Categories
ଆଞ୍ଚଳିକ ଧର୍ମ ସଂସ୍କୃତି

ରଣପୁରରେ ଧୁମଧାମରେ ପାଳିତ ହେଲା ରାମ ନବମୀ ମହୋତ୍ସବ: ରାମଧ୍ୱନିରେ ପ୍ରକମ୍ପିତ ହେଲା ବଡଦାଣ୍ଡ

ରଣପୁର: ପବିତ୍ର ରାମ ନବମୀ ଉପଲକ୍ଷ ଚଳିତ ବର୍ଷ ରଣପୁର ଚଳଚଂଛଳ ହୋଇଯାଇଛି। ରଣପୁର ରାମନବମୀ ମହୋତ୍ସବ କମିଟି ତରଫରୁ ରଣପୁରରେ ପ୍ରଥମ ଥର ପାଇଁ ଏଭଳି ଏକ ରାମନବମୀ ପାଳନ କରାଯାଇଛି। ରଣପୁର ରାମନବମୀ ମହୋତ୍ସବ କମିଟି ତରଫରୁ ଦୀର୍ଘଦିନ ଧରି ରାମନବମୀ କୁ ଧୁମଧାମରେ ପାଳନ କରିବା ପାଇଁ ପ୍ରସ୍ତୁତି ପର୍ବ ଚଳାଇଥିଲା। ଯାହାଫଳରେ କିଛି ଦିନ ଧରି ରଣପୁର ବଜାର ଓବଡଦାଣ୍ଡ ଗୋରୁଆ ହନୁମାନ ପତକାରେ ଆଛାଦିତ ହୋଇଯାଇଥିଲା।

ଗତକାଲି ଅପରାହ୍ନରେ ପ୍ରଥମେ ରଣପୁର ରାଜା ଦିଲ୍ଲିପଚନ୍ଦ୍ର ସଂହ ଦେଓ ଏକ ଶୋଭାଯାତ୍ରା ରେ ଆସି ଜଗନ୍ନାଥ ଙ୍କୁ ଦର୍ଶନ କରିଥିଲେ। ପରେ ଏକ ଶୋଭାଯାତ୍ରାରେ ପଚୁଂଦୋଳ ପଡିଆରେ ଥିବା ରଘୁନାଥ ମନ୍ଦିର ସମ୍ମୁଖରେ ପ୍ରଭୁ ଶ୍ରୀରାମଙ୍କର ପୂଜା ପାଠ ସହ ମନ୍ତ୍ର ଉଚାରଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତୀଥି ଭାବରେ ରଣପୁର ରାଜା ଦିଲ୍ଲିପ ଚନ୍ଦ୍ର ସଂହ ଦେଓ ଯୋଗ ଦେଇଥିଲେ। ସେଠାରେ ହଜାର ହଜାର ରାମ ଭକ୍ତ ମାନେ ରାମ ଧ୍ୱନୀରେ କମ୍ପମାନ କରିଥିଲେ। ଦୀର୍ଘ ସମୟ ଧରି ପୂଜା ପାଠ ପରେ ଏକ ବିଶାଳ ଶୋଭାଯାତ୍ରା ସହ ବାଜା,ବାଣ ରୋଷଣୀ ସହ ରଣପୁର ପରିକ୍ରମା କରିଥିଲା। ରାମଧ୍ୱନିରେ ରଣପୁର ବଡଦାଣ୍ଡ କମ୍ପିଥିଲା। ଏଥିରେ ଏକ ଦଶ ପୁଂଟର ରାମ ମୂର୍ତ୍ତି ଓ ହନୁମାନଙ୍କ ମୂର୍ତ୍ତି ସାମିଲ ହୋଇଥିଲା। ଢୋଲ,  ଘଂଟ, ମାଦଳ ଓ ରାମ ଧ୍ୱନିରେ ରଣପୁରରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।

