Categories
ଆଜିର ଖବର ରାଜ୍ୟ ଖବର

ଅକ୍ଷିମୁଠି ଅନୁକୁଳ ଓ କୃଷକ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଲେ ବିଜେପି ସଭାପତି

ଭୁବନେଶ୍ୱର : ଜଗନ୍ନାଥ ସଂସ୍କୃତିର ମହାନ କୃଷି ଭିତିକ ପର୍ବ ପବିତ୍ର ଅକ୍ଷୟ ତୃତୀୟାରୁ ଚାଷୀ ତାର ଚାଷ କ୍ଷେତ୍ରରେ ଚାଷ କାମର ଶ୍ରୀ ଗଣେଷ କରିଥାଏ। ଆଜିଠାରୁ କ୍ଷେତ ପ୍ରସ୍ତୁତ, ଚାଷୀ ବି ପ୍ରସ୍ତୁତ କିନ୍ତୁ ରାଜ୍ୟ ସରକାର ସେହି ଅନୁଯାୟୀ ପ୍ରସ୍ତୁତ ରହିବା ଦରକାର। ରାଜ୍ୟ ସରକାର ଠିକଣା ସମୟରେ ଚାଷୀ ପାଖରେ ବିହନ, ସାର ଓ କୀଟନାଶକ ତଥା ଅନ୍ୟାନ୍ୟ ଆବଶ୍ୟକୀୟ କୃଷିଜାତକ ସାମଗ୍ରୀ ପଂହଚାଇ ପାରୁ ନାହାନ୍ତି। ଆଜି ଅକ୍ଷିମୁଠି ଅନୁକୂଳ କରି ଏ କଥା କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି।

ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ କେନ୍ଦ୍ରରେ ମୋଦି ସରକାର ସଂକଳ୍ପବଦ୍ଧ ଏବଂ ଏଥି ପାଇଁ ବହୁ କୃଷକକଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ କରିଛନ୍ତି । ଅନୁରୁପ ଭାବେ ରାଜ୍ୟ ସରକାର ମଧ୍ୟ ଚାଷୀକୁଳର ବୃହତ ସ୍ୱାର୍ଥ ଦୃଷ୍ଟିରୁ ଓ ତାଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ଆଗେଇ ଆସିବାକୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆନ୍ଧ୍ର କରୁଥିବା ନିର୍ବାଚନରେ ଭାଗ ନନେବା ପାଇଁ ସୀମାନ୍ତବର୍ତୀ ଗ୍ରାମବାସୀଙ୍କୁ ଅନୁରୋଧ କଲା ରାଜ୍ୟ ବିଜେପି

ଭୁବନେଶ୍ୱର, ରାଜ୍ୟ ସଭାପତି ଏବଂ ବିରେଧୀ ଦଳ ନେତା ପ୍ରଥମେ କୋଟିଆ ଏବଂ ପରେ ଆନ୍ଧ୍ର-ଓଡିଶା ସୀମାନ୍ତବର୍ତୀ ଗାଁ ଗୁଡିକୁ ଗସ୍ତ କରି ସଂପୃକ୍ତ ଅଂଚଳର ଗ୍ରାମବାସୀଙ୍କ ସହ ସେମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରି ବାସ୍ତବ ସ୍ଥିତି ପରଖିଥିଲେ ।

କୋଟିଆ ପରେ ଆଜି ବିଜେପି ନେତୃବୃନ୍ଦ ଗଜପତି ଜିଲ୍ଲା ଏବଂ ଗଂଜାମ ଜିଲ୍ଲାର ବିଭିନ୍ନ ସୀମାନ୍ତବର୍ତୀ ଅଂଚଳକୁ ଯାଇ ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଆନ୍ଧ୍ର କରୁଥିବା ପଂଚାୟତ ନିର୍ବାଚନରେ ସାମିଲ ନହେବା ପାଇଁ ସୀମାନ୍ତବର୍ତୀ ଗ୍ରାମବାସୀଙ୍କୁ ରାଜ୍ୟ ସଭାପତି ସମୀର ମହାନ୍ତି ଅନୁରୋଧ କରିଛନ୍ତି ।

ସୀମାନ୍ତବର୍ତୀ ଅଂଚଳରେ ଆନ୍ଧ୍ର ପ୍ରଦେଶର କିଛି ସରକାରୀ ଅଫିସର ଲୋକମାନଙ୍କୁ ପ୍ରଭାବିତ କରୁଥିବାର ଦେଖିବାକୁ ମିଳିଥିଲା । ବିଜେପି ପ୍ରତିନିଧୀ ଦଳକୁ ଦେଖିବା ପରେ ଭୟଭୀତ ହୋଇ ଆନ୍ଧ୍ର ସରକାରୀ ଅଧିକାରୀମାନେ ଛତ୍ରଭଙ୍ଗ ଦେଇଥିଲେ ।

ଏହି ଅବସରରେ ବିଜେପି ନେତୃବୃନ୍ଦ ଲୋକଙ୍କ ମୌଳିକ ସମସ୍ୟାକୁ ନେଇ ଓଡିଶାର ସରକାରୀ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଦୀର୍ଘ ଦିନ ଧରି ସୀମା ବିବାଦ ଚାଲିଥିବାବେଳେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନର ନିଷ୍କ୍ରିୟତା ଯୋଗୁଁ ପଡୋଶୀ ଆନ୍ଧ୍ର ସୀମାନ୍ତବର୍ତୀ ଗାଁ ଗୁଡିକରେ ନିର୍ବାଚନ କରିବା ପାଇଁ ସାହସ କରୁଛି ବୋଲି ସମୀର ମହାନ୍ତି କହିଛନ୍ତି ।

ଏହି ଅବସରରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ, ମନୋରଂଜନ ଧ୍ୟାନ ସାମନ୍ତରାୟ, ରାଜ୍ୟ ମୁଖପାତ୍ର ବିରଂଚୀ ତ୍ରିପାଠୀ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସମ୍ବଲପୁରରେ ବିଜେପିର ଚାଷୀ ସମାବେଶ, ଟାର୍ଗେଟରେ ରାଜ୍ୟ ସରକାର

ସମ୍ବଲପୁର, ଗୋଟିଏ ପଟେ କେନ୍ଦ୍ରରେ ବିଜେପି ସରକାରଙ୍କ ବିରୋଧରେ ଚାଷୀମାନେ ଆନ୍ଦୋଳନ ଚଳାଇଛନ୍ତି। ଅନ୍ୟପଟେ ଓଡିଶା ବିଜେପି, ଚାଷୀଙ୍କୁ ନେଇ ବିଜେଡି ସରକାରଙ୍କୁ ଘେରିଛି। ସମ୍ବଲପୁରରେ ରାଜ୍ୟ ବିଜେପି ଆୟୋଜିତ କରିଛି ଏକ ବିଶାଳ ଚାଷୀ ସମାବେଶ।

ଏହି ସମାବେଶରେ ବିଜେପି ନେତୃତ୍ୟ ରାଜ୍ୟ ସରକାରଙ୍କୁ ସିଧାସିଧା ଟାର୍ଗେଟ କରିଛନ୍ତି। ବିଜେପି କହିଛି ଯେ,  ରାଜ୍ୟ ସରକାରଙ୍କ ଅପାରଗତା ଓ ଅବ୍ୟବସ୍ଥା କାରଣରୁ ମଣ୍ଡିରେ ଧାନ ପଡ଼ିରହୁଥିବା କାରଣରୁ ଚାଷୀମାନେ ଚିନ୍ତାଗ୍ରସ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି । ତେଣୁ ତୁରନ୍ତ ମଣ୍ଡିରୁ ଧାନ ଉଠାଇବା ଓ କଟନୀଛଟନୀ ବନ୍ଦ କରିବାକୁ ଦାବୀ କରିଛି। ଟୋକନ୍ ଓ ମଣ୍ଡି ବ୍ୟବସ୍ଥା ନେଇ ୩୭ଟି ବିଧାନସଭା କ୍ଷେତ୍ରର ଚାଷୀ ସମ୍ବଲପୁର ଆରଡିସି ଅଫିସ ଘେରାଉ କରିଥିବା ବେଳେ ବିଜେପିର ବିଶାଳ ଚାଷୀ ସମାବେଶରେ ହଜାର ହଜାର ଚାଷୀ ସାମିଲ ହୋଇଥିଲେ ।

