ନୂଆଦିଲ୍ଲୀ: ଭାରତରେ ଡ୍ରୋନ୍ ପାରିବେଶିକ ବ୍ୟବସ୍ଥା ବିସ୍ତାର କରିବାର ଜାତୀୟ ମିଶନ୍କୁ ଜାରି ରଖି, ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ଆଇସିଏମ୍ଆର), କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହାର ଆଇଡ୍ରୋନ୍ ପଦକ୍ଷେପ ଅନୁଯାୟୀ ଡ୍ରୋନ୍ ଦ୍ୱାରା ରକ୍ତ ବ୍ୟାଗ୍ ପହଂଚାଇବାର ଏକ ପରୀକ୍ଷଣ ସଫଳତାପୂର୍ବକ ଶେଷ କରିଛି।
ଆଇସିଏମଆର, ଲେଡି ହାର୍ଡିଙ୍ଗ ମେଡିକାଲ କଲେଜ (ଏଲଏଚଏମସି), ନୂଆଦିଲ୍ଲୀ, ଗଭର୍ଣ୍ଣମେଂଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଜିଆଇଏମଏସ), ଗ୍ରେଟର ନୋଏଡା, ଏବଂ ଜେପି ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜି (ଜେଆଇଆଇଟି), ନୋଏଡାର ମିଳିତ ଉଦ୍ୟମରେ ଦେଶରେ ଏକ ପଥ ଭଙ୍ଗକାରୀ ଯଥାର୍ଥକରଣ ଅଧ୍ୟୟନର ଏକ ଅଂଶ ଭାବରେ ଏହି ପରୀକ୍ଷା ପ୍ରଥମ ଥର ପାଇଁ କରାଯାଇଛି। ଉଦ୍ଘାଟନୀ ପରୀକ୍ଷଣ ଉଡ଼ାଣରେ ଦୃଷ୍ଟିର ଚାକ୍ଷୁଷ ରେଖାରେ ଜିଆଇଏମ୍ଏସ୍ ଏବଂ ଏଲ୍ଏଚ୍ଏମ୍ସିରୁ ୧୦ ୟୁନିଟ୍ ପୁରା ରକ୍ତ ନମୁନା ନିଆ ଯାଇଥିଲା।
ଏଲ୍ଏଚ୍ଏମ୍ସି ଏବଂ ଜିଆଇଏମ୍ଏସ୍କୁ ରକ୍ତ ବ୍ୟାଗ ଯୋଗାଣ ଏବଂ ନମୁନାର ପରୀକ୍ଷା ପାଇଁ କେନ୍ଦ୍ର ଭାବରେ ଅନ୍ତର୍ଭୁକ୍ତ କରାଯାଇଥିବାବେଳେ ଜେଆଇଆଇଟି ଡ୍ରୋନ୍ ସର୍ଟ ପାଇଁ କାର୍ଯ୍ୟନ୍ୱୟନ କେନ୍ଦ୍ର ଭାବରେ କାର୍ଯ୍ୟ କରୁଛି। ପ୍ରୋଟୋକଲ୍ ବିକାଶ, ଅଧ୍ୟୟନର ପରିକଳ୍ପନା, କାର୍ଯ୍ୟାନ୍ୱୟନ ଏବଂ ପ୍ରକଳ୍ପର ସମନ୍ୱୟ ଆଇସିଏମଆର – ମୁଖ୍ୟାଳୟର ବୈଜ୍ଞାନିକମାନେ କରୁଛନ୍ତି।
ମାନନୀୟ ପ୍ରଧାନମନ୍ତ୍ରୀଙ୍କର ଭାରତରେ ଡ୍ରୋନ୍ ପାରିବେଶିକ ବ୍ୟବସ୍ଥାର ବିସ୍ତାର କରିବାର ଦୃଷ୍ଟିକୋଣ କୃଷି, ପ୍ରତିରକ୍ଷା, ବିପର୍ଯ୍ୟୟ ପ୍ରଶମନ ଏବଂ ସ୍ୱାସ୍ଥ୍ୟ କଲ୍ୟାଣ ଭଳି ବିଭିନ୍ନ କ୍ଷେତ୍ରରେ ଡ୍ରୋନର ଅଭିନବ ବ୍ୟବହାର ପାଇଁ ଏକ ଆଧାର ପ୍ରଦାନ କରିଛି। ଡ୍ରୋନ୍ ନିୟମ ୨୦୨୨ରେ କୋହଳ ସହିତ, ଗବେଷକ ଏବଂ ଡ୍ରୋନ୍ ଅପରେଟର ମାନଙ୍କ ପାଇଁ ଡ୍ରୋନ୍ ଭଳି ନୂତନ ପ୍ରଯୁକ୍ତି ବିଦ୍ୟାକୁ ଅନ୍ତର୍ଭୁକ୍ତ କରାଯାଇଛି।
