Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

ମୁମ୍ବାଇରେ ବେଶ ଭକ୍ତିପୂର୍ଣ୍ଣ ଭାବେ ଆୟୋଜିତ ହେଲା ରଥଯାତ୍ରା

ଭୁବନେଶ୍ୱର/ମୁମ୍ବାଇ : ନଭି ମୁମ୍ବାଇର ଖରଘର ସେକ୍ଟର ୩, ବାଲାଜି ଆଙ୍ଗନସ୍ଥିତ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଉତ୍ସବ ଶେଷ ହୋଇଛି। ଜୟ ଜଗନ୍ନାଥ ଲୋକ ତରଣ ଟ୍ରଷ୍ଟ ଓ ସ୍ୱାମୀ ଅଦ୍ୱେସା ନନ୍ଦ ୱେଲଫେୟାର ଆସୋସିଏସନ୍ ସରସ୍ୱତୀ ପକ୍ଷରୁ ରଥଯାତ୍ରା କରାଯାଇଥିଲା।

୧୮ବର୍ଷ ହେଲା ଟ୍ରଷ୍ଟ ମାଧ୍ୟମରେ ବିଭିନ୍ନ ଓଡ଼ିଆ ସାମିଲ ହୋଇ ଟ୍ରଷ୍ଟର ସଦସ୍ୟ ଓ ସେବକମାନେ ସହଯୋଗ ଦ୍ୱାରା ଏହି ରଥଯାତ୍ରା ମହୋତ୍ସବ ହୋଇ ଆସୁଛି। ସେହିପରି ୩ଦିନ ଧରି ବିଶ୍ୱଶାନ୍ତି ମହାଯଜ୍ଞ କରାଯାଇଥିଲା। ଭକ୍ତମାନଙ୍କ ଦ୍ୱାରା କଳସ ଯାତ୍ରା କରାଯାଇଥିଲା।

ଭକ୍ତଙ୍କ ଗହଣରେ ରାମ ପ୍ରସାଦ ମୁଦୁଲିଙ୍କ ଦ୍ୱାରା ଛେରା ପହଁରା କରିଥିଲେ। ପାରମ୍ପରିକ ଘଂଟ ବାଦ୍ୟରେ ରଥଯାତ୍ରା ଓ ବାହୁଡ଼ାଯାତ୍ରାରେ ପ୍ରାୟ ୧୦ହଜାର ଏହି ଯାତ୍ରାରେ ସାମିଲ ହୋଇଥିଲେ। ପ୍ରତିଦିନ ୧୦ଜାର ଲୋକଙ୍କ ପ୍ରସାଦ ସେବନ ଓ ସାସ୍କୃତିକ କାର‌୍ୟ୍ୟକ୍ରମ କରାଯାଇଥିଲା।

ଶ୍ରୀଜିଉଙ୍କ ସୁନାବେଶ, ଅଧରପଣା ଓ ନିଳାଦ୍ରୀବିଜେ ଯାତ୍ରା ନୀତି ସମାପନ ହୋଇଛି। ଏହି ଅବସରରେ ରକ୍ତଦାନ ଶିବର, ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, କର୍କଟ ରୋଗୀଙ୍କ ପାଇଁ ମାଗଣା ଖାଇବା ବ୍ୟବସ୍ଥା କରାଯାଇଥିଲା। ରଥଯାତ୍ରା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମରେ କଳାକାରମାନେ ଓଡ଼ିଶୀ, ନୃତ୍ୟ, ଲୋକ ନୃତ୍ୟ ଓ କ୍ରୀଏଟିଭ୍ ନୃତ୍ୟ ପରିବେଷଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ମହାପ୍ରଭୃଙ୍କ ରଥଯାତ୍ରା, ସକାଳ ୯ ଟା ୩୦ ରେ ପହଣ୍ଡି ବିଜେ, ଜାଣନ୍ତୁ ପୁରା ନୀତି ନିର୍ଘଣ୍ଟ

ପୁରୀ: ଆସନ୍ତାକାଲି ମଙ୍ଗଳବାରରେ ମହାପ୍ରଭୃ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା। ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ସାଥିରେ ଧରି ପ୍ରଭୃ ଗୁଣ୍ଡିଚା ମନ୍ଦିର ଯିବେ। ଏହି ଯାତ୍ରା ଉପଲକ୍ଷେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇ ସାରିଛି। କେବଳ ଅପେକ୍ଷା ପ୍ରଭୃଙ୍କ ପହଣ୍ଡି ବିଜେକୁ।

ତେବେ ରଥଯାତ୍ରା ଉପଲକ୍ଷେ ମନ୍ଦିର ପ୍ରଶାସନ ଏବଂ ସେବାୟତଙ୍କ ମିଳିତ ବୈଠକରେ ପ୍ରଭୃଙ୍କ ନୀତିକାନ୍ତିର ସମୟ ନିର୍ଘଣ୍ଟ ହୋଇଛି। ସେହି ଅନୁସାରେ ମଙ୍ଗଳବାର ଦିନ ମହାପ୍ରଭୃ ସକାଳ ୯ଟା ୩୦ ରେ ପହଣ୍ଡି ବିଜେ ହୋଇ ରଥାଋଢ ହେବ। ପ୍ରଥମେ ଭାଇ ବଳଭଦ୍ର, ପରେ ମା ସୁଭଦ୍ର ଏବଂ ଶେଷରେ ଜଗନ୍ନାଥ ହଲି ଦୋହଲି ରଥ ଉପରେ ବିଜେ କରିବେ।

ତେବେ ବୈଠକରେ ଯେଉଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି ତାହା ହେଲା ପ୍ରଥମେ ମଙ୍ଗଳା ଆରତି କରାଯିବ। ଏହା ଭୋର ୬.୦୦ ଟାରେ କରାଯିବ ବୋଲି ନିଷ୍ପତି କରାଯାଇଛି। ପ୍ରଥମାର୍ଦ୍ଧରେ ମଙ୍ଗଳା ଆରତିଠାରୁ ରଥ ପ୍ରତିଷ୍ଠା ନୀତି କରାଯିବ। ଏହା ଭୋର ୬ଟାରୁ ଆରମ୍ଭ ହୋଇ ସକାଳ ୯ଟାରେ ଶେଷ ହେବ।

ଏହାପରେ ପହଣ୍ଡି ବିଜେ ପାଇଁ ସମସ୍ତ ପ୍ରସ୍ତୁତି କରାଯିବ। ୯ ଟା ୧୫ ରେ ମଙ୍ଗଳାର୍ପଣ ପରେ ଭାଇଭଉଣୀ ଜଣେ ଜଣେ ହୋଇ ପହଣ୍ଡି ବିଜେ କରି ରଥାଋଢ ହେବେ। ଏହି ନୀତି ଦିନ ୧୨ ଟା ୩୦ ସୁଦ୍ଧା ଶେଷ କରାଯିବ।

ତିନିଠାକୁର ରଥରେ ବିଜେ ହେବା ପରେ ଗଜପତି ମହାରାଜା ଛେରା ପହଁରା କରିବେ। ଏହା ମଧ୍ୟାହ୍ନ ୨ ଟା ୩୦ ରୁ ଆରମ୍ଭ ହୋଇ ୩ ଟା ୩୦ରେ ଶେଷ ହେବ। ଏହାପରେ ରଥଟଣା ପାଇଁ ଚାରମାଳ ଫିଟାଯିବା ସହିତ ଘୋଡା ଯୋଚା ଯିବ। ଅପରାହ୍ନ ପ୍ରାୟ ୪ ଟା ବେଳକୁ ରଥଟଣା ଯିବ। ଗୁଣ୍ଡିଚା ମନ୍ଦିରରେ ତିନି ରଥ ଲାଗିବା ପରେ ଅନ୍ୟାନ୍ୟ ନୀତି କରାଯିବ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆରମ୍ଭ ହେଲା ପ୍ରଭୃ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ରଥକାମ, ଜାଣନ୍ତୁ ଆଜି କଣ ହେଉଛି

ପୁରୀ: ଗତକାଲି ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ପୁରୀ ରଥଖଳାରେ ଆରମ୍ଭ ହୋଇଛି ମହାପ୍ରଭୃଙ୍କ ରଥଯାତ୍ରା ପାଇଁ ରଥକାମ। ଗତକାଲି ତିନୋଟି କାଠକୁ ଆଜ୍ଞାମାଳ ନେଇ ପୂଜା କରିବା ପରେ ଏହି କାମର ଶୁଭାରମ୍ଭ ହୋଇଥିଲା।

ଆଜି ରଥ ଖଳାରେ କରତି ସେବକମାନେ ତିନି ରଥର ଦୁଇଟି ଲେଖାଏଁ ତୁମ୍ବ କାଠ କାଟିଥିଲେ। ଦୁଇଟି ଲେଖାଏଁ ତୁମ୍ବରୁ ତିନିରଥର ମହାରଣାମାନେ ବାରିସୀରେ ହାଣି ଗୋଟେ ଲେଖାଏଁ ତୁମ୍ଭ ଗୋଲେଇ କାର୍ଯ୍ୟ ସମ୍ପନ୍ନ କରିଛନ୍ତି।