Categories
ଆଜିର ଖବର ଜାତୀୟ ଖବର

ରକ୍ଷା ବନ୍ଧନ ଉପହାର: ମହିଳାଙ୍କୁ ସ୍ମାର୍ଟଫୋନ୍ ସହ ମାଗଣାରେ ମିଳିବ ତିନି ବର୍ଷର ଇଣ୍ଟରନେଟ୍ ପ୍ୟାକ୍

ନୂଆଦିଲ୍ଲୀ: ରାଜସ୍ଥାନ ସରକାର ଆଗାମୀ ରକ୍ଷା ବନ୍ଧନରେ ୪୦ ଲକ୍ଷ ମହିଳାଙ୍କୁ ଗୋଟିଏ ମାଗଣା ସ୍ମାର୍ଟଫୋନ୍ ଦେବେ। ଏହି ସ୍ମାର୍ଟଫୋନରେ ତିନି ବର୍ଷର ଇଣ୍ଟରନେଟ୍ ପ୍ୟାକ୍ ମଧ୍ୟ ମାଗଣା ହେବ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଆଜି ଏହି ଘୋଷଣା କରିଛନ୍ତି। ଲୋକମାନଙ୍କୁ ସମ୍ବୋଧିତ କରି ଗେହଲୋଟ୍ କହିଛନ୍ତି ଯେ, “ଆମେ ଚିରଞ୍ଜୀବୀ ଯୋଜନାରେ ସମସ୍ତ ମହିଳାଙ୍କୁ (ପରିବାରର) ମୁଖିଆ କରିଛୁ। ୧.୩୫ କୋଟି ମହିଳା ଘରର ମୁଖ୍ୟ ହୋଇଛନ୍ତି। ଏହି ମହିଳାମାନେ ତିନି ବର୍ଷର ମାଗଣା ଇଣ୍ଟରନେଟ୍ ସହିତ ସ୍ମାର୍ଟଫୋନ୍ ପାଇବେ। ଆମେ ସ୍ଥିର କରିଛୁ ଯେ, ରକ୍ଷା ବନ୍ଧନ ଉପରେ ରାଜସ୍ଥାନରେ ମହିଳାମାନଙ୍କୁ ଏକକାଳୀନ ୪୦ ଲକ୍ଷ ସ୍ମାର୍ଟଫୋନ୍ ଦିଆଯିବ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମୁଖମନ୍ତ୍ରୀ ଡିଜିଟାଲ୍ ସେବା ଯୋଜନା ଅଧୀନରେ ୨୦୨୨ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଗେହଲୋଟ୍ ଙ୍କ ବଜେଟ୍ ଘୋଷଣା ଅନୁଯାୟୀ, ଚିରଞ୍ଜୀବୀ ପରିବାରର ମହିଳା ମୁଖ୍ୟମାନଙ୍କୁ ତିନି ବର୍ଷ ପାଇଁ ଇଣ୍ଟରନେଟ୍ ବ୍ୟବହାର ସହିତ ସ୍ମାର୍ଟ ଫୋନ୍ ଦିଆଯିବ। ଏହା ଅଧୀନରେ ଚିରଞ୍ଜୀବୀ ପରିବାରର ସମସ୍ତ ୧.୩୫ କୋଟି ମହିଳାଙ୍କୁ ସ୍ମାର୍ଟଫୋନ୍ ଦିଆଯିବ। ଅବଶ୍ୟ, ଏକାଥରକେ ଏତେ ସଂଖ୍ୟକ ଫୋନ୍ ଉପଲବ୍ଧ ନହେବା ହେତୁ ଏହି ଯୋଜନା କାର୍ଯ୍ୟକାରୀ ହେଉନାହିଁ। ପ୍ରକାଶ ଯେ, ଏହି ବର୍ଷ ଅଗଷ୍ଟ ୩୦ ତାରିଖରେ ରକ୍ଷା ବନ୍ଧନ ପାଳିତ ହେବ।

Categories
ଆଜିର ଖବର ଜାତୀୟ ଖବର

ରାଜସ୍ଥାନ ସରକାରର ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା, ଆସନ୍ତାକାଲି ଗଠନ ହୋଇପାରେ ନୂଆ ମନ୍ତ୍ରୀମଣ୍ଡଳ

