ରଣପୁର: ଆଜି ରଣପୁର ତାଲୁକ ଲିଗାଲ ସର୍ଭିସ କମିଟି ଦ୍ୱାରା ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଶ୍ରମିକ ବିରୋଧି ସଚେତନ ଦିବସ ପାଳିତ ହୋଇଯାଇଛି। ରଣପୁର ତାଲୁକ ଲିଗାଲ ସର୍ଭିସ କମିଟି ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବିଚାରପତି ପୂଣ୍ୟଶ୍ଳୋକ ଦାସ କହିଛନ୍ତି, “ଶିଶୁମାନେ ଏହି ଦେଶର ଭବିଷ୍ୟତ। ସେମାନଙ୍କୁ ଶିକ୍ଷା, ସୁରକ୍ଷା ଓ ଶିଶୁ ଅଧିକାର ମିଳିବା ନିୟମ ଅଛି। ଆମେ ସମସ୍ତେ ସେମାନଙ୍କୁ ଶ୍ରମରୁ ମୁକ୍ତ କରିବା ପାଇଁ ଉଦ୍ୟମ କରିବା।”
ସମ୍ମାନିତ ଅତିଥି ଭାବେ ଆଇନୀଜୀବୀ କୃପାସିନ୍ଧୁ ବେହେରା, ଆଇନୀଜୀବୀ ଗିରିଜା ଶଙ୍କର ସାମନ୍ତରାୟ, ଆଇନୀଜୀବୀ ଶତ୍ରୁଘ୍ନ ପାଇକରାୟ, ଆଇନୀଜୀବୀ ଶ୍ରୀକାନ୍ତ କୁମାର ସାହୁ, ଆଇନୀଜୀବୀ ସୁବାଷ ଚନ୍ଦ୍ର ଜେନା, ବଜ୍ରକୋଟ ସରପଞ୍ଚ ବନିତା ବଳିଆରସିଂହ, ରଣପୁର ବ୍ଲକ ସହକାରୀ ବ୍ଲକ ଶିକ୍ଷା ଅଧିକାରିଣୀ ଲକ୍ଷ୍ମୀ ଦେଇ, ବିଶିଷ୍ଟ ଶିକ୍ଷବିତ ଲକ୍ଷ୍ମୀଧର ସାହୁ, ତାଲୁକ ଲିଗାଲ ସର୍ଭିସ କମିଟିର ଅଫିସର ରାଜେଶ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇ ଥିଲେ। ବରିଷ୍ଠ ସାମ୍ବାଦିକ ବିଶ୍ୱରଂଜନ ଆଚାର୍ଯ୍ୟ ମଧ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଉପସ୍ଥିତ ବିଚାରପତି ଓ ଅତିଥିମାନେ ଏହି ଦିବସର ଦିବସର ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ମାନଙ୍କୁ ବୁଝାଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅଙ୍ଗନବାଡି କର୍ମୀ ପୁଷ୍ପମଞ୍ଜରୀ ଦେଇ, କାନନବାଳା ସାହୁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅବକାଶ ସ୍ୱାଇଁ, ସକ୍ରିୟ ସଦସ୍ୟ ରବୀନ୍ଦ୍ର କୁମାର ସଂଗ୍ରାମ ସିଂହ, ପଞ୍ଚସଖା ଶିକ୍ଷା ସେତୁ ସଭାପତି ଗଣେଶ୍ୱର ପ୍ରଧାନ, ୱାର୍ଡ ମେମ୍ବର ସରୋଜିନୀ ପ୍ରଧାନ, ଆଶାକର୍ମୀ ଚନ୍ଦ୍ରକାନ୍ତି ସ୍ୱାଇଁ, ଶତ୍ରୁଘନ ମାନସିଂହ, ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ ଭାବେ ପରିଚାଳନା କରିବାରେ ସହଯୋଗ କରିଥିଲେ।
ଏହି ସଚେତନତାମୂଳକ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣା ଉପସ୍ଥିତ ଥିବା ସମସ୍ତ ଅତିଥି, ଶିକ୍ଷକ, ଅଭିଭାବକ, ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରି, ତାଙ୍କ ମୂଲ୍ୟବାନ ସମୟ ଓ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ।