Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଅକ୍ଟୋବର ୨୦୨୩ ପାଇଁ ଜିଏସ୍ଟି ରାଜସ୍ୱ ସଂଗ୍ରହ ଦ୍ୱିତୀୟ ସର୍ବାଧିକ: ମୋଟ ଜିଏସଟି ସଂଗ୍ରହ ୧.୭୨ ଲକ୍ଷ କୋଟି

ଦିଲ୍ଲୀ: ୨୦୨୩ ଅକ୍ଟୋବର ମାସରେ ମୋଟ ଜିଏସ୍ଟି ରାଜସ୍ୱ ଆଦାୟ ୧,୭୨,୦୦୩ କୋଟି ଟଙ୍କା ରହିଛି, ସେଥି ମଧ୍ୟରୁ ୩୦,୦୬୨ କୋଟି ଟଙ୍କା ସିଜିଏସ୍ଟି, ୩୮,୧୭୧ କୋଟି ଟଙ୍କା ଏସ୍ଜିଏସ୍ଟି, ୯୧,୩୧୫ କୋଟି ଟଙ୍କା (ସାମଗ୍ରୀ ଆମଦାନୀ ଉପରେ ଆଦାୟ ହୋଇଥିବା ୪୨,୧୨୭ କୋଟି ଟଙ୍କାକୁ ଅନ୍ତର୍ଭୁକ୍ତ କରି) ହେଉଛି ଆଇଜିଏସ୍ଟି ଏବଂ ୧୨,୪୫୬ କୋଟି ଟଙ୍କା (ସାମଗ୍ରୀ ଆମଦାନୀ ଉପରେ ଆଦାୟ ହୋଇଥିବା ୧,୨୯୪ କୋଟି ଟଙ୍କାକୁ ଅନ୍ତର୍ଭୁକ୍ତ କରି) ହେଉଛି ସେସ୍।

ଆଇଜିଏସ୍ଟିରୁ ସରକାର ସିଜିଏସ୍ଟିକୁ ୪୨,୮୭୩ କୋଟି ଟଙ୍କା ଏବଂ ଏସ୍ଜିଏସ୍ଟିକୁ ୩୬,୬୧୪ କୋଟି ଟଙ୍କା ପ୍ରଦାନ କରିଛନ୍ତି। ନିୟମିତ ବନ୍ଦୋବସ୍ତ ପରେ ୨୦୨୩ ଅକ୍ଟୋବର ମାସରେ କେନ୍ଦ୍ର ଓ ରାଜ୍ୟର ମୋଟ ରାଜସ୍ୱ ସିଜିଏସ୍ଟି ପାଇଁ ୭୨,୯୩୪ କୋଟି ଟଙ୍କା ଏବଂ ଏସ୍ଜିଏସ୍ଟି ପାଇଁ ୭୪,୭୮୫ କୋଟି ଟଙ୍କା ରହିଛି।

୨୦୨୩ ଅକ୍ଟୋବର ମାସର ମୋଟ ଜିଏସ୍ଟି ରାଜସ୍ୱ ଗତ ବର୍ଷ ସମାନ ମାସ ତୁଳନାରେ ୧୩% ଅଧିକ ଅଟେ। ଏହି ମାସରେ ଘରୋଇ କାରବାର (ସେବା ଆମଦାନୀକୁ ଅନ୍ତର୍ଭୁକ୍ତ କରି) ରୁ ସଂଗୃହୀତ ରାଜସ୍ୱ ମଧ୍ୟ ଗତ ବର୍ଷ ସମାନ ମାସରେ ଏହି ଉତ୍ସରୁ ସଂଗ୍ରହ ହୋଇଥିବା ରାଜସ୍ୱ ତୁଳନାରେ ୧୩% ଅଧିକ ରହିଛି। ୨୦୨୩ – ୨୪ ଆର୍ଥିକ ବର୍ଷରେ ହାରାହାରି ମୋଟ ମାସିକ ଜିଏସ୍ଟି ସଂଗ୍ରହ ବର୍ତ୍ତମାନ ୧.୬୬ ଲକ୍ଷ କୋଟି ଟଙ୍କା ରହିଛି ଏବଂ ପୂର୍ବ ଆର୍ଥିକ ବର୍ଷର ସମାନ ସମୟ ତୁଳନାରେ ଏହା ୧୧% ଅଧିକ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜୁନ୍‌ ରେ ୧,୬୧,୪୯୭ କୋଟି ଟଙ୍କାର ସକଳ ଜିଏସଟି ରାଜସ୍ୱ ସଂଗ୍ରହ; ପୂର୍ବ ବର୍ଷ ତୁଳନାରେ ୧୨% ବୃଦ୍ଧି

ନୂଆଦିଲ୍ଲୀ: ଜୁନ୍‌ ୨୦୨୩ରେ ୧ ଲକ୍ଷ ୬୧ ହଜାର ୪୯୭ କୋଟି ଟଙ୍କାର ସକଳ ଜିଏସଟି ରାଜସ୍ୱ ସଂଗ୍ରହ ହୋଇଛି। ଏଥିମଧ୍ୟରେ ସିଜିଏସଟି ପରିମାଣ ୩୧,୦୧୩ କୋଟି ଟଙ୍କା, ଏସଜିଏସଟି ପରିମାଣ ୩୮,୨୯୨ କୋଟି ଟଙ୍କା, ଆଇଜିଏସଟି ପରିମାଣ ୮୦,୨୯୨ କୋଟି ଟଙ୍କା (ବସ୍ତୁ ଆମଦାନୀ ଉପରେ ସଂଗୃହିତ ୩୯,୨୯୨ କୋଟି ଟଙ୍କା ସମେତ) ଏବଂ ସେସ୍‌ ପରିମାଣ ୧୧,୯୦୦ କୋଟି ଟଙ୍କା (ବସ୍ତୁ ଆମଦାନୀ ଉପରେ ସଂଗୃହିତ ୧,୦୯୨ କୋଟି ଟଙ୍କାର ରାଜସ୍ୱ ସମେତ) ରହିଛି।

