Categories
ଆଜିର ଖବର ରାଜ୍ୟ ଖବର

ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକଙ୍କ ନାମ ତାଲିକା ଓ ବିଭାଗ ଘୋଷଣା

ଭୁବନେଶ୍ୱର: ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ ଆଜି ଓଡିଶାର ବିଶିଷ୍ଟ ଚାଷୀ ନେତା ମାନଙ୍କୁ ନେଇ କୃଷକ ମୋର୍ଚ୍ଚାର ୧୪ଜଣ ରାଜ୍ୟ ସଂଯୋଜକଙ୍କ ନାମ ତାଲିକା ଓ ବିଭାଗ ଘୋଷଣା କରିଛନ୍ତି।

କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ରୂପେ ଶ୍ୱେତ ଦୋରା (କାଜୁ ଚାଷ); ଜଗନ୍ନାଥ ମହାପାତ୍ର (ଔଷଧୀୟ ବୃକ୍ଷ ଚାଷ); ଜୟଲକ୍ଷ୍ମୀ ମହାନ୍ତି (ମହିଳା ଚାଷୀ ଓ ମତ୍ସ୍ୟ ଚାଷ); ଦିବ୍ୟଶଙ୍କର ଭୋଇ (ଧାନ ପ୍ରୋକ୍ୟୁରମେଂଟ); ଅଜୟ କୁମାର ସ୍ୱାଇଁ (ପ୍ରଧାନମନ୍ତ୍ରୀ ସିଂଚାଇ ଯୋଜନା); ପ୍ରଶାନ୍ତ କୁମାର ସ୍ୱାଇଁ (ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା); ସନ୍ତୋଷ କୁମାର ଜେନା (ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା); ପ୍ରମୋଦ କୁମାର ରାଉତରାୟ (କୃଷି ଜାତ ଦ୍ରବ୍ୟ ଆର୍ନ୍ତଜାତୀୟ ରପ୍ତାନୀ ଓ ଆମଦାନୀ); ଜନାର୍ଦ୍ଦନ ଦଳ ବେହେରା (ଜଳସେଚନ); ହରିହର ମହାନ୍ତ (ସୂଚନା ଅଧିକାର ଆଇନ); ଅଜୟ କୁମାର ସାହୁ (କୃଷି ଉଦ୍ୟାନ ବିଭାଗ); ରାଜକିଶୋର ମେଣ୍ଡ୍‌ଲି (ପାଣି ପଂଚାୟତ); ଉତ୍ତମ କୁମାର ପାଣିଗ୍ରାହୀ (ଗୋପାଳନ); ଜଗନ୍ନାଥ ଗଡନାୟକ ସିଂହ (ପଶୁ ପାଳନ)ଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ପ୍ରେସ୍ ବାର୍ତ୍ତାରେ ଜଣାଇଛନ୍ତି।

Categories
ଆଞ୍ଚଳିକ

ରାଜ୍ୟ ସଂଯୋଜକ ଭାବେ ନିର୍ବାଚିତ ହେଲେ ନୟାଗଡ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି

ରଣପୁର: ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ରାଜ୍ୟ ସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ ଓ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଭୁବନେଶ୍ୱର ସ୍ଥିତ କସ୍ତୁରବା ଗାନ୍ଧୀ ନାରୀ ମହଲ ସଭାଗୃହରେ ସଂଗଠନର ସଭାପତି ହୃଦାନନ୍ଦ ଦ୍ୱିବେଦୀଙ୍କ ଅଧ୍ୟକ୍ଷତାରେ ମେ ୭, ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିକ୍ଷକମାନଙ୍କ ସାଧୁତା ବିଦ୍ୟାଳୟ ତଥା ଛାତ୍ରଛାତ୍ରୀମାନଙ୍କର ଗୁଣାତ୍ମକ ବିକାଶ ଘଟିବା ସଙ୍ଗେସଙ୍ଗେ ରାଜ୍ୟରେ ଶିକ୍ଷାର ବିକାଶ ଘଟିବ ବୋଲି ଉପସ୍ଥିତ ଶିକ୍ଷକ ମାନଙ୍କ ଉଦ୍ଦେଶ୍ୟରେ ଉଦବୋଧନ ରଖିଥିଲେ।

