Categories
ଆଜିର ଖବର ଜାତୀୟ ଖବର

ଦେଶରେ ଅରଜାକତା ସୃଷ୍ଟି କରିବା ପାଇଁ କଂଗ୍ରେସ ଚୀନକୁ ସମର୍ଥନ କରୁଛି: ରାମ ବିଲାସ ବେଦାନ୍ତୀ

ନୂଆଦିଲ୍ଲୀ: କଂଗ୍ରେସ ନେତାଙ୍କୁ ରାମ ମନ୍ଦିର ଟ୍ରଷ୍ଟର କାର୍ଯ୍ୟକାରୀ ସଭାପତି ରାମ ବିଲାସ ବେଦାନ୍ତୀ କଡ଼ା ଟାର୍ଗେଟ କରିଛନ୍ତି। କଂଗ୍ରେସ କାର୍ଯ୍ୟକାରୀ ସଭାପତି ସୋନିଆ ଗାନ୍ଧୀ, ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ବେଦାନ୍ତୀ ଆକ୍ରମଣ କରିଛନ୍ତି। ବେଦାନ୍ତୀ କହିଛନ୍ତି ଯେ, କଂଗ୍ରେସ ଦେଶରେ ଶାନ୍ତି ଏବଂ ସ୍ଥିରତା ଚାହୁଁନାହିଁ। ପ୍ରିୟଙ୍କା ଏବଂ ରାହୁଲ ଯେଉଁଆଡେ ଯାଉଛନ୍ତି, ସେଠାରେ ଆତଙ୍କବାଦ ବ୍ୟାପିଛି। ବେଦାନ୍ତୀ କହିଛନ୍ତି ଯେ, ଚୀନ୍ ଆମ ଦେଶରେ ଅରାଜକତା ବିସ୍ତାର କରିବାରେ ନିୟୋଜିତ ଅଛି। ଏହି କଂଗ୍ରେସ କର୍ମୀମାନେ ବିଶ୍ୱାସଘାତକତା କରି ଦେଶରେ ଅରାଜକତା ବିସ୍ତାର କରିବାକୁ ଚୀନ୍‌କୁ ସମର୍ଥନ କରୁଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ବେଦାନ୍ତୀ ଦଶହରା ଉପଲକ୍ଷେ ରାମ ବିଜୟ ଯାତ୍ରାରେ ଯୋଗଦେବା ପାଇଁ ଏଟାୱା ଯାଇଥିଲେ। ଏହି ଅବସରରେ ସେ କହିଥିଲେ ଯେ, ୨୦୧୭ ନିର୍ବାଚନ ଭଳି ୨୦୨୨ ରେ ପୁଣି ଥରେ ବିଜେପି ସରକାର ଉତ୍ତରପ୍ରଦେଶରେ ଗଠନ କରିବ। ବିଶ୍ୱର କୌଣସି ଶକ୍ତି ଉତ୍ତରପ୍ରଦେଶରେ ବିଜେପିକୁ ସରକାର ଗଠନ କରିବାରେ ରୋକି ପାରିବ ନାହିଁ। ରାଜ୍ୟର ରାମଭକ୍ତ ଲୋକମାନେ ବିଜେପିର କାର୍ଯ୍ୟ ଦେଖିଛନ୍ତି।