ପୂର୍ବ ବର୍ଷ ତୁଳନାରେ ୧୦% ବୃଦ୍ଧି ସହିତ ଜୁନ୍‌ ୨୦୨୩ରେ ଓଡ଼ିଶାରେ ୪,୩୭୯.୯୮ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଛି। ଜୁନ୍‌ ୨୦୨୨ରେ ୩,୯୬୫.୨୮ କୋଟି ଟଙ୍କାର ଜିଏସଟି ରାଜସ୍ୱ ଆଦାୟ ହୋଇଥିଲା।

ସରକାର ସିଜିଏସଟି ବାବଦରେ ୩୬,୨୨୪ କୋଟି ଟଙ୍କା ପରିଶୋଧ କରିଥିବା ବେଳେ ଆଇଜିଏସଟିରୁ ଏସଜିଏସଟି ବାବଦରେ ୩୦,୨୬୯ କୋଟି ଟଙ୍କା ପରିଶୋଧ କରିଛନ୍ତି। ନିୟମିତ ପରିଶୋଧ ହେବା ପରେ ଜୁନ୍‌ ୨୦୨୩ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମୋଟ୍‌ ରାଜସ୍ୱ ସିଜିଏସଟି ପାଇଁ ୬୭,୨୩୭ କୋଟି ଟଙ୍କା ଏବଂ ଏସଜିଏସଟି ପାଇଁ ୬୮,୫୬୧ କୋଟି ଟଙ୍କା ରହିଛି।

ଜୁନ୍‌୨୦୨୩ରେ ରାଜସ୍ୱ ସଂଗ୍ରହ ଗତ ବର୍ଷ ସମାନ ମାସରେ ସଂଗୃହିତ ଜିଏସଟି ରାଜସ୍ୱ ତୁଳନାରେ ୧୨% ଅଧିକ ରହିଛି। ଏହି ମାସରେ ଘରୋଇ କାରବାରରୁ ସଂଗୃହିତ ରାଜସ୍ୱ (ସେବା ଆମଦାନୀ ସମେତ) ପରିମାଣ ପୂର୍ବ ବର୍ଷର ସମାନ ମାସରେ ସମାନ ଉତ୍ସରୁ ସଂଗୃହିତ ରାଜସ୍ୱ ତୁଳନାରେ ୧୮% ଅଧିକ ରହିଛି।

ଜିଏସଟି ଆରମ୍ଭ ପରଠାରୁ ଚତୁର୍ଥ ଥର ପାଇଁ ସକଳ ଜିଏସଟି ସଂଗ୍ରହ ୧.୬ ଲକ୍ଷ କୋଟି ଟଙ୍କା ଟପିଛି। ହାରାହାରୀ ମାସିକ ସକଳ ଜିଏସଟି ସଂଗ୍ରହ ଯଥାକ୍ରମେ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ୧.୧୦ ଲକ୍ଷ କୋଟି ଟଙ୍କା; ୨୦୨୨-୨୩ ଆର୍ଥିକ ବର୍ଷରେ ୧.୫୧ ଲକ୍ଷ କୋଟି ଟଙ୍କା ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ୧.୬୯ ଲକ୍ଷ କୋଟି ଟଙ୍କା ରହିଛି।

କ୍ରମାଗତ ୧୬ ମାସ ଧରି ୧.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ଏବଂ ସପ୍ତମ ଥର ପାଇଁ ୧.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ଜିଏସଟି ରାଜସ୍ୱ ସଂଗ୍ରହ ହୋଇଛି।

ତଳେ ଦିଆଯାଇଥିବା ଚାର୍ଟରେ ମାସିକ ସକଳ ଜିଏସଟି ରାଜସ୍ୱ ସଂଗ୍ରହର ଧାରା ସୂଚାଇ ଦିଆଯାଇଛି । ପ୍ରଥମ ସାରଣୀରେ ୨୦୨୨ ଜୁନ୍‌ ତୁଳନାରେ ୨୦୨୩ ଜୁନ୍‌ରେ ସଂଗୃହିତ ଜିଏସଟିର ରାଜ୍ୟୱାରୀ ବିବରଣୀ ପ୍ରଦାନ କରାଯାଇଛି ଏବଂ ଦ୍ୱିତୀୟ ସାରଣୀରେ ଜୁନ୍‌ ୨୦୨୩ରେ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶମାନଙ୍କୁ ପରିଶୋଧ କରାଯାଇଥିବା ଆଇଜିଏସଟିର ଏସଜିଏସଟି ଭାଗ ସମ୍ପର୍କରେ ତଥ୍ୟ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

