Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବନ ବିଭାଗର ଚଢ଼ାଉ, ରନ୍ଧା କୁଟୁରା ମାଂସ, ୨ ଦେଶୀ ବନ୍ଧୁକ ସହ ୩ ଶିକାରୀ ଗିରଫ

କନ୍ଦର୍ପ ବେହେରା

ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଅଞ୍ଚଳରେ ଦିନକୁ ଦିନ ବନ୍ୟ ଜନ୍ତୁ ଶିକାର ବଢ଼ିବାରେ ଲାଗିଛି। ହେଲେ ଏହି ବେଆଇନ ବନ୍ୟ ଜନ୍ତୁ ଶିକାର ଉପରେ ବନ ବିଭାଗ ଚଢ଼ାଉ କରିଛି।

ରେଢ଼ାଖୋଲ ବନଖଣ୍ଡ ଚାରମାଳ ରେଞ୍ଜ ଅନ୍ତର୍ଗତ ବଡହିନ୍ଦୋଳ ଗ୍ରାମ ଜଙ୍ଗଲରେ ରନ୍ଧା କୁଟୁରା ମାଂସ ,୨ ଦେଶି ବନ୍ଧୁକ ସହ ୩  ଶୀକାରିଙ୍କୁ ବନ ବିଭାଗ  ଗିରଫ କରିଛି।

ରେଢାଖୋଲ ବନଖଣ୍ଡ ଚାରମାଳ ରେଞ୍ଜ ଅନ୍ତର୍ଗତ ବଡହିନ୍ଦୋଳ ଗାଁ ପାଖ ଜଙ୍ଗଲରୁ  କୁଟୁରା ର ରନ୍ଧା ମାଂସ, ରୋଷେଇ ସରଞ୍ଜାମ, ଶିକାର କରିବାରେ  ବ୍ୟବହୃତ ହେଉଥିବା ବିଭିନ୍ନ ମାରଣାସ୍ତ୍ର ଏବଂ ୨ ଦେଶି ବନ୍ଧୁକ ସହ  ୩ ଶିକାରୀକୁ ଗିରଫ କରିଛି ବନବିଭାଗ।

କୌଣସି ସୁତ୍ରରୁ ଖବର ପାଇ ଫରେଷ୍ଟର ପ୍ରବିଣ  ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ବଡ ହିନ୍ଦୋଳ ଗାଁ ପାଖ ଜଙ୍ଗଲରେ ପହଞ୍ଚି ଶିକାରୀମାନେ ବନ୍ୟଜନ୍ତୁ ଶିକାର କରି ରୋଷେଇ କରୁଥିବା ସମୟରେ  ଚଢ଼ାଉ କରିଥିଲେ। ଚଢ଼ାଉ କରି  କୁଟୁରାର ରନ୍ଧା ମାଂସ, ରୋଷେଇ ସାରଞ୍ଜାମ,  ବିଦ୍ୟୁତ୍ ତାର, ଜାଲ, ବିଭିନ୍ନ ମାରଣାସ୍ତ୍ର,  ୨ଟି ଦେଶିବନ୍ଧୁକ ସହ ୩ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି।

ଗିରଫ ଶିକାରୀ ମାନେ ହେଲେ ସରଜୁ ପ୍ରଧାନ, କୃଷ୍ଣ ଭୋଇ ଓ ସଞ୍ଜୟ ବିଶିଙ୍କୁ ଗିରଫ କରି ଥିଲେ। ଏ ସଁ ସଂକ୍ରାନ୍ତରେ ଚାରମାଳ ରେଞ୍ଜ କେଶ୍ ନଂ ୩୦/୨୦୨୨ ରେ ଏକ ମାମଲା ରୁଜୁ କରି ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।