ସ୍ୱାସ୍ଥ୍ୟସେବା ଉଦ୍ଦେଶ୍ୟରେ ଡ୍ରୋନ୍ ବ୍ୟବହାର କରିବାରେ ଆଇସିଏମ୍ଆର ଏକ ଅଗ୍ରଣୀ ସଂସ୍ଥା ହୋଇ ପାରିଛି ଏବଂ ଏହା ମଣିପୁର ଏବଂ ନାଗାଲାଣ୍ଡର ଦୁର୍ଗମ ଅଞ୍ଚଳରେ ଚିକିତ୍ସା ସାମଗ୍ରୀ, ଟିକା ଏବଂ ଔଷଧ ବିତରଣକୁ ସଫଳତାର ସହ ପରିଚାଳନା କରିଛି। ଡ୍ରୋନ୍ ଆଧାରିତ ରକ୍ତ ବିତରଣ ଦେଶ ମଧ୍ୟରେ ଶେଷ ମାଇଲ୍ ପର୍ଯ୍ୟନ୍ତ ରକ୍ତ ଯୋଗାଣ କରିବାରେ ଲାଗୁଥିବା ସମୟ ପରିମାଣକୁ ହ୍ରାସ କରିବ।
ଆୟୋଜନର ମହତ୍ତ୍ୱ ଉପରେ ଆଲୋକପାତ କରି, ଆଇସିଏମଆର ମହାନିର୍ଦ୍ଦେଶକ ଡକ୍ଟର ରାଜୀବ ବହଲ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଏହି ‘ଆଇ – ଡ୍ରୋନ୍’ର ବ୍ୟବହାର ପ୍ରଥମ ଥର ପାଇଁ ଆଇସିଏମ୍ଆର୍ ଦ୍ୱାରା କୋଭିଡ୍ ୧୯ ମହାମାରୀ ସମୟରେ ଅଗମ୍ୟ ଅଂଚଳରେ ଟିକା ବଣ୍ଟନ ଉଦ୍ଦେଶ୍ୟରେ କରା ଯାଇଥିଲା। ଆଜି, ଆମେ ରକ୍ତ ଏବଂ ରକ୍ତ ସମ୍ବନ୍ଧୀୟ ଉତ୍ପାଦ ପରିବହନ କରୁଛୁ, ଯାହା କମ୍ ତାପମାତ୍ରାରେ ରଖାଯିବା ଉଚିତ୍। ପରୀକ୍ଷଣ ପରେ, ଆମେ ଜାଣିଲୁ ଯେ କେବଳ ତାପମାତ୍ରା ବଜାୟ ରଖିବା ନୁହେଁ, ପରିବହନ ହେଉଥିବା ଦ୍ରବ୍ୟର ମଧ୍ୟ କୌଣସି କ୍ଷତି ହୋଇ ନାହିଁ। ଆମେ ଆମ୍ବୁଲାନ୍ସ ମାଧ୍ୟମରେ ଅନ୍ୟ ଏକ ନମୁନା ପଠାଇଛୁ ଏବଂ ଯଦି ଦୁଇଟି ଉପାୟ ବ୍ୟବହାର କରି ପଠାଯାଇଥିବା ନମୁନାରେ କୌଣସି ପାର୍ଥକ୍ୟ ନାହିଁ, ତେବେ ଏହି ଡ୍ରୋନ୍ ସମଗ୍ର ଭାରତରେ ବ୍ୟବହୃତ ହେବ। ”
