Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ଆଜି ଓଡିଶା ପାଇଁ ଏକ ଗର୍ବର ଦିନ, ରାଜ୍ୟସଭା ପରିଚାଳନା କଲେ ଯୁବ ଓଡିଆ ସାଂସଦ ଡ.ସସ୍ମିତ ପାତ୍ର

ନୂଆଦିଲ୍ଲୀ, ଆଜି ଓଡିଶା ପାଇଁ ଏହା ଏକ ଗର୍ବର ଦିନ ଥିଲା। କାରଣ ୨୦ ବର୍ଷ ପରେ ଜଣେ ଓଡିଆ ସାଂସଦ ରାଜ୍ୟସଭା ପ୍ରକ୍ରିୟାରେ ଅଧ୍ୟକ୍ଷତା କରିଥିଲେ। ବିଜୁ ଜନତା ଦଳର ସାଂସଦ ଡକ୍ଟର ସସ୍ମିତ ପାତ୍ର ଆଜି ରାଜ୍ୟସଭାର ଉପାଧ୍ୟକ୍ଷ ଭାବରେ ଗୃହ ପରିଚାଳନା କରିଛନ୍ତି। ମହାମାରୀ ରୋଗ (ସଂଶୋଧନ) ଅର୍ଡିନାନ୍ସ, ୨୦୨୦ ବିଲ୍ ଉପରେ ଆଲୋଚନା ବେଳେ ଓଡିଶାର ସାଂସଦ ରାଜ୍ୟସଭାରେ ଅଧ୍ୟକ୍ଷତା କରିଥିଲେ । ପୂର୍ବରୁ ସସ୍ମିତ ଅନ୍ୟ ପାଞ୍ଚ ଜଣ ସହ ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ପାଇଥିଲେ।

ସେ ଉପାଧ୍ୟକ୍ଷ ଭାବେ ଚେୟାର ଗ୍ରହଣ କରିବା ସମୟରେ ଅନ୍ୟ ସାଂସଦମାନେ ଡକ୍ଟର ପାତ୍ରଙ୍କୁ ଅଭିନନ୍ଦନ ଜଣାଇଥିଲେ। ଦିନିକିଆ ଅଧିବେଶନ ବନ୍ଦ ହେବା ପରେ ଅନେକ ରାଜ୍ୟସଭା ସାଂସଦ ତାଙ୍କ ନିକକୁ ଆସି ଶୁଭେଚ୍ଛା ଜଣାଇଥିଲେ। ସେମାନେ କହିଥିଲେ ଯେ ଗୃହର ସର୍ବ କନିଷ୍ଠ ସାଂସଦ ହୋଇଥିଲେ ମଧ୍ୟ ତାଙ୍କର ଭଦ୍ର ଆଚରଣ ଏବଂ ଧର‌୍ୟ୍ୟର ସହିତ ସେ ଗୃହ ପରିଚାଳନା କରିଥିଲେ।

ଡକ୍ଟର ସସ୍ମିତ ପାତ୍ର ଏହି ମହତ୍ ପୂର୍ଣ୍ଣ ମୂହୁର୍ତ୍ତକୁ ତାଙ୍କ ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉତ୍ସର୍ଗ କରିଥିଲେ। ନବୀନ ପଟ୍ଟନାୟକ ଏବଂ ଓଡିଶାର କୋଟିକୋଟି ଲୋକଙ୍କ ବିନା ଆର୍ଶିବାଦରେ ପ୍ରଥମେ ରାଜ୍ୟସଭାକୁ ଆସିବା ଏବଂ ଏହି ସ୍ଥାନରେ ବସିବା ସମ୍ଭବ ହୋଇ ପାରି ନଥାନ୍ତା। ଓଡ଼ିଶାରେ ଜଣେ ସାଂସଦ ରାଜ୍ୟସଭାରେ ସଭାପତିତ୍ୱ କରିବା ଓଡିଆଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ ନିଶ୍ଚିତ।