୨୦୨୨ ଅକ୍ଟୋବର ମାସରେ ୧,୫୧,୭୧୮ କୋଟି ଟଙ୍କାର ସକଳ ଜିଏସଟି ରାଜସ୍ୱ ସଂଗ୍ରହ

ନୂଆଦିଲ୍ଲୀ: ୨୦୨୨ ଅକ୍ଟୋବର ମାସରେ ଦେଶରେ ୧ ଲକ୍ଷ ୫୧ ହଜାର ୭୧୮ କୋଟି ଟଙ୍କାର ସକଳ ଜିଏସଟି ରାଜସ୍ୱ ଆଦାୟ ହୋଇଛି। ଏଥିମଧ୍ୟରେ ୨୬ ହଜାର ୩୯ କୋଟି ଟଙ୍କାର ସିଜିଏସଟି, ୩୩ ହଜାର ୩୯୬ କୋଟି ଟଙ୍କାର ଏସଜିଏସଟି, ୮୧ ହଜାର ୭୭୮ କୋଟି ଟଙ୍କାର ଆଇଜିଏସଟି (ବସ୍ତୁ ଆମଦାନୀରୁ ସଂଗୃହିତ ୩୭ ହଜାର ୨୯୭ କୋଟି ଟଙ୍କା ସମେତ) ଏବଂ ୧୦ ହଜାର ୫୦୫ କୋଟି ଟଙ୍କାର ସେସ ବା ଉପକର (ବସ୍ତୁ ଆମଦାନୀରୁ ସଂଗୃହିତ ୮୨୫ କୋଟି ଟଙ୍କା ସମେତ) ସାମିଲ ରହିଛି। ଅକ୍ଟୋବର ମାସରେ ବର୍ତ୍ତମାନ ସୁଦ୍ଧା ଦ୍ୱିତୀୟ ସର୍ବାଧିକ ଜିଏସଟି ରାଜସ୍ୱ ସଂଗୃହିତ ହୋଇଛି।

ଓଡ଼ିଶାରେ ୨୦୨୨ ଅକ୍ଟୋବର ମାସରେ ୩,୭୬୯ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗୃହିତ ହୋଇଛି। ଗତବର୍ଷ ସମାନ ମାସ ତୁଳନାରେ ରାଜ୍ୟରେ ଜିଏସଟି ସଂଗ୍ରହ ୫% ପ୍ରତିଶତ ବୃଦ୍ଧି ପାଇଛି। ଅକ୍ଟୋବର ୨୦୨୧ରେ ଓଡ଼ିଶାରୁ ୩,୫୯୩ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଥିଲା।

ଅପ୍ୟପଟେ ସରକାର ନିୟମିତ ପରିଶୋଧ ଆକାରରେ ସିଜିଏସଟି ବାବଦରେ ୩୭ ହଜାର ୬୨୬ କୋଟି ଟଙ୍କା ଏବଂ ଆଇଜିଏସଟିରୁ ଏସଜିଏସଟି ବାବଦରେ ୩୨ ହଜାର ୮୮୩ କୋଟି ଟଙ୍କା ପରିଶୋଧ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ୫୦:୫୦ ଅନୁପାତ ହାରରେ ସରକାର ୨୨ ହଜାର କୋଟି ଟଙ୍କା ପରିଶୋଧ କରିଛନ୍ତି। ଅକ୍ଟୋବର ୨୦୨୨ରେ ନିୟମିତ ଏବଂ ଆଡହକ୍‌ ପରିଶୋଧ କରିବା ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ମୋଟ୍ ୭୪ ହଜାର ୬୬୫ କୋଟି ଟଙ୍କାର ସିଜିଏସଟି ଏବଂ ୭୭ ହଜାର ୨୭୯ କୋଟି ଟଙ୍କାର ଏସଜିଏସଟି ରହିଛି।

ଜିଏସଟି ଲାଗୁ ହେବା ପରେ, ଅକ୍ଟୋବର ୨୦୨୨ରେ ବର୍ତ୍ତମାନ ସୁଦ୍ଧା ଦ୍ୱିତୀୟ ସର୍ବାଧିକ ଜିଏସଟି ରାଜସ୍ୱ ଆଦାୟ କରାଯାଇଛି। ଏଥିପୂର୍ବରୁ ଏପ୍ରିଲ ୨୦୨୨ରେ ସର୍ବାଧିକ ଜିଏସଟି ରାଜସ୍ୱ ସଂଗ୍ରହ କରାଯାଇଥିଲା। ସେହିପରି ଦ୍ୱିତୀୟ ଥର ପାଇଁ ମାସିକ ଜିଏସଟି ସଂଗ୍ରହ ପରିମାଣ ୧.୫୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ସେହିପରି, ଏପ୍ରିଲ ୨୦୨୨ ପରେ ଅକ୍ଟୋବର ମାସରେ ଘରୋଇ କାରବାରରୁ ଦ୍ୱିତୀୟ ସର୍ବାଧିକ ରାଜସ୍ୱ ସଂଗୃହିତ ହୋଇଛି। ବର୍ତ୍ତମାନ ସୁଦ୍ଧା ଲଗାତାର ୮ ମାସ ଧରି ଜିଏସଟି ରାଜସ୍ୱ ଆଦାୟ ୧.୪ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ସର୍ବମୋଟ୍‌ ନବମ ମାସ ପାଇଁ ୧.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ଜିଏସଟି ରାଜସ୍ୱ ଆଦାୟ ହୋଇଛି। ସେପ୍ଟେମ୍ବର ୨୦୨୨ରେ ମୋଟ୍‌ ୮.୩ କୋଟି ଇ-ୱେ ବିଲ ପ୍ରସ୍ତୁତ ହୋଇଥିଲା, ଯାହାକି ଅଗଷ୍ଟ ୨୦୨୨ରେ ପ୍ରସ୍ତୁତ ହୋଇଥିବା ୭.୭ କୋଟି ଇ-ୱେ ବିଲ ଠାରୁ ଉଲ୍ଲେଖନୀୟ ଭାବେ ଅଧିକ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ରାଜସ୍ୱ ସଂଗ୍ରହ ପରିମାଣ ଦ୍ୱିତୀୟ ସର୍ବାଧିକ: ଓଡ଼ିଶାରେ ୬୪ ପ୍ରତିଶତ ଅଧିକ ଜିଏସଟି ସଂଗ୍ରହ