ସେ ଆହୁରି ମଧ୍ୟ କହିଛନ୍ତି ଯେ “ଆହ୍ୱାନର ନକ୍ସାକରଣ ଉପରେ ସ୍ପଷ୍ଟତା ଏବଂ ସମ୍ଭାବ୍ୟ ସମାଧାନ ଗୁଡିକ ଚିହ୍ନଟ କରିବାରେ ଗବେଷଣା କ୍ଷେତ୍ରରେ ସ୍ୱଦେଶୀ ଦକ୍ଷତା ବିକାଶ କରି ଏବଂ ମୁଖ୍ୟ ସ୍ରୋତରେ ନବସୃଜନ ଏବଂ ପ୍ରଯୁକ୍ତି ବିଦ୍ୟାର ଆରମ୍ଭ କରି ହାସଲ କରାଯାଇପାରିବ। ଡିଜିଟାଲୀକରଣ, ଟୀକାର ଦକ୍ଷତାର ସହିତ ଉତ୍ପାଦନ ଏବଂ ଦ୍ରୁତ ବିତରଣ ବ୍ୟବସ୍ଥାର ବିକାଶ ସହିତ ଭାରତ ଏକ ବର୍ଷ ମଧ୍ୟରେ ୯୦% କଭରେଜ୍ ହାସଲ କଲା। ଟେକ୍ନୋଲୋଜିର ବୃଦ୍ଧି ହେଉଛି ଏକ ତ୍ୱରାନ୍ୱିତକାରୀ ପ୍ରକ୍ରିୟା ଯାହା ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିକଳ୍ପିତ ଏକ ବିକଶିତ ରାଷ୍ଟ୍ର ହେବାର ମାନ୍ୟତା ହାସଲ କରିବାକୁ ଧୀରେ ଧୀରେ ଭାରତକୁ ଆଗେଇ ନେଉଛି।
ଏହି ଯଥାର୍ଥକରଣ କାର୍ଯ୍ୟ ସମୟରେ ବୈଜ୍ଞାନିକମାନେ ବିଶେଷ ରୂପରେ ଦୁର୍ଗମ ଅଞ୍ଚଳରେ ତଥା ଭାରତର ଜନଗହଳିପୂର୍ଣ୍ଣ ମହାନଗରୀୟ ସହରରେ ରକ୍ତ ଏବଂ ରକ୍ତ ସମ୍ବର୍କିତ ଦ୍ରବ୍ୟ ଗୁଡିକର ଠିକ୍ ସମୟରେ ବିତରଣରେ ଆହ୍ୱାନଗୁଡିକୁ ଚିହ୍ନଟ କରିଥିଲେ ଏବଂ ଡ୍ରୋନ୍ ଆନ୍ଦୋଳନର ପ୍ରଭାବ କାରଣରୁ ରକ୍ତ ଭଳି ଅତି ସହଜରେ ନଷ୍ଟ ହୋଇଯାଉଥିବା ଶରୀରିକ ତରଳ ପଦାର୍ଥର ଗୁଣବତ୍ତା ଏବଂ ଅଖଣ୍ଡତାକୁ ଆକଳନ କରିଥିଲେ।
ଏଲ୍ଏଚ୍ଏମ୍ସି, ଜିଆଇଏମ୍ଏସ୍ ଏବଂ ଜେଆଇଆଇଟିର ଅନୁସନ୍ଧାନକାରୀମାନେ ଏହି ଅଧ୍ୟୟନରେ ପ୍ୟାକ୍ ହୋଇଥିବା ଲାଲ ରକ୍ତ କଣିକା, ଜମାଟ ହୋଇରହିଥିବା ତାଜା ପ୍ଲାଜମା, ପ୍ଲେଟଲେଟର ଗୁଣବତ୍ତାକୁ ମାନ୍ୟ କରିବା ପାଇଁ ଆଗକୁ ଡ୍ରୋନ୍ ଉଡ଼ାଣକୁ ସଂଚାଳିତ କରିବେ। ଏହି ଅଧ୍ୟୟନର ଫଳାଫଳଗୁଡ଼ିକ ରକ୍ତ ଉତ୍ପାଦ ଉପରେ ଡ୍ରୋନ୍ ପରିବହନର ପ୍ରଭାବକୁ ପରୀକ୍ଷା କରିବା ପାଇଁ ଭାରତରୁ ବୈଜ୍ଞାନିକ ପ୍ରମାଣ ପ୍ରଦାନ କରିବ। ଏହି ଅଧ୍ୟୟନ ରକ୍ତ ବ୍ୟାଗ ଏବଂ ଉପାଦାନ ପହଂଚାଇବା ପାଇଁ ବ୍ୟାପକ ପ୍ରୟୋଗତା ଏବଂ ଡ୍ରୋନ୍ ବ୍ୟବହାର ପାଇଁ ଏସ୍ଓପିର ବିକାଶକୁ ଆଗେଇ ନେବ। ଏଥିସହ, ଦେଶର ଦୂର ସ୍ଥାନ ଗୁଡିକରେ ତାପମାତ୍ରା ସମ୍ବେଦନଶୀଳ ରକ୍ତ ପଦାର୍ଥ ପାଇଁ ଡ୍ରୋନ୍ ପରିବହନ ପଦ୍ଧତି ଭାବରେ ବ୍ୟବହୃତ ହେବ କି ନାହିଁ ଏହାର ଉତ୍ତର ପ୍ରଦାନ କରିବ।