ଜୟପୁର: ରାଜସ୍ଥାନ ସରକାରଙ୍କ ସମସ୍ତ ମନ୍ତ୍ରୀ ନିଜ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଆଜି ସନ୍ଧ୍ୟାରେ ଜୟପୁରରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦର ବୈଠକରେ ସମସ୍ତ ମନ୍ତ୍ରୀ ଇସ୍ତଫା ପତ୍ର ରାଜ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିକଟରେ ଦାଖଲ କରିଛନ୍ତି। ଆସନ୍ତାକାଲି ଅର୍ଥାତ୍ ରବିବାର ଦିନ ଦଳର ସମସ୍ତ ନେତା ଓ ବିଧାୟକମାନେ ଅପରାହ୍ନ ୨ଟାରେ ଉପସ୍ଥିତ ରହିବେ। ନୂତନ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ସନ୍ଧ୍ୟା ଚାରିଟାରେ ଅନୁଷ୍ଠିତ ହେବ।

ମନ୍ତ୍ରୀ ପରିଷଦର ବୈଠକ ପରେ ରାଜ୍ୟ ପରିବହନ ମନ୍ତ୍ରୀ ପ୍ରତାପ ସିଂ ଖଚରିୟାୱାସ ଏହି ସୂଚନା ଦେଇଛନ୍ତି। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଅଧ୍ୟକ୍ଷତାରେ ରାଜସ୍ଥାନ ପରିଷଦ ବୈଠକ ହୋଇଥିଲା, ଯେଉଁଥିରେ ସମସ୍ତ ମନ୍ତ୍ରୀ ସେମାନଙ୍କ ଇସ୍ତଫା ପତ୍ର ଦାଖଲ କରିବାକୁ ପ୍ରସ୍ତାବ ପଠାଇଥିଲେ।

ରବିବାର ଅପରାହ୍ନ ୨ ଟାରେ କଂଗ୍ରେସ ବିଧାୟକମାନଙ୍କୁ ଦଳର ରାଜ୍ୟ କାର୍ଯ୍ୟାଳୟକୁ ଡକାଯାଇଛି। ଏହା ପରେ ଗେହଲୋଟ୍ ଏବଂ ଦଳର ରାଜ୍ୟ ଦାୟିତ୍ୱରେ ଥିବା ଅଜୟ ମାକନଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ସ୍ଥିର ହେବ। ତେବେ ଆସନ୍ତାକାଲି ଅପରାହ୍ନ ୪ ଟାରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ବୋଲି ସୂତ୍ରରୁ ପ୍ରକାଶ। ଦଳର ରାଷ୍ଟ୍ରୀୟ ସଭାପତିଙ୍କୁ ସମ୍ବୋଧିତ କରି ଇସ୍ତଫା ଦିଆଯାଉଛି ବୋଲି ସେ କହିଛନ୍ତି। ଏହା ପରେ କ୍ୟାବିନେଟ୍ ପୁନର୍ଗଠନ ପ୍ରକ୍ରିୟା ହୁଏ। ଏଥିପାଇଁ ଦଳର ରାଜ୍ୟ ସଭାପତି ଗୋବିନ୍ଦ ସିଂ ଡୋଟାସରା ଏକ ପ୍ରସ୍ତାବ ଦେଇଛନ୍ତି।

ଏହାପୂର୍ବରୁ ଶୁକ୍ରବାର ସନ୍ଧ୍ୟାରେ ରାଜସ୍ଥାନ କଂଗ୍ରେସର ଦାୟିତ୍ୱରେ ଥିବା ଅଜୟ ମାକେନ୍ ଜୟପୁରରେ ପହଞ୍ଚି ଗେହଲୋଟ୍ କ୍ୟାବିନେଟର ୩ ମନ୍ତ୍ରୀଙ୍କ ଇସ୍ତଫା ଘୋଷଣା କରିଥିଲେ। ଇସ୍ତଫା ଦେଇଥିବା ମନ୍ତ୍ରୀମାନେ ହେଉଛନ୍ତି ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂ ଡୋଟାସରା, ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା ଏବଂ ରାଜସ୍ୱ ମନ୍ତ୍ରୀ ହରିଶ ଚୌଧୁରୀ। ଦଳର ନେତୃତ୍ୱ ଏହି ତିନି ମନ୍ତ୍ରୀଙ୍କୁ ସଂଗଠନର କାର୍ଯ୍ୟରେ ନିୟୋଜିତ କରିଛନ୍ତି।