Categories
ଆଜିର ଖବର ରାଜ୍ୟ ଖବର

ସେଲ୍‌ଫ ଫାଇନାନ୍ସ କୋର୍ସରେ ଅଙ୍କୁଶ ଲଗାଇବାକୁ ବିରୋଧ କଲା ରାଜ୍ୟ ଛାତ୍ର କଂଗ୍ରେସ

ଭୁବନେଶ୍ୱର : ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଛାତ୍ର କଂଗ୍ରେସର ମୁଖ୍ୟ ମୁଖପାତ୍ର ଶ୍ରୀ ବିଶ୍ୱଭୂଷଣ ମହାପାତ୍ର ରାଜ୍ୟ ସରକାରଙ୍କ ଦ୍ୱାରା ସେଲ୍‌ଫ ଫାଇନାନ୍ସ କୋର୍ସ ଉପରେ ଅଙ୍କୁଶ ନିଷ୍ପତ୍ତିର ତୀବ୍ର ନିନ୍ଦା କରିଛନ୍ତି।

ସେ କହିଛନ୍ତି ଯେ, ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର କିଛିଦିନ ତଳେ ସେଲ୍‌ଫ ଫାଇନାନ୍ସ କୋର୍ସ ଉପରେ ଅଙ୍କୁଶ ଲଗାଇ ସର୍କୁଲାର ଜାରି କଲେ। ଏହା ବିରୁଦ୍ଧରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜଙ୍କ ନେତୃତ୍ୱରେ ବିକ୍ଷୋଭ କରାଯାଇଥିଲା ଏବଂ ଉଚ୍ଚଶିକ୍ଷାମନ୍ତ୍ରୀ ଶ୍ରୀ ଅରୁଣ ସାହୁଙ୍କ ବାସଭବନକୁ ତିନିଘଣ୍ଟା ଧରି ଘେରାଉ କରି ରଖାଯାଇଥିଲା ।

ରାଜ୍ୟ ସରକାରଙ୍କ ଏହି ଛାତ୍ରବିରୋଧୀ ନିତି ବିରୋଧରେ ସାରା ରାଜ୍ୟରେ ଛାତ୍ରକଂଗ୍ରେସ ଆନ୍ଦୋଳନ କରିଥିଲା । ହେଲେ ପୁଣି ଥରେ ରାଜ୍ୟ ସରକାର ଏହା ଉପରେ ଅଙ୍କୁଶ ଲାଗାଉଛନ୍ତି। ଏହା ବିରୋଧରେ ଛାତ୍ର କଂଗ୍ରେସ ରାଜ୍ୟସାରା ଆନ୍ଦୋଳନ କରିବ ବୋଲି ଧମକ ଦେଇଛି।