Categories
ଆଜିର ଖବର ଜାତୀୟ ଖବର

ରାମବିଳାସ ପାଶ୍ୱାନଙ୍କ ପୁଣ୍ୟତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ରାମବିଳାସ ପାଶ୍ୱାନ ଜୀଙ୍କୁ ତାଙ୍କ ପୁଣ୍ୟ ତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ, ଶ୍ରୀ ରାମବିଳାସ ପାଶ୍ୱାନ ଜୀ ଜଣେ ଅସାଧାରଣ ନେତା ଥିଲେ। ଏକ ଦୃଢ଼ ଓ ବିକାଶିତ ଭାରତ ଗଠନ ସହ ଗରିବଙ୍କୁ ସଶକ୍ତ କରିବା ଦିଗରେ ସେ ନିଜକୁ ଉତ୍ସର୍ଗ କରିଥିଲେ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ମୋର ପ୍ରିୟବନ୍ଧୁ ତଥା ଭାରତର ଜଣେ ପ୍ରମୁଖ ନେତା ଶ୍ରୀ ରାମ ବିଳାସ ପାଶ୍ୱାନ ଜୀଙ୍କୁ ତାଙ୍କ ଜନ୍ମ ତିଥିରେ ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି। ସେ ଜଣେ ଅସାଧାରଣ ନେତା ଥିଲେ ଏବଂ ଦୃଢ଼ ତଥା ବିକଶିତ ଭାରତ ଗଠନ ସହ ଗରିବଙ୍କୁ ସଶକ୍ତ କରିବା ଦିଗରେ ସେ ନିଜକୁ ଉତ୍ସର୍ଗ କରିଥିଲେ। ଅନେକ ବର୍ଷ ତାଙ୍କ ସହ କାମ କରିବାର ସୁଯୋଗ ମିଳିବା ମୋର ସୌଭାଗ୍ୟ। ଅନେକ ପ୍ରସଙ୍ଗରେ ତାଙ୍କ ଦୂରଦୃଷ୍ଟିକୁ ମୁଁ ଏବେ ବହୁତ ମନେ ପକାଉଛି।”