Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାଚୁଣୀ: ରକ୍ଷକ ସାଜିଲା ଭକ୍ଷକ!, ନିଜ କମ୍ପାନୀର ୩୨ ଲକ୍ଷରୁ ଉର୍ଦ୍ଧ୍ଵ ସୁନାଗହଣା ଲୁଟିନେଲେ କର୍ମଚାରୀ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀସ୍ଥିତ ଏକ ଘରୋଇ ଫାଇନାନ୍ସ କମ୍ପାନୀରୁ ପାଖପାଖି ୩୨ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବନ୍ଧକ ସୁନା ଗହଣା ଚୋରି ହୋଇଥିବାର ଅଭିଯୋଗ ହୋଇଛି। ତେବେ ଆଶ୍ଚର୍ଯ୍ୟର କଥା ଉକ୍ତ ଅଳଙ୍କାରକୁ ଫାଇନାନ୍ସ କମ୍ପାନୀର ମ୍ୟାନେଜର ଏବଂ କର୍ମଚାରୀ ଚୋରି କରିଥିବାର ଅଭିଯୋଗ ହୋଇଛି।

ସୂଚନା ମୁତାବକ ନାଚୁଣୀ ବଜାରସ୍ଥିତ ମନପୁରମ ଆସେଟ ଫାଇନାନ୍ସ ଲିମିଟେଡ଼ କମ୍ପାନୀରୁ ୩୨ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବନ୍ଧକ ସୁନା ଗହଣା ଚୋରି ହୋଇଥିବାର ଅଡିଟ ରିପୋର୍ଟରୁ ଜାଣିବାକୁ ପାଇଥିଲେ ଉପରିସ୍ଥ ଅଧିକାରୀ ଅଜୟ କୁମାର ଲେଙ୍କା। ତେବେ ପରବର୍ତ୍ତୀ ସମୟରେ କମ୍ପାନୀ ତଦନ୍ତ କରିବାରୁ ଉକ୍ତ ଚୋରିରେ ନାଚୁଣୀ ଶାଖା ପ୍ରବନ୍ଧକ ସଚିନ କୁମାର ପ୍ରଧାନ, ସହାୟକ ଶାଖା ପ୍ରବନ୍ଧକ ସାବିତ୍ରୀ ପ୍ରଧାନ ଏବଂ ଶ୍ରୀମନ୍ତ ରଞ୍ଜନ ସାହୁ ନାମକ ଜଣେ ବ୍ୟକ୍ତି ସାମିଲ ଥିବାର ଜାଣିବାକୁ ପାଇଥିଲା।

ଏହି ପରିପ୍ରେକ୍ଷୀରେ ବାଣପୁର ଥାନାରେ କମ୍ପାନୀ ପକ୍ଷରୁ ଉକ୍ତ ୩ ଜଣ ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦିଆଯାଇଥିଲା। ଆଜି ପୋଲିସ କେଶ ନମ୍ବର ୮୨/୨୨ ରେ ଏକ ମାମଲା ରୁଜୁ କରିବା ସହ ୨ ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରିରଖିଛି।