Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଆଜି ହେରା ପଞ୍ଚମୀ, ଅଭିମାନୀ ମା ଲକ୍ଷ୍ମୀ ଭାଙ୍ଗିବେ ନନ୍ଦିଘୋଷ ରଥ…….

ପୁରୀ: ଆଜି ହେରା ପଞ୍ଚମୀ। ମହାଲକ୍ଷ୍ମୀଙ୍କୁ  ଶ୍ରୀମନ୍ଦିରରେ ଛାଡିଦେଇ ଶ୍ରୀଜଗନ୍ନାଥ ରଥଯାତ୍ରାରେ ଭାଉ ଭଉଣୀଙ୍କୁ ଧରି ଜନ୍ମବେଦୀକୁ ଆସିଛନ୍ତି । ଏଥିରେ ଅଭିମାନ କରି ହେରା ପଞ୍ଚମୀ ଦିନ ମହାଲକ୍ଷ୍ମୀ  ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆସିବେଷ ରାଗରେ ନନ୍ଦିଘୋଷ ରଥ ଭାଙ୍ଗିବେ ମା ଲକ୍ଷ୍ମୀ।

ସେଠାରେ ମହାଲକ୍ଷ୍ମୀଙ୍କୁ ବନ୍ଦାପନା ନୀତି କରାଯାଇଥାଏ । ପରେ ଲକ୍ଷ୍ମୀ ଜୟ ବିଜୟ ଦ୍ୱାର ନିକଟରେ ବିଜେ ହେବା ପରେ ତାଙ୍କୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପ୍ରଦାନ କରାଯାଇଥାଏ ।  ଏହାପରେ ନାକଚଣା ଦ୍ୱାର ଦେଇ ମହାଲକ୍ଷ୍ମୀ ହେରା ଗୌରୀ ସାହିବାଟେ ଶ୍ରୀମନ୍ଦିରକୁ ଯାଇଥାନ୍ତି। ଏହାପରେ ଆଡପ ମଣ୍ଡପରେ ଲକ୍ଷ୍ମୀ ନାରାୟଣ ବନ୍ଦାପନା କାର୍ଯ୍ୟ ଅନୁଷ୍ଠିତ ହୋଇଥାଏ । ଏହି ପରମ୍ପରା ଆଧାରରେ ଆଜି ହେରା ପଞ୍ଚମୀ ନୀତି ପାଳନ ହେଉଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୁରୀରେ ଦଳଚକଟା ନେଇ ତାତିଲା ଯୁବ କଂଗ୍ରେସ, ମୁଖ୍ୟମନ୍ତ୍ରୀ ବାସଭବନ ଘେରାଉ ବେଳେ ଧସ୍ତାଧସ୍ତି

ଭୁବନେଶ୍ବର: ଆଜି ରାଜ୍ୟ ଯୁବ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ରଙ୍କ ନେତୃତ୍ୱରେ ଯୁବ କଂଗ୍ରେସ କର୍ମୀମାନେ ଏଜି ଛକଠାରୁ ଏକ ବିକ୍ଷୋଭ ଶୋଭାଯାତ୍ରାରେ ଯାଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପୁରୀ ରଥଯାତ୍ରା ପରିଚାଳନରେ ମହା ବିଫଳତା, ପରବର୍ତ୍ତୀ ପର୍ଯ୍ୟାୟରେ ଦଳାଚକଟା ଏବଂ ମୃତାହତ ପାଇଁ ଦାୟୀ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଥିଲା । ସେଠାରେ ଅଧଘଣ୍ଟା ପର୍ଯ୍ୟନ୍ତ ଧସ୍ତାଧସ୍ତି ହେବାପରେ ଯୁବ କଂଗ୍ରେସର ନେତୃବର୍ଗ ଓ କର୍ମୀମାନଙ୍କୁ ପୋଲିସ ଭ୍ୟାନ ଯୋଗେ ଉଠାଇ ନେଇଥିଲା।

ଏହି ଅବସରରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ର କହିଛନ୍ତି ଯେ ଡବଲ ଇଞ୍ଜିନ ସରକାର ମହାପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା ପରିଚାଳନାକୁ ସଂପୂର୍ଣ ଖାମଖିଆଲି ଢ଼ଙ୍ଗରେ କରିଛନ୍ତି। ରଥଯାତ୍ରାର ସୁପରିଚାଳନା ପାଇଁ ୨୭୫ ଟି ଏଆଇ କ୍ୟାମେରା ଏବଂ ୧୦ ହଜାର ପୋଲିସ ଆୟୋଜନ କରାଯାଇଥିଲା ମାତ୍ର ଫଳ ଶୂନ । କ’ଣ ପାଇଁ ରଥଯାତ୍ରା ପରିଚାଳନା କମିଟି କରାଗଲା ନାହିଁ ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି । ଆଇନ ବିଭାଗ ତରଫରୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ତଦାରଖ ଏବଂ ମାର୍ଗଦର୍ଶନ କମିଟି ଗଠନ ହେଲା । ଯାହା ଘଟିଛି ତାକୁ ଏବେ ସମସ୍ତେ ଦେଖୁଛନ୍ତି ।

କାଲି ସେଠାରେ ଭକ୍ତଙ୍କର ବହୁ ଭିଡ଼ ଲାଗିଥିଲେ ବି ପ୍ରଶାସନ ସଜାଗ ନଥିଲା । ହଠାତ ମହାପ୍ରଭୁଙ୍କ ପହଡ଼ ବିନା ସୂଚନାରେ ଖୋଲିଦେଲା ପରେ ଗତକାଲି ବିଳମ୍ବିତ ରାତିରେ ଦଳାଚକଟାରେ ତିନିଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୫୦ ରୁ ଉର୍ଦ୍ଧ୍ବ ଭକ୍ତ ଆହତ ହୋଇଛନ୍ତି । ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ପାସ ବିଜେପିର ଦଳୀୟ କର୍ମୀଙ୍କୁ ବାଣ୍ଟି ଦିଆଯାଇଛି। ଏହି ଘୋଷଯାତ୍ରା ସାଧାରଣ ଭକ୍ତଙ୍କ ପାଇଁ ଉଦ୍ଦିଷ୍ଟ ନଥୁଲା ଏହା କେବଳ ବିଜେପି ଦଳ ଏବଂ କର୍ମୀମାନଙ୍କ ପାଇଁ ଉଦ୍ଦିଷ୍ଟଥ୍‌ଲା ବୋଲି ଅଭିଯୋଗ ହୋଇଛି ।

ଅନ୍ୟପକ୍ଷରେ ମହାପ୍ରଭୁଙ୍କ ରଥ ସିଂହ ଦ୍ଵାରା ନିକଟରେ ଅଟକାଇ ଦିଆଗଲା । ଗୌତମ ଆଦାନୀ ରଥ ଟଣାରେ ସାମିଲ ହେବେ ବୋଲି ଜଗନ୍ନାଥଙ୍କୁ ବାଟରେ ଅଟକାଇ ଦେବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି ।

ରଥଯାତ୍ରାରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଡିଜି ପୋଲିସ ଓ ସମୁଦାୟ ପ୍ରଶାସନ ଉପସ୍ଥିତ ଥ‌ିବା ବେଳେ ଭକ୍ତମାନଙ୍କୁ ଚରମ ଅବ୍ୟବସ୍ଥାର ସମ୍ମୁଖୀନ ହେବାକୁ ପଡ଼ିଲା । ଭକ୍ତମାନେ ମୋହନ ସରକାରର ଏ ଅବ୍ୟବସ୍ଥା ପ୍ରତି ଚରମ ଅସନ୍ତୋଷ ପ୍ରକଟ କରିଛନ୍ତି । ରଥଯାତ୍ରାର ପରିଚାଳନାକୁ ସରକାର ଗୁରୁତ୍ବର ସହ ନେଇନାହାନ୍ତି। ଫଳସ୍ବରୂପ ନିରୀହ ଭକ୍ତମାନଙ୍କର ଜୀବନ ଗଲା ଏବଂ ବହୁ ଭକ୍ତମାନେ ଗୁରୁତର ଭାବେ ଆହତ ହୋଇଛନ୍ତି।

ରଥଯାତ୍ରା ଦିନ ସାମ୍ବାଦିକ ମାନଙ୍କୁ ମଧ୍ୟ ପୋଲିସ ମରଣାନ୍ତକ ଆକ୍ରମଣ କରିଛନ୍ତି । ସୁତରାଂ ଏଭଳି ଅବ୍ୟବସ୍ଥା ସାରା ବିଶ୍ଵର ଜଗନ୍ନାଥ ପ୍ରେମୀ ଭକ୍ତମାନଙ୍କ ଆବେଗକୁ ଆଘାତ ଦେଇଛି । ଜଗନ୍ନାଥଙ୍କ ପ୍ରତି ଏ ସରକାରଙ୍କର ଆଚରଣ ଦୁଃଖଦାୟକ । ତେଣୁ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବାକୁ ଯୁବ କଂଗ୍ରେସ ଦାବି କରିଛି।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସାଧାରଣ ସମ୍ପାଦକ ପ୍ରକାଶ ମିଶ୍ର, ମହମ୍ମଦ ଇମଦାଦ, ମନୋଜ ବିଶ୍ବାଳ, ସୁଦିପ ସାମଲ, ଅଜୟ ସାହୁ, କିରଣ ସାହୁ, ଗୋପନ ମାର୍ଥା, ଲିପିକା ପାତ୍ର, ଲକ୍ଷ୍ମୀପ୍ରିୟା ନାୟକ, ଉଦିତ ପ୍ରଧାନ, ମହମ୍ମଦ ଗୁଲଫାମ, ଆଲୋକ ଦାସ, ବଟକୃଷ୍ଣ ରାଉତରାୟ, ମହମ୍ମଦ ପରଭେଜ, ସୁରଜ ରାଉତ, ସ୍ପନ୍ଦନ ସ୍ବାଇଁ, ଜାଭେଦ ଅକତର, ସତ୍ୟଜିତ ପଟ୍ଟନାୟକ, ପ୍ରଶାନ୍ତ ରାଉତ, ପବିତ୍ର ସେଠୀ ପ୍ରମୁଖ ଯୋଗଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁରୀରେ ଦଳାଚକଟା ଘଟଣା, ବଳି ପଡିବେ କି ବଡ ଅଫିସର, ସଙ୍କେତ ଦେଲେ ଆଇନ ମନ୍ତ୍ରୀ

ପୁରୀ: ଖୁବ ଶିଘ୍ର ବଳିପଡିବେ ବଡ ଅଫିସର। ପୁରୀରେ ହୋଇଥିବା ଦଳଚକଟା ଘଟଣାରେ ପ୍ରଶାସନର ଅବହେଳା ନେଇ ସରକାର ଏହି ପଦକ୍ଷେପ ଗ୍ରହଣ କରୁଛନ୍ତି। ଖୁବ ଶିଘ୍ର ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ଆଜି ପୁରୀ ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ମନ୍ତ୍ରୀ। ସେ କହିଛନ୍ତି ଯାହା ବି ଘଟଣା ଘଟିଛି ତାହା ପ୍ରଶାସନର ଅବହେଳା। ଏ ନେଇ ମୁଖ୍ୟମନ୍ତ୍ରୀ ତଦନ୍ତ ଘୋଷଣା ମଧ୍ୟ କରିଛନ୍ତି।

ତେବେ ସେ ବାରମ୍ବାର ଗୋଟିଏ କଥା କହିଥିଲେ ଯେ, ଏହି ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତି କରିସାରିଛନ୍ତି। ଖୁବ ଶିଘ୍ର ଘୋଷଣା କରିବେ। ଫଳରେ ଏହା ନିଶ୍ଚିତ ଯେ, କେହି ଜଣେ ବଳି ପଡିବେ।

ତେବେ ଆଇନ ମନ୍ତ୍ରୀଙ୍କ କହିବା କଥା ଯେ, ଗତକାଲି ରାତିରୁ ଭକ୍ତମାନେ ଶରଧାବାଲିରେ ଶୋଇଥିଲେ। ତେବେ ପହଡ ଖୋଲିବା ପରେ ପଛରେ ଥିବା ଭକ୍ତମାନେ ମାଡି ଆସିବାରୁ ଯେଉଁମାନେ ଶୋଇଥିଲେ ସେମାନେ ଉଠିପାରି ନ ଥିଲେ। ଫଳରେ ଏପରି ଦୁର୍ଘଟଣା ଘଟି ତିନି ଜଣଙ୍କର ମୃତ୍ୟୁ ହୋଇଥିବାର ସେ ସ୍ବୀକାର କରିଥିଲେ। ତେବେ ଯେଉଁମାନେ ଆହତ ହୋଇଛନ୍ତି ସେମାନେ ବିପଦ ମୁକ୍ତ ହୋଇଛନ୍ତି ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଗୁଣ୍ଡିଚା ମନ୍ଦିର ଆଗରେ ଦଳଚକଟା, ୩ ଜଣ ଭକ୍ତ ମୃତ୍ୟୁ, ଏକାଧିକ ଆହତ

ପୁରୀ: ପୁଣି ପୁରୀ ରଥଯାତ୍ରାକୁ ନେଇ ଆସିଲା ବଡ ବିଭ୍ରାଟ। ଭକ୍ତଙ୍କୁ ପ୍ରଶାସନ ଠିକରେ ସୁରକ୍ଷା ଦେଇ ନ ପାରିବାରୁ ଦଳାଚକଟା ହୋଇଛି। ଫଳରେ ଶରଧାବାଲିରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବାର ଜଣାପଡିଛି। ଏଥିସହିତ ବହୁ ଭକ୍ତ ଆହତ ହୋଇ ଚିକିତ୍ସିତ ହେଉଥିବାର ଜଣାପଡିଛି। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶାସନର ବେପାରୁଆ ନୀତିକୁ ନେଇ ସମାଲଚନା କରାଯାଇଛି।

ଘଟଣାରୁ ଜଣାପଡିଛି ଯେ, ଆଜି ଭୋରରୁ ପହଡ ଖୋଲିବା ପରେ ଦର୍ଶନ କରିବା ପାଇଁ ଭିଡ ଲାଗିରହିଥିଲା। ଏହି ସମୟରେ ଚାରମାଳ ଧରି ଏକ ଟ୍ରକ ସେହି ଭିତରକୁ ପଶିଥିଲା। ଚାରମାଳ ରଖି ଟ୍ରକ ଫେରିଥିଲା। ହେଲା ସେହି ଭିଡ ଭିତରେ ଏହି କାମ କରିବା ଦ୍ବାରା ଭକ୍ତମାନେ ଆହୁରି ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଫଳରେ ପରିସ୍ଥିତି ଅଣଆୟତ ହୋଇପଡିବା ଯୋଗୁ ଦଳାଚକଟା ହୋଇଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ରଥଯାତ୍ରା ୨୦୨୫ରେ ସନ୍‍ଫିଷ୍ଟ ମାରୀ ଲାଇଟ୍‍ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

ପୁରୀ: ପୁରୀ ରଥଯାତ୍ରା ଭାରତର ଅନ୍ୟତମ ସର୍ବାଧିକ ପୂଜ୍ୟ ଆଧ୍ୟାତ୍ମିକ ଉତ୍ସବ ହୋଇଛି- ଏହା ଏହିଭଳି ଏକ ମୁହୂର୍ତ୍ତ ଯେତେବେଳେ ଲକ୍ଷ ଲକ୍ଷ ଲୋକ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥ ପଛେ ପଛେ ଏକାନ୍ତ ବିଶ୍ୱାସର ସହିତ ଏକତ୍ର ଚାଲିଥାନ୍ତି। ସନ୍‍ଫିଷ୍ଟ ମାରୀ ଲାଇଟ୍‍ ଚଳିତ ବର୍ଷ ଏହି ଚିରନ୍ତନ ପରମ୍ପରାକୁ ଏକ ଚିନ୍ତନଶୀଳ ଢଙ୍ଗରେ ସମର୍ଥନ କରୁଛି।

ଋଥଯାତ୍ରା ସମୟରେ ତୀର୍ଥଯାତ୍ରୀମାନେ ପ୍ରଖର ସୂର୍ଯ୍ୟକିରଣକୁ ଦୀର୍ଘ ସମୟ ସହ୍ୟ କରୁଥିବାବେଳେ, ସନ୍‍ଫିଷ୍ଟ ସୂର୍ଯ୍ୟ ବରଦାନ ଏକ ଆଶ୍ୱସ୍ତି ଏବଂ ଶ୍ରଦ୍ଧାର ପ୍ରତୀକ ଭାବରେ ଉଭା ହୋଇଛି। ବ୍ରାଣ୍ଡ୍‍ ଏକ ଶୀତଳ ଅନୁଭୂତି ପ୍ରଦାନକାରୀ- ସୂର୍ଯ୍ୟ ବରଦାନ ଟୋପି ଉନ୍ମୋଚନ କରିଛି ଯେଉଁଥିରେ ବିଶ୍ୱାସଭାବ ଏବଂ ସୂର୍ଯ୍ୟଙ୍କର ଆଶୀର୍ବାଦ ଅନ୍ତର୍ନିବେଶ ହୋଇଛି। ଏହି ଟୋପି ଚନ୍ଦନ କାଠରେ ଏକ ସ୍ୱତନ୍ତ୍ର ମେନ୍ଥୋଲ ଆସ୍ତରଣ ସହିତ ପ୍ରସ୍ତୁତ କରାଯାଇଛି। ସୂର୍ଯ୍ୟ କିରଣ ସନ୍‍ଫିଷ୍ଟ ସୂର୍ଯ୍ୟ ବରଦାନ ଟୋପି ଉପରେ ପଡିଲେ ତାହା ଟୋପିରେ ମେନ୍ଥୋଲର ଶୀତଳିକରଣ ପ୍ରକ୍ରିୟାକୁ ସକ୍ରିୟ କରିଥାଏ। ସେଥିପାଇଁ ଗରମ ଅନୁଭବ କରିବା ପରିବର୍ତ୍ତେ ସୂର୍ଯ୍ୟ କିରଣ ଆପଣଙ୍କୁ ଶୀତଳ ଅନୁଭବ ପ୍ରଦାନ କରିବ ଏବଂ ସେହି ସମୟରେ ଆପଣ ଚନ୍ଦନକାଠର ଶାନ୍ତି ପ୍ରଦାନକାରୀ ସୁଗନ୍ଧର ଅନୁଭୂତି ପାଇପାରିବେ ଏବଂ ଏହା ଭକ୍ତମାନଙ୍କୁ ଭକ୍ତିରସରେ ପରିପୂର୍ଣ୍ଣ ଏକ ଥଣ୍ଡା ମସ୍ତିଷ୍କ ସହିତ ନୈସର୍ଗିକ ଯାତ୍ରାରେ ଆଗେଇନେବ।

ଅଲି ହାରିସ୍‍ ଶେରେ, ଚିଫ୍‍ ଅପରେଟିଂ ଅଫିସର, ବିସ୍କୁଟ୍‍ସ୍‍ ଆଣ୍ଡ କେକ୍‍ସ୍‍ କ୍ଲଷ୍ଟର, ଫୁଡ୍‍ସ୍‍ ଡିଭିଜନ, ଆଇଟିସି ଲିମିଟେଡ ମତଦେଇ କହିଥିଲେ, “ଶକ୍ତି, ସାମର୍ଥ୍ୟ ଓ ଜୀବନର ପ୍ରତୀକ ହୋଇଥିବା ସୂର୍ଯ୍ୟ ଆମ ବ୍ରାଣ୍ଡ୍‍ର କେନ୍ଦ୍ରବିନ୍ଦୁ ହୋଇ ରହିଛନ୍ତି। ସନ୍‍ଫିଷ୍ଟ ମାରୀ ଲାଇଟ୍‍ରେ ଆମର ବିସ୍କୁଟଗୁଡିକ ସୂର୍ଯ୍ୟସ୍ନାତ ଗହମରୁ ପ୍ରସ୍ତୁତ ହେଉଛି ଏବଂ ସେହି ଆତ୍ମୀୟତାର ଭାବ ଏବଂ ଯତ୍ନକୁ ଆମେ କରୁଥିବା ପ୍ରତ୍ୟେକ କାର୍ଯ୍ୟରେ ବ୍ୟବହାର କରୁଛୁ। ସୂର୍ଯ୍ୟ ବରଦାନ ଟୋପି ପରମ୍ପରାକୁ ସମ୍ମାନ ଜଣାଇବା ନିମନ୍ତେ ଆମର ପ୍ରୟାସ ଏବଂ ସେହି ସମୟରେ ଆମେ ପୁରୀ ରଥଯାତ୍ରା ଭକ୍ତମାନଙ୍କ ନିମନ୍ତେ ଚିନ୍ତନଶୀଳ ଆରାମ ଯୋଗାଇ ଦେଉଛୁ।”
କ୍ଷେତ୍ରସ୍ତରରେ ସ୍ଥାପନ କରାଯାଇଥିବା ଏକ୍ସପେରିଏନ୍ସ ଜୋନ୍‍ଗୁଡିକରୁ ରଥ ଯାତ୍ରା ଦିନ ହଜାର ହଜାର ସଂଖ୍ୟାରେ ଟୋପି ବଣ୍ଟନ କରାଯାଇଥିଲା। ଟୋପିର ବ୍ୟବହାରିତା ଦୃଷ୍ଟିରୁ କେବଳ ନୁହେଁ, ତାହାସହିତ ସେମାନେ ଯେଉଁ ଶକ୍ତି ତଳେ ଚାଲୁଛନ୍ତି ତାହାଦ୍ୱାରା ପରିପୋଷଣ ହେବାର ପ୍ରତୀକାତ୍ମକ ବାର୍ତ୍ତା ପାଇଁ ତୀର୍ଥଯାତ୍ରୀମାନେ ଏହାକୁ ଅତ୍ୟନ୍ତ ଆଗ୍ରହର ସହିତ ଗ୍ରହଣ କରିଥିଲେ।

ଲୋକପ୍ରିୟ ଓଡ଼ିଆ ଅଭିନେତ୍ରୀ ଅର୍ଚିତା ସାହୁ ମଧ୍ୟ ଏହି ଯାତ୍ରାରେ ସନ୍‍ଫିଷ୍ଟ ମେରୀ ଲାଇଟ୍‍ ସହିତ ସାମିଲ ହୋଇ ଏହି ପ୍ରୟାସ ପ୍ରତି ନିଜର ସମର୍ଥନ ଯୋଗାଇ ଦେଇଥିଲେ। ସେ କ୍ଷେତ୍ରସ୍ତରରେ ବିଭିନ୍ନ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା ସହିତ ସନ୍‍ଫିଷ୍ଟ ସୂର୍ଯ୍ୟ ବରଦାନ ଟୋପି ବଣ୍ଟନରେ ସହାୟତା କରିଥିଲେ।

ପୁରୀ ରାସ୍ତାଗୁଡିକୁ ସୂର୍ଯ୍ୟ ନିଜ ଆଲୋକରେ ଉଦ୍‍ଭାସିତ କରିବା ସମୟରେ ସନ୍‍ଫିଷ୍ଟ ସୂର୍ଯ୍ୟ ବରଦାନ ଏକ ପ୍ରଶାନ୍ତି ଏବଂ ଚିନ୍ତନଶୀଳ ଉପସ୍ଥିତି ପାଲଟିଥିଲା- ଯାହା ଭକ୍ତମାନଙ୍କ ସହିତ ଚାଲିବା ସାଙ୍ଗକୁ ବଡଦାଣ୍ଡରେ ପ୍ରତ୍ୟେକଟି ପାଦରେ ସେମାନଙ୍କୁ ସମର୍ଥନ ପ୍ରଦାନ କରୁଥିଲା ଏବଂ ସେମାନଙ୍କୁ ସ୍ମରଣ କରାଇ ଦେଉଥିଲା ଯେ ଭଗବାନଙ୍କୁ କେବଳ ପୂଜା କରାଯାଏନାହିଁ, ତାହାସହିତ ଯତ୍ନର ପ୍ରତ୍ୟେକ ଭାବରେ ମଧ୍ୟ ତାଙ୍କୁ ଅନୁଭବ କରିହୁଏ।

Categories
ବିଶେଷ ଖବର ରାଜ୍ୟ ଖବର

ହେ ପ୍ରଭୃ ଜଗନ୍ନାଥ, ସମସ୍ତଙ୍କୁ କ୍ଷମା କରିଦିଅ……ଏମିତି କାହିଁକି କହିଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଗତକାଲି ରଥଯାତ୍ରାରେ ଯେପରି ବିଭ୍ରାଟ ହେଲା ତାହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ସେ ବର୍ତ୍ତମାନ ମୁମ୍ବାଇର ଏକ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ହେଲେ ଗତକାଲି ନନ୍ଦିଘୋଷ ରଥଟଣାକୁ ନେଇ ସେ କ୍ଷୋଭ କରିଛନ୍ତି।

ନବୀନ ତାଙ୍କ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି ଯେ, “ନନ୍ଦିଘୋଷ ରଥ ଟଣାରେ ଅଯଥା ବିଳମ୍ବ ପାଇଁ ପ୍ରଶାସନକୁ ଦୋଷାରୋପ କିମ୍ବା ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ଆମେ ଚାହୁଁନାହୁଁ। କିନ୍ତୁ ଆମ ରାଜ୍ୟର ତଥା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଏହି ପବିତ୍ର ଉତ୍ସବରେ ଯେଉଁ ଅଘଟଣ ଘଟିଛି, ତାହା ପ୍ରତି ଆମର ଗଭୀର ଚିନ୍ତା ଓ ଦୁଃଖ ପ୍ରକାଶ ନ’କରି ରହି ହେଉନାହିଁ।”

ସେ ଆହୁରି କହିଛନ୍ତି ଯେ, “ଗତ ବର୍ଷ ଆଡ଼ପ ପହଣ୍ଡି ବିଜେ ସମୟରେ ଭଗବାନ ବଳଭଦ୍ର ପଡ଼ିଯିବା ଘଟଣାକୁ ଏଯାଏଁ ଆମେ କେହି ଭୁଲି ପାରୁନାହୁଁ; ଏହା ଏପରି ଏକ ମୁହୂର୍ତ୍ତ ଥିଲା ଯାହା ଅଗଣିତ ଶ୍ରଦ୍ଧାଳୁଙ୍କୁ ମର୍ମାହତ କରିଥିଲା। ଏବଂ ଏବର୍ଷ, ସମସ୍ତେ ଦେଖିଲେ ନନ୍ଦିଘୋଷ ରଥ ସିଂହଦ୍ୱାର ସାମ୍ନାରେ ସନ୍ଧ୍ୟା ୭:୪୫ ପର୍ଯ୍ୟନ୍ତ ଅଟକି ରହିଥିଲା ଏବଂ ଦିନ ଶେଷ ହେବା ପୂର୍ବରୁ ମାତ୍ର କିଛି ମିଟର୍ ଗଡ଼େଇ ଦିଆଗଲା।”

ସେ ପୁଣି କହିଛନ୍ତି ଯେ, “ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଏହି ଅନନ୍ୟ ଉତ୍ସବ ଦେଖିବାକୁ ଆସିଥିବା ଲକ୍ଷ ଲକ୍ଷ ଭକ୍ତଙ୍କୁ ଏହା ସମ୍ପୂର୍ଣ୍ଣ ନିରାଶ ଓ ହତାଶ କରିଛି। ଭିଡ଼ ନିୟନ୍ତ୍ରଣରେ ଅପାରଗତା ହେତୁ ଶହ ଶହ ଭକ୍ତ ଆହତ ହୋଇଛନ୍ତି। ଆମେ କେବଳ ଏତିକି ପ୍ରାର୍ଥନା କରିପାରିବା: “ରଥଯାତ୍ରାର ଏହି ଦିବ୍ୟ ଉତ୍ସବରେ ହୋଇଥିବା ଭୟଙ୍କର ବିଭ୍ରାଟ ତଥା ବିଶୃଙ୍ଖଳା ପାଇଁ ଦାୟୀ ସମସ୍ତଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ କ୍ଷମା କରନ୍ତୁ।

ମୁଁ ଆଶା କରିବି ଏହି ଘଟଣା ସରକାରରେ ଥିବା ସମସ୍ତଙ୍କ ମନରେ ଗଭୀର ଆତ୍ମଚିନ୍ତନ ଆଣିବ।” ନବୀନ ଉଲ୍ଲେଖ କରିଛନ୍ତି।

Categories
ବିଶେଷ ଖବର ଭାରତ ରାଜ୍ୟ ଖବର

ବଡ ଠାକୁରଙ୍କ ରଥ କାହିଁକି ମୋଡ ନେଲା, ବିଭିନ୍ନ ମହଲରେ ଚାଲିଲା ଆଲୋଚନା

ପୁରୀ: ଗତକାଲି ବଳଭଦ୍ରଙ୍କ ତାଳଧ୍ବଜ ରଥ ଟାଣିବା ବେଳେ ବାରମ୍ବାର ମୋଡ ନେଇଥିଲା। ଫଳରେ ପୁରା ରଥ ଟଣା କାର୍ଯ୍ୟରେ ବିଳମ୍ବ ଘଟିଲା। ତେବେ ଏଥର ବଳଭଦ୍ରଙ୍କ ରଥ କାହିଁକି ମୋଡ ନେଲା ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। କାରଣ ପୂର୍ବରୁ ସେପରି କିଛି ହେଉ ନ ଥିବା ବେଳେ ଏଥର ପ୍ରଭୃ ଏପରି କାହିଁକି କଲେ ବୋଲି ପଚରାଯାଉଛି।

ଗତକାଲି ବଳଭଦ୍ରଙ୍କ ରଥ ଟଣାଯିବାର କିଛି ସମୟ ପରେ ତାହା ଡାହଣକୁ ମୋଡି ହୋଇଯାଇଥିଲା। ପୁଣି ସିଧା କରି ରାସ୍ତା ମଝିକୁ ଆଣି ଟାଣିବା ପରେ ମଧ୍ୟ ସେହି ମୋଡ ରହୁଥିଲା। ଯାହାକୁ ନେଇ ଡାହୁକ ମଧ୍ୟ ଅଡୁଆରେ ପଡିଯାଇଥିଲେ। ବାରମ୍ବାର ଏପରି ଘଟିବା ଦ୍ବାରା ରଥ ଉପରେ ଥିବା ସେବାୟତମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ତେବେ କେତେକ ସେବାୟତଙ୍କ କହିବା କଥା ଯେ, ଯେତେବେଳେ ରଥକୁ ନିର୍ମାଣ ସ୍ଥଳରୁ ସିଂହଦ୍ବାର ସାମନାକୁ ନିଆଗଲା ସେତେବେଳେ ଏହାକୁ ନେଇ ସନ୍ଦେହ ଥିଲା। କାରଣ ରଥ ସେତେବେଳେ ଠିକ ସ୍ଥାନରେ ନ ରହି ମୋଡି ହେଉଯାଉଥିଲା। ଏପରିକି ରଥ ରଥ ମଧ୍ୟରେ ଯେଉଁ ବ୍ୟବଧାନ ରହିବା କଥା ତାହା ମଧ୍ୟ ନ ଥିଲା।

ଫଳରେ ବଡଠାକୁରଙ୍କ ରଥ ଯେତେବେଳେ ଭିଡା ଗଲା ସେତେବେଳେ ଡାହୁକ ଭକ୍ତମାନଙ୍କୁ ରଥକୁ ରାସ୍ତା ମଝିକୁ ଆଣିବାକୁ ନିର୍ଦ୍ଦେଶ ଦେବେ ବୋଲି କୁହାଯାଇଥିଲା। ହେଲେ ତାହା କରିବା ପାଇଁ ରଥ ସେହିପରି ମୋଡି ହୋଇ ଆଗକୁ ଗଲା। ରାସ୍ତା ମଝିରୁ ଡାହାଣକୁ ମୋଡି ହେଉଥିବାରୁ ଡାହୁକ ରଥଟଣା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଉଥିଲେ। ହେଲେ ଭକ୍ତମାନେ ତାହା ଶୁଣି ନ ଥିଲେ ବୋଲି କୁହାଯାଉଛି।

ବଳଭଦ୍ରଙ୍କ ରଥର ଅବସ୍ଥା ଏପରି ହେବା ଦ୍ବାରା ରଥଟଣା ବେଶ ବିଳମ୍ବ ଘଟିଥିଲା। ସୁଭଦ୍ରାଙ୍କ ରଥ ଆସିବାରେ ବିଳମ୍ବ ଘଟିଲା। ଏପରି ଜଗନ୍ନାଥଙ୍କ ରଥ ମଧ୍ୟ ସଂଧ୍ୟା ପର୍ଯ୍ୟନ୍ତ ଇଞ୍ଚିଏ ପର୍ଯ୍ୟନ୍ତ ମଧ୍ୟ ଘୁଞ୍ଚି ନ ଥିଲା। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ରଥଯାତ୍ରା ଦିନ ଯଦି ରଥ ନ ଗଡିବ ତାହା ପରଂପରା ଭଙ୍ଗ ହେବ ବୋଲି କୁହାଗଲା। ଫଳରେ ରାତି ସାଢେ ସାତଟା ବେଳକୁ ନନ୍ଦିଘୋଷ ରଥ ଟଣା ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ରଥ ପ୍ରସ୍ତୁତ, ଭକ୍ତ ପ୍ରସ୍ତୁତ, ପଥ ପ୍ରସ୍ତୁତ, ଅପେକ୍ଷା କେବଳ ମହାପ୍ରଭୃଙ୍କୁ……..

ପୁରୀ: ଆଜି ହେଉଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଆଜି ତିନିଠାକୁର ଶ୍ରୀମନ୍ଦିର ଛାଡି ରଥରେ ବସି ଯିବେ ଗୁଣ୍ଡିଚା ମନ୍ଦିର। ସେଥିପାଇଁ ଶ୍ରୀମନ୍ଦିର କର୍ତ୍ତୁପକ୍ଷ ଏବଂ ସେବାୟତାମାନେ ବେଶ ତତ୍ପରତା ସହିତ କାର୍ଯ୍ୟ କରୁଛନ୍ତି। ତେବେ ସୂଚନା ଅନୁସାରେ ପୂର୍ବ ନିର୍ଦ୍ଧାରିତ ସମୟଠାରୁ ନୀତି ବର୍ତ୍ତମାନ 30 ମିନିଟ ବିଳମ୍ବରେ ଚାଲିଛି।

ତେବେ ଆଗରୁ ଯାହା ନିର୍ଦ୍ଧାରିତ ହୋଇଥିଲା ତାହା ହେଲା

ଯଦି ନୀତି ଠିକ ସମୟରେ ଚାଲେ ତେବେ ସେହି ଅନୁସାରେ ଆଜି ଅପରାହ୍ନ 2 ଟା 30 ମିନିଟରେ ଛେରା ପହଁରା ରହିଛି। ସେହିପରି ଅପରାହ୍ନ 4 ଟାରେ ରଥ ଟଣା ଆରମ୍ଭ ହେବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଆଜି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଜାଣନ୍ତୁ କେଉଁ ପୁରାଣ ଶାସ୍ତ୍ରରେ କଣ ରହିଛି ବର୍ଣ୍ଣନା

ଭୁବନେଶ୍ବର, ପୁରୀ ଶ୍ରୀକ୍ଷେତ୍ରରେ ରଥଯାତ୍ରାର ପରଂପରା କାହିଁ କେଉଁ କାଳରୁ ପାଳିତ ହୋଇ ଆସୁଛି। ଏହାର ପ୍ରମାଣ ବିଭିନ୍ନ ସମୟରେ ଐତିହାସିକମାନେ ବର୍ଣ୍ଣନା କରିଛନ୍ତି। ସେହିପରି ବହୁ ପ୍ରାଚୀନ ପୁରାଣରେ ମଧ୍ୟ ପ୍ରଭୃ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ବର୍ଣ୍ଣନା ମଧ୍ୟ ରହିଛି। ସେଗୁଡିକ ମଧ୍ୟରେ ରହିଛି ବ୍ରହ୍ମ ପୁରାଣ, ନାରଦ ପୁରାଣ, ନୀଳାଦ୍ରି ମହୋଦୟ, କପିଳ ସଂହିତା, ଜଗନ୍ନାଥ ପୁରାଣ, ଯାତ୍ରା ଭାଗବତ, ପଦ୍ମପୁରାଣ, ଚୈତନ୍ୟ ଚରିତାମୃତ, ବାମଦେବ ସଂହିତା ଏବଂ ଶାରଦା ପୁରାଣ ପରି ଅସଂଖ ପୁରାଣ ପୋଥୀରେ ଏହାର ବର୍ଣ୍ଣନା ରହିଛି।

ସ୍କନ୍ଧ ପୁରାଣର ପୁରୁଷୋତ୍ତମ ମାହାତ୍ମ୍ୟରେ କୁହାଯାଇଛି ଯେ, ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଶ୍ରୀଗୁଣ୍ଡିଚା ଯାତ୍ରା ବା ମହାବେଦୀ ମହୋତ୍ସବ ହିଁ ଶ୍ରେଷ୍ଠ। ଏପରିକି ଏହି ମହାବେଦୀ ମହୋତ୍ସବକୁ ନିର୍ମଳ ମନରେ ଯେଉଁ ଭକ୍ତ ଦର୍ଶନ କରେ ତାର ଶତକୋଟି ଜନ୍ମର ପାପରାଶି କ୍ଷଣକେ ନଷ୍ଟ ହୁଏ। ଶ୍ରୀଜଗନ୍ନାଥଙ୍କର ଉତ୍ସବମୁଖର ଏହି ଗୁଣ୍ଡିଚା ଯାତ୍ରା କେବଳ ଓଡ଼ିଶା କାହିକିଁ ବିଶ୍ୱର ଏକ ସହସ୍ର ଅଶ୍ୱମେଧ ଯଜ୍ଞର ଫଳ ମିଳିଥାଏ ବୋଲି ବିଶ୍ୱାସ କରାଯାଏ । ତେଣୁ ପୁରାଣମାନଙ୍କରେ କୁହାଯାଇଛି, ଶ୍ରୀମନ୍ଦିରରେ ଦଶବର୍ଷ ଦର୍ଶନ କଲେ ଯାହା ଫଳ ମିଳେ ଗୁଣ୍ଡିଚା ମନ୍ଦିରରେ ଏକ ଦିବସ ଦର୍ଶନରେ ସେତିକି ଫଳ ଲାଭ ହୁଏ।

ସ୍କନ୍ଧ ପୁରାଣ ଅନ୍ତର୍ଗତ ଉତ୍କଳ ଖଣ୍ଡର ୩୩ଶ ଅଧ୍ୟାୟ ଠାରୁ ୩୫ଶ ଅଧ୍ୟାୟ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ପାଳିତ ମହାପ୍ରଭୁମାନଙ୍କ ରଥଯାତ୍ରାର ସବିଶେଷ ବିବରଣି ରହିଅଛି। ଏଥିରେ ଏହି ରଥଯାତ୍ରାକୁ ‘ନବଦିନାତ୍ମିକା ଯାତ୍ରା’ କୁହାଯାଏ। ଏହାର ତିନୋଟି ଅଙ୍ଗ । ପ୍ରଥମ ଅଙ୍ଗ -ପୂର୍ବ ଯାତ୍ରା, ଦ୍ୱିତୀୟ ଯାତ୍ରା- ଗୁଣ୍ଡିଚା ମଣ୍ଡପରେ ଅବସ୍ଥାନ ବା ଆଡ଼ପ, ତୃତୀୟ ଅଙ୍ଗ- ବାହୁଡା ଯାତ୍ର। ଠାକୁରମାନେ ଗୁଣ୍ଡିଚା ମଣ୍ଡପ ଉପରେ ଥିବା ସମୟରେ ବନ ଜାଗରଣ ବ୍ରତ ପାଳନ କଲେ ମହାପୁଣ୍ୟ ହୁଏ ବୋଲି ବର୍ଣ୍ଣନା କରାଯାଇଛି।

ସେହିପରି ଚୈତନ୍ୟ ଚରିତାମୃତ ଗ୍ରନ୍ଥର ରଚୟିତା କବିରାଜ କୃଷ୍ଣ ଦାସ ଉକ୍ତ ଗ୍ରନ୍ଥରେ ଶ୍ରୀକ୍ଷେତ୍ରରେ ପାଳିତ ରଥଯାତ୍ରାର ଯେଉଁ ବିବରଣ ପ୍ରଦାନ କରିଛନ୍ତି, ତାହା ଦୀର୍ଘ ପାଞ୍ଚ ଶହ ବର୍ଷ ପୂର୍ବର ଅଟେ। ସେ ଚୈତନ୍ୟଙ୍କ ଶିଷ୍ୟ ରଘୁନାଥ ଦାସ ଗୋସ୍ୱାମୀଙ୍କ ଶିଷ୍ୟ ଥିଲେ । ଚୈତନ୍ୟ ଚରିତାମୃତ ଗ୍ରନ୍ଥରୁ ଜଣାଯାଏ, ଶ୍ରୀଚୈତନ୍ୟ ତାଙ୍କ ପାର୍ଷଦମାନଙ୍କ ସହିତ ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିର ମାର୍ଜନା କରୁଥିଲେ। ସେମାନେ ଛୋଟ ବଡ଼ ମନ୍ଦିର ମାର୍ଜନା ଓ ଶୋଧନ ତଥା ଶେଷରେ ଜଗମୋହନ ପରିଷ୍କାର କରୁଥିଲେ ।

ବର୍ତ୍ତମାନ ଗଜପତି ମହାରାଜ ରଥ ଉପରେ ଛେରାପହଁରା କଲା ପରି ସେତେବେଳେ ହେଉନଥିଲା। ରାଜା ରଥ ତଳେ ପଥରେ ଛେରା ପହଁରା କରୁଥିଲେ। ପ୍ରତାପରୁଦ୍ର ଦେବ ନିଜେ ସୁନା ଛାଉଣୀଦ୍ୱାରା ପଥ ପରିଷ୍କାର କରୁଥିଲେ, ରାଜା ପଥ ମଧ୍ୟରେ ସୁଗନ୍ଧି ଚନ୍ଦନ ଜଳ ସିଞ୍ଚନ କରୁଥିଲେ। ସେ ସମୟରେ ରଥ ଟଣାରେ ଗୌଡ଼ ନାମକ ସମ୍ପ୍ରଦାୟ ନିଯୁକ୍ତ ହେଉଥିଲେ।

ନୀଳାଦ୍ରୀ ମହୋଦୟ ର ବର୍ଣ୍ଣନା ଅନୁଯାୟୀ ମହାପ୍ରଭୁଙ୍କ ଆବିର୍ଭାବ ପରେ ତାଙ୍କ ପାଇଁ ରାଜା ଇନ୍ଦ୍ରଦ୍ୟୁମ୍ନ ମନ୍ଦିର ନିର୍ମାଣ କରିଥିଲେ । ସେହି ମନ୍ଦିରକୁ ପ୍ରଜପିତା ବ୍ରହ୍ମାଙ୍କ ଦ୍ୱାରା ପ୍ରତିଷ୍ଠା କରିବା ପାଇଁ ବ୍ରହ୍ମଲୋକ ଯାଇଥିଲେ । ସେଠାରୁ ବ୍ରହ୍ମାଙ୍କୁ ନେଇ ଆସିଥିଲେ । ବ୍ରହ୍ମା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସହ ଶଙ୍ଖନିଧି ଓ ପଦ୍ମନିଧିଙ୍କୁ ପଠାଇଥିଲେ । ନାରଦ ଏବଂ ଅନ୍ୟ ଦୁଇ ଦେବଦୂତଙ୍କ ସହ ଇନ୍ଦ୍ରଦ୍ୟୁମ୍ନ ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ପଣି ରଥ ନିର୍ମାଣ କରଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରଥଯାତ୍ରା ପାଇଁ ଓଏସ୍ଆରଟିସି ତରଫରୁ ସ୍ବତନ୍ତ୍ର ବସ ସେବା, ଜାଣନ୍ତୁ କେଉଁଠୁ କେତେବେଳେ ବାହାରିବ

ଭୁବନେଶ୍ବର: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ତୀର୍ଥଯାତ୍ରୀଙ୍କ ପାଇଁ ଓଏସ୍ଆରଟିସି ପକ୍ଷରୁ ସାରା ଓଡ଼ିଶାରେ ସ୍ୱତନ୍ତ୍ର ବସ୍ ସେବା ଆରମ୍ଭ ହେଉଛି। ଏହା ଜିଲ୍ଲାଗୁଡ଼ିକୁ ପୁରୀ ସହିତ ସଂଯୋଗ କରି ଭକ୍ତଙ୍କ ପାଇଁ ଏକ ସୁଗମ, ନିରାପଦ ଏବଂ ଆଧ୍ୟାତ୍ମିକ ଯାତ୍ରା ଅନୁଭୂତି ପ୍ରଦାନ କରିବ। ଏହି ବସ ସେବା ଯେଉଁ ଯେଉଁ ସ୍ଥାନରୁ ବାହାରି ପୁରୀ ଆସିବ ତାହା ହେଲା

ଓଏସ୍ଆରଟିସି ପୂର୍ବରୁ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ନାମରେ ହାଇଟେକ ବସ ସେବା ଆରମ୍ଭ କରିସାରିଛି। ଏହି ବସ ରାଜ୍ୟ ବାହାରୁ ପୁରୀକୁ ସଂଯୋଗ କରୁଛି। ମୁଖ୍ୟ ଭାରତର ପ୍ରମୁଖ ତୀର୍ଥସ୍ଥଳକୁ ଏହି ବସ ସେବା ଲାଗୁ କରାଯାଇଛି।