Categories
ଆଞ୍ଚଳିକ

ଶାରଳା ପୀଠରେ ଅସହାୟଙ୍କୁ ସହାୟ ହେଲେ ସରପଞ୍ଚଙ୍କ ପ୍ରତିନିଧି: ୨୫ ଦିନ ହେଲା ବାଣ୍ଟୁଛନ୍ତି ରନ୍ଧାଖାଦ୍ୟ

ରମେଶ ମହାନ୍ତି
ଜଗତସିଂହପୁର: ଦୃତ ଗତିରେ ବୃଦ୍ଧି ପାଉଥିବା କରୋନା ମହାମାରୀର ଦ୍ୱିତୀୟ ଲହରୀକୁ ମୁକାବିଲା କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଲକଡାଉନ୍ ଓ ସଟଡାଉନ୍ ଘୋଷଣା କରାଯାଇଛି। ଏନେଇ କେତେକ ସ୍ଥାନରେ ଭିକାରୀ ଓ ଅସହାୟ ଲୋକମାନଙ୍କ ପାଇଁ ଏକପ୍ରକାର ଖାଦ୍ୟ ସଂଙ୍କଟର ସମସ୍ୟା ଉପୁଜିଥିବା ଦେଖିବାକୁ ମିଳୁଥିବା ବେଳେ ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ କନକପୁର ପଞ୍ଚାୟତ ସ୍ଥିତ ଝଙ୍କଡ଼ ଶାରଳା ପୀଠରେ କିନ୍ତୁ ଭିକାରୀ ଓ ଅସହାୟ ମାନଙ୍କୁ ପଞ୍ଚାୟତ ପକ୍ଷରୁ ସରପଞ୍ଚଙ୍କ ପ୍ରତିନିଧି ନୃସିଂହ ରାଉଳ ଦିର୍ଘ ୨୫ଦିନ ହେଲାଣି ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ପ୍ରଦାନ କରିଆସୁଛନ୍ତି।

ସୂଚନାନୁଯାୟୀ ଝଙ୍କଡ଼ ଶାରଳା ପୀଠ ଓ ସମ୍ମୁଖସ୍ଥ ବଜାରରେ ଥିବା ଭିକାରୀ ଓ ଅସହାୟ ମାନଙ୍କୁ ଗତ ୫ତାରିଖ ଠାରୁ ଦୀର୍ଘ ୨୫ଦିନ ହେଲାଣି ମଧ୍ୟାହ୍ନରେ ରନ୍ଧାଖାଦ୍ୟ ଓ ସଂନ୍ଧ୍ଯାରେ ଚୁଡ଼ା ଗୁଡ ପ୍ରଦାନ କରାଯାଉଛି। ଏମିତିକି ଲକଡାଉନ୍ ଚାଲିଥିବା ପର୍ଯ୍ୟନ୍ତ ଏହି ଖାଦ୍ୟ ପ୍ରଦାନ ଜାରୀ ରଖାଯିବ ବୋଲି ସରପଞ୍ଚଙ୍କ ପ୍ରତିନିଧି ନୃସିଂହ ରାଉଳ ପ୍ରକାଶ କରିଛନ୍ତି।