ନୂଆଦିଲ୍ଲୀ: ନଭେମ୍ବର ୨୦୨୧ରେ ମୋଟ୍ ୧,୩୧,୫୨୬ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ କରାଯାଇଛି। ଏଥିମଧ୍ୟରୁ ସିଜିଏସଟି ପରିମାଣ ୨୩,୯୭୮ କୋଟି ଟଙ୍କା, ଏସଜିଏସଟି ପରିମାଣ ୩୧,୧୨୭ କୋଟି ଟଙ୍କା, ଆଇଜିଏସଟି ପରିମାଣ ୬୬,୮୧୫ କୋଟି ଟଙ୍କା (ବସ୍ତୁ ରପ୍ତାନି ଉପରେ ସଂଗୃହିତ ୩୨,୧୬୫ କୋଟି ଟଙ୍କା ସମେତ) ଏବଂ ସେସ ପରିମାଣ ୯,୬୦୬ କୋଟି ଟଙ୍କା (ବସ୍ତୁ ରପ୍ତାନି ଉପରେ ୬୫୩ କୋଟି ଟଙ୍କା ସମେତ) ରହିଛି।

ଅନ୍ୟପକ୍ଷରେ ୨୦୨୧ ନଭେମ୍ବର ମାସରେ ଓଡ଼ିଶାରେ ଜିଏସଟି ରାଜସ୍ୱ ସଂଗ୍ରହ ୬୪ ପ୍ରତିଶତ ବୃଦ୍ଧି ପାଇଛି। ଗତବର୍ଷ ଅର୍ଥାତ୍ ୨୦୨୦ ନଭେମ୍ବର ମାସରେ ଓଡ଼ିଶାରେ ୨,୫୨୮ କୋଟି ଟଙ୍କାର ଜିଏସଟି ରାଜସ୍ୱ ଆଦାୟ କରାଯାଇଥିବା ବେଳେ ୨୦୨୧ ନଭେମ୍ବର ମାସରେ ୪,୧୩୬ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗୃହିତ ହୋଇଛି।

ନିୟମିତ ପରିଶୋଧ ଆକାରରେ ସରକାର ଆଇଜିଏସଟିରୁ ୨୭,୨୭୩ କୋଟି ଟଙ୍କା ସିଜିଏସଟିକୁ ଏବଂ ୨୨,୬୫୫ କୋଟି ଟଙ୍କା ଏସଜିଏସଟିକୁ ପରିଶୋଧ କରିଛନ୍ତି। ନଭେମ୍ବର ୨୦୨୧ ମାସରେ ନିୟମିତ ପରିଶୋଧ ପରେ ମୋଟ ରାଜସ୍ୱ ପରିମାଣ ସିଜିଏସଟି ବାବଦରେ ୫୧,୨୫୧ କୋଟି ଟଙ୍କା ଏବଂ ଏସଜିଏସଟି ପାଇଁ ୫୩,୭୮୨ କୋଟି ଟଙ୍କା ରହିଛି। ଜିଏସଟି କ୍ଷତିପୂରଣ ଆକାରରେ କେନ୍ଦ୍ର ସରକାର ୦୩.୧୧.୨୦୨୧ରେ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ୧୭,୦୦୦ କୋଟି ଟଙ୍କା ଜାରି କରିଛନ୍ତି।

ଲଗାତାର ଦୁଇ ମାସ ଧରି ଜିଏସଟି ସଂଗ୍ରହ ପରିମାଣ ୧.୩୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ନଭେମ୍ବର ମାସରେ ସଂଗୃହିତ ଜିଏସଟି ପରିମାଣ ଗତବର୍ଷର ସମାନ ମାସ ତୁଳନାରେ ୨୫ ପ୍ରତିଶତ ଅଧିକ ଏବଂ ୨୦୧୯-୨୦ ତୁଳନାରେ ୨୭ ପ୍ରତିଶତ ଅଧିକ। ଏହି ମାସରେ ବସ୍ତୁ ରପ୍ତାନିରୁ ସଂଗୃହିତ ରାଜସ୍ୱ ଏବଂ ଘରୋଇ କାରବାରରୁ ସଂଗୃହିତ ରାଜସ୍ୱ (ସେବା ରପ୍ତାନି ସମେତ) ପରିମାଣ ଗତବର୍ଷର ସମାନ ମାସରେ ଏହି ଦୁଇଟି ଉତ୍ସରୁ ସଂଗୃହିତ ରାଜସ୍ୱ ତୁଳନାରେ ଯଥାକ୍ରମେ ୪୩ ପ୍ରତିଶତ ଏବଂ ୨୦ ପ୍ରତିଶତ ଅଧିକ ରହିଛି।

ଜିଏସଟି କାର୍ଯ୍ୟକାରୀ ହେବା ପରଠାରୁ ୨୦୨୧ ନଭେମ୍ବର ମାସରେ ସଂଗୃହିତ ଜିଏସଟି ରାଜସ୍ୱ ପରିମାଣ ଦ୍ୱିତୀୟ ସର୍ବାଧିକ। ଏପ୍ରିଲ ୨୦୨୧ରେ ସର୍ବାଧିକ ରାଜସ୍ୱ ସଂଗ୍ରହ କରାଯାଇଥିଲା ଯାହାକି ବର୍ଷର ଶେଷର ରାଜସ୍ୱ ଆୟ ସହିତ ଜଡିତ ଏବଂ ଗତ ମାସର ସଂଗ୍ରହଠାରୁ ଅଧିକ। ଏହା ଉପରେ ତ୍ରୈମାସିକ ଆଧାରରେ ଦାଖଲ କରାଯାଉଥିବା ରିଟର୍ଣ୍ଣର ପ୍ରଭାବ ମଧ୍ୟ ରହିଛି। ୨୦୨୧ ନଭେମ୍ବର ମାସରେ ରାଜସ୍ୱ ସଂଗ୍ରହ ଉଲ୍ଲେଖନୀୟ ରହିବା ଆର୍ଥିକ ପ୍ରଗତିର ଧାରାକୁ ଦର୍ଶାଉଛି।

