Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଯଦି ରତ୍ନଭଣ୍ଡାର ମରାମତି ନ କରାଯାଇଥାଆନ୍ତା ତେବେ ତାହା ଭୁଷୁଡି ପଡିଥାଆନ୍ତା, ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ

ଭୁବନେଶ୍ବର: ଶ୍ରୀମନ୍ଦିରର ରତ୍ନଭଣ୍ଡାର କାର୍ଯ୍ୟ ଆସନ୍ତା ସ୍ନାନ ଯାତ୍ରା ପୂର୍ବରୁ ଶେଷ ହେବ। ଏ ନେଇ ସ୍ପଷ୍ଟ କରିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, ନୀତିକାନ୍ତିକୁ ଦେଖି ମରାମତି କାର୍ଯ୍ୟ ଚାଲିଛି। ଦିନକୁ ମାତ୍ର ଦୁଇଘଣ୍ଟା ଭିତରେ କାମ ହେଉଛି। ବର୍ତ୍ତମାନ ମରାମତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଲାଣି ବୋଲି ସେ କହିଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ, ଯଦି ରତ୍ନଭଣ୍ଡାର ମରାମତି କରାଯାଇ ନ ଥାଆନ୍ତା ତେବେ ଯାହା ସ୍ଥିତି ଥିଲା ତାହା କେତେବେଳେ ଭୁଷୁଡି ପଡିଥାଆନ୍ତା। ସେଥିପାଇଁ ଏଏସଆଇ କୁ କୌଣସି ବ୍ୟସ୍ତ ନ କରି ତାଙ୍କ ହିସାବରେ କାମ କରିବା ପାଇଁ କୁହାଯାଇଛି। ଏଥର ମରାମତି ଏପରି କରାଯାଉଛି ଯେପରି ଆଉ ଶହେ ବର୍ଷ ପାଇଁ ଯେପରି କିଛି କରିବାକୁ ପଡିବ ନାହିଁ। ତେବେ ବର୍ତ୍ତମାନ ସ୍ନାନଯାତ୍ରା ପୂର୍ବରୁ କାମ ଶେଷ କରିବାକୁ ଚେଷ୍ଠା କରାଯାଉ ବୋଲି ମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଆସନ୍ତା ୧୦ ଏବଂ ୧୧ ତାରିଖ ଦୁଇଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦୟଣାଚୋରି ଓ ଦମନକ ଚତୁର୍ଦ୍ଦଶୀ ନୀତି ସମ୍ପାଦନ ଦୃଷ୍ଟିରୁ ଅପ୍ରେଲ ୧୦ ଏବଂ ୧୧ ତାରିଖ ଦୁଇଦିନ ରତ୍ନଭଣ୍ଡାର ମରାମତି ତଥା ସଂରକ୍ଷଣ କାର୍ଯ୍ୟ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଶ୍ରୀମନ୍ଦିର ରତ୍ନଭଣ୍ଡାରର ଜିନିଷ, ବର୍ତ୍ତମାନ ଶେଷ ହୋଇପାରିବ ନାହିଁ ଗଣତିମଣତି, ଜାଣନ୍ତୁ କାହିଁକି

ଭୁବନେଶ୍ବର: ମହାପ୍ରଭୃଙ୍କ ରତ୍ନଭଣ୍ଡାରର ଜିନିଷ ଏବେ ଗଣତିମଣତି ଶେଷ ହୋଇପାରିବ ନାହିଁ। ଏହି କଥା କହିଛନ୍ତି ଆଇନି ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ତାଙ୍କ କହିବା ଅନୁସାରେ ବର୍ତ୍ତମାନ ରତ୍ନଭଣ୍ଡାର ମରାମତି କାମ ଶେଷ ହୋଇପାରୁ ନାହିଁ। ପୂର୍ବରୁ ଯାହା ଆଶା କରାଯାଉଥିଲା ତାହାଠାରୁ ଅଧିକ କାମର ଆବଶ୍ୟକତା ରହିଛି। ତାହା ଶେଷ ନ ହେବା ପର୍ଯ୍ୟନ୍ତ ରତ୍ନଭଣ୍ଡାର ଜିନିଷ ଗଣତିମଣତି ଶେଷ ହୋଇପାରିବ ନାହିଁ।

ମନ୍ତ୍ରୀ କହିଛନ୍ତି ଯେ, ଶ୍ରୀମନ୍ଦିର ରିତିନୀତି ଅନୁସାରେ ଭଣ୍ଡାର ଘର ମରାମତି ହେଉଛି। ରିତିନୀତିରୁ କିଛି ସମୟ ବାହାର କରାଯାଇ ମରାମତି କରାଯାଉଛି। ଏ ନେଇ ଏଏସଆଇ ଓ ମନ୍ଦିର ପ୍ରଶାସନ ସହିତ ଆଲୋଚନା କରାଯାଇ କାର୍ଯ୍ୟ ହେଉଛି। ତେବେ ଆସନ୍ତା ରଥଯାତ୍ରା ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତିର ପ୍ରଥମ ଦିନରେ ଶେଷ ହେଲା ଭିତର ଭଣ୍ଡାରରେ ଭାରା ବନ୍ଧା

ପୁରୀ: ରତ୍ନଭଣ୍ଡାର ମରାମତିର ପ୍ରଥମ ଦିନରେ ଭିତର ଭଣ୍ଡାରରେ ଭାର ବନ୍ଧା କାର୍ଯ୍ୟ ଶେଷ ହୋଇଛି। ମରାମତି କାର୍ଯ୍ୟ କରିବା ପାଇଁ ପ୍ରାୟ ୨୦ ଫୁଟ୍ ଉଚ୍ଚର ଲୁହାର ଭାରା ବନ୍ଧା ଯାଇଛି। ଭିତର ଭଣ୍ଡାରରେ ବନ୍ଧା ଯାଇଛି ଏହି ଭାରା।

ଭାରା ବ୍ୟବହାର କରି କାନ୍ଥ ଛାତ ଓ ବିଭିନ୍ନ ସ୍ଥାନରେ ଥିବା କ୍ରାକ୍ସ୍ ବା ଫାଟ ମରାମତି କାମ କରିବେ ଏ ଏସ ଆଇ ଦ୍ଵାରା ନିଯୁକ୍ତ କୁଶଳୀ କାରିଗର। ଆଜି ବନ୍ଦ୍ ରହିବ ମରାମତି କାର୍ଯ୍ୟ।

ମହାପ୍ରଭୁଙ୍କ ଦିବା ପହୁଡ଼ ନୀତି ରହିଥିବାରୁ ବନ୍ଦ ରହିବ ମରାମତି କାର୍ଯ୍ୟ। ଆସନ୍ତାକାଲି ଠାରୁ ପୁଣିଥରେ ଆରମ୍ଭ ହେବ ମରାମତି କାର୍ଯ୍ୟ। ପ୍ରାଥମିକ ଭାବରେ ଚୂନ ପ୍ଲାଷ୍ଟରକୁ ହଟାଯିବ।ପରେ ଫାଟ ଥିବା ପଥର ଗୁଡ଼ିକ ପ୍ରତିସ୍ଥାପନ ବା ରିପ୍ଲେସ କରାଯିବ।

ନୀଳଗିରିରୁ ଆସୁଥିବା ଉନ୍ନତ ମାନର ପଥରରେ କରାଯିବ ମରାମତି କାର୍ଯ୍ୟ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଠାରୁ ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ମରାମତି

ଭୁବନେଶ୍ଵର: ଆଜି ଠାରୁ ଆରମ୍ଭ ହେବ ଶ୍ରୀମନ୍ଦିରରେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ। ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ମାର୍ଗ ଦର୍ଶିକା ଅନୁସାରେ ରତ୍ନ ଭଣ୍ଡାର ମରାମତି ନେଇ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ।ତେବେ ମରାମତି ସମୟରେ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁ ବାହାର କାଠ ନିକଟରେ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ।

ଭକ୍ତଙ୍କ ଦର୍ଶନ ଓ ମହାପ୍ରଭୁଙ୍କ ନୀତିକାନ୍ତିରେ ବାଧା ସୃଷ୍ଟି ନକରି ଏଏସଆଇ ପକ୍ଷରୁ ମରାମତି କରାଯିବ। ପ୍ରତ୍ୟେକ ଦିନର ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ସମୟକୁ ଦେଖି ଏଏସଆଇ ପକ୍ଷରୁ ମରାମତି କରାଯିବ। ପ୍ରତିଦିନ ପ୍ରାୟ ୫ ଘଣ୍ଟା ମରାମତି କରିବାକୁ ଲକ୍ଷ ରଖାଯାଇଥିବା ବେଳେ ନୀତିକାନ୍ତିକୁ ସୂଚାରୁ ରୂପେ ସମ୍ପାଦିତ କରାଯିବା ନେଇ ଲକ୍ଷ ରଖାଯାଇଛି। ପ୍ରତ୍ୟେହ ଦିନ ୧୨ଟା ୩୦ କିମ୍ବା ୧ ଟା ପରଠାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମରାମତି କାର୍ଯ୍ୟ କରାଯିବା ନେଇ ଧାର୍ଯ୍ୟ କରାଯାଇଅଛି।

ତେବେ ଆଜି ପ୍ରଥମେ ଲୁହାଭାରା ବନ୍ଧାଯିବା ପରେ ପରବର୍ତ୍ତୀ ସମୟରେ ଡି ପ୍ଲାଷ୍ଟରିଂ କରାଯିବ। ଏହା ପରେ ପୁରୁଣା ଲୁହା ବିମ୍ ଓ ପଥର‌ ମରାମତି କାର୍ଯ୍ୟ ଉଭୟ ବାହାର ଓ ଭିତର ରତ୍ନଭଣ୍ଡାର କରାଯିବ।

ତେବେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟକୁ ଆଗାମୀ ୫୦୦ ବର୍ଷକୁ ଦୃଷ୍ଟିରେ ରଖି ଉନ୍ନତ ଜ୍ଞାନକୌଶଳ ଦ୍ବାରା ଦୀର୍ଘସ୍ଥାୟୀ ମରାମତି ନେଇ ମତ ରଖିଛନ୍ତି ସେବାୟତ।