ରାଜ୍ୟସଭା ସାଂସଦ ତଥା ଓଡିଶାର ସହପ୍ରଭାରୀ ବିଜୟପାଲ ସିଂ ତୋମାର ଓଡ଼ିଶା ସରକାରଙ୍କୁ ସମାଲଚୋନା କରି କହିଛନ୍ତି ଯେ ଓଡ଼ିଶାରେ ଅନେକ କେନ୍ଦ୍ରୀୟ ଯୋଜନା ଲାଗୁ ହେଉଥିବା ବେଳେ ରାଜ୍ୟ ସରକାର କାହିଁକି ଲାଗୁ କରିନାହାଁନ୍ତି? ଦୀର୍ଘ ଦିନ ଧରି କଂଗ୍ରେସ ଶାସନ କ୍ଷମତାରେ ରହିଥିଲେ ମଧ୍ୟ ଚାଷୀମାନେ ଅବହେଳିତ ହୋଇଆସୁଥିଲେ ଏବଂ ସେମାନଙ୍କୁ ଉପଯୁକ୍ତ ପ୍ରାପ୍ୟ ମିଳୁନଥିଲା। ଓଡ଼ିଶାରେ ମଧ୍ୟ ଅନୁରପ ଭାବେ ଏଭଳି ଅବ୍ୟବସ୍ଥା ଦେଖାଯାଇଛି । ରାଜ୍ୟ ସରକାର ଓ ଦଲାଲଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଓ କଟନୀଛଟନୀ କାରଣରୁ ଚାଷୀମାନେ ହଇରାଣ ହେଉଛନ୍ତି ବୋଲି ବିଜେପି କହିଛି।

ପ୍ରଧାନମନ୍ତ୍ରୀ ମୋଦି ୨୦୧୪ରେ ଶାସନରେ ରହିବା ଦିନ ଠାରୁ ଚାଷୀଙ୍କ ପାଇଁ କୃଷି ସିଚାଇ ଯୋଜନା ସମେତ ଚାଷୀଙ୍କ ଆୟକୁ ଦୁଇ ଗୁଣା କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । କୃଷି କ୍ଷେତ୍ର ସମୃଦ୍ଧଶାଳୀ ହେଲେ ଦେଶ ସମୃଦ୍ଧଶାଳୀ ହେବ, ଏହି ଚିନ୍ତାଧାରରେ ମୋଦି ସରକାର ଚାଷୀଙ୍କ ପାଇଁ କାମ କରୁଛନ୍ତି। ଅପରପକ୍ଷରେ ଗରିବଙ୍କ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇଁ ଆୟୁଷ୍ମାନ ଯୋଜନା ଆରମ୍ଭ ହୋଇଥିବା ବେଳେ ରାଜ୍ୟ ସରକାର କାହିଁକି ଲାଗୁ କରିନାହାନ୍ତି ବୋଲି ତୋମାର ପ୍ରଶ୍ନ କରିଛନ୍ତି।

