Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଦିଆଗଲା ରାଜସ୍ବ ବିଭାଗ ଦାୟିତ୍ବ

ଭୁବନେଶ୍ବର: ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେ ଉଚ୍ଚ ଶିକ୍ଷା ବିଭାଗ ସହିତ ରାଜସ୍ବ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇବେ। ଏହି ମନ୍ତ୍ରୀ ଦାୟିତ୍ବରେ ଥିବା ପ୍ରମିଳା ମଲ୍ଲିକ ଆଜି ସକାଳେ ଇସ୍ତଫା ଦେଇ ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଏ ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ସୂଚନା ଦେବା ସହିତ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଇଛି। ପୂର୍ବରୁ ସୁଦାମ ମାର୍ଣ୍ଡି ଏହି ବିଭାଗର ଦାୟିତ୍ବରେ ଥିଲେ। ଜୁନ ଚାରି ତାରିଖରେ ନବୀନ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ କରି ତାଙ୍କୁ ମନ୍ତ୍ରୀରେ ସାମିଲି କରିଥିଲେ। ରୋହିତ ପୂଜାରୀଙ୍କୁ ମନ୍ତ୍ରୀ ପଦରୁ ବହିସ୍କାର ପରେ ସୁଦାମ ଉଚ୍ଚ ଶିକ୍ଷା ମନ୍ତ୍ରୀ ହୋଇଥିଲେ।

ସେତେବେଳେ ନବୀନ ତିନିଜଣଙ୍କୁ ନୂଆ ମନ୍ତ୍ରୀ ଭାବେ ସାମିଲି କରାଇଥିଲେ। ସେମାନେ ହେଲେ ସୁଦାମ ମାର୍ଣ୍ଡି, ସାରଦା ନାୟକ ଏବଂ ବିକ୍ରମ କେଶରୀ ଅରୁଖ। ବିକ୍ରମ କେଶରୀ ବାଚସ୍ପତି ପଦରୁ ଇସ୍ତଫା ଦେଇ ମନ୍ତ୍ରୀ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆପୋସ ବୁଝାମଣାରେ ସୀମା ଚିହ୍ନଟ:  ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର: ଆପୋସ ବୁଝାମଣାରେ ସୀମା ଚିହ୍ନଟ କରାଯିବ ।  ସୀମା ବିବାଦ ପ୍ରସଙ୍ଗରେ ଆଜି ବିଧାନସଭାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ  ଏହା କହିଛନ୍ତି । ସେ କହିଛନ୍ତି ଯେ, କୋରାପୁଟ ଓ ଆନ୍ଧ୍ରର କିଛି ଜିଲ୍ଲା ମଧ୍ୟରେ ସୀମା ବିବାଦ ଲାଗି ରହିଛି। 21ଟି ଗ୍ରାମରେ ସମସ୍ୟା ରହିଛି। ରାଜ୍ୟ ସରକାର ସବୁ ସୁବିଧା ଯୋଗାଉଛନ୍ତ । ଜିଲ୍ଲାପାଳ, ଆରଡିସିଙ୍କ ତତ୍ତ୍ୱାବଧାନରେ ସମାଧାନ ପାଇଁ ଉଦ୍ୟମ ଜାରି ରହିଛି । ବାଲେଶ୍ୱର ଜିଲ୍ଲା ଓ ପଶ୍ଚିମବଙ୍ଗ ମଧ୍ୟରେ ବି ସମସ୍ୟା ରହିଛି।  9ଟି ଗାଁରେ ସମସ୍ୟା ରହିଛି । ସମାଧାନ ପାଇଁ କମିଟି  ହୋଇଛି। ସେହିପରି  ଝାଡ଼ଖଣ୍ଡ ସହ ଓଡ଼ିଶାର କିଛି ଜିଲ୍ଲାର ମଧ୍ୟ ବିବାଦ ରହିଛି। ସମୟୋଚିତ ପଦକ୍ଷେପ ପାଇଁ ସେମିତି କିଛି ବଡ଼ ଧରଣର ସମସ୍ୟା ଉପୁଜିନି ବୋଲି  ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ  ଏହା କହିଛନ୍ତି ।