Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଏମ୍ସରେ ଭର୍ତ୍ତି ହେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ: ଏପ୍ରିଲରେ ହୋଇଥିଲେ ସଂକ୍ରମିତ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ଅସୁସ୍ଥତା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚଳିତ ବର୍ଷ ଏପ୍ରିଲ ମାସରେ ୬୧ ବର୍ଷୀୟ ରମେଶ ପୋଖରିଆଲ କରୋନାରେ ସଂକ୍ରମିତ ହୋଇଥିଲେ। କରୋନା ପରବର୍ତ୍ତୀ ସମସ୍ୟା ଯୋଗୁଁ ସେ ଅସୁସ୍ଥତା ଅନୁଭବ କରୁଛନ୍ତି। ତେଣୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଫେବୃୟାରୀ ୨ରେ ଆସିବ ସିବିଏସଇ ୧୦ମ ଓ ୧୨ଶ ବୋର୍ଡ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ସିବିଏସଇ ୧୦ମ ଓ ୧୨ଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା ହେବା ପରେ ଫେବୃୟାରୀ ୨ରେ ସିବିଏସଇ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ଆସିବ। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି। ଆଜି ୧ ହଜାର ସ୍କୁଲ ମୁଖ୍ୟଙ୍କ ସହ ଆଲୋଚନା କରି ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ମେ’ ୪ରୁ ଆରମ୍ଭ ହୋଇ ଜୁନ୍‌ ୧୦ ଯାଏ ଚାଲିବ। ପ୍ରାକ୍ଟିକାଲ୍‌ ପରୀକ୍ଷା ୧ ମାର୍ଚ୍ଚରୁ ଆରମ୍ଭ ହେବ।

୨୦୨୧-୨୨ର ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତିକୁ ପାଳନ କରିବା ପାଇଁ ସିବିଏସ୍ଇ ପାଠ୍ୟକ୍ରମରେ ହେବାକୁ ଥିବା ପରିବର୍ତ୍ତନ ଉପରେ ଆଲୋଚନା କରିବାକୁ ଶିକ୍ଷା ମନ୍ତ୍ରୀ ଏକ ଅନଲାଇନ ବୈଠକ କରିଥିଲେ। ଏଥିରେ ୧୦୦୦ରୁ ଅଧିକ ବିଦ୍ୟାଳୟର ମୁଖ୍ୟ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ କାର୍ଯ୍ୟସୂଚୀ ଘୋଷଣା ସହ ସିବିଏସଇ ଛାତ୍ରଛାତ୍ରୀମାନଙ୍କ ୪୫ବର୍ଷର ରେକର୍ଡକୁ ଡିଜିଟାଲାଇଜ୍ କରାଯିବ ବୋଲି କୁହାଯାଇଛି।

ଶିକ୍ଷା ମନ୍ତ୍ରୀ ଓ୍ବେବିନାର ଜରିଆରେ ଏକ ହଜାରରୁ ଅଧିକ ସ୍କୁଲର ମୁଖ୍ୟଙ୍କ ସହ ୨୦୨୧-୨୨ ପାଠ୍ୟକ୍ରମ ଓ ସ୍କୁଲ ପ୍ରକ୍ରିୟାରେ ସାମିଲ ହେବାକୁ ଥିବା ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ସମୟରେ ସେ କହିଛନ୍ତି, ନୂଆ ଶିକ୍ଷା ନୀତି ଜରିଆରେ ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀ ଭୋକେସନାଲ ଶିକ୍ଷା ଗ୍ରହଣ କରିପାରିବେ।