ସେହିପରି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ ରାଜ୍ୟରେ ଟୋକନ ବ୍ୟବସ୍ଥା ଥିଲେ ଚାଷୀଙ୍କୁ ଉତ୍ପାଦିତ କୃଷି ସାମଗ୍ରୀର ଉଚିତ୍ ମୂଲ୍ୟ ମିଳୁନାହିଁ । ସେହିପରି ସଠିକ୍ ମୂଲ୍ୟ ନପାଇ ବରଗଡ଼ରେ ଚାଷୀଙ୍କ ହୃଦଘାତରେ ମୃତ୍ୟୁ ଘଟିବା ଚିନ୍ତାଜନକ। ସମ୍ବଲପୁର ଅଂଚଳରେ ମଣ୍ଡି ସମସ୍ୟା ସମାଧାନ ହେଉନଥିବା ବେଳେ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ମଣ୍ଡିରେ ଶହଶହ ବସ୍ତା ଧାନ ପଡ଼ି ବିକ୍ରି ହୋଇପାରୁ ନାହିଁ । ସମ୍ବଲପୁରରେ ମନୁଷ୍ୟକୃତ ଅବ୍ୟବସ୍ଥା କାରଣରୁ ମଣ୍ଡିରେ ଧାନ ପଡ଼ିରହିଛି ।

ଚାଷୀଙ୍କ ଧାନ କିଣା ସମସ୍ୟା ନଉଠାଇ ମିଲରଙ୍କ କଥାରେ ପଡ଼ି ଉଷୁନା – ଅରୁଆ ଧାନ ପ୍ରସଙ୍ଗ କରିବା କେତେ ଯୁକ୍ତିଯୁକ୍ତ ବୋଲି ରାଜ୍ୟ ସରକାରଙ୍କୁ ସେ ପ୍ରଶ୍ନ କରିଛନ୍ତି । ସେହିପରି ରାଜ୍ୟ ସରକାର ଟୋକନ ବ୍ୟବସ୍ଥା ଉଚ୍ଛେଦ କରି ନିର୍ଦ୍ଧାରିତ ଅଣଜଳସେଚିତ ଜମିରୁ ୧୩ କ୍ୱିଂଟାଲ ଓ ଜଳସେଚିତ ଜମିରୁ ୧୯ କ୍ୱିଂଟାଲ ଧାର୍ଯ୍ୟ ସୀମାକୁ ବନ୍ଦ କରି ଚାଷୀର ଉତ୍ପାଦିତ ସମସ୍ତ ଧାନକୁ କିଣନ୍ତୁ। ଖରିଫ ଋତୁରେ ଅଚଳ ହୋଇଥିବା ଟୋକନର ପୁନଃକାର୍ଯ୍ୟକ୍ଷମ କରାଯିବା ନେଇ ମଧ୍ୟ ସମୀର ମହାନ୍ତି ଦାବୀ କରିଛନ୍ତି।

ଅପରପକ୍ଷରେ ୨୦୧୬ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ଫସଲ ବୀମା ଯୋଜନାର ଶୁଭାରମ୍ଭ କରିବା ସହ ଓଡ଼ିଶାର ୨୦ଲକ୍ଷ ଚାଷୀଙ୍କ ପାଇଁ ୪ହଜାର କୋଟି ଟଙ୍କା ଦେବାର ବ୍ୟବସ୍ଥା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଧାନର ଏମଏସପି କ୍ୱଂଟାଲ ପିଛା ୧୩୧୦ଟଙ୍କାରୁ ବଢ଼ି ୧୮୬୮ରେ ପହଁଚିଛି । ମାତ୍ର ରାଜ୍ୟରେ ଚାଷୀମାନେ ସଠିକ୍ ଏମଏସପି ମୂଲ୍ୟ କାହିଁକି ପାଉନାହାନ୍ତି ତାହାର ଉତର ରାଜ୍ୟ ସରକାର ଦିଅନ୍ତୁ । ଏଠାରେ ମୋଦିଙ୍କ ପଇସା ଲୁଟ୍ କରାଯାଉଛି । ଚାଷୀଙ୍କୁ ନ୍ୟାୟ ନମିଳିବା ନପର୍ଯ୍ୟନ୍ତ ବିଜେପି ଲଢ଼େଇ ଜାରୀ ରଖିବ ବୋଲି ମହାନ୍ତି କହିଛନ୍ତି ।