Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୁରୀରେ ମଞ୍ଚ ତଳୁ ରାଷ୍ଟ୍ରପତିଙ୍କୁ ନମସ୍କାର କଲେ ନବୀନ ପଟ୍ଟନାୟକ, ଲୋକେ ହେଲେ ଭାବବିହ୍ବୋଳ

ପୁରୀ: ଗତକାଲି ପୁରୀ ରଥଯାତ୍ରାରେ ଦେଖିବାକୁ ମିଳିଲା ଏକ ବିରଳ ଦୃଶ୍ୟ। ଏହା କୌଣସି ଧାର୍ମିକ ଘଟଣା ହୋଇ ନ ଥିଲେ ମଧ୍ୟ ସାରା ଓଡିଶାରେ ତାହା ବେଶ ଚର୍ଚ୍ଚା ଚାଲିଛି। ତାହା ହେଲା ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡଦାଣ୍ଡରେ ମଞ୍ଚ ତଳୁ ରାଷ୍ଟ୍ରପତିଙ୍କୁ ନମସ୍କାର ମାରିବା।  ସେ ନମସ୍କାର ମାରି ଫେରିଯାଉଥିବା ବେଳେ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶରେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଞ୍ଚ ତଳକୁ ଆସି ନବୀନଙ୍କୁ ମଞ୍ଚ ଉପରକୁ ପାଛୋଟି ନେଇଥିଲେ।

ଏହି ଦୃଶ୍ୟ ଯେତେବେଳେ ସେଠାରେ ଉପସ୍ଥିତ ଭକ୍ତ ଏବଂ ଟିଭି ମାଧ୍ୟମରେ ଲକ୍ଷଲକ୍ଷ ଦର୍ଶକ ଦେଖିଲେ ସେତେବେଳେ ସେମାନେ ଭାବ ବିହ୍ବୋଳ ହୋଇପଡିଥିଲେ। କାରଣ କାଲି ନିଜେ ନବୀନ ମଞ୍ଚ ଉପରେ ବସୁଥିବା ବେଳେ ସମୟ କ୍ରମେ ସେ ଆଜି ମଞ୍ଚ ତଳେ ନମସ୍କାର ମାରିବାକୁ ପଡିଲା। ତେବେ ସାଧାରଣ ଲୋକେ ଏହାକୁ ନେଇ ବେଶ ପ୍ରଶଂସା କରିଛନ୍ତି। କାରଣ ହେଲା ଯେ ନବୀନ ବର୍ତ୍ତମାନ ସାଧାରଣ ଭକ୍ତଙ୍କ ପରି ବଡ ଦାଣ୍ଡରେ ବୁଲିଛନ୍ତି। ନା ତାଙ୍କ ପାଖରେ ଥିଲା 24 ବର୍ଷ ଶାସନ କରୁଥିବାର ଗର୍ବ ନା ଥିଲା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅହଂଙ୍କାର।

ନିଜର ସୀମିତ ସୁରକ୍ଷା କର୍ମିଙ୍କ ସହିତ ନବୀନ ଗତକାଲି ରଥଯାତ୍ରା ଭିଡ ଭିତରେ ସେ ପ୍ରଭୃଙ୍କ ଦର୍ଶନ କରିବାକୁ ଯାଇଥିଲେ। ସେଠାରେ ସେବାୟତମାନେ ତାଙ୍କୁ ଠାକୁରଙ୍କ ପାଟବସ୍ତ୍ର ଦେଇ ସ୍ବାଗତ କରିଥିଲେ। ସେବାୟତଙ୍କ ଗହଣରେ ସେ ରଥ ଦଉଡି ଛୁଇଁବା ସହିତ ଚାଲିଚାଲି ଭକ୍ତଙ୍କୁ ଅଭିନନ୍ଦନ ଜଣାଉଥିଲେ। ଏହି ଭିତରେ ସେ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ବସିଥିବା ମଞ୍ଚ ନିକଟକୁ ଆସିଥିଲେ। ମଞ୍ଚକୁ ଯିବା ପାଇଁ ରେଡ କାର୍ପେଟ ବିଛାଯାଇଥିବା ସିଡି କରାଯାଇଥିଲା।

ହେଲେ ନବୀନ ପଟ୍ଟନାୟକ ସେହି ସିଡି ନିକଟକୁ ଆସିଥିଲେ ମଧ୍ୟ ସେ ଉପରକୁ ଉଠିଲେ ନାହିଁ। ସେ ସିଡି ପାର ହୋଇ ମଞ୍ଚ ତଳେ ଛିଡା ହୋଇ ଉପରେ ବସିଥିବା ରାଷ୍ଟ୍ରପତିଙ୍କୁ  ନମସ୍କାର କରିଥିଲେ। ଏହି ସମୟର ପରିବେଶ ଥିଲା ବେଶ ଭାବବିହ୍ବଳ। ମଞ୍ଚ ଉପରେ ଥିବା ରାଷ୍ଟ୍ରପତି ସମେତ ସମସ୍ତେ ନିଜ ଆସନରୁ ଛିଡା ହୋଇ ନବୀନଙ୍କୁ ନମସ୍କାର କରିଥିଲେ।

ନବୀନ ସେଠାରୁ ଫେରିବାକୁ ଯାଉଥିବା ବେଳେ ରାଷ୍ଟ୍ରପତି ତାଙ୍କୁ ମଞ୍ଚ ଉପରକୁ ଡାକିବା ପାଇଁ ଧର୍ମେନ୍ଦ୍ରଙ୍କୁ ଇସାରା ଦେଇଥିଲେ। ଧର୍ମେନ୍ଦ୍ର ତୁରନ୍ତ ତଳକୁ ଦୌଡି ଯାଇ ନବୀନ ପଟ୍ଟନାୟକଙ୍କ ସହିତ କଥା ହୋଇ ତାଙ୍କୁ ମଞ୍ଚ ଉପରକୁ ପାଛୋଟି ଆଣିଥିଲେ। ଧର୍ମେନ୍ଦ୍ର ନବୀନଙ୍କ ସହିତ କଣ କଥା ହେଲେ ତାହା ଜଣାପଡି ନ ଥିଲେ ମଧ୍ୟ ବୋଧହୁଏ ନବୀନ ମଞ୍ଚ ଉପରକୁ ଯିବା ପାଇଁ ଇଚ୍ଛା ପ୍ରକାଶ କରୁ ନ ଥିଲେ।

ତେବେ ଧର୍ମେନ୍ଦ୍ରଙ୍କ ଅନୁରୋଧ ପରେ ନବୀନ ମଞ୍ଚ ଉପରକୁ ଯାଇଥିଲେ। ସେଠାରେ ମଧ୍ୟ ସେ ରାଷ୍ଟ୍ରପତିଙ୍କୁ ଦେଖା କରି ବୋଧହୁଏ ଫେରି ଆସିବାକୁ ଚାହୁଁଥିଲେ। ହେଲେ ରାଷ୍ଟ୍ରପତି ନବୀନଙ୍କୁ ଏକ ଆସନରେ ବସିବା ପାଇଁ ଇସାରା କରିଥିଲେ। ତାଙ୍କ ଅନୁରୋଧରେ ନବୀନ ରାଜ୍ୟପାଳଙ୍କ ପାଖ ଆସନରେ ବସିଥିଲେ। ସେଠାରେ ସୂଚନା ଓ ଲୋକସଂପର୍କ ଦ୍ବାରା ପ୍ରକାଶିତ ଉତ୍କଳ ପ୍ରସଂଗ ଏବଂ ଓଡିଶା ରିଭ୍ୟୁର ଉନମୋଚନ କରିଥିଲେ।

