Categories
ଆଞ୍ଚଳିକ

ରାଜନୀତି ବିଭାଗର ବିଦ୍ୟାର୍ଥୀମାନଙ୍କ ବନ୍ଧୁ ମିଳନ ଓ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

କୃଷ୍ଣ ଚନ୍ଦ୍ର ସୁଆଁସିଆ

ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟର ରାଜନୀତି ବିଭାଗର ଶେଷ ବର୍ଷର ବିଦ୍ୟାର୍ଥୀମାନଙ୍କ ଦ୍ଵାରା ଅଭିନବ ଉପାୟରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ଆଡପଡା ଇଶାଣେଶ୍ୱର ମନ୍ଦିରରେ ଆୟୋଜନ କରାଯାଇଥିଲା।

ଦୀର୍ଘ ତିନି ବର୍ଷ ସାମୂହିକ ଭାବେ ଅଧ୍ୟୟନ କରିବାର ମୂହୁର୍ତ୍ତକୁ ଉଜ୍ଜିବୀତ କରିବା ଓ ବନ୍ଧୁତ୍ଵର ଭାବକୁ ସର୍ବଦା ବଜାୟ ରଖିବା ସକାଶେ ସମସ୍ତ ବିଦ୍ୟାର୍ଥୀମାନଙ୍କୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜନୀତି ବିଭାଗର ଅଧ୍ୟାପକ ରବିନ୍ଦ୍ର ବେହେରା ଯୋଗଦେଇ ବିଦ୍ୟାର୍ଥୀ ମାନଙ୍କ ଏଭଳି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ବିଦ୍ୟାର୍ଥୀମାନଙ୍କ ଦ୍ଵାରା ଇଶାଣେଶ୍ୱର ମନ୍ଦିର ପରିସରକୁ ସାମୂହିକ ଭାବେ ସଫେଇ କରାଯାଇଥିଲା। ଯାହା ସାଧାରଣରେ ବିଦ୍ୟାର୍ଥୀମାନଙ୍କ ଏଭଳି କାର୍ଯ୍ୟକୁ ପ୍ରଂଶସା କରିବା ଦେଖିବାକୁ ମିଳିଛି।