ଜିଏସଟି ଅନୁପାଳନରେ ସୁଧାର ଆଣିବା ଲାଗି ନିକଟ ଅତୀତରେ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ନୀତିଗତ ଏବଂ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରାଯାଇଛି। ଯାହାର ଫଳସ୍ୱରୂପ ଜିଏସଟି ରାଜସ୍ୱ ସଂଗ୍ରହ ସର୍ବୋଚ୍ଚ ସ୍ତରରେ ପହଞ୍ଚି ପାରିଛି। କେନ୍ଦ୍ରୀୟ ଟିକସ ପ୍ରବର୍ତ୍ତନ ଏଜେନ୍ସି, ରାଜ୍ୟ ଏଜେନ୍ସିମାନଙ୍କ ସହିତ ମିଶି ବହୁସଂଖ୍ୟକ ଟିକସ ଫାଙ୍କି ମାମଲାକୁ ଧରିପାରିଛନ୍ତି, ଏଥିରେ ମୁଖ୍ୟତଃ ନକଲି ଇନଭଏସ ସଂକ୍ରାନ୍ତ ମାମଲା ରହିଛି। ଜିଏସଟିଏନ ଦ୍ୱାରା ବିକଶିତ ବିଭିନ୍ନ ଆଇଟି ଟୁଲ୍ ସହାୟତାରେ ରିଟର୍ଣ୍ଣ, ଇନଭଏସ ଏବଂ ଇ- ୱେ ବିଲ ତଥ୍ୟ ଉପଯୋଗ କରାଯାଇ ସନ୍ଦିଗ୍ଧ ଟିକସଦାତାଙ୍କୁ ଠାବ କରାଯିବା ସମ୍ଭବ ହୋଇପାରିଛି।

ଗତ ଏକ ବର୍ଷ ମଧ୍ୟରେ ସଂଖ୍ୟାଧିକ ପଦକ୍ଷେପ ଗ୍ରହଣ କରାଯାଇଛି। ବ୍ୟବସ୍ଥାଗତ କ୍ଷମତା ବୃଦ୍ଧି, ରିଟର୍ଣ୍ଣ ଦାଖଲର ଶେଷ ତାରିଖ ପରେ ରିଟର୍ଣ୍ଣ ଦାଖଲ କରୁନଥିବା ଟିକସଦାତାଙ୍କ ଉପରେ ଚାପ ପ୍ରୟୋଗ, ରିଟର୍ଣ୍ଣଗୁଡ଼ିକର ଅଟୋ-ପପୁଲେସନ, ଇ- ୱେ ବିଲକୁ ବ୍ଲକ୍ କରିବା ଏବଂ ଅଣ-ଫାଇଲରମାନଙ୍କ ପାଇଁ ଇନପୁଟ ଟିକସ କ୍ରେଡିଟ୍ ପାସ କରିବା ଆଦି ପଦକ୍ଷେପ ନିଆଯାଇଛି। ଯାହାଫଳରେ ଗତ କିଛି ମାସ ମଧ୍ୟରେ ରିଟର୍ଣ୍ଣ ଦାଖଲରେ ସ୍ଥିର ସୁଧାର ଆସିପାରିଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଜିଏସଟି କାର୍ଯ୍ୟକାରୀ ହେବା ପରଠାରୁ ଅକ୍ଟୋବର ମାସରେ ଦ୍ଵିତୀୟ ସର୍ବାଧିକ ପରିମାଣର ରାଜସ୍ୱ ସଂଗ୍ରହ

ନୂଆଦିଲ୍ଲୀ: ୨୦୨୧ ଅକ୍ଟୋବର ମାସରେ ମୋଟ ୧ ଲକ୍ଷ ୩୦ ହଜାର ୧୨୭ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗୃହିତ ହୋଇଛି। ଏଥିମଧ୍ୟରେ ସିଜିଏସଟି ପରିମାଣ ୨୩ ହଜାର ୮୬୧ କୋଟି ଟଙ୍କା, ଏସଜିଏସଟି ପରିମାଣ ୩୦ ହଜାର ୪୨୧ କୋଟି ଟଙ୍କା, ଆଇଜିଏସଟି ପରିମାଣ ୬୭ ହଜାର ୩୬୧ କୋଟି ଟଙ୍କା (ବସ୍ତୁ ରପ୍ତାନିରୁ ୩୨ ହଜାର ୯୯୮ କୋଟି ଟଙ୍କା ସମେତ) ଏବଂ ସେସ ପରିମାଣ ୮ ହଜାର ୪୮୪ କୋଟି ଟଙ୍କା (ବସ୍ତୁ ରପ୍ତାନିରୁ ୬୯୯ କୋଟି ଟଙ୍କା ସମେତ) ରହିଥିବା ଜଣାଯାଇଛି।

ଓଡ଼ିଶାରେ ୨୦୨୧ ଅକ୍ଟୋବର ମାସରେ ୩ ହଜାର ୫୯୩ କୋଟି ଟଙ୍କାର ରାଜସ୍ୱ ସଂଗୃହିତ ହୋଇଛି। ଏହା ଗତ ଆର୍ଥିକ ବର୍ଷର ଅକ୍ଟୋବର ମାସରେ ଆଦାୟ ହୋଇଥିବା ୨ ହଜାର ୪୧୯ କୋଟି ଟଙ୍କା ତୁଳନାରେ ୪୯ ପ୍ରତିଶତ ଅଧିକ ବୋଲି ଜଣାଯାଇଛି।

ସରକାର ସିଜିଏସଟି ବାବଦରେ ୨୭ ହଜାର ୩୧୦ କୋଟି ଟଙ୍କା ପରିଶୋଧ କରିଥିବା ବେଳେ ଆଜିଏସଟିରୁ ଏସଜିଏସଟି ବାବଦରେ ୨୨ ହଜାର ୩୯୪ କୋଟି ଟଙ୍କା ନିୟମିତ ପରିଶୋଧ କରିଛନ୍ତି। ଅକ୍ଟୋବର ୨୦୨୧ ମାସରେ ନିୟମିତ ପରିଶୋଧ ପରେ କେନ୍ଦ୍ର ଏବଂ ରାଜ୍ୟମାନଙ୍କ ନିକଟରେ ମୋଟ ରାଜସ୍ୱ ପରିମାଣ ସିଜିଏସଟି ବାବଦରେ ୫୧ ହଜାର ୧୭୧ କୋଟି ଟଙ୍କା ଏବଂ ଏସଜିଏସଟି ବାବଦରେ ୫୨ ହଜାର ୮୧୫ କୋଟି ଟଙ୍କା ବଳକା ରହିଛି।

୨୦୨୧ ଅକ୍ଟୋବରରେ ସଂଗୃହିତ ଜିଏସଟି ରାଜସ୍ୱ ଗତ ବର୍ଷର ସମାନ ମାସ ତୁଳନାରେ ୨୪ ପ୍ରତିଶତ ଏବଂ ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ୩୬ ପ୍ରତିଶତ ଅଧିକ। ସେହିପରି ଏହି ମାସରେ ବସ୍ତୁ ରପ୍ତାନିରୁ ସଂଗୃହିତ ଜିଏସଟି ରାଜସ୍ୱ ପରିମାଣ ପୂର୍ବ ବର୍ଷର ସମାନ ମାସ ତୁଳନାରେ ୩୯ ପ୍ରତିଶତ ଅଧିକ ରହିଛି। ଅନୁରୂପ ଭାବେ ଘରୋଇ କାରବାର (ସେବା ରପ୍ତାନି ସମେତ)ରୁ ସଂଗୃହିତ ରାଜସ୍ୱ ପୂର୍ବ ଆର୍ଥିକ ବର୍ଷର ସମାନ ମାସ ତୁଳନାରେ ୧୯ ପ୍ରତିଶତ ଅଧିକ ରହିଛି।

ବସ୍ତୁ ଓ ସେବା କର (ଜିଏସଟି) ଆଇନ କାର୍ଯ୍ୟକାରୀ ହେବା ପରଠାରୁ ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ମାସରେ ଦ୍ୱିତୀୟ ସର୍ବାଧିକ ପରିମାଣର ଜିଏସଟି ରାଜସ୍ୱ ଆଦାୟ ହୋଇଛି। ଏଥିପୂର୍ବରୁ ଏପ୍ରିଲ ୨୦୨୧ରେ ସର୍ବାଧିକ ପରିମାଣର ଜିଏସଟି ଆଦାୟ କରାଯାଇଥିଲା, ଯାହାକି ଆର୍ଥିକ ବର୍ଷର ଶେଷ ରାଜସ୍ୱ ଆଦାୟ ସହ ଜଡ଼ିତ ଥିଲା। ତେଣୁ ଅକ୍ଟୋବର ମାସରେ ସଂଗୃହିତ ଜିଏସଟି ଆର୍ଥିକ ସୁଧାରର ସଙ୍କେତ ଦେଉଛି। ଦ୍ୱିତୀୟ ଲହରୀ ପରେ ପ୍ରତି ମାସରେ ପ୍ରସ୍ତୁତ ହେଉଥିବା ଇ- ୱେ ବିଲ ପରିମାଣରୁ ମଧ୍ୟ ଏହାର ସଙ୍କେତ ମିଳିଥାଏ। ସେମି କଣ୍ଡକ୍ଟର ଯୋଗାଣ କାରଣରୁ କାର ଏବଂ ଅନ୍ୟ ଉତ୍ପାଦର ବିକ୍ରି ବାଧାପ୍ରାପ୍ତ ହୋଇଥିଲା। ଏପରି ହୋଇନଥିଲେ ରାଜସ୍ୱ ଆଦାୟ ପରିମାଣ ଆହୁରି ଅଧିକ ହୋଇଥାନ୍ତା। ଏହି ମାସରେ ଇ- ୱେ ବିଲ ସଂଖ୍ୟା ଏବଂ ଟିକସଯୋଗ୍ୟ ମୂଲ୍ୟର ପରିମାଣରେ ବୃଦ୍ଧି ଚାର୍ଟ-୧ରେ ଦର୍ଶାଯାଇଛି, ଯାହାକି ସ୍ପଷ୍ଟ ଭାବେ ଆର୍ଥିକ ଗତିବିଧିରେ ସୁଧାର ସମ୍ପର୍କରେ ସୂଚନା ଦେଉଛି।