ଏଥିରେ ମୁଖ୍ୟତଃ ପାରମ୍ପରିକ ନୃତ୍ୟ ଓଡିଶୀ, ଘୋଡା ନାଚ, ହାତୀ ସିଂହ ଲଢେଇ ସହ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଇଥିଲା। ମଚଂ ଉପରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଓଡଶୀ ନୃତ୍ୟ ପରିବେଶଣ ବେଶ ଆକର୍ଷଣୀୟ ହୋଇଥିଲା। ଏହି ଶୋଭାଯାତ୍ରାରେ ହଜାର ହଜରା ରାମ ଭକ୍ତ ସାମିଲ ହୋଇ ଏହି ମାହୋଲକୁ ଆନନ୍ଦର ସହ ଉପଭୋଗ କରିଥିଲେ।

ଶୋଭାଯାତ୍ରାଟି ଜଗନ୍ନାଥ ମନ୍ଦିର ସମ୍ମୁଖରେ ପହଚିଂବା ପରେ ଶ୍ରୀରାମଙ୍କର ଆଳତୀ କରାଯାଇଥିଲା। ହଜାର ହଜାର ରାମ ଭକ୍ତ ହାତ ରେ ପତକା ଧରି ବେକ ଓ ମସ୍ତକରେ ରେ ଉତରୀୟ ପରିଧାନ କରି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏଥିରେ ବିଭିନ୍ନ ପାରମ୍ପରିକ ନୃତ୍ୟ ସହ ରାମଚନ୍ଦ୍ରଙ୍କ ଭଜନରେ ଯୁବକ ମାନେ ଗୀତ ର ତାଳେ ତାଳେ ଝୁମି ଥିବା ଦେଖିବାକୁ ମିଳିଥିଲା।

ଆଜି ରାମନବମୀ ଉପଲକ୍ଷ ରଣପୁର ସମସ୍ତ ମଠ ଓ ମନ୍ଦିରରେ ଧୁମଧାମରେ ପାଳନ ହେଇଥିବା ସାଙ୍ଗକୁ ରାମନବମୀ ମହୋତ୍ସବ ଭଳି ଏକ କାର୍ଯ୍ୟକ୍ରମ ସମଗ୍ର ଅଚଂଳକୁ ଉଚ୍ଚାୟତ କରିଥିବା ଦେଖିବାକୁ ମିଳିଥିଲା। ଦୀର୍ଘ ୫ ଘଂଟା ର ଶୋଭାଯାତ୍ରା ପରେ ରାମ ଭକ୍ତ ମାନେ ରଣପୁର ଅଧୀଷ୍ଠାତି ଦେବୀ ମା ମଣିନାଗଙ୍କ ନିକଟରେ ପହଚିଂଥିଲା।

ଏହି ଶୋଭାଯାତ୍ରା ରଣପୁର ପରିକ୍ରମା କରିବା ବେଲେ ପ୍ରତି ଛକ ମାନଙ୍କରେ ଶହଶହ ର୍ସଧାଳୁ ମାନେଭିଡ ଜମାଇ ଥିବା ଦେଖିବାକୁ ମିଳିଥିଲା। ପ୍ରତି ଛକ ମାନଙ୍କରେ ଦହି ପଣା ଓ ଛେନା ପଣା ବ୍ୟବସ୍ଥା କରାଯାଇଥିଲା।

ଶେଷରେ ମଣିନାଗ ପୀଠରେ ରାମ ଭକ୍ତ ମାନେ ପ୍ରଶାଦ ସେବନ କରିଥିଲେ। ରାମ ନବମୀ ମହୋତ୍ସବ କମିଟିର ସଭ୍ୟମାନେ ଏହି କାର୍ଯ୍ୟକ୍ରମ କୁ ଶାନ୍ତି ଶୃଙ୍ଖଳା ସହ ସଫଳ ରୁପାୟନ କରିଥିଲେ।