Categories
ଆଞ୍ଚଳିକ

ରନ୍ଧା ଖାଦ୍ୟ ବଣ୍ଟନରେ ଚଞ୍ଚକତା : ରାସନ କାର୍ଡଧାରୀଙ୍କ ନାମରେ ହରିଲୁଟ

ରଞ୍ଜିତ ପଣ୍ଡା
କୁଜଙ୍ଗ: କୋଭିଡ୍ -୧୯ ମହାମାରୀ ସମୟରେ ନିରାଶ୍ରୟ ଓ ଅସହାୟ ଲୋକମାନଙ୍କୁ ମାଗଣା ଖାଦ୍ୟ ବଣ୍ଟନ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣା କରିଛନ୍ତି। ବୟସ୍କ ବ୍ୟକ୍ତି ମାନଙ୍କ ମୁଣ୍ଡ ପିଛା ଦୁଇ ବେଳା ହିସାବରେ ୬୦ ଟଙ୍କା ରହିଥିବା ବେଳେ (୧୨ବର୍ଷ ରୁ କମ )୪୫ ଟଙ୍କା ଖର୍ଚ୍ଚ ଅଟକଳ ରଖାଯାଇଛି। ତେବେ ବ୍ଲକର ସମସ୍ତ ପଞ୍ଚାୟତରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଉନଥିବା ବେଳେ ଅନ୍ୟ ପଞ୍ଚାୟତ ଗୁଡିକରେ ମୋଟ୍ ଉପରେ ୧୪୦୦ରୁ ୧୫୦୦ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆ ଯାଉଛି । ମାତ୍ର ଏହି ବ୍ୟବସ୍ଥାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି। ଏପରିକି କିଛି ଦିନ ହେଲାଣି କୁଜଙ୍ଗ ବ୍ଲକ୍ ମହ୍ଲାସାହି ପଞ୍ଚାୟତରେ ଗରିବଙ୍କୁ ମାଗଣା ରନ୍ଧା ଖାଦ୍ୟ ବଣ୍ଟନରେ ଘୋଟଲା କରାଯାଉଛି। ତାହା ପୁଣି ମଧ୍ୟାହ୍ନରେ ଭାତ ଓ ଡାଲି , ରାତି ବେଳେ ଖାଲି ପାଉଁରୁଟିତ କେତେବେଳେ ୪ ପଟ ପୁରୀ ଦିଆ ଯାଉଛି। ତାଲିକା ଦର୍ଶାଯାଇ ରନ୍ଧା ଖାଦ୍ୟ ଦିଆ ଯାଇଛି ବୋଲି ଦାବି କରାଯାଉଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ତାହା ହେଉନାହିଁ। ତାଲିକାରେ ଦର୍ଶାଯାଇ ଥିବା ଅସହାୟ ଲୋକ ମାନଙ୍କ ଭିତରେ ଶତକଡ଼ା ୮୦ ଭାଗ ଲୋକ ରାସନ୍ କାର୍ଡରେ ଚାଉଳ ଓ ଭତ୍ତା ପାଉ ଥିବାର ଦେଖିବାକୁ ମିଳୁଛି। ସୂଚାଉଛି କି, ପକୃତ ଅସହାୟ ଲୋକଙ୍କୁ ଚିହ୍ନଟ କରିବାରେ ପ୍ରଶାସନ ଏକ ପ୍ରକାର ବିଫଳ ହୋଇଛି।ଏଠାରେ ସରକାରଙ୍କ ନିର୍ଦ୍ଦେଶ ଅଛି ସରପଞ୍ଚ ମାନଙ୍କୁ ଯେ ଅସହାୟ ଓ ନିରାଶ୍ରୟ ଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବା ପାଇଁ କିନ୍ତୁ ମହ୍ଲାସାହି ପଞ୍ଚାୟତରେ ବାସ୍ତବ ଚିତ୍ର କଣ ପାଇଁ ଅଲଗା? ଏଥିପାଇଁ ଦାୟୀ କିଏ? ଏଥି ପାଇଁ ଯିଏ ଦାୟୀ ରହିବେ ସେମାନଙ୍କ ପ୍ରତି ବର୍ତ୍ତମାନର ବିପର୍ଯ୍ୟୟ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଉଲ୍ଲେଖଯୋଗ୍ୟ ଯେ, ମହ୍ଲାସାହି ପଞ୍ଚାୟତରେ ଶତାଧିକ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଥାଇ ମଧ୍ୟ ବାରମ୍ବାର ନିର୍ଦ୍ଧିଷ୍ଟ ଗୋଟେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀକୁ ଏତେ ଅନୁକମ୍ପା କଣ୍ ପାଇଁ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି।