Categories
ଆଜିର ଖବର ରାଜ୍ୟ ଖବର

ସହରାଞ୍ଚଳ ଜାତୀୟ ଭୂ ସ୍ଥାନିକ ସର୍ବେକ୍ଷଣ ନକ୍ସାର ଶୁଭାରମ୍ଭ: ଖୋର୍ଦ୍ଧାରେ ଉଦଘାଟନ କଲେ ରାଜସ୍ୱ ମନ୍ତ୍ରୀ

ଖୋର୍ଦ୍ଧା: ଭାରତୀୟ ସର୍ବେକ୍ଷଣ ସଂସ୍ଥା ସର୍ଭେ ଅଫ ଇଣ୍ଡିଆ ଆନୁକୁଲ୍ୟରେ ଆଜି ଠାରୁ ସହରାଞ୍ଚଳ ଜାତୀୟ ଭୂ ସ୍ଥାନିକ ସର୍ବେକ୍ଷଣ ନକ୍ସା ଶୁଭାରମ୍ଭ ହୋଇଛି। ଦେଶର ୧୫୨ଟି ସହର ଏଥିରେ ସ୍ଥାନ ପାଇଥିବା ବେଳେ ଓଡ଼ିଶାର ଖୋର୍ଦ୍ଧା, ଜଟଣୀ, ଝାରସୁଗୁଡ଼ା ଓ ବାରିପଦା ସ୍ଥାନ ପାଇଛି। ମଧ୍ୟପ୍ରଦେଶରୁ କେନ୍ଦ୍ର କୃଷି ଓ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଏହାର ଉଦଘାଟନ କରିଥିବା ବେଳେ ଖୋର୍ଦ୍ଧା ଜୟୀ ରାଜଗୁରୁ ଭବନ ଠାରେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ ଉଦଘାଟନ କରିଛନ୍ତି।

ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ରାଜ୍ୟ ଜମି ରେକର୍ଡ ନିଦ୍ଦେର୍ଶକ ବିଜୟ କୁମାର ଖଣ୍ଡାୟତରାୟ, କେନ୍ଦ୍ର ସର୍ଭେ ଅଫ ଇଣ୍ଡିଆର ନିର୍ଦ୍ଦେଶକ ଆଶିଷ କୌଶଳ, ଅତିରିକ୍ତ ଜିଲ୍ଲାପାଳ ସାଫଲ୍ଯ ମଣ୍ଡିତ ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ। ଖୋର୍ଦ୍ଧା ଭାରପ୍ରାପ୍ତ ତହସିଲଦାର ନିବେଦିତା ପରିଡା ସଂଯୋଜନା କରିଥିଲେ। ଜନ ପ୍ରତିନିଧି, ବୁଦ୍ଧିଜିବୀ, ଶିକ୍ଷାବିତ ଉପସ୍ଥିତ ଥିଲେ।

ଅତ୍ୟାଧୁନିକ ଜ୍ଞାନ କୌଶଳ ଯଥା ସାଟେଲାଇଟ ମାଧ୍ୟମରେ ଛବି ଉତ୍ତୋଳନ, ଡ୍ରୋନ୍ ସର୍ଭେ, GIS (ଭୂସ୍ଥାନିକ ସର୍ବେକ୍ଷଣ) ଆଧାରରେ ସହରାଞ୍ଚଳର ଭୂମି ରେକର୍ଡକୁ ଆଧୁନିକୀକରଣ କରିବା ନିମନ୍ତେ ଏହା ଭାରତ ସରକାରଙ୍କର ଏକ ଅଭିନବ ପ୍ରୟାସ

ଏହାଦ୍ବାରା ସହରାଞ୍ଚଳର ଭୂମି ସମ୍ବନ୍ଧିତ ରେକର୍ଡକୁ ସଠିକ ଭାବେ ଡିଜିଟାଲ ପୋର୍ଟାଲରେ ଉପଲବ୍ଧ କରାଯାଇପାରିବ ଏବଂ ନିୟମିତ ଭାବେ ଅପଡେଟ୍ ମଧ୍ୟ କରାଯାଇପାରିବ।