ନବୀନଙ୍କ ଏପରି ସାଧାରଣ ଲୋକଙ୍କ ପରି ବ୍ୟବହାର ଏବଂ ମଞ୍ଚ ତଳୁ ରାଷ୍ଟ୍ରପତିଙ୍କୁ ନମସ୍କାର ମାରିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏପରିକି ଜାତୀୟ ଗଣମାଧ୍ୟମରେ ମଧ୍ୟ ବେଶ ଚର୍ଚ୍ଚା ହେବାରେ ଲାଗିଛି। ପୂର୍ବରୁ ନବୀନ ମୋହନ ମାଝୀଙ୍କ ଶପଥ ପାଠ ଉତ୍ସବରେ ଯୋଗ ଦେଇ ଏକି ବିରଳ ଉଦାହରଣ ସୃଷ୍ଟି କରିଥିଲେ। ବର୍ତ୍ତମାନ ରଥଯାତ୍ରା ସମୟରେ ମଞ୍ଚ ତଳେ ବୁଲିବା ନେଇ ସାରା ଓଡିଶାରେ ବେଶ୍ ଚର୍ଚ୍ଚା ଚାଲିଛି। ସମସ୍ତେ ନବୀନଙ୍କ ଏପରି କାର୍ଯ୍ୟକୁ ପ୍ରସଂଶା କରିବାରେ ଲାଗିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁରୀ ରଥଯାତ୍ରା ସମୟରେ ଜଣେ ଶ୍ରଦ୍ଧାଳୁଙ୍କ ଶ୍ବାସ ରୁଦ୍ଧ ହୋଇ ମୃତ୍ୟୁ, ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଭୁବନେଶ୍ବର: ଆଜି ରଥ ଯାତ୍ରା ସମୟରେ ଭିଡ଼ ଯୋଗୁ ବଲାଙ୍ଗିର ସଇଁତଳାର ଜଣେ ଶ୍ରଦ୍ଧାଳୁ ଲଳିତ ବାଗର୍ତିଙ୍କ ମୃତ୍ୟୁ ଘଟିଛି। ସେ ରଥଟାଣିବା ବେଳେ ଶ୍ବାସରୁଦ୍ଧ ହୋଇପଡିଥିବାର ଜଣାପଡିଛି। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତ ବ୍ୟକ୍ତିଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି।

ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପାଇଁ ସମବେଦନା ପ୍ରକାଶ କରିଛନ୍ତି। ଏଥିରେ ଆହତ ହୋଇଥିବା ବ୍ୟକ୍ତି ମାନଙ୍କୁ ମାଗଣାରେ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ଧର୍ମ ରାଜ୍ୟ ଖବର

RatjYatra2024: ଚଳିତ ବର୍ଷ ରଥ ଯାତ୍ରା ବିରଳ, ଦୁଇଦିନ ଧରି ହେବ ରଥଟଣା

ଭୁବନେଶ୍ବର: ଆଜି ହେଉଛି ରଥଯାତ୍ରା। ତେବେ ସବୁ ବର୍ଷ ରଥାଯାତ୍ରା ହୁଏ। ହେଲେ ଏଥର ରଥଯାତ୍ରା ହେଉଛି ଏକ ବିରଳ ରଥଯାତ୍ରା। କାରଣ ହେଲା ଏଥର ରଥଯାତ୍ରା ଦୁଇଦିନ ଧରି ହେବ। ଚଳିତ ବର୍ଷ ଅନବସର ପନ୍ଦର ଦିନ ପରିବର୍ତ୍ତେ ତେର ଦିନ ପଡିଥିଲା। ଫଳରେ ଶ୍ରୀଜିୟୁଙ୍କର ନବଯୌବନ ଦର୍ଶନ ଏବଂ ରଥଯାତ୍ରା ଗୋଟିଏ ଦିନରେ ପଡୁଛି।

ଫଳରେ ନୀତିକାନ୍ତି ଶେଷ ହେବା ପାଇଁ ସମୟ ଲାଗୁଛି। ଆଜି ସମସ୍ତ ନୀତିକାନ୍ତି ଶେଷ ହେଲା ବେଳକୁ ଅପରାହ୍ନ ହୋଇଯାଉଛି। ଆଜି ମନ୍ଦିର ଭିତରେ ଠାକୁରଙ୍କ ନବଯୌବନ ନୀତି ସହିତ ରଥନୀତି ମଧ୍ୟ କରାଯିବ। ସେଥିପାଇଁ ଆଜି ଦିନ ଗୋଟାଏ ବେଳେ ଶ୍ରୀଜିୟୁଙ୍କର ପହଣ୍ଡି ବିଜେ କରାଯିବ। ସେହିପରି ରଥଟଣା ଆଜି ଅପରାହ୍ନ ପାଞ୍ଚଟା ବେଳକୁ ହେବ। ଏତେ ଡେରିରେ ରଥଟଣା ହେଉଥିବାରୁ ଆଜି ଗୁଣ୍ଡିଚା ମନ୍ଦିରରେ ରଥ ପହଞ୍ଚି ପାରିବ ନାହିଁ।ଆସନ୍ତାକାଲି ସକାଳୁ ମଧ୍ୟ ରଥଟଣା ଯିବ।