ଭୁବନେଶ୍ଵର: ରାଜ୍ୟ ଜିଲ୍ଲା ପରିଷଦ ସଂଘ ପକ୍ଷରୁ ନୟାଗଡ଼ ଜିଲା ପରିଷଦ ସୃଜନ ସଭାଗୃହରେ ବୈଠକ ହେବା ସହ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ରାଜ୍ୟ ସଂଘ ସଭାପତି ତଥା ନୟାଗଡ଼ ତତ୍ତ୍ଵାବଧାନରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା।
ଜିଲ୍ଲା ପରିଷଦ ଆକ୍ଟ ଆଣ୍ଡ ରୁଲକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ପଞ୍ଚାୟତରାଜ ବ୍ୟବସ୍ଥାରେ ରହିଥିବା ଜିଲ୍ଲା ପରିଷଦ ଆକ୍ଟ ଆଣ୍ଡ ରୁଲ୍ ସମ୍ପର୍କରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମରେ ସଂଘ ସମ୍ପାଦକ ତଥା ଦେବଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନଙ୍କ ସମେତ ୨୪ଟି ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ସାମିଲ ହୋଇଥିଲେ। ଏହା ପରେ ବଲାଙ୍ଗୀର ପାର୍କ ପରିଦର୍ଶନ କରିବା ସହ ମା’ ଦକ୍ଷିଣକାଳୀଙ୍କ ଦର୍ଶନ କରିଥିଲେ।
ଜିଲ୍ଲା ପାଠାଗାର ଅଧ୍ୟୟନ ପରିଦର୍ଶନ କରିବା ସହ ଏହା ଅତ୍ୟନ୍ତ ଉଚ୍ଚକୋଟୀର ବୋଲି ମତ ରଖିଥିଲେ। ଏହାପରେ ଶରଣକୂଳ ଲଡୁବାବାଙ୍କ ଦର୍ଶନ କରିବା ସହ ପ୍ରାକୃତିକ ଶୋଭାରାଜିରେ ପରିଦର୍ଶନ କରିବା ସହ ପ୍ରାକୃତିକ ଶୋଭାରାଜିରେ ପରିପୂର୍ଣ୍ଣ ବରକନ୍ୟା ଝରଣା ବୁଲି ଦେଖିଥିଲେ।