକ୍ଷା କରି ରକ୍ତ ସଂଗ୍ରହ କରିଥିଲେ। ଏହି ଶିବିରରେ ମୋଟ ୩୦ ଜଣ ରକ୍ତଦାନ କରିଥିଲେ।