ରାଜ୍ୟ ଏବଂ କେନ୍ଦ୍ରୀୟ ଟିକସ ପ୍ରଶାସନର ସକ୍ରିୟ ପ୍ରୟାସ କାରଣରୁ ଅନୁପାଳନ ବୃଦ୍ଧି ପାଇଛି ଯାହା ଟିକସ ପରିମାଣରେ ବୃଦ୍ଧିରେ ସହାୟକ ହୋଇଛି। ଏହାବ୍ୟତୀତ ବ୍ୟକ୍ତିଗତ ଟିକସ ଖିଲାପକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ଜିଏସଟି ପରିଷଦ ପକ୍ଷରୁ ବହୁମୁଖୀ ଉପାୟ ଗ୍ରହଣ କରାଯିବା କାରଣରୁ ଏହା ସମ୍ଭବ ହୋଇପାରିଛି। ଅନ୍ୟପକ୍ଷରେ ଏସଏମଏମ ମାଧ୍ୟମରେ ଶୂନ୍ୟ ଟିକସ ଦାଖଲ, ତ୍ରୈମାସିକ ରିଟର୍ଣ୍ଣ ମାସିକ ପଇଠ (କ୍ୟୁଆରଏମପି) ବ୍ୟବସ୍ଥା ଏବଂ ଅଟୋ ପପୁଲେସନ ରିଟର୍ଣ୍ଣ ଭଳି ସହଜ ଅନୁପାଳନ ପଦକ୍ଷେପ ଗ୍ରହଣ କରାଯାଇଛି। ଗତ ଏକ ବର୍ଷ ମଧ୍ୟରେ ଟିକସଦାତାମାନଙ୍କୁ ଭଲ ଅଭିଜ୍ଞତା ପ୍ରଦାନ କରିବା ଲାଗି ବ୍ୟବସ୍ଥାର କ୍ଷମତା ବୃଦ୍ଧି ପାଇଁ ଜିଏସଟିଏନ ଉଲ୍ଲେଖନୀୟ ସୁଧାର ଆଣିଛି। ଅନ୍ୟପକ୍ଷରେ, ରିଟର୍ଣ୍ଣର ଅଣ-ଫାଇଲିଂ ପାଇଁ ଇ- ୱେ ବିଲ ବ୍ଲକ କରିବା, ଲଗାତାର ଛଅ ଥର ରିଟର୍ଣ୍ଣ ଫାଇଲ କରିବାରେ ବିଫଳ ହୋଇଥିବା ଟିକସଦାତାଙ୍କର ପଞ୍ଜିକରଣ ସିଷ୍ଟମ ଆଧାରରେ ବାତିଲ କରିବା ଏବଂ ରିଟର୍ଣ୍ଣ ଦାଖଲରେ ବିଫଳ ହୋଇଥିବା ଟିକସଦାତାଙ୍କ କ୍ରେଡିଟ୍ ବ୍ଲକ୍ କରିବା ଭଳି ଅଣ-ଅନୁପାଳନ ଅଭ୍ୟାସକୁ ନିରୁତ୍ସାହିତ କରାଯିବା ଆଦି ବିଭିନ୍ନ ପଦକ୍ଷେପ ପରିଷଦ ପକ୍ଷରୁ ଗ୍ରହଣ କରାଯାଇଛି। ପରବର୍ତ୍ତୀ ମାସର ଶେଷ ସୁଦ୍ଧା ପ୍ରତି ମାସ/ତ୍ରୈମାସରେ ରିଟର୍ଣ୍ଣ (ଜିଏସଟିଆର-୩ବି) ଗୁଡ଼ିକର ସଂଖ୍ୟା ସଠିକ ସମୟରେ ରିଟର୍ଣ୍ଣ ପରିଶୋଧ ଏବଂ ରିଟର୍ଣ୍ଣ ଦାଖଲକୁ ଦର୍ଶାଉଛି। ରିଟର୍ଣ୍ଣ ଦାଖଲ କରାଯିବାର ଶେଷ ତାରିଖ ପରେ, ପ୍ରତି ମାସ ଶେଷ ସୁଦ୍ଧା ଅନୁପାଳନ ସୁନିଶ୍ଚିତ କରିବା ଲାଗି ଜିଏସଟିଏନ ମେସେଜ କରିବା ଏବଂ କେନ୍ଦ୍ର ଓ ରାଜ୍ୟ ଟିକସ ପ୍ରଶାସନ ପକ୍ଷରୁ ଗଭୀର ଭାବେ ଧ୍ୟାନ ଦିଆଯିବା ଆଦି ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି। ନୀତିଗତ ପଦକ୍ଷେପ ଏବଂ ପ୍ରଶାସନିକ ପ୍ରୟାସ କାରଣରୁ ନିର୍ଦ୍ଧାରିତ ସମୟସୀମା ସୁଦ୍ଧା ଟିକସ ପଇଠ ପରିମାଣ ବୃଦ୍ଧି ପାଉଛି। ପ୍ରତିମାସ ଶେଷ ସୁଦ୍ଧା ଦାଖଲ କରାଯାଇଥିବା ରିଟର୍ଣ୍ଣ ପ୍ରତିଶତ ଧିରେ ଧିରେ ବୃଦ୍ଧି ପାଇଥିବା ଚାର୍ଟ -୨ ରେ ଦର୍ଶାଯାଇଛି।

ବିଭିନ୍ନ ସମୟରେ ପରିଷଦ ପକ୍ଷରୁ ବିଳମ୍ବିତ ଶୁଳ୍କ ଉଚ୍ଛେଦ କରିବା ଫଳରେ ପୁରୁଣା ରିଟର୍ଣ୍ଣ ଦାଖଲ କରିବା ଏବଂ ରିଟର୍ଣ୍ଣ ଦାଖଲ କରିବା କ୍ଷେତ୍ରରେ ଅପ୍ ଟୁ ଡେଟ୍ ରହିବାରେ ଟିକସଦାତାମାନେ ଅଧିକ ଉତ୍ସାହିତ ହୋଇଛନ୍ତି। ପ୍ରତି ମାସରେ ଅଧିକରୁ ଅଧିକ ସଂଖ୍ୟାରେ ଟିକସଦାତା ଟିକସ ପଇଠ କରୁଥିବାରୁ ପୁରୁଣା ଅବଧିର ଟିକସ ପଇଠ ପରିମାଣ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟେକ ମାସରେ ଚାଲୁ ଅବଧିରେ ଦାଖଲ କରାଯାଇଥିବା ରିଟର୍ଣ୍ଣ ପରିମାଣରେ ବୃଦ୍ଧି ଚାର୍ଟ-୩ରେ ଦର୍ଶାଯାଇଛି, ଯାହାକି ଚାଲୁ ମାସ ପାଇଁ ଦଖଲ କରାଯାଇଥିବା ରିଟର୍ଣ୍ଣ ପରିମାଣରେ ଉଲ୍ଲେଖନୀୟ ବୃଦ୍ଧି ପ୍ରତି ସଙ୍କେତ ଦେଉଛି। କୋଭିଡ ପାଇଁ କୋହଳ ହୋଇଥିବା ନିୟମର ଲାଭ ଉଠାଇ ଜୁଲାଇ ୨୦୨୧ରେ ୧.୫ କୋଟି ରିଟର୍ଣ୍ଣ ଦାଖଲ କରାଯାଇଛି।