ଉକ୍ତ ସଭାରେ ସଂଗଠନର ସଭାପତି ଶ୍ରୀଯୁକ୍ତ ଦ୍ୱିବେଦୀ ଅନୁଷ୍ଠାନର ୧୦ ବର୍ଷର ଅନୁଭୂତି ସମ୍ବନ୍ଧରେ ଉଦବୋଧିତ କରିଥିଲେ।

ସଭାର ଦ୍ୱିତୀୟ ଅଧିବେଶନରେ ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ପରିଚାଳନା ପାଇଁ ପୂର୍ବ ନିଷ୍ପତ୍ତି କ୍ରମେ ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ କରାଯାଇ ଶ୍ରୀଯୁକ୍ତ ଦ୍ୱିବେଦୀ ମହାସଚିବ, ସଭାପତି, ସଂଯୋଜକ, କୋଷାଧ୍ୟକ୍ଷ, ୧୦ ଜଣ ଉପ ସଭାପତି, ଆଞ୍ଚଳିକ ସମ୍ପାଦକଙ୍କୁ ବିଭିନ୍ନ ଦାୟିତ୍ବ ହସ୍ତାନ୍ତର କରିଥିଲେ।

ସୂଚନା ଥାଉକି, ଏହି ସାଙ୍ଗଠନିକ ନିର୍ବାଚନରେ ନୟାଗଡ଼ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ତଥା ରଣପୁର ଅଞ୍ଚଳର ଜଣଶୁଣା ଶିକ୍ଷକ ନେତା ଆଦର୍ଶ ଶିକ୍ଷକ ଜ୍ୟୋତିରଂଜନ ଦାଶ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ରାଜ୍ୟ ସଂଯୋଜକ ଭାବେ ନିର୍ବାଚିତ ହୋଇଛନ୍ତି।

ସେଥିପାଇଁ ନିଜ ଜିଲ୍ଲା ଓ ଜିଲ୍ଲା ବାହାରୁ ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟିଥିବାର ଦେଖିବାକୁ ମିଳିଛି। କର୍ତ୍ତବ୍ୟ ପରାୟଣ,ତ୍ୟାଗ,ନିଷ୍ଠା ଓ ସଚ୍ଚୋଟ ପଣିଆକୁ ଗୁରୁତ୍ୱ ଦେଉଥିବା ନିରଳସ ସାଧକ ଶ୍ରୀଯୁକ୍ତ ଦାଶ ରଣପୁର ଶିକ୍ଷାବ୍ଳକର ରାମଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଧୁନା କାର୍ଯ୍ୟରତ। ତାଙ୍କର ସାଙ୍ଗଠନିକ ଦକ୍ଷତା, ନିଷ୍ଠା, ଶିକ୍ଷକ ସମାଜ ନିମନ୍ତେ କାର୍ଯ୍ୟ କରିବା ତରିକା ପାଇଁ ସମଗ୍ର ଶିକ୍ଷା ଜିଲ୍ଲାରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଏଥିପାଇଁ ସେ ଶିକ୍ଷକ ମହଲରେ ସମସ୍ତଙ୍କ ନିକଟତର ହୋଇ ପାରିଛନ୍ତି।

ଏହା ପୂର୍ବରୁ ଶ୍ରୀଯୁକ୍ତ ଦାଶ ରଣପୁର ବ୍ଳକ୍ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଦାୟିତ୍ୱ ତୁଲାଇଥିଲେ। ବର୍ତ୍ତମାନ ପ୍ରାୟ ୧୦ ବର୍ଷ ଧରି ନୟାଗଡ଼ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଭାବେ ଦାୟିତ୍ବ ନିର୍ବାହ କରିଚାଲିଛନ୍ତି।