ଏହି ସର୍ବେକ୍ଷଣ ଜମିଜମା ସମ୍ବନ୍ଧିତ ବିବାଦକୁ ସହଜରେ ଦୂର କରିବା ସହ ସହରାଞ୍ଚଳର ଜମି ର ସଠିକ ମୂଲ୍ୟ ଆକଳନ ତଥା ସଠିକ ଭାବରେ ଭୂମି କର ଆଦାୟ କରିବାରେ ସହାୟକ ହେବ।

ଏହି ସର୍ବେକ୍ଷଣ ଦ୍ବାରା ସହରାଞ୍ଚଳର ସ୍ବଳ୍ପ ଜମି ର ସନ୍ତୁଳିତ ଉପଯୋଗ, ନିୟମାବଳୀ କୁ ସଠିକ ଭାବେ ଲାଗୁ କରିବା, ସ୍ଥାବର ସମ୍ପଭି ସମ୍ବନ୍ଧିତ ସେବା ପ୍ରଦାନ କରିବା , ପରିବହନ ତଥା ଅନ୍ୟାନ୍ୟ ଆପଦକାଳୀନ ସେବାକୁ ସୁଦୃଢ କରିବା ସହ ସହରାଞ୍ଚଳର ନିରନ୍ତର ବିକାଶ କୁ ସୁନିଶ୍ଚିତ କରାଯାଇପାରିବ।

Categories
ଆଜିର ଖବର ରାଜ୍ୟ ଖବର

ଯୋଗାଣ ବିଭାଗ ସହ ଚୁକ୍ତି ନକଲେ ହେବ କଡା କାର୍ଯ୍ୟାନୁଷ୍ଠାନ: ମିଲରମାନଙ୍କୁ ରାଜସ୍ୱ ମନ୍ତ୍ରୀଙ୍କ କଡ଼ା ଚେତାବନୀ

ଭୁବନେଶ୍ଵର: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଦିନକିଆ ନବରଙ୍ଗପୁର ଗ୍ରସ୍ତରେ ଯାଇ ରାଜସ୍ୱ ବିଭାଗ ଓ ଧାନ କିଣା ପ୍ରକ୍ରିୟାର ସମୀକ୍ଷା ବୈଠକରେ ଯୋଗଦେଇଛନ୍ତି। ଏହି ଅବସରରେ  ମିଲରମାନଙ୍କୁ ରାଜସ୍ୱ ମନ୍ତ୍ରୀ କଡ଼ା ଚେତାବନୀ ଦେଇଛନ୍ତି।

ଧାନ କିଣିବା ପାଇଁ ଜିଲ୍ଲା ଯୋଗାଣ ବିଭାଗ ସହ ଏଗ୍ରିମେଣ୍ଟ କରୁନଥିବା ମିଲରଙ୍କୁ ରାଜସ୍ୱ ମନ୍ତ୍ରୀ ଚେତାବନୀ ଦେଇଛନ୍ତି।

ବୈଠକ ପରେ ମନ୍ତ୍ରୀ କହିଛନ୍ତି, ଯେଉଁ ମିଲରମାନେ ଚୁକ୍ତି କରିବେ ନାହିଁ, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଧାନ ସଂଗ୍ରହ ପ୍ରକ୍ରିୟାରେ ଯେଉଁମାନେ ଅବରୋଧ କରିବାକୁ ଚେଷ୍ଟା କରିବେ, ସେମାନେ କଳ୍ପନା କରିପାରିବେନି ସରକାର କି ପ୍ରକାର ଦଣ୍ଡଦେବେ। ଏ ସରକାର ଗରିବ ଲୋକ ଓ ଚାଷୀମାନଙ୍କର ବୋଲି ମନ୍ତ୍ରୀ କହିଛନ୍ତି।