ରିଟର୍ଣ୍ଣ ଦାଖଲରେ ସୁଧାର ଆସିବା ସହିତ ଇନଭଏସର ବିବରଣୀ ଥିବା ଜିଏସଟିଆର-୧କୁ ନିର୍ଦ୍ଧାରିତ ସମୟ ସୁଦ୍ଧା ଦାଖଲ କରିବା ଉପରେ ଜିଏସଟି ପରିଷଦ ଗୁରୁତ୍ବାରୋପ କରିଛି। ଇନପୁଟ୍ ଟିକସ କ୍ରେଡିଟରେ ନିୟମିତତା ସୁନିଶ୍ଚିତ କରିବା ଲାଗି ଏହି ବିବରଣୀ ଜରୁରି। ଜିଏସଟିଆର-୧ ନିର୍ଦ୍ଧାରିତ ସମୟ ସୁଦ୍ଧା ଦାଖଲ କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଏସଟିଆର-୧ ନିର୍ଦ୍ଦିଷ୍ଟ ମାସ ଶେଷ ସୁଦ୍ଧା ଦାଖଲ କରାଯାଇଥିବା ସମ୍ପର୍କରେ ତଥ୍ୟ ଚାର୍ଟ-୪ରେ ଦର୍ଶାଯାଇଛି। ଜିଏସଟିଆର-୧ ଦାଖଲରେ ବୃଦ୍ଧି ଜିଏସଟି ପରିଷଦ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପର ସଫଳତାକୁ ଦର୍ଶାଉଛି।

ମୋଟାମୋଟି ଭାବେ ଦେଖିବାକୁ ଗଲେ, ଏହିସବୁ ପଦକ୍ଷେପ ଅନୁପାଳନ ସୁନିଶ୍ଚିତ କରିବା ସହିତ ଅଧିକ ରାଜସ୍ବ ସଂଗ୍ରହରେ ସହାୟକ ହୋଇଛି। ଟିକସ ଫାଙ୍କି ଉପରେ ଅଙ୍କୁଶ ଲଗାଇବା ଲାଗି ନକଲି ଆଇଟିସି ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ଜିଏସଟି ପରିଷଦ ବିଚାର କରୁଛି। ଚଳିତ ବର୍ଷ ମାସିକ ଜିଏସଟି ସଂଗ୍ରହର ବିବରଣୀ ଚାର୍ଟ ୫ରେ ଦିଆଯାଇଛି। ତଳେ ଦିଆଯାଇଥିବା ସାରଣୀରେ ରାଜ୍ୟୱାରୀ ଜିଏସଟି ରାଜସ୍ୱ ସଂଗ୍ରହ (ବସ୍ତୁ ରପ୍ତାନି ଉପରେ ସଂଗୃହିତ ଜିଏସଟିକୁ ବାଦ୍ ଦେଇ) ପରିମାଣ ଉଲ୍ଲେଖ କରାଯାଇଛି।

ଅକ୍ଟୋବର ୨୦୨୧ରେ ରାଜ୍ୟଓ୍ବାରୀ ସଂଗୃହିତ ଜିଏସଟି ପରିମାଣରେ ବୃଦ୍ଧି:

State Oct-20 Oct-21 Growth
Jammu and Kashmir 377 648 72%
Himachal Pradesh 691 689 0%
Punjab 1,376 1,595 16%
Chandigarh 152 158 4%
Uttarakhand 1,272 1,259 -1%
Haryana 5,433 5,606 3%
Delhi 3,211 4,045 26%
Rajasthan 2,966 3,423 15%
Uttar Pradesh 5,471 6,775 24%
Bihar 1,010 1,351 34%
Sikkim 177 257 45%
Arunachal Pradesh 98 47 -52%
Nagaland 30 38 30%
Manipur 43 64 49%
Mizoram 32 32 1%
Tripura 57 67 17%
Meghalaya 117 140 19%
Assam 1,017 1,425 40%
West Bengal 3,738 4,259 14%
Jharkhand 1,771 2,370 34%
Odisha 2,419 3,593 49%
Chhattisgarh 1,974 2,392 21%
Madhya Pradesh 2,403 2,666 11%
Gujarat 6,787 8,497 25%
Daman and Diu 7 0 -99%
Dadra and Nagar Haveli 283 269 -5%
Maharashtra 15,799 19,355 23%
Karnataka 6,998 8,259 18%
Goa 310 317 3%
Lakshadweep 1 2 86%
Kerala 1,665 1,932 16%
Tamil Nadu 6,901 7,642 11%
Puducherry 161 152 -6%
Andaman and Nicobar Islands 19 26 40%
Telangana 3,383 3,854 14%
Andhra Pradesh 2,480 2,879 16%
Ladakh 15 19 32%
Other Territory 91 137 51%
Centre Jurisdiction 114 189 66%
Grand Total